Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ସର୍ବଦଳୀୟ ନେତାଙ୍କ ବୈଠକରେ ଭାଗନେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏଠାରେ ସର୍ବଦଳୀୟ ନେତାଙ୍କ ବୈଠକରେ ଭାଗ ନେଇଥିଲେ । ଏହି ଅବସରରେ ସମସ୍ତ ପ୍ରମୁଖ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଥିଲେ ଏବଂ ସଂସଦର ଆଗାମୀ ଅଧିବେଶନ ସମ୍ବନ୍ଧରେ ନିଜ ମତ ପ୍ରକାଶ କରିଥିଲେ । ତାଙ୍କ ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଚଳିତ ବର୍ଷ ସଂସଦର ଅଧିବେଶନର ଏକ ମହତ୍ଵ ରହିଛି କାରଣ ରାଜ୍ୟସଭାର ଏହା ହେଉଛି ସ୍ୱତନ୍ତ୍ର ଅଧିବେଶନ । ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଏହି ଅବସରକୁ ଗୁରୁତ୍ଵ ଦେବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଉଚ୍ଚ ସଦନର ଏହି 250ତମ ଅଧିବେଶନ ଭାରତ ଭଳି ଏକ ବିବିଧତା ସମ୍ପନ୍ନ ରାଷ୍ଟ୍ରର ବିସ୍ତୃତ ଚିତ୍ର ପ୍ରଦାନ କରିବ ଯାହାକି ଭାରତୀୟ ସଂସଦୀୟ ପରମ୍ପରା ଏବଂ ସମ୍ବିଧାନରେ ସନ୍ନିବେଶିତ ହୋଇଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ କରାଯିବା ଅବସରରେ ଏହି ଅଧିବେଶନ ଏକ ସ୍ୱତନ୍ତ୍ର ଅଧିବେଶନର ପୃଷ୍ଠଭୂମି ପ୍ରଦାନ କରିବ ।
ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ପରିବେଶ ଓ ପ୍ରଦୂଷଣ, ଅର୍ଥନୀତି, କୃଷି କ୍ଷେତ୍ର ଓ କୃଷକ, ମହିଳା ମାନଙ୍କ ଅଧିକାର, ଯୁବକ ଏବଂ ସମାଜର ଅବହେଳିତ ବର୍ଗ ସମ୍ପର୍କିତ ସମସ୍ୟାର ସମାଧାନ ନିମନ୍ତେ ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଓ ଯୋଜନା ନିର୍ଦ୍ଧାରଣ ପାଇଁ ବିଭିନ୍ନ ଦଳମାନଙ୍କ ସହ ମିଶି ସରକାର ଏକାଠି ଗଠନମୂଳକ ଭାବେ କାର୍ଯ୍ୟ କରିବେ ।

ପ୍ରଧାନମନ୍ତ୍ରୀ ସଂସଦର ଗତ ଅଧିବେଶନକୁ ଶାନ୍ତିପୂର୍ଣ୍ଣ ଭାବେ ଚଲାଇବା ପାଇଁ ଦୁଇ ସଦନର ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ଏହାଦ୍ୱାରା ସରକାରଙ୍କ କାର୍ଯ୍ୟଧାରା ବାବଦରେ ଲୋକମାନଙ୍କ ମଧ୍ୟରେ ସକାରାତ୍ମକ ଭାବନା ସୃଷ୍ଟି କରିବାରେ ସହାୟତା ମିଳିଛି । ଏ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ବିବିଧ ବିଷୟ ଉପରେ ହୋଇଥିବା ଆଲୋଚନାରେ ପ୍ରଥମ ଥରର ସାଂସଦମାନଙ୍କ ସକ୍ରିୟ ଅଂଶଗ୍ରହଣ ବାବଦରେ ପ୍ରକାଶ କରିଥିଲେ ଏବଂ ଆଶା ବ୍ୟକ୍ତ କରିଥିଲେ ଯେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଗଠନମୂଳକ ସହଯୋଗ ଦ୍ୱାରା ବର୍ତ୍ତମାନର ଅଧିବେଶନ ମଧ୍ୟ ସଫଳ ଓ ଲାଭଦାୟକ ହେବ ।

***