Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜଳବାୟୁ ପରିବର୍ତ୍ତନ ଓ ପରିବେଶ କ୍ଷେତ୍ରରେ ପ୍ରଯୁକ୍ତିଗତ ସହଯୋଗ ନେଇ ଭାରତ ଓ ସ୍ୱିଜରଲାଣ୍ଡ ମଧ୍ୟରେ ବୁଝାମଣା ପତ୍ରକୁ କ୍ୟାବିନେଟ ମଞ୍ଜୁରି


 

ଜଳବାୟୁ ପରିବର୍ତ୍ତନ ଓ ପରିବେଶ କ୍ଷେତ୍ରରେ ପ୍ରଯୁକ୍ତିଗତ ସହଯୋଗକୁ ନେଇ ଭାରତ ଓ ସ୍ୱିଜରଲାଣ୍ଡ ମଧ୍ୟରେ ହୋଇଥିବା ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛି । ଏହି ବୁଝାମଣା ପତ୍ର ସେପ୍ଟେମ୍ବର 13, 2019ରେ ସ୍ୱିଜରଲାଣ୍ଡଠାରେ ସ୍ୱାକ୍ଷରିତ ହୋଇଥିଲା ।

ମୁଖ୍ୟ ପ୍ରଭାବ:

ପରିବେଶର ଅବକ୍ଷୟର ପ୍ରଭାବ ସମାଜର ଉନ୍ନତବର୍ଗଙ୍କ ତୁଳନାରେ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ଅନଗ୍ରସର ବର୍ଗଙ୍କ ଉପରେ ଅଧିକ ପଡୁଛି । ପରିବେଶର ଅବକ୍ଷୟ ଦୂର କରିବା ନେଇ ଯେକୌଣସି ପ୍ରୟାସ ଦ୍ୱାରା ସମାଜର ସମସ୍ତ ବର୍ଗଙ୍କ ପାଇଁ ଉନ୍ନତ ପରିବେଶ ଜନିତ ସମ୍ବଳର ଉପଲବ୍ଧତା ରୂପେ ପରିବେଶ ଜନିତ ସମାନତାକୁ ପ୍ରୋତ୍ସାହନ ମିଳିବ ।

ଲାଭ:

ଏହି ବୁଝାମଣା ପତ୍ର ଯୋଗୁଁ ଦୁଇ ଦେଶରେ ପରିବେଶ ସୁରକ୍ଷା ଏବଂ ପ୍ରାକୃତିକ ସମ୍ବଳ ପରିଚାଳନା କ୍ଷେତ୍ରରେ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ସହଯୋଗକୁ ସହାୟତା ମିଳିବ ତେବେ  ଏ ଦିଗରେ ଉଭୟ ଦେଶର ଆଇନଗତ ବ୍ୟବସ୍ଥା ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯିବ ଦୁଇ ଦେଶ ମଧ୍ୟରେ ସୂଚନା ଓ ପ୍ରାଦ୍ୟୋଗିକୀର ଆଦାନ-ପ୍ରଦାନ ଦ୍ୱାରା ସାର୍ବଜନୀକ ଉତ୍ତରଦାୟିତ୍ୱ ମଧ୍ୟ ବୃଦ୍ଧି ହେବଏତଦବ୍ୟତିତ ଏହାଦ୍ୱାରା ଉନ୍ନତ ପରିବେଶ ସୁରକ୍ଷା, ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନର ଉନ୍ନତ ପରିଚାଳନା ତଥା ବନ୍ୟପ୍ରାଣୀ ସୁରକ୍ଷା କରିବାରେ ଉପଯୁକ୍ତ ନବୀନତମ ପ୍ରାଦ୍ୟୋଗିକୀ ଓ ଉନ୍ନତ ପ୍ରକ୍ରିୟା ଉପଲବ୍ଧ ହେବାର ଆଶା କରାଯାଉଛି ।

ପ୍ରମୁଖ ବିଶେଷତା:

a. ଜଳବାୟୁ ପରିବର୍ତ୍ତନ ଓ ସ୍ଥାୟୀ ଜଳ ପରିଚାଳନା ବାବଦରେ ଦକ୍ଷତା

b. ସ୍ଥାୟୀ ଜଙ୍ଗଲ ପରିଚାଳନା

c. ପାହାଡିଆ କ୍ଷେତ୍ରର ନିରନ୍ତର ବିକାଶ

d. ପରିବେଶଗତ ଭାବେ ନିରନ୍ତର ଏବଂ ନମନୀୟ ସହରୀ ବିକାଶ

e. ବାୟୁ, ଭୂମି ଓ ଜଳ ପ୍ରଦୂଷଣର ମୁକାବିଲା

f. ସ୍ୱଚ୍ଛ ଓ ଅକ୍ଷୟ ଶକ୍ତି ଉପରେ ଗୁରୁତ୍ଵ

g. ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ମୁକାବିଲା

 

***********