ୟୁରୋପୀୟ ସଂସଦର ସଦସ୍ୟ ଆଜି ନୂଆଦିଲ୍ଲୀର 7, ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସେମାନଙ୍କ କାର୍ଯ୍ୟକାଳ ଆରମ୍ଭ ପୂର୍ବରୁ ଭାରତ ଗସ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ୟୁରୋପୀୟ ସଂଘ ସହିତ ଭାରତର ସମ୍ପର୍କ ପାରସ୍ପରିକ ଲାଭ, ସଂକଳ୍ପବଦ୍ଧତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ । ସେ କହିଲେ ଯେ ଏକ ନିରପେକ୍ଷ ଓ ସନ୍ତୁଳିତ ବିଟିଆଇଏର ତ୍ୱରିତ ଉପସଂହାର ହେଉଛି ସରକାରଙ୍କ ପ୍ରାଥମିକତା । ଆଞ୍ଚଳିକ ଓ ବୈଶ୍ୱିକ ବିଷୟକୁ ନେଇ ୟୁରୋପୀୟ ସଂଘ ସହିତ ସମ୍ପର୍କକୁ ସୁଦୃଢ଼ କରିବା ଓ ସନ୍ତ୍ରାସବାଦ ବିରୋଧରେ ସଂଗ୍ରାମ କରିବା ନେଇ ଆନ୍ତର୍ଜାତିକ ସହଯୋଗ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବୈଶ୍ୱିକ ଭାଗିଦାରିରେ ଗଠିତ ଆନ୍ତର୍ଜାତିକ ସୌର ସଂଗଠନର ବିକାଶ ସମ୍ବନ୍ଧରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।
ଭାରତକୁ ଏହି ପ୍ରତିନିଧି ଦଳଙ୍କୁ ସ୍ୱାଗତ କରି ଜମ୍ମୁ-କଶ୍ମୀର ସମେତ ଭାରତର ବିଭିନ୍ନ ଭାଗକୁ ସେମାନଙ୍କର ସଫଳ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ଶୁଭେଛା ଜଣାଇଥିଲେ । ଜମ୍ମୁ-କଶ୍ମୀର ଗସ୍ତ କରିବା ଦ୍ୱାରା ପ୍ରତିନିଧି ଦଳଙ୍କୁ ଏହି ଅଞ୍ଚଳର ବିକାଶ ବାବଦରେ ଏକ ସ୍ପଷ୍ଟ ଚିତ୍ର ଏବଂ ପ୍ରଶାସନିକ ପ୍ରମୁଖତା ବ୍ୟତୀତ ଜମ୍ମୁ, କଶ୍ମୀର ଓ ଲଦାଖର ସାଂସ୍କୃତିକ ଓ ଧାର୍ମିକ ବିବିଧତା ବାବଦରେ ଏକ ଧାରଣା ମିଳିପାରିବ ।
2014ରେ ବ୍ୟବସାୟର ସୁଗମତା ରାଙ୍କିଙ୍ଗରେ ଭାରତର ସ୍ଥାନ 142 ଥିଲାବେଳେ ଏଇ ନିକଟରେ ଏଥିରେ ବଡ ଧରଣର ଉନ୍ନତି ହୋଇ ଏହା 63ରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ଭାରତ ଭଳି ବିରାଟ, ବିଶାଳ ଜନସଂଖ୍ୟା ଏବଂ ବିବିଧତା ପୂର୍ଣ୍ଣ ଦେଶ ପାଇଁ ଏହା ଏକ ବଡ ସଫଳତା । ସେ କହିଲେ ଯେ ଶାସନଗତ ପ୍ରକ୍ରିୟା ସମ୍ପ୍ରତି ଜନସାଧାରଣଙ୍କୁ ଅଭିଳାଷା ସମ୍ପନ୍ନ ଦିଗରେ ଯିବା ପାଇଁ ସମର୍ଥ କରିଛି ।
ସମସ୍ତ ଭାରତୀୟଙ୍କ ଜୀବନ ଧାରଣର ସହଜତା ନିଶ୍ଚିତ କରିବା ନେଇ ସରକାରଙ୍କ ଧ୍ୟାନ ରହିଥିବାର ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସ୍ୱଚ୍ଛ ଭାରତ ଓ ଆୟୁଷ୍ମାନ ଭାରତ ସମେତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ବନ୍ଧରେ ସେ ପ୍ରକାଶ କରିଥିଲେ । 2025 ସୁଦ୍ଧା ଟିବି ଦୂର କରିବା ନେଇ ଭାରତର ସଂକଳ୍ପବଦ୍ଧତା ସମ୍ବନ୍ଧରେ ସେ ଦୋହରାଇଥିଲେ ଯାହାକି ବୈଶ୍ୱିକ ଲକ୍ଷ୍ୟଠାରୁ 5 ବର୍ଷ ଆଗୁଆ । ଅକ୍ଷୟ ଉର୍ଜା ଲକ୍ଷ୍ୟରେ ବୃଦ୍ଧି ଏବଂ ଏକକ ପ୍ଲାଷ୍ଟିକ ବ୍ୟବହାର ସମେତ ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ମଧ୍ୟ ସେ ପ୍ରକାଶ କରିଥିଲେ ।
Fruitful interactions with MPs from the European Parliament. We exchanged views on boosting India-EU ties, the need to come together to fight terrorism and other issues. I spoke about steps being taken by the Government of India to boost ‘Ease of Living.’ https://t.co/7YYocW3AQN pic.twitter.com/9y1ObOvL9e
— Narendra Modi (@narendramodi) October 28, 2019