Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଳ ମନ୍ତ୍ରଣାଳୟ ଓ ୟୁରୋପୀୟ ଆୟୋଗର ଚଳାଚଳ ଏବଂ ପରିବହନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ସହଯୋଗ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ରେଳ କ୍ଷେତ୍ରରେ ପ୍ରଯୁକ୍ତିଗତ ଆଦାନ-ପ୍ରଦାନ ଏବଂ ସହଯୋଗକୁ ମଜଭୁତ କରିବା ପାଇଁ ରେଳ ମନ୍ତ୍ରଣାଳୟ ଏବଂ ୟୁରୋପୀୟ ଆୟୋଗର ଚଳାଚଳ ଓ ପରିବହନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ପ୍ରଶାସନିକ ବୁଝାମଣାକୁ ମଞ୍ଜୁରି ପ୍ରଦାନ କରିଛି ।

କାର୍ଯ୍ୟାନ୍ୱୟନ ନୀତି ଓ ଲକ୍ଷ୍ୟ:-

ବୁଝାମଣା ପତ୍ର ସେପ୍ଟେମ୍ବର 3, 2019ରେ ସ୍ୱାକ୍ଷର କରାଯାଇଥିଲା । ଏହି ପ୍ରଶାସନିକ ପରିଚାଳନା ନିମ୍ନଲିଖିତ ପ୍ରସ୍ତାବିତ ପ୍ରମୁଖ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ସହଯୋଗର ଢାଞ୍ଚା ଉପଲବ୍ଧ କରାଇବ:-

1. ବିଶେଷ ଭାବେ ରେଳ କ୍ଷେତ୍ରରେ ସୁରକ୍ଷା, ଆଭ୍ୟନ୍ତରୀଣ ସକ୍ରିୟତା, ଆର୍ଥିକ ଶାସନ ଓ ସ୍ଥିରତା ସମ୍ବନ୍ଧରେ EUର ପ୍ରଭାବ ଉପରେ ଧ୍ୟାନ ଦେଇ ରେଳ ସୁଧାର ଓ ଆଇନ ନିର୍ମାଣ;

2. ରେଳବାଇ ସୁରକ୍ଷା;

3. ରେଳବାଇର ଆର୍ଥିକ ପ୍ରଦର୍ଶନର ଉନ୍ନତି ପାଇଁ କ୍ରୟ ପ୍ରକ୍ରିୟା;

4. ସିଗନାଲିଂ/ନିୟନ୍ତ୍ରଣ ପ୍ରଣାଳୀ (ୟୁରୋପୀୟ ଇଆରଟିଏମଏସ ସହିତ);

5. ଆଭ୍ୟନ୍ତରୀଣ ପ୍ରକ୍ରିୟା ଓ ପରିବହନ ଅବସଂରଚନା ନେଟୱର୍କ;

6. ନବାଚାର ଓ ଡିଜିଟାଲକରଣ;

7. ଆନ୍ତଃରାଷ୍ଟ୍ରୀୟ ରେଳ ସମ୍ମିଳନୀ ଏବଂ ମାନକୀକୃତ ୟୁନିଟମାନଙ୍କ ସହିତ ଅଭିଜ୍ଞତା ବାଣ୍ଟିବା;

8. ଆର୍ଥିକ, ସାମାଜିକ ଓ ପରିବେଶ ଜନିତ ପଦକ୍ଷେପ ସହିତ ରେଳବାଇରେ ସ୍ଥାୟୀ ନୀତି ।