Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶ ପାଇଁ ଶ୍ରେଷ୍ଠ ଉଦାହରଣ ପ୍ରସ୍ତୁତ କଲେ ପ୍ରଧାନମନ୍ତ୍ରୀ


ସ୍ୱଚ୍ଛ ଭାରତ ପାଇଁ ପ୍ରୟାସ କରୁଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ପାଇଁ ପୁଣି ଥରେ ଏକ ଉଦାହରଣ ପ୍ରତିଷ୍ଠା କରିଛନ୍ତି ଯେ ପରିବେଶକୁ ସଫା ରଖିବା ନେଇ ପ୍ରତ୍ୟେକ ବ୍ୟକ୍ତିବିଶେଷ ସେମାନଙ୍କର ଶ୍ରେଷ୍ଠ ପ୍ରୟାସ କରିବା ଆବଶ୍ୟକ ।

ମାମଲାପୁରମର ସମୁଦ୍ର ବେଳାଭୂମିରେ ପ୍ରାତଃଭ୍ରମଣ କରିବା ସମୟରେ ପ୍ରଧାନମନ୍ତ୍ରୀ ଆଜି 30 ମିନିଟରୁ ଉର୍ଦ୍ଧ୍ଵ ସମୟ ଧରି ଅଳିଆ ଓ ପ୍ଲାଷ୍ଟିକ ସଫା କରିଥିଲେ ।

ପରେ ସେ ଟ୍ୱିଟ କରି କହିଥିଲେ, “ଆଜି ସକାଳେ ମାମଲାପୁରମର ସମୁଦ୍ର ବେଳାଭୂମିକୁ ସଫା କରିଥିଲି । ଏହା ପ୍ରାୟ 30 ମିନିଟ ଲାଗିଥିଲା । ଏହି ଅଳିଆକୁ ଜେୟାରାଜ ନାମକ ଜଣେ ହୋଟେଲ କର୍ମଚାରୀଙ୍କୁ ପ୍ରଦାନ କରିଛି । ଆସନ୍ତୁ ଆମ ସାର୍ବଜନୀନ ସ୍ଥାନକୁ ସଫା-ସୁତୁରା ରଖିବା। ନିଶ୍ଚିତ କରିବା ଯେ ଆମେ ଯେପରି ଫିଟ ଓ ସୁସ୍ଥ ରହିବା ।”

**************