Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

5 ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


 

49.93 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ 65.26 ଲକ୍ଷ ପେନସନ ଧାରୀ ହେବେ ଉପକୃତ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଆଜି କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଭୋଗୀମାନଙ୍କ ପାଇଁ 5 ପ୍ରତିଶତ ମହଙ୍ଗା ଭତ୍ତା ଓ ସହାୟତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଜୁଲାଇ 1 ତାରିଖଠାରୁ ଏହା ପିଛିଲା ଭାବେ ଲାଗୁ ହେବ । ଦର ବୃଦ୍ଧିକୁ ଭରଣା କରିବା ପାଇଁ ମୂଳ ଦରମା ଓ ଭତ୍ତା ଉପରେ ବର୍ତ୍ତମାନର ପ୍ରଚଳିତ 12 ପ୍ରତିଶତ ମହଙ୍ଗା ଭତ୍ତାକୁ 5 ପ୍ରତିଶତ ବୃଦ୍ଧି କରାଯିବ । ସପ୍ତମ ବେତନ କମିଶନର ସୁପାରିଶ ଆଧାରରେ ସ୍ଥିର କରାଯାଇଥିବା ସୂତ୍ର ଅନୁଯାୟୀ ଏହି ମହଙ୍ଗା ଭତ୍ତା ବୃଦ୍ଧି ଲାଗୁ କରାଯାଇଛି ।

ଏହି ମହଙ୍ଗା ଭତ୍ତା ଓ ସହାୟତା ରାଶି ଲାଗୁ କରାଯିବା ଦ୍ୱାରା ରାଜକୋଷ ଉପରେ 2019-20 ଆର୍ଥିକ ବର୍ଷରେ (ଜୁଲାଇ 2019ରୁ ଫେବୃଆରୀ 2020, 8 ମାସ ପର୍ଯ୍ୟନ୍ତ) 15909.35 ଏବଂ 10606.20 କୋଟି ଟଙ୍କାର ବୋଝ ପଡିବ । ଏହା ଲାଗୁ ହେବା ପରେ ପ୍ରାୟ 49.93 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ 65.26 ଲକ୍ଷ ପେନସନ ଧାରୀ ଉପକୃତ ହେବେ ।

ଦର ବୃଦ୍ଧି ଅନୁଯାୟୀ ସରକାରୀ କର୍ମଚାରୀ ଓ ପେନସନ ଧାରୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ସହାୟତା ରାଶି ପ୍ରଦାନ କରାଯାଇଥାଏ । ପ୍ରତି ବର୍ଷ ଜାନୁଆରୀ 1 ଏବଂ ଜୁଲାଇ 1ରେ ମହଙ୍ଗା ଭତ୍ତା ଓ ସହାୟତା ରାଶିକୁ ପୁନଃ ନିର୍ଦ୍ଧାରିତ କରାଯାଇଥାଏ ।

 

**********