Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ଜେସିଣ୍ଡା ଅର୍ଡର୍ନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ


ନ୍ୟୁୟର୍କଠାରେ 25 ସେପ୍ଟେମ୍ବର, 2019ରେ ଅନୁଷ୍ଠିତ ଜାତିସଂଘ ସାଧାରଣ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ଜେସିଣ୍ଡା ଅର୍ଡର୍ନଙ୍କୁ ସାକ୍ଷାତ କରିଛନ୍ତି।

ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ ରାଜନୈତିକ, ଆର୍ଥିକ, ପ୍ରତିରକ୍ଷା, ସୁରକ୍ଷା ଓ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି କରିବା ଉପାୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ଦୁଇ ନେତା ନଭେମ୍ବର 2017ରେ ମାନିଲାରେ ହୋଇଥିବା ପାରସ୍ପରିକ ବୈଠକ ସମ୍ପର୍କରେ ସ୍ମରଣ କରି କହିଥିଲେ ଯେ ଅକ୍ଟୋବର 2016ରେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ପରେ ନୂତନ ସଂସ୍ଥାଗତ ବ୍ୟବସ୍ଥା କରାଯାଇଛି ଯାହା ଫଳରେ ଦ୍ୱିପାକ୍ଷିକ ସମ୍ପର୍କରେ ଅନେକ ବୃଦ୍ଧି ହୋଇଛି । ଜାତିସଂଘ ସାଧାରଣ ଅଧିବେଶନ ବାହାରେ 24 ସେପ୍ଟେମ୍ବର 2019ରେ “ସମକାଳୀନ ସମୟରେ ଗାନ୍ଧୀଙ୍କ ପ୍ରାସଙ୍ଗିକତା” ବିଷୟ ଉପରେ ଆୟୋଜିତ ସମାରୋହରେ ଭାଗ ନେବା ପାଇଁ ଆମନ୍ତ୍ରଣ ସ୍ୱୀକାର କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଅର୍ଡର୍ନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ତାଙ୍କର ନୂତନ ମହତ୍ୱପୂର୍ଣ୍ଣ ଦସ୍ତାବିଜ ‘ଇଣ୍ଡିଆ 2022-ଇନଭେଷ୍ଟିଙ୍ଗ ଇନ ରିଲେସନସିପ’ ସମ୍ପର୍କରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କହିଥିଲେ ଯାହାକି ନ୍ୟୁଜିଲାଣ୍ଡ ଇଙ୍କ ଇଣ୍ଡିଆ ଷ୍ଟାଟେର୍ଜି 2011ର ହିଁ ବିସ୍ତାର । ପ୍ରଧାନମନ୍ତ୍ରୀ ଅର୍ଡର୍ନ କହିଥିଲେ ଯେ ଭାରତୀୟ ବଂଶୋଦ୍ଭବ ଏବଂ ନ୍ୟୁଜିଲାଣ୍ଡରେ ପଢ଼ୁଥିବା ଭାରତୀୟ ଛାତ୍ର ହେଉଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କର ଗୁରୁତ୍ଵପୂର୍ଣ୍ଣ ସେତୁ ଏବଂ ଏମାନେ ଉଭୟ ଦେଶର ମୈତ୍ରୀ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ କରୁଛନ୍ତି ।

ଦୁଇ ନେତା ଆନ୍ତର୍ଜାତୀୟ ଆତଙ୍କବାଦ ବିଷୟ ସହିତ ପାରସ୍ପରିକ ସ୍ଵାର୍ଥ ବୈଶ୍ୱିକ ଓ ଆଞ୍ଚଳିକ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ଏ ସମ୍ବନ୍ଧରେ ଦୁଇ ଦେଶ ମଧ୍ୟରେ ବିଚାରଗତ ସମାନତାର ପ୍ରଶଂସା କରିଥିଲେ । ଦୁଇ ଦେଶ ପୁଲୱାମା ଓ ଖ୍ରୀଷ୍ଟଚର୍ଚ ଆତଙ୍କବାଦୀ ଆକ୍ରମଣର ଦୃଢ ନିନ୍ଦା କରିଥିଲେ ଏବଂ ଏପରି ଘଟଣାର ମୁକାବିଲା ଲାଗି ପରସ୍ପର ସହମତ ହୋଇଥିଲେ । ଖ୍ରୀଷ୍ଟଚର୍ଚ କଲ ଅଫ ଆକ୍ସନ ଉପରେ ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସର ମିଳିତ ପଦକ୍ଷେପକୁ ଭାରତ ମଧ୍ୟ ସମର୍ଥନ ପ୍ରଦାନ କରିଥିଲା ।

******