Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲୋଭ ନୁହେଁ ବରଂ ଆବଶ୍ୟକତା ଭାରତର ମୌଳିକ ସିଦ୍ଧାନ୍ତ : ପ୍ରଧାନମନ୍ତ୍ରୀ


 

ଭାରତର ଅକ୍ଷୟ ଶକ୍ତି କ୍ଷମତାକୁ ଦୁଇଗୁଣରୁ ଅଧିକ ବୃଦ୍ଧି କରି 450 ଗିଗାୱାଟରେ ପହଞ୍ଚାଇବା ପାଇଁ ଶପଥ

ଜଳବାୟୁ କାର୍ଯ୍ୟଧାରା ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘ ସଚିବଙ୍କ ଦ୍ୱାରା ଆୟୋଜିତ ଜଳବାୟୁ କାର୍ଯ୍ୟଧାରା ସମ୍ମିଳନୀର ପ୍ରାରମ୍ଭିକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତବର୍ଷ ଚାମ୍ପିଅନ ଅଫ ଦି ଆର୍ଥ ପୁରସ୍କାର ଜିତିବା ପରେ ଜାତିସଂଘକୁ ସମ୍ବୋଧିତ କରିବାର ଏହା ହେଉଛି ମୋ ପାଇଁ ପ୍ରଥମ ଅବସର । ସେ କହିଲେ ଯେ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତର ଆହ୍ୱାନର ସମାଧାନ ପାଇଁ ଆମେ ସମ୍ପ୍ରତି ଯାହା କରୁଛୁ ତାହା ଯଥେଷ୍ଟ ନୁହେଁ ବ୍ୟବହାରିକ ପରିବର୍ତ୍ତନ ପାଇଁ ବିଶ୍ୱବ୍ୟାପୀ ଜନ ନ୍ଦୋଳନ ଲାଗି ସେ ଆହ୍ୱାନ ଦେଇଥିଲେ ।

ସେ କହିଲେ ଯେ ପ୍ରକୃତି ପ୍ରତି ସମ୍ମାନ, ସମ୍ପଦର ବିଚାରବନ୍ତ ବ୍ୟବହାର, ଆମ ଆବଶ୍ୟକତାକୁ ହ୍ରାସ କରିବା ତଥା ଆମ ପାଖରେ ଥିବା ସାଧନ ମଧ୍ୟରେ ବଞ୍ଚିବା ଆଦି ଆମ ପରମ୍ପରା ଏବଂ ସାମ୍ପ୍ରତିକ ପଦକ୍ଷେପ ଆଦିର ଗୁରୁତ୍ୱପୂର୍ଣ୍ଣ ଦିଗ । ଲୋଭ ନୁହେଁ ବରଂ ଆବଶ୍ୟକତା ହେଉଛି ଆମର ମୌଳିକ ସିଦ୍ଧାନ୍ତ ଏବଂ ଏଥିପାଇଁ ଭାରତ ଏହି ବିଷୟର ଗୁରୁତ୍ୱ ଉପରେ କେବଳ କହିବାକୁ ଆସିନାହିଁ ବରଂ ଏକ ବ୍ୟବହାରିକ ଧାରା ଓ ମାର୍ଗଦର୍ଶିକା ପ୍ରଦାନ କରିବାକୁ ଆସିଛି ।

ଆମେ ବିଶ୍ୱାସ କରୁ ଯେ ସାମାନ୍ୟ ଅଭ୍ୟାସର ମୂଲ୍ୟ ଏକ ଟନ ଉପଦେଶଠାରୁ ମୂଲ୍ୟବାନ ।

ସେ ଶପଥ କରିଥିଲେ ଯେ ଭାରତରେ ଅଣ ଜୀବାଷ୍ମ ଇନ୍ଧନର ବ୍ୟବହାର ବୃଦ୍ଧି କରାଯିବ ଏବଂ 2022 ସୁଦ୍ଧା ଆମେ ଅକ୍ଷୟ ଶକ୍ତିର ବ୍ୟବହାର କ୍ଷମତାକୁ 175 ଗିଗାୱାଟରୁ ଅଧିକ ଏବଂ ପରେ 450 ଗିଗାୱାଟରେ ପହଞ୍ଚାଇବାକୁ ଚାହୁଁ । ସେ କହିଲେ ଯେ ଇ ମୋବିଲିଟି ମାଧ୍ୟମରେ ଆମ ପରିବହନ କ୍ଷେତ୍ରକୁ ସବୁଜରେ ପରିଣତ କରିବା ପାଇଁ ଏବଂ ପେଟ୍ରୋଲ ଓ ଡିଜେଲ ପରିବର୍ତ୍ତେ ଜୈବ ଇନ୍ଧନର ବ୍ୟବହାର ବୃଦ୍ଧି କରିବା ପାଇଁ ମଧ୍ୟ ଭାରତ ଯୋଜନା କରୁଛି ।  ଭାରତରେ 150 ମିଲିଅନ ପରିବାରକୁ ସ୍ୱଚ୍ଛ ରନ୍ଧନ ଗ୍ୟାସ ପ୍ରଦାନ କରାଯାଇଥିବାର ସେ ପ୍ରକାଶ କରିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ଜଳ ସଂରକ୍ଷଣ, ବୃଷ୍ଟିଜଳ ଅମଳ ଓ ଜଳସମ୍ପଦର ବିକାଶ ପାଇଁ ଜଳଜୀବନ ମିଶନର ଶୁଭାରମ୍ଭ କରାଯାଇଛି ଓ ଆଗାମୀ କିଛି ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ପାଖାପାଖି 50 ବିଲିଅନ ଡଲାର ଅର୍ଥ ଖର୍ଚ୍ଚ କରାଯିବ ।

ସେ କହିଲେ ଯେ ଆନ୍ତର୍ଜାତିକ ମଞ୍ଚରେ ପାଖାପାଖି 80ଟି ଦେଶ ଆମ ଆନ୍ତର୍ଜାତିକ ସୌର ସଙ୍ଗଠନରେ ଯୋଗଦେଇଛନ୍ତି । ଶିଳ୍ପ ପରିବର୍ତ୍ତନ ଟ୍ରାକ ଅନ୍ତର୍ଗତ ଅନ୍ୟ ଭାଗିଦାରମାନଙ୍କ ସହ ଭାରତ ଓ ସ୍ୱିଡେନ ଏକାଠି ମିଶି ନେତୃତ୍ୱ ଗ୍ରୁପର ଶୁଭାରମ୍ଭ କରୁଛନ୍ତି । ପ୍ରଯୁକ୍ତିଗତ ନବୋନ୍ମେଷ କ୍ଷେତ୍ରରେ ସହଯୋଗ ପାଇଁ ଏହି ପଦକ୍ଷେପ ସରକାରୀ ଓ ଘରୋଇ କ୍ଷେତ୍ରମାନଙ୍କୁ ଭିତ୍ତିଭୂମି ପ୍ରଦାନ କରିବ ।

ସେ କହିଲେ ଯେ ଆମ ଭିତ୍ତିଭୂମିକୁ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ, ଭାରତ ଏକ ବିପର୍ଯ୍ୟୟ ନିରୋଧି ଭିତ୍ତିଭୂମି ସଂଗଠନର ଶୁଭାରମ୍ଭ କରୁଛି ଏବଂ ଏହି ସଂଗଠନର ସଦସ୍ୟ ହେବା ପାଇଁ ସେ ସମସ୍ତ ଦେଶମାନଙ୍କୁ ଅନୁରୋଧ କରିଥିଲେ । ସେ ପ୍ରକାଶ କରିଥିଲେ ଯେ ଚଳିତ ବର୍ଷ ଅଗଷ୍ଟ 15ରେ ଭାରତର ସ୍ୱାଧୀନତା ଦିବସ ଅବସରରେ, ଏକ ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା ପାଇଁ ଏକ ଜନ ଆନ୍ଦୋଳନର ଡାକରା ଦିଆଯାଇଛି । ସେ ଗୁରୁତ୍ୱାରୋପ କରିଥିଲେ ଯେ କଥା କହିବାର ସମୟ ଶେଷ ହୋଇଛି; ଏବେ ବିଶ୍ୱ ପାଇଁ କାମ କରିବାର ସମୟ ଉପନୀତ ହୋଇଛି ।