ଶୁଭ ସକାଳ ହ୍ୟୁଷ୍ଟନ,
ଶୁଭ ସକାଳ ଟେକ୍ସାସ,
ଶୁଭ ସକାଳ ଆମେରିକା
ଭାରତ ଓ ବିଶ୍ୱବ୍ୟାପୀ ଭାରତୀୟମାନଙ୍କୁ ମୋର ଅଭିନନ୍ଦନ ।
ବନ୍ଧୁଗଣ,
ଆଜି ସକାଳେ ଆମ ସହିତ ଜଣେ ବିଶେଷ ବ୍ୟକ୍ତି ଅଛନ୍ତି । ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ଏହି ଗ୍ରହର ପ୍ରତ୍ୟେକ ବ୍ୟକ୍ତି ତାଙ୍କ ନାମ ସହିତ ପରିଚିତ ।
ବିଶ୍ୱ ରାଜନୀତିର ପ୍ରାୟ ପ୍ରତ୍ୟେକ ଆଲୋଚନାରେ ତାଙ୍କ ନାମ ଆସିଥାଏ । ତାଙ୍କର ପ୍ରତ୍ୟେକ ଶବ୍ଦକୁ କୋଟି କୋଟି ଲୋକ ଅନୁସରଣ କରିଥା’ନ୍ତି ।
ଏହି ମହାନ ଦେଶର ସର୍ବୋଚ୍ଚ ପଦବୀ ମଣ୍ଡନ କରିବା ପୂର୍ବରୁ ସେ ଘରେ ଘରେ ପରିଚିତ ଥିଲେ ଓ ଖୁବ ପ୍ରସିଦ୍ଧ ଥିଲେ ।
ସିଇଓରୁ କମାଣ୍ଡର-ଇନ-ଚିଫ ପର୍ଯ୍ୟନ୍ତ, ବୋର୍ଡରୁମରୁ ଓଭାଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ଷ୍ଟୁଡିଓରୁ ବିଶ୍ୱ ମଞ୍ଚ ପର୍ଯ୍ୟନ୍ତ, ରାଜନୀତିରୁ ଅର୍ଥନୀତି ଓ ପ୍ରତିରକ୍ଷା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ସେ ଏକ ଗଭୀର ଓ ସ୍ଥାୟୀ ପ୍ରଭାବ ପକାଇଛନ୍ତି ।
ଆଜି ଏଠାରେ ସେ ଆମ ସହିତ ଅଛନ୍ତି । ଏହି ଚମତ୍କାର ଷ୍ଟାଡିୟମ ଓ ସମ୍ମିଳନୀରେ ତାଙ୍କୁ ସ୍ୱାଗତ କରିଥିବାରୁ ମୁଁ ନିଜକୁ ସମ୍ମାନିତ ମନେକରୁଛି ।
ମୁଁ କହିପାରେ ଯେ ତାଙ୍କୁ ଯେତେବେଳେ ବି ଭେଟିଛି ମୁଁ ଆମେରିକା ରାଷ୍ଟ୍ରପତି ମି. ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁତ୍ୱ, ଉଷ୍ମତା ଓ ଉର୍ଜାର ଅନୁଭବ କରିଛି ।
ଏହା ଅସାଧାରଣ, ଏହା ଅଭୂତପୂର୍ବ ।
ବନ୍ଧୁଗଣ,
ମୁଁ ଆପଣମାନଙ୍କୁ ଯେପରି କହିଛି ଆମେ କେତେ ଥର ଭେଟିଛୁ ଏବଂ ପ୍ରତ୍ୟେକ ଥର ସେ ସେହିପରି ଉଷ୍ମ ଏବଂ ହାସ୍ୟପୂର୍ଣ୍ଣ ବ୍ୟବହାର କରିଥା’ନ୍ତି । ତାଙ୍କୁ ଆଉ କିଛି ବିଶେଷ ଗୁଣ ପାଇଁ ମଧ୍ୟ ମୁଁ ପ୍ରଶଂସା କରେ ।
ଏହା ହେଉଛି ତାଙ୍କ ନେତୃତ୍ୱ ଶୈଳୀ, ଆମେରିକା ପ୍ରତି ଆବେଗ, ପ୍ରତ୍ୟେକ ଆମେରିକୀୟଙ୍କ ପାଇଁ ଚିନ୍ତା, ଆମେରିକାର ଭବିଷ୍ୟତରେ ବିଶ୍ୱାସ ଏବଂ ଆମେରିକାକୁ ପୁଣି ମହାନ କରିବା ପାଇଁ ଦୃଢ଼ ସଂକଳ୍ପ ।
ଏବଂ ପୁଣିଥରେ ସେ ଆମେରିକା ଅର୍ଥନୀତିକୁ ଶକ୍ତିଶାଳୀ କରିଦେଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଓ ବିଶ୍ୱ ପାଇଁ ସେ ଅନେକ କିଛି ହାସଲ କରିଛନ୍ତି ।
ବନ୍ଧୁଗଣ,
ଆମେ ଭାରତୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଭଲ ଭାବେ ସଂଯୁକ୍ତ ହୋଇଛୁ । ପ୍ରତ୍ୟାଶୀ ଟ୍ରମ୍ପଙ୍କ ଶବ୍ଦ-ଅବକି ବାର ଟ୍ରମ୍ପ ସରକାର ଜୋରରେ ପ୍ରକମ୍ପିତ ହେଉଛି ଏବଂ ହ୍ୱାଇଟ ହାଉସରେ ତାଙ୍କ ଉତ୍ସବ ପାଳନ କୋଟି କୋଟି ବ୍ୟକ୍ତିଙ୍କ ମୁଁହରେ ଖୁସି ଓ ପ୍ରଶଂସା ଭରିଦେଇଛି ।
ମୁଁ ଯେତେବେଳେ ତାଙ୍କୁ ପ୍ରଥମେ ଭେଟିଥିଲି ସେ ମୋତେ କହିଥିଲେ, ‘ହ୍ୱାଇଟ ହାଉସରେ ଭାରତର ସଚ୍ଚା ବନ୍ଧୁ ଅଛନ୍ତି ।’ ଆଜି ଏଠାରେ ଆପଣଙ୍କ ଉପସ୍ଥିତି ଏହାର ପ୍ରକୃତ ପ୍ରମାଣ ।
ଏହି ବର୍ଷମାନଙ୍କରେ ଉଭୟ ଦେଶ ଏହି ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇଯାଇଛନ୍ତି । ମି. ପ୍ରେସିଡେଣ୍ଟ ଆଜି ହ୍ୟୁଷ୍ଟନର ଏହି ସକାଳରେ ଆପଣ ମହାନ ଭାଗିଦାରୀତାର ହୃଦୟ ସ୍ପନ୍ଦନକୁ ବିଶ୍ୱର ଦୁଇ ସର୍ବବୃହତ୍ ଗଣତନ୍ତ୍ରର ଉତ୍ସବରେ ଶୁଣିପାରିବେ ।
ଆମ ଦୁଇ ମହାନ ଦେଶର ମଣିଷମାନଙ୍କ ସମ୍ବନ୍ଧର ଗଭୀରତା ଓ ଶକ୍ତିକୁ ଆପଣ ଅନୁଭବ କରିପାରିବେ । ହ୍ୟୁଷ୍ଟନରୁ ହାଇଦ୍ରାବାଦ ପର୍ଯ୍ୟନ୍ତ, ବୋଷ୍ଟନରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ, ଚିକାଗୋରୁ ସିମଲା ପର୍ଯ୍ୟନ୍ତ, ଲସଆଞ୍ଜେଲସରୁ ଲୁଧିଆନା ପର୍ଯ୍ୟନ୍ତ ଓ ନ୍ୟୁ ଜର୍ସୀରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ସମ୍ପର୍କର ମୂଳରେ ରହିଛନ୍ତି ଜନସାଧାରଣ ।
ଭାରତରେ ବିଳମ୍ବିତ ରବିବାର ରାତି ହୋଇଥିଲେ ମଧ୍ୟ କୋଟିକୋଟି ଲୋକ ଟିଭି ସହିତ ଲାଖି ରହିଛନ୍ତି । ବିଶ୍ୱବ୍ୟାପୀ ବିଭିନ୍ନ ସମୟ ଜୋନରେ ରହିଥିବା ଲୋକ ମଧ୍ୟ ଆଜି ଆମ ସହିତ ରହିଛନ୍ତି । ଇତିହାସ ତିଆରି ହେଉଥିବା ନେଇ ସେମାନେ ସାକ୍ଷୀ ରହିଛନ୍ତି ।
ମି. ପ୍ରେସିଡେଣ୍ଟ ଆପଣ 2017ରେ ଆପଣଙ୍କ ପରିବାର ସହିତ ମୋର ପରିଚୟ କରାଇଦେଇଥିଲେ ଏବଂ ଆଜି ମୋ ପରିବାର ସହିତ ଆପଣଙ୍କୁ ପରିଚିତ କରାଇଦେବାର ସମ୍ମାନ ମୋତେ ମିଳିଛି । ଦଶ କୋଟିରୁ ଉର୍ଦ୍ଧ୍ଵ ଭାରତୀୟ ସମ୍ପ୍ରଦାୟର ବ୍ୟକ୍ତି ବିଶ୍ୱବ୍ୟାପୀ ରହିଛନ୍ତି ।
ବନ୍ଧୁଗଣ ମୁଁ ଆପଣମାନଙ୍କୁ ମୋର ବନ୍ଧୁଙ୍କ ସହ ପରିଚିତ କରାଉଛି, ଜଣେ ଭାରତୀୟଙ୍କ ବନ୍ଧୁ, ଜଣେ ମହାନ ଆମେରିକୀୟ ରାଷ୍ଟ୍ରପତି ମି. ଡୋନାଲ୍ଡ ଟ୍ରମ୍ପ ।
****************
Live from Houston! #HowdyModi https://t.co/C0vY1rsLJh
— Narendra Modi (@narendramodi) September 22, 2019