Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚନ୍ଦ୍ରୟାନ 2 ଉତକ୍ଷେପଣ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତ


ଚନ୍ଦ୍ରୟାନ 2ର ଉତକ୍ଷେପଣ ପରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ନିମ୍ନରେ ପ୍ରଦାନ କରାଗଲା:

“ଏହା ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ଯାହା ଆମ ଗୌରବମୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ! ଚନ୍ଦ୍ରୟାନ 2ର ଉତକ୍ଷେପଣ ବିଜ୍ଞାନର ଏକ ନୂତନ ସୋପାନରେ ପାଦ ଦେବା ଲାଗି ଆମ ବୈଜ୍ଞାନିକମାନଙ୍କ ସାମର୍ଥ୍ୟ ଏବଂ 130 କୋଟି ଭାରତୀୟଙ୍କ ସଂକଳ୍ପକୁ ଦର୍ଶାଉଛି । ଆଜି ପ୍ରତ୍ୟେକ ଭାରତୀୟ ଅତ୍ୟନ୍ତ ଗର୍ବିତ !

ହୃଦୟରେ ଭାରତୀୟ, ଆତ୍ମାରେ ଭାରତୀୟ ! ଭାରତୀୟମାନଙ୍କୁ ଯେଉଁ କଥାଟି ଆହୁରି ଅଧିକ ଆନନ୍ଦ ପ୍ରଦାନ କରିବ ତାହା ହେଉଛି କି ଚନ୍ଦ୍ରୟାନ 2 ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଅଭିଯାନ । ଚନ୍ଦ୍ରର ସୁଦୂର ସମ୍ବେଦନ ଗ୍ରହଣ (ରିମୋଟ ସେନ୍ସିଂ) ପାଇଁ ଏହାର ଏକ ଅର୍ବିଟର ରହିବ ଓ ଚନ୍ଦ୍ର ପୃଷ୍ଠର ବିଶ୍ଳେଷଣ ପାଇଁ ଏକ ଲ୍ୟାଣ୍ଡର-ରୋଭର ମଡ୍ୟୁଲ ରହିବ ।

ଚନ୍ଦ୍ରୟାନ 2 ଅଦ୍ୱିତୀୟ କାରଣ ଏହା ଚନ୍ଦ୍ରପୃଷ୍ଠର ଦକ୍ଷିଣ ଗୋଲାର୍ଦ୍ଧ ସମ୍ପର୍କରେ ଅଧ୍ୟୟନ ଏବଂ ଅନ୍ୱେଷଣ କରିବ, ଅତୀତର କୌଣସି ଅଭିଯାନରେ ଏହାର ଅନ୍ୱେଷଣ ଏବଂ ନମୁନା ସଂଗ୍ରହ ହୋଇନାହିଁ । ଏହି ମିଶନ ଚନ୍ଦ୍ର ସମ୍ବନ୍ଧରେ ନୂତନ ଜ୍ଞାନ ପ୍ରଦାନ କରିବ ।

ଚନ୍ଦ୍ରୟାନ 2 ଭଳି ପ୍ରୟାସ ଆମ ପ୍ରତିଭାବାନ ଯୁବବର୍ଗଙ୍କୁ ବିଜ୍ଞାନ, ଉଚ୍ଚ ଗୁଣାତ୍ମକ ଗବେଷଣା ଏବଂ ଅଭିନବତା କ୍ଷେତ୍ରରେ ଅଧିକ ଉତ୍ସାହିତ କରିବ । ଚନ୍ଦ୍ରୟାନରୁ ଭାରତର ଚନ୍ଦ୍ର ଅଭିଯାନକୁ ଅନେକ ପ୍ରୋତ୍ସାହନ ମିଳିବ । ଚନ୍ଦ୍ର ବାବଦରେ ଆମର ଜ୍ଞାନ ଆହୁରି ଅଧିକ ବୃଦ୍ଧି ପାଇବ ।”

*******