ମୋର ପ୍ରିୟ ଦେଶବାସୀ,
ସ୍ୱାଧୀନତାର ଏହି ପବିତ୍ର ଦିବସରେ, ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା ।
ଆଜି ରକ୍ଷା ବନ୍ଧନର ପର୍ବ ମଧ୍ୟ । ଶହ ଶହ ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରା ଭାଇ-ଭଉଣୀଙ୍କ ସ୍ନେହକୁ ବ୍ୟକ୍ତ କରିଥାଏ । ମୁଁ ସମସ୍ତ ଦେଶବାସୀଙ୍କୁ, ସବୁ ଭାଇ-ଭଉଣୀଙ୍କୁ ଏହି ରକ୍ଷା ବନ୍ଧନର ପବିତ୍ର ପର୍ବରେ ଅନେକ ଅନେକ ଶୁଭକାମନା ଜଣାଉଛି । ସ୍ନେହ ଭରା ଏହି ପର୍ବ ଆମର ସମସ୍ତ ଭାଇ-ଭଉଣୀଙ୍କ ଜୀବନର ଆଶା-ଆକାଂକ୍ଷାକୁ ପୂରଣ କରୁ, ସ୍ୱପ୍ନକୁ ସାକାର କରୁ ଏବଂ ସ୍ନେହର ସରିତାକୁ ବୃଦ୍ଧି କରୁ ।
ଆଜି ଯେତେବେଳେ ଦେଶ ସ୍ୱାଧୀନତାର ପର୍ବ ପାଳନ କରୁଛି, ଏହି ସମୟରେ ଦେଶର ଅନେକ ଭାଗରେ ଅତିବୃଷ୍ଟି କାରଣରୁ, ବନ୍ୟା କାରଣରୁ ଲୋକମାନେ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଅନେକ ଲୋକ ନିଜ ଆତ୍ମୀୟମାନଙ୍କୁ ହରାଇଛନ୍ତି । ମୁଁ ସେମାନଙ୍କ ପ୍ରତି ନିଜର ସମବେଦନା ପ୍ରକଟ କରୁଛି ଏବଂ ରାଜ୍ୟ ସରକାର, କେନ୍ଦ୍ର ସରକାର, ଏନଡିଆରଏଫର ସମସ୍ତ ସଂଗଠନ, ନାଗରିକମାନଙ୍କ କଷ୍ଟ କିପରି ଲାଘବ କରାଯାଇପାରିବ, କିପରି ସ୍ଥିତି ସ୍ୱଭାବିକ ହେବ, ସେଥିପାଇଁ ଦିନରାତି ପ୍ରୟାସ କରୁଛନ୍ତି ।
ଆଜି ଯେତେବେଳେ ଆମେ ସ୍ୱାଧୀନତାର ଏହି ପବିତ୍ର ଦିବସକୁ ପାଳନ କରୁଛୁ, ସେତେବେଳେ ଦେଶର ସ୍ୱାଧୀନତା ଲାଗି ଯେଉଁମାନେ ନିଜର ଜୀବନ ଦେଇଛନ୍ତି, ଯେଉଁମାନେ ନିଜ ଯୁବାବସ୍ଥାକୁ ସମର୍ପିତ କରିଛନ୍ତି, ଯେଉଁମାନଙ୍କ ଯୁବାବସ୍ଥା ଜେଲରେ କଟିଛି, ଯେଉଁମାନେ ଫାଶୀ ଖୁଂଟ ଝୁଲିଛନ୍ତି, ଯେଉଁମାନେ ସତ୍ୟାଗ୍ରହ ମାଧ୍ୟମରେ ସ୍ୱାଧୀନତାର ବିଗୁଲରେ ଅହିଂସାର ସ୍ୱର ଭରିଛନ୍ତି । ପୂଜ୍ୟ ବାପୁଙ୍କ ନେତୃତ୍ୱରେ ଦେଶ ସ୍ୱାଧୀନ ହୋଇଛି ।
ମୁଁ ଆଜି ଦେଶ ସ୍ୱାଧୀନତାର ସେ ସମସ୍ତ ବଳିଦାନକାରୀମାନଙ୍କୁ, ତ୍ୟାଗୀ-ତପସ୍ୱୀମାନଙ୍କୁ ଆଦରପୂର୍ବକ ପ୍ରଣାମ କରୁଛି ।
ସେହିପରି ଦେଶ ସ୍ୱାଧୀନ ହେବା ପରେ ଏତେ ବର୍ଷ ଧରି ଦେଶର ଶାନ୍ତି ଲାଗି ସୁରକ୍ଷା ଲାଗି ସମୃଦ୍ଧି ଲାଗି ଲକ୍ଷ ଲକ୍ଷ ଲୋକ ନିଜର ଯୋଗଦାନ ଦେଇଛନ୍ତି । ମୁଁ ଆଜି ସ୍ୱାଧୀନ ଭାରତର ବିକାଶ ଲାଗି, ଶାନ୍ତି ଲାଗି, ସମୃଦ୍ଧି ଲାଗି ଜନସାଧାରଣଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବା ଲାଗି ଯେଉଁମାନେ ଯୋଗଦାନ ଦେଇଛନ୍ତି, ଆଜି ସେମାନଙ୍କୁ ମଧ୍ୟ ମୁଁ ପ୍ରଣାମ କରୁଛି ।
ନୂଆ ସରକାର ଗଠନ ହେବା ପରେ ଲାଲ କିଲ୍ଲାରୁ ମୁଁ ଆଜି ପୁଣିଥରେ ଆପଣମାନଙ୍କ ଗହଣରେ ଅଭିଭାଷଣ ରଖିବାର ସୌଭାଗ୍ୟ ପାଇଛି । ବର୍ତ୍ତମାନ ଏହି ନୂଆ ସରକାରକୁ ମାତ୍ର 10 ସପ୍ତାହ ମଧ୍ୟ ହୋଇନାହିଁ, କିନ୍ତୁ 10 ସପ୍ତାହର କ୍ଷୁଦ୍ର କାର୍ଯ୍ୟକାଳରେ ମଧ୍ୟ ସମସ୍ତ କ୍ଷେତ୍ରରେ ସମସ୍ତ ଦିଗରେ ପ୍ରତ୍ୟେକ ପ୍ରକାରର ପ୍ରୟାସ ଉପରେ ଗୁରୁତ୍ୱାରୋପ କରାଯାଇଛି, ନୂତନ ଦିଗ ଦିଆଯାଇଛି ଏବଂ ସାଧାରଣ ଜନତା ଯେଉଁ ଆଶା, ଆକାଂକ୍ଷା ସହିତ ଆମକୁ ସେବା କରିବାର ସୁଯୋଗ ଦେଇଛନ୍ତି, ଏହାକୁ ପୂରଣ କରିବାରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ବିଳମ୍ବ ନକରି ଆମେ ଆପଣମାନଙ୍କ ସେବାରେ ସମର୍ପିତ ହୋଇ ରହିଛୁ ।
ଦଶ ସପ୍ତାହ ମଧ୍ୟରେ ହିଁ ଅନୁଚ୍ଛେଦ 370 ଉଚ୍ଛେଦ ହେବା, 35-ଏ ହଟିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଦଶ ସପ୍ତାହ ମଧ୍ୟରେ ଆମ ମୁସଲିମ ମା’ ଏବଂ ଭଉଣୀମାନଙ୍କୁ ସେମାନଙ୍କ ଅଧିକାର ଦେବା ଲାଗି ତିନି ତଲାକ୍ ବିରୋଧରେ ଆଇନ ତିଆରିକଲୁ, ଆତଙ୍କବାଦ ସହ ଜଡ଼ିତ ଆଇନରେ ଆମୂଳ-ଚୂଳ ପରିବର୍ତ୍ତନ କରି ଏହାକୁ ଏକ ନୂଆ ଶକ୍ତି ଦେବା, ଆତଙ୍କବାଦ ବିରୋଧରେ ଲଢ଼ିବାର ସଂକଳ୍ପକୁ ଆହୁରି ଦୃଢ଼ କରିବାର କାର୍ଯ୍ୟ, ଆମର କୃଷକ ଭାଇ-ଭଉଣୀମାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନ ପାଣ୍ଠି ଅନ୍ତର୍ଗତ 90ହଜାର କୋଟି ଟଙ୍କା କୃଷକମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିବାର ଗୁରୁତ୍ୱପୂର୍ଣ୍ଣ କାମ ଆଗକୁ ବଢ଼ିଛି ।
ଆମର କୃଷକ ଭାଇ-ଭଉଣୀ, ଆମର କ୍ଷୁଦ୍ର ବ୍ୟବସାୟୀ ଭାଇ-ଭଉଣୀ, ସେମାନେ ମଧ୍ୟ କଳ୍ପନା କରିନଥିବେ ଯେ କେବେ ସେମାନଙ୍କ ଜୀବନରେ ମଧ୍ୟ ପେନସନ ବ୍ୟବସ୍ଥା ହୋଇପାରିବ । 60 ବର୍ଷ ବୟସ ପରେ ମଧ୍ୟ ସେମାନେ ସମ୍ମାନର ସହିତ ବଂଚିପାରିବେ । ଶରୀର ଯେତେବେଳେ ଅଧିକ କାମ କରିବା ଲାଗି ଅନୁମତି ଦେବ ନାହିଁ, ସେହି ସମୟରେ କିଛି ସାହାରା ମିଳିଗଲେ, ସେପରି ପେନସନ ଯୋଜନାକୁ ଲାଗୁ କରିବାର କାମ ମଧ୍ୟ କରାଯାଇଛି ।
ଜଳ ସଂକଟକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ, ଭବିଷ୍ୟତ ଜଳ ସଂକଟ ଦେଇ ଗତି କରିବ, ଏହା ମଧ୍ୟ ଆଲୋଚନା ହୋଇଥାଏ, ସେସବୁ କଥାକୁ ଆରମ୍ଭରୁ ହିଁ ଚିନ୍ତା କରି, କେନ୍ଦ୍ର ଏବଂ ରାଜ୍ୟ ମିଶି ଯୋଜନା ପ୍ରସ୍ତୁତ କରନ୍ତୁ, ସେଥିପାଇଁ ଏକ ପୃଥକ ଜଳ ଶକ୍ତି ମନ୍ତ୍ରଣାଳୟର ମଧ୍ୟ ଗଠନ କରାଯାଇଛି ।
ଆମ ଦେଶରେ ବହୁ ଅଧିକ ସଂଖ୍ୟକ ଡାକ୍ତରମାନଙ୍କ ଆବଶ୍ୟକତା ରହିଛି, ଚିକିତ୍ସା ସୁବିଧା ଏବଂ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଏହାକୁ ପୂରଣ କରିବା ଲାଗି ନୂଆ ଆଇନ ଆଣିବାର ଆବଶ୍ୟକତା ରହିଛି, ନୂଆ ବ୍ୟବସ୍ଥା, ନୂଆ ଚିନ୍ତାଧାରା, ଦେଶର ଯୁବକମାନଙ୍କୁ ଡାକ୍ତର କରିବା ଲାଗି ସୁଯୋଗ ଦେବାର ଆବଶ୍ୟକତା ରହିଛି । ଏସବୁ କଥା ପ୍ରତି ଧ୍ୟାନ ଦେଇ ଡାକ୍ତରୀ ଶିକ୍ଷାକୁ ପାରଦର୍ଶୀ କରିବା ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ଆମେ ତିଆରି କରିଛୁ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ ।
ଆଜି ସାରା ବିଶ୍ୱରେ ଶିଶୁ ନିର୍ଯାତନା ଘଟଣା ଘଟୁଥିବା ଶୁଣିବାକୁ ମିଳୁଛି । ଭାରତ ମଧ୍ୟ ଆମର ଛୋଟ ଛୋଟ ବାଳକମାନଙ୍କୁ ଅସହାୟ ଛାଡ଼ିପାରିବ ନାହିଁ । ସେହି ବାଳକମାନଙ୍କ ସୁରକ୍ଷା ଲାଗି କଠୋର ଆଇନ ପ୍ରଣୟନ କରିବା ଜରୁରି ଥିଲା । ଆମେ ଏହି କାମକୁ ମଧ୍ୟ ପୂରଣ କରିନେଇଛୁ ।
ଭାଇ ଓ ଭଉଣୀମାନେ, 2014ରୁ 2019 ପାଞ୍ଚ ବର୍ଷ ମୋତେ ସେବା କରିବାର ସୁଯୋଗ ଆପଣମାନେ ଦେଲେ । ଅନେକ କଥା ଏପରି ଥିଲା… ଜନସାଧାରଣ ନିଜ ବ୍ୟକ୍ତିଗତ ଆବଶ୍ୟକତା ଲାଗି ସଂଘର୍ଷ କରୁଥିଲା । ଆମେ ପାଞ୍ଚ ବର୍ଷ ଲଗାତାର ପ୍ରୟାସ କଲୁ ଯେପରି ଆମ ନାଗରିକମାନଙ୍କ ଦୈନନ୍ଦିନ ଜୀବନର ଆବଶ୍ୟକତା, ବିଶେଷ କରି ଗାଁରେ ଗରିବମାନଙ୍କର, କୃଷକମାନଙ୍କର, ଦଳିତମାନଙ୍କର, ପୀଡ଼ିତଙ୍କର, ଶୋଷିତମାନଙ୍କର, ବଂଚିତମାନଙ୍କର, ଆଦିବାସୀମାନଙ୍କର, ସେଥିପ୍ରତି ଗୁରୁତ୍ୱ ଦେବା ଲାଗି ଆମେ ପ୍ରୟାସ କରିଛୁ ଏବଂ ଗାଡ଼ିକୁ ଆମେ ଟ୍ରାକ ଉପରକୁ ଆଣିପାରିଛୁ ଏବଂ ସେ ଦିଗରେ ଆଜି ଖୁବ ଦ୍ରୁତ ଗତିରେ କାମ ଚାଲୁଛି । କିନ୍ତୁ ସମୟ ବଦଳିଥାଏ । ଯଦି 2014ରୁ 2019 ଆବଶ୍ୟକତା ପୂରଣ କରିବାର ସମୟ ଥିଲା, ତ’ 2019 ପରବର୍ତ୍ତୀ ସମୟ ଦେଶବାସୀଙ୍କ ଆକାଂକ୍ଷା ପୂରଣ କରିବାର ସମୟ, ସେମାନଙ୍କ ସ୍ୱପ୍ନକୁ ସାକାର କରିବାର ସମୟ ତେଣୁ ସେଥିପାଇଁ ଏକବିଂଶ ଶତାବ୍ଦୀର ଭାରତ କିପରି ହେବ, କେତେ ଅଧିକ ଦ୍ରୁତ ଗତିରେ ଚାଲିବ, କେତେ ବ୍ୟାପକ ଭାବେ କାମ କରିବ, କେତେ ଉଚ୍ଚ ଚିନ୍ତା କରିବ, ଏ ସମସ୍ତ କଥାକୁ ଧ୍ୟାନରେ ରଖି, ଆଗାମୀ ପାଞ୍ଚ ବର୍ଷର କାର୍ଯ୍ୟକାଳକୁ ଆଗକୁ ନେବା ଲାଗି ଏକ ଢାଂଚା ଆମେ ପ୍ରସ୍ତୁତ କରି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛୁ ।
2014ରେ, ମୁଁ ଦେଶ ପାଇଁ ନୂଆ ଥିଲି । 2013-14 ନିର୍ବାଚନ ପୂର୍ବରୁ, ଭାରତ ଭ୍ରମଣ କରି ମୁଁ ଦେଶବାସୀଙ୍କ ଭାବନାକୁ ବୁଝିବାର ପ୍ରୟାସ କରୁଥିଲି । କିନ୍ତୁ ସମସ୍ତଙ୍କ ମୁହଁରେ ଏକ ନିରାଶା ଥିଲା, ଏକ ଆଶଙ୍କା ଥିଲା । ଲୋକମାନେ ଭାବୁଥିଲେ କ’ଣ ଏ ଦେଶ ବଦଳିପାରିବ? କ’ଣ ସରକାର ବଦଳିଲେ ଦେଶ ବଦଳିଯିବ? ଏକ ନିରାଶା ଜନସାଧାରଣଙ୍କ ମନରେ ଘର କରି ନେଇଥିଲା । ଦୀର୍ଘ ସମୟରୁ ମିଳିଥିବା ଅଭିଜ୍ଞତାର ଏହି ପରିଣାମ ଥିଲା- ଆଶା ଦୀର୍ଘଦିନ ପର୍ଯ୍ୟନ୍ତ ତିଷ୍ଠି ରହୁନଥିଲା, ମାତ୍ର କିଛି କ୍ଷଣର ଆଶା, ନିରାଶାର ଗର୍ତ୍ତରେ ବୁଡ଼ି ଯାଉଥିଲା । କିନ୍ତୁ ଯେତେବେଳେ 2019ରେ ପାଞ୍ଚ ବର୍ଷର କଠୋର ପରିଶ୍ରମ ପରେ ଜନ-ସାଧାରଣଙ୍କ ପାଇଁ ଏକମାତ୍ର ସମର୍ପଣ ଭାବନା ସହିତ, ମନ-ମସ୍ତିଷ୍କରେ କେବଳ ଏବଂ କେବଳ ମୋ ଦେଶ, ମନ-ମସ୍ତିଷ୍କରେ କେବଳ ଏବଂ କେବଳ ମୋ ଦେଶର କୋଟି କୋଟି ଦେଶବାସୀ ଏହି ଭାବନାକୁ ନେଇ ଚାଲିଲୁ, ପ୍ରତ୍ୟେକ କ୍ଷଣ ଏଥିପାଇଁ ସମର୍ପି ଦେଲୁ, ତେଣୁ ଯେତେବେଳେ 2019ରେ ପହଁଚିଲୁ, ମୁଁ ଚକିତ ହୋଇଗଲି । ଦେଶବାସୀଙ୍କ ମନୋଭାବ ବଦଳିସାରିଥିଲା । ନିରାଶା, ଆଶାରେ ବଦଳିସାରିଥିଲା ଏବଂ ସାଧାରଣ ଜନତାଙ୍କର ଗୋଟିଏ ସ୍ୱର ଥିଲା- ହଁ ମୋ ଦେଶ ବଦଳିପାରିବ । ସାଧାରଣ ଜନତାଙ୍କର ଗୋଟିଏ ସ୍ୱର ଥିଲା-ହଁ, ଆମେ ମଧ୍ୟ ଦେଶକୁ ବଦଳାଇପାରିବୁ, ଆମେ ପଛୁଆ ରହିପାରିବୁ ନାହିଁ ।
130 କୋଟି ନାଗରିକଙ୍କ ମୁଖମଣ୍ଡଳରେ ଏହି ଭାବନା, ଭାବନାର ଏହି ସ୍ୱର ଆମକୁ ନୂଆ ଶକ୍ତି, ନୂଆ ବିଶ୍ୱାସ ଦେଉଛି ।
ସବକା ସାଥ-ସବକା ବିକାଶର ଏହି ମନ୍ତ୍ରକୁ ନେଇ ଚାଲିବା ଆରମ୍ଭ କରିଥିଲୁ, କିନ୍ତୁ ପାଞ୍ଚ ବର୍ଷ ଭିତରେ ହିଁ ଦେଶବାସୀ ସବକା ବିଶ୍ୱାସ (ସମସ୍ତଙ୍କ ପ୍ରତି ବିଶ୍ୱାସ)ର ରଙ୍ଗରେ ସମ୍ପୂର୍ଣ୍ଣ ପରିବେଶକୁ ରଙ୍ଗେଇ ଦେଲେ । ଏହି ସବକା ବିଶ୍ୱାସ ହିଁ ପାଞ୍ଚ ବର୍ଷରେ ସୃଷ୍ଟି ହେଲା ଯାହା ଆମକୁ ଆଗାମୀ ଦିନରେ ଆହୁରି ଅଧିକ ସାମର୍ଥ୍ୟ ସହିତ ଦେଶବାସୀଙ୍କ ସେବା କରିବାର ଲାଗି ଅନୁପ୍ରାଣିତ କରିଚାଲିବ ।
ଏହି ନିର୍ବାଚନରେ ମୁଁ ଦେଖିଛି ଏବଂ ମୁଁ ସେ ସମୟରେ ମଧ୍ୟ କହିଥିଲି- କେହି ରାଜନେତା ନିର୍ବାଚନ ଲଢ଼ୁନଥିଲେ କିମ୍ବା କୌଣସି ରାଜନୈତିକ ଦଳ ନିର୍ବାଚନ ଲଢ଼ୁନଥିଲା, ନା ମୋଦୀ, ନା ମୋଦୀଙ୍କ ସାଥୀ ନିର୍ବାଚନ ଲଢ଼ୁଥିଲେ, ଦେଶର ସାଧାରଣ ନାଗରିକ, ଜନତା ଜନାର୍ଦ୍ଦନ ନିର୍ବାଚନ ଲଢ଼ୁଥିଲା, 130 କୋଟି ଦେଶବାସୀ ନିର୍ବାଚନ ଲଢ଼ୁଥିଲେ, ନିଜ ସ୍ୱପ୍ନ ଲାଗି ଲଢ଼ୁଥିଲେ । ଗଣତନ୍ତ୍ରର ସଠିକ ସ୍ୱରୂପ ଏହି ନିର୍ବାଚନରେ ପ୍ରତିଫଳିତ ହୋଇଥିଲା ।
ମୋର ପ୍ରିୟ ଦେଶବାସୀ, ସମସ୍ୟାର ସମାଧାନ-ଏହା ସହିତ ସ୍ୱପ୍ନ, ସଂକଳ୍ପ ଏବଂ ସିଦ୍ଧିର ସମୟ- ଆମକୁ ଏବେ ସାଥୀ ହୋଇ ଚାଲିବାକୁ ହେବ । ଏହା ସ୍ପଷ୍ଟ ଯେ ସମସ୍ୟାର ଯେତେବେଳେ ସମାଧାନ ହୋଇଥାଏ, ତ’ ସ୍ୱାବଲମ୍ବନ ଭାବନା ସୃଷ୍ଟି ହୋଇଥାଏ । ସମାଧାନରୁ ସ୍ୱାବଲମ୍ବନ ଦିଗରେ ଗତି ବୃଦ୍ଧି ପାଏ । ଯେତେବେଳେ ସ୍ୱାବଲମ୍ବନ ହୋଇଥାଏ ତ’ ଆପେ ଆପେ ସ୍ୱାଭିମାନ ଉଜାଗର ହୋଇଥାଏ, ଆହୁରି ସ୍ୱାଭିମାନର ସାମର୍ଥ୍ୟ ଅଥିକ ହୋଇଥାଏ । ଆତ୍ମସମ୍ମାନର ସାମର୍ଥ୍ୟ ଅନ୍ୟସବୁଠାରୁ ମଧ୍ୟ ଅଧିକ ହୋଇଥାଏ, ଆହୁରି ଯେତେବେଳେ ସମାଧାନ ଥାଏ, ସଂକଳ୍ପ ଥାଏ, ସାମର୍ଥ୍ୟ ଥାଏ, ସ୍ୱାଭିମାନ ଥାଏ ତ’ ସଫଳତାରେ କୌଣସି ବାଧକ ରହିନଥାଏ । ଆଜି ଦେଶ ସେହି ସ୍ୱାଭିମାନ ସହିତ ସଫଳତାର ନୂଆ ଉଚ୍ଚତାକୁ ପାର କରିବା ଲାଗି, ଆଗକୁ ବଢ଼ିବା ଲାଗି ଦୃଢ଼-ନିଶ୍ଚୟ ହୋଇ ରହିଛି । ଯେତେବେଳେ ଆମେ ସମସ୍ୟାର ସମାଧାନ ଦେଖୁଥାଉ, ତ’ ଖଣ୍ଡିତ ଭାବେ ଚିନ୍ତା କରିବା ଅନୁଚିତ । ସମସ୍ୟା ଆସିବ, ପ୍ରଶଂସା ପାଇବା ଲାଗି ଥରେ ହାତ ମିଶାଇ ଛାଡ଼ିଦେବା ଏହି ଉପାୟରେ ଦେଶର ସ୍ୱପ୍ନକୁ ସାକାର କରିହେବ ନାହିଁ । ସମସ୍ୟାର ମୂଳୋତ୍ପାଟନ କରିବା ଲାଗି ଆମକୁ ପ୍ରୟାସ କରିବାକୁ ହେବ । ଆପଣମାନେ ଦେଖିଥିବେ ଆମର ମୁସଲିମ ଝିଅମାନେ, ଆମ ଭଉଣୀମାନେ, ସେମାନଙ୍କ ମୁଣ୍ଡ ଉପରେ ତିନି ତଲାକର ଖଣ୍ଡା ଝୁଲୁଥିଲା, ସେମାନେ ଡରି ଡରି ଜୀବନ ବିତାଉଥିଲେ । ତିନି ତଲାକର ଶିକାର ବୋଧହୁଏ ହୋଇନଥିବେ, କିନ୍ତୁ କେବେ ବି ତିନି ତଲାକର ଶିକାର ହେବେ, ଏହି ଭୟ ସେମାନଙ୍କୁ ବଂଚିବାକୁ ଦେଉନଥିଲା, ସେମାନଙ୍କୁ ନାଚାର କରି ଦେଉଥିଲା । ବିଶ୍ୱର ଅନେକ ଦେଶ, ଇସଲାମିକ ଦେଶ, ସେମାନେ ମଧ୍ୟ ଏହି କୁପ୍ରଥାକୁ ଆମ ଠାରୁ ବହୁପୂର୍ବରୁ ଉଚ୍ଛେଦ କରି ସାରିଛନ୍ତି, କିନ୍ତୁ କୌଣସି ନା କୌଣସି କାରଣରୁ ଆମର ଏହି ମୁସଲିମ ମା’-ଭଉଣୀମାନଙ୍କୁ ଅଧିକାର ଦେବାରେ ଆମେ ପଛଘୁଂଚା ଦେଉଥିଲୁ । ଯଦି ଏ ଦେଶରେ, ଆମେ ସତୀଦାହ ପ୍ରଥାକୁ ସମାପ୍ତ କରିପାରୁଛୁ, ଆମେ ଭ୍ରୂଣ ହତ୍ୟାକୁ ସମାପ୍ତ କରିବା ଲାଗି ଆଇନ ପ୍ରଣୟନ କରିପାରୁଛୁ, ଯଦି ଆମେ ବାଲ୍ୟବିବାହ ବିରୋଧରେ ସ୍ୱର ଉତ୍ତୋଳନ କରିପାରୁଛୁ, ଆମେ ଯୌତୁକ ପ୍ରଥା ବିରୋଧରେ କଠୋର ପଦକ୍ଷେପ ନେଇପାରୁଛୁ, ତ’ କାହିଁକି ଆମେ ତିନି ତଲାକ ବିରୋଧରେ ମଧ୍ୟ ସ୍ୱର ଉଠାଇବା ନାହିଁ । ତେଣୁ ସେଥିପାଇଁ ଭାରତୀୟ ଗଣତନ୍ତ୍ରର ଉତ୍ସାହକୁ ଧରି ରଖି, ଭାରତୀୟ ସମ୍ବିଧାନର ଭାବନା, ବାବା ସାହେବ ଆମ୍ବେଦକରଙ୍କ ଭାବନାକୁ ସମ୍ମାନ ଦେଇ, ଆମର ମୁସଲିମ ଭଉଣୀଙ୍କୁ ସମାନ ଅଧିକାର ମିଳୁ, ସେମାନଙ୍କ ଭିତରେ ମଧ୍ୟ ଏକ ନୂଆ ବିଶ୍ୱାସ ସୃଷ୍ଟି ହେଉ, ଭାରତର ବିକାଶ ଯାତ୍ରାରେ ମଧ୍ୟ ସେମାନେ ସକ୍ରିୟ ଭାଗୀଦାର ହୁଅନ୍ତୁ, ସେଥିପାଇଁ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲୁ । ଏହି ନିଷ୍ପତ୍ତିକୁ ରାଜନୀତିର ନିକିତିରେ ତଉଲିବା ଅନୁଚିତ, ଏହା ଶହ ଶହ ବର୍ଷ ପର୍ଯ୍ୟନ୍ତ ମା’-ଭଉଣୀଙ୍କ ଜୀବନ ରକ୍ଷାର ଗ୍ୟାରେଂଟି ଦେବ ।
ସେହିପରି ମୁଁ ଆଉ ଏକ ଉଦାହରଣ ଦେବା ଲାଗି ଚାହୁଁଛି- ଅନୁଚ୍ଛେଦ 370, 35 ଏ । କେଉଁ କାରଣ ଥିଲା? ଏ ସରକାରଙ୍କ ପରିଚୟ- ଆମେ ସମସ୍ୟାକୁ ଟାଳିନଥାଉ କିମ୍ବା ସମସ୍ୟାକୁ ପାଳି ମଧ୍ୟ ନଥାଉ । ଯେଉଁ କାମ ଗତ 70 ବର୍ଷରେ ହୋଇନଥିଲା, ନୂଆ ସରକାର ଗଠନ ହେବା ପରେ 70 ଦିନ ମଧ୍ୟରେ ଅନୁଚ୍ଛେଦ 370 ଏବଂ 35-ଏ ଉଚ୍ଛେଦ କରିବାର କାମ ଭାରତର ଦୁଇ ସଦନ ରାଜ୍ୟସଭା ଏବଂ ଲୋକସଭା, ଦୁଇ ତୃତୀୟାଂଶ ବହୁମତରେ ଅନୁମୋଦନ କଲା । ଏହାର ଅର୍ଥ ହେଉଛି ପ୍ରତ୍ୟେକଙ୍କ ମନରେ ଏ କଥା ଥିଲା, କିନ୍ତୁ ଆରମ୍ଭ କିଏ କରିବ, ଆଗକୁ କିଏ ଆସିବ, ବୋଧହୁଏ ଏହାକୁ ଅପେକ୍ଷା ଥିଲା ଏବଂ ଦେଶବାସୀ ମୋତେ ଏହି କାମ ଦେଲେ ତେଣୁ ଯେଉଁକାମ ଆପଣମାନେ ମୋତେ ଦେଲେ ତା’କୁ ମୁଁ କରିବା ଲାଗି ଆସିଛି । ମୋର ନିଜର କିଛି ନାହିଁ ।
ଆମେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ଦିଗରେ ମଧ୍ୟ ଆଗକୁ ବଢ଼ିଲୁ । 70 ବର୍ଷ ପ୍ରତ୍ୟେକ କିଛି ନା କିଛି ପ୍ରୟାସ କରିଛନ୍ତି, ପ୍ରତ୍ୟେକ ସରକାର କିଛି ନା କିଛି ପ୍ରୟାସ କରିଛନ୍ତି କିନ୍ତୁ ଆଶାନୁରୂପ ପରିଣାମ ମିଳିନଥିଲା । ତେଣୁ ଯଦି ଆଶାନୁରୂପ ପରିଣାମ ମିଳେ ନାହିଁ, ତ’ ନୂଆ ଭାବେ ଚିନ୍ତା କରିବା ଏବଂ ନୂଆ ପଦକ୍ଷେପ ନେବାର ଆବଶ୍ୟକତା ପଡ଼ିଥାଏ । ଆହୁରି ଜାମ୍ମୁ-କଶ୍ମୀର ଓ ଲଦାଖରେ ନାଗରିକମାନଙ୍କ ଆଶା-ଆକାଂକ୍ଷା ପୂରଣ ହେଉ, ଏହା ଆମ ସମସ୍ତଙ୍କ ଦାୟିତ୍ୱ । ସେମାନଙ୍କ ସ୍ୱପ୍ନକୁ ନୂଆ ଡେଣା ମିଳୁ, ଏହା ଆମ ସମସ୍ତଙ୍କର ଦାୟିତ୍ୱ । ତେଣୁ ସେଥିପାଇଁ 130 କୋଟି ଦେଶବାସୀଙ୍କୁ ଏହି ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ ଓ ଏହି ଦାୟିତ୍ୱକୁ ପୂରଣ କରିବା ଲାଗି ଯାହା ବାଧକ ଆଗକୁ ଆସିଛି, ସେଗୁଡ଼ିକକୁ ଦୂର କରିବା ଲାଗି ଆମେ ପ୍ରୟାସ କରିଛୁ ।
ଗତ 70 ବର୍ଷରେ ଏହି ବ୍ୟବସ୍ଥା ବିଚ୍ଛନ୍ନତାବାଦକୁ ବଳ ଯୋଗାଇଛି, ଆତଙ୍କବାଦକୁ ଜନ୍ମ ଦେଇଛି, ପରିବାରବାଦକୁ ପୋଷଣ କରିଛି ଏବଂ ଏକପ୍ରକାରରେ ଭ୍ରଷ୍ଟାଚାର ଓ ଭେଦଭାବର ମୂଳଦୁଆକୁ ସୁଦୃଢ଼ କରିବାର କାମ କରିଛି । ତେଣୁ ସେଥିପାଇଁ ସେଠାକାର ମହିଳାମାନଙ୍କୁ ଅଧିକାର ମିଳୁ । ସେଠାରେ ଥିବା ମୋର ଦଳିତ ଭାଇ-ଭଉଣୀମାନଙ୍କୁ, ଦେଶର ଦଳିତମାନଙ୍କୁ ଯେଉଁ ଅଧିକାର ମିଳୁଥିଲା, ତାହା ସେମାନଙ୍କୁ ମିଳିପାରୁନଥିଲା । ଆମ ଦେଶର ଜନଜାତି ସମୂହଙ୍କୁ, ଆଦିବାସୀଙ୍କୁ ଯେଉଁ ଅଧିକାର ମିଳୁଥିଲା, ତାହା ସେମାନଙ୍କୁ ମଧ୍ୟ ମିଳିବା ଉଚିତ । ସେଠାରେ ଆମର ଏପରି କେତେକ ସମାଜ ଓ ବ୍ୟବସ୍ଥାର ଲୋକମାନେ ଅଛନ୍ତି, ସେମାନେ ଗୁର୍ଜ୍ଜର ହୁଅନ୍ତୁ, ବକରୱାଲ ହୁଅନ୍ତୁ, ଗଦ୍ଦୀ ହୁଅନ୍ତୁ, ସିପ୍ପି ହୁଅନ୍ତୁ, ବାଲ୍ଟି ହୁଅନ୍ତୁ-ଏପରି ଅନେକ ଜନଜାତି, ସେମାନଙ୍କୁ ରାଜନୈତିକ ଅଧିକାର ମଧ୍ୟ ମିଳିବା ଉଚିତ । ଏହାକୁ ଦେବା ଦିଗରେ… ଆମେ ଆଶ୍ଚର୍ଯ୍ୟ ହୋଇଯିବା, ସେଠାକାର ଆମର ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନଙ୍କ ଉପରେ ଆଇନଗତ କଟକଣା ଲଗାଇ ଦିଆଯାଇଥିଲା । ସେମାନଙ୍କ ସ୍ୱପ୍ନକୁ ଦଳିମକଚି ଦିଆଯାଇଥିଲା । ଆଜି ଆମେ ସେମାନଙ୍କୁ ଏହି ସ୍ୱାଧୀନତା ଦେବାର କାମ କରିଛୁ ।
ଭାରତର ବିଭାଜନ ହେଲା, ଲକ୍ଷ ଲକ୍ଷ କୋଟି କୋଟି ଲୋକ ବିସ୍ଥାପିତ ହୋଇ ଆସିଥିଲେ, ସେମାନଙ୍କର କିଛି ଦୋଷ ନଥିଲା, କିନ୍ତୁ ଯେଉଁ ଜାମ୍ମୁ-କଶ୍ମୀରରେ ଆସି ରହିଲେ, ସେମାନଙ୍କୁ ମାନବ ଅଧିକାର ମଧ୍ୟ ମିଳିଲା ନାହିଁ, ନାଗରିକଙ୍କ ଅଧିକାର ମଧ୍ୟ ମିଳିଲା ନାହିଁ । ଜାମ୍ମୁ-କଶ୍ମୀର ଭିତରେ ମୋର ପାହାଡ଼ି ଭାଇ-ଭଉଣୀମାନେ ମଧ୍ୟ ଅଛନ୍ତି । ସେମାନଙ୍କର ମଧ୍ୟ ଚିନ୍ତା କରିବାର ଦିଗରେ ଆମେ ପଦକ୍ଷେପ ନେବାକୁ ଚାହୁଁଛୁ ।
ମୋର ପ୍ରିୟ ଦେଶବାସୀ, ଜାମ୍ମୁ-କଶ୍ମୀର ଏବଂ ଲଦାଖର ସୁଖ-ସମୃଦ୍ଧି ଏବଂ ଶାନ୍ତି ଭାରତ ଲାଗି ପ୍ରେରଣା ହୋଇପାରିବ । ଭାରତର ବିକାଶ ଯାତ୍ରାରେ ବହୁତ ବଡ଼ ଯୋଗଦାନ ଦେଇପାରିବ । ଏହାର ସେହି ପୁରୁଣା ଦିନଗୁଡ଼ିକୁ ଫେରାଇ ଦେବା ଲାଗି ଆମେ ସମସ୍ତେ ପ୍ରୟାସ କରିବା । ସେହି ପ୍ରୟାସକୁ ନେଇ ଏ ଯେଉଁ ନୂଆ ବ୍ୟବସ୍ଥା ସୃଷ୍ଟି ହୋଇଛି ତାହା ସିଧାସଳଖ ନାଗରିକମାନଙ୍କ ସ୍ୱାର୍ଥ ଲାଗି କାମ କରିବାର ସୁବିଧା ସୃଷ୍ଟି କରିବ । ଏବେ ଦେଶର, ଜାମ୍ମୁ-କଶ୍ମୀରର ସାଧାରଣ ନାଗରିକ ମଧ୍ୟ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିପାରିବେ । ସେମାନଙ୍କୁ ମଝିରେ କୌଣସି ବାଧା ସୃଷ୍ଟି ହେବ ନାହିଁ । ଏହି ସିଧାସଳଖ ବ୍ୟବସ୍ଥା ଆଜି ଆମେ କରିପାରିଛୁ । କିନ୍ତୁ ଯେତେବେଳେ ସାରା ଦେଶ, ସମସ୍ତ ରାଜନୈତିକ ଦଳ ଭିତରେ ମଧ୍ୟ, କୌଣସି ଗୋଟିଏ ମଧ୍ୟ ରାଜନୈତିକ ଦଳ ଅପବାଦ ମୁଣ୍ଡାଇ ନାହିଁ, ଅନୁଚ୍ଛେଦ 370, 35-ଏକୁ ଉଚ୍ଛେଦ କରିବା ଲାଗି କେହି ସ୍ପଷ୍ଟ ଭାବେ ତ’ ଆଉ କିଏ ମୁକ ଭାବେ ସମର୍ଥନ ଦେଉଛି । କିନ୍ତୁ ରାଜନୀତିର ଗଳିକନ୍ଦିରେ ନିର୍ବାଚନର ନିକିତି ତଉଲୁଥିବା କିଛି ଲୋକ 370 ସପକ୍ଷରେ କିଛି ନା କିଛି କହୁଛନ୍ତି । ଯେଉଁମାନେ 370 ସପକ୍ଷରେ ଓକିଲାତି କରୁଛନ୍ତି, ସେମାନଙ୍କୁ ଦେଶ ପଚାରୁଛି, ଯଦି ଏହି ଅନୁଚ୍ଛେଦ 370, ଏହି 35 ଏ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା, ଏତେ ଅନିବାର୍ଯ୍ୟ ଥିଲା, ଏହା ଜରିଆରେ ହିଁ ଭାଗ୍ୟ ବଦଳିବାର ଥିଲା ତ’ 70 ବର୍ଷ ପର୍ଯ୍ୟନ୍ତ ଏତେ ଅଧିକ ବହୁମତ ପାଇ ସୁଦ୍ଧା ଆପଣମାନେ ଏହାକୁ ସ୍ଥାୟୀ କଲେ ନାହିଁ କାହିଁକି? ଅସ୍ଥାୟୀ କାହିଁକି କରି ରଖିଲେ? ଯଦି ଏତେ ବିଶ୍ୱାସ ଥିଲା, ତ’ ଆଗକୁ ଆସିଥାନ୍ତେ ଏବଂ ସ୍ଥାୟୀ କରି ଦେଇଥାନ୍ତେ । କିନ୍ତୁ ଏହାର ଅର୍ଥ ଏହା ଯେ, ଆପଣ ମଧ୍ୟ ଜାଣିଥିଲେ ଯାହା ହୋଇଛି ତାହା ଠିକ ନୁହେଁ । କିନ୍ତୁ ସଂଶୋଧନ କରିବା ଲାଗି ଆପଣଙ୍କ ପାଖରେ ସାହସ ନାହିଁ, ମନୋବଳ ନାହିଁ । ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ କିମ୍ବା ଚିହ୍ନ ଲାଗିଥାଏ । ମୋ ପାଇଁ ଦେଶର ଭବିଷ୍ୟତ ହିଁ ସବୁକିଛି, ରାଜନୈତିକ ଭବିଷ୍ୟତ କିଛି ନୁହେଁ ।
ଆମ ସମ୍ବିଧାନ ନିର୍ମାତାମାନେ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ମହାପୁରୁଷମାନେ ଦେଶର ଏକତା ଲାଗି, ରାଜନୈତିକ ଏକତ୍ରୀକରଣ ଲାଗି ସେହି କଠିନ ସମୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ, ସାହସର ସହିତ ନିଷ୍ପତ୍ତି ନେଇଥିଲେ । ଦେଶର ଏକତ୍ରୀକରଣ ପାଇଁ ସଫଳ ପ୍ରୟାସ କରିଥିଲେ । କିନ୍ତୁ ଅନୁଚ୍ଛେଦ 370 କାରଣରୁ 35-ଏ କାରଣରୁ କେତେକ ବାଧା ଉତ୍ପନ୍ନ ହୋଇଥିଲା ।
ଆଜି ଲାଲ କିଲ୍ଲାରୁ ମୁଁ ଯେତେବେଳେ ରାଷ୍ଟ୍ରକୁ ସମ୍ବୋଧିତ କରୁଛି, ମୁଁ ଏହା ଗର୍ବର ସହିତ କହୁଛି ଯେ ଆଜି ପ୍ରତ୍ୟେକ ଭାରତବାସୀ କହିପାରିବ-ଏକ ରାଷ୍ଟ୍ର, ଏକ ସମ୍ବିଧାନ । ଆମେ ସର୍ଦ୍ଦାର ସାହବଙ୍କ ଏକ ଭାରତ-ଶ୍ରେଷ୍ଠ ଭାରତ, ଏହି ସ୍ୱପ୍ନକୁ ଚରିତାର୍ଥ କରିବାରେ ଲାଗିଛୁ । ତେଣୁ ଏହା ସ୍ପଷ୍ଟ ଯେ ଆମେ ଏପରି ବ୍ୟବସ୍ଥା ବିକଶିତ କରିବୁ ଯାହା ଦେଶର ଏକତାକୁ ବଳ ଦେବ, ଦେଶକୁ ଯୋଡ଼ିବା ଲାଗି ଦୃଢ଼ ଶକ୍ତି ଭାବେ ଉଭା ହୋଇ ଆସିବ, ଆହୁରି ଏହି ପ୍ରକ୍ରିୟା ନିରନ୍ତର ଚାଲିବା ଉଚିତ । ଏହା ଗୋଟିଏ ସମୟ ପାଇଁ ନୁହେଁ, ଅବିରାମ ହେବା ଉଚିତ ।
ଜିଏସଟି ମାଧ୍ୟମରେ ଆମେ ଏକ ରାଷ୍ଟ୍ର, ଏକ ଟିକସ, ଏହି ସ୍ୱପ୍ନକୁ ସାକାର କରିଛୁ । ସେହିପରି ବିଗତ ଦିନରେ ଶକ୍ତି କ୍ଷେତ୍ରରେ ଏକ ରାଷ୍ଟ୍ର, ଏକ ଗ୍ରୀଡ ଏହି କାମକୁ ମଧ୍ୟ ଆମେ ସଫଳତା ପୂର୍ବକ କରିପାରିଛୁ ।
ସେହିପରି ଏକ ରାଷ୍ଟ୍ର, ଏକ ପରିବହନ କାର୍ଡ-ଏହି ବ୍ୟବସ୍ଥାକୁ ମଧ୍ୟ ଆମେ ବିକଶିତ କରିଛୁ । ଆହୁରି ଆଜି ଦେଶରେ ବ୍ୟାପକ ଭାବେ ଆଲୋଚନା ହେଉଛି ଯେ, “ଏକ ଦେଶ, ଏକ ସଙ୍ଗେ ନିର୍ବାଚନ” । ଏହି ଆଲୋଚନା ହେବା ଉଚିତ, ଗଣତାନ୍ତ୍ରିକ ଢଙ୍ଗରେ ହେବା ଉଚିତ ଏବଂ କେବେ ନା କେବେ “ଏକ ଭାରତ-ଶ୍ରେଷ୍ଠ ଭାରତ” ସ୍ୱପ୍ନକୁ ସାକାର କରିବା ଲାଗି ଏପରି ଆହୁରି ଅନେକ ନୂଆକଥାଗୁଡ଼ିକୁ ଆମକୁ ଯୋଡ଼ିବାକୁ ହେବ ।
ମୋର ପ୍ରିୟ ଦେଶବାସୀ, ଦେଶକୁ ନୂତନ ଉଚ୍ଚତା ପାର କରିବାକୁ ହେବ, ଦେଶକୁ ବିଶ୍ୱରେ ନିଜର ସ୍ଥାନ ପ୍ରତିଷ୍ଠିତ କରିବାକୁ ହେବ । ତେଣୁ ଆମକୁ ଆମ ଘରେ ଦାରିଦ୍ର୍ୟମୁକ୍ତିର ଭାବନାକୁ ବଳ ଦେବାକୁ ହେବ । ଏହା କାହା ପାଇଁ ଉପକାର ନୁହେଁ । ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଲାଗି, ଆମକୁ ଦାରିଦ୍ର୍ୟରୁ ମୁକ୍ତ ହେବାକୁ ହେବ । ଗତ ପାଞ୍ଚ ବର୍ଷରେ ଦାରିଦ୍ର୍ୟ ହ୍ରାସ କରିବାର ଦିଗରେ, ଲୋକମାନେ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି, ଅନେକ ସଫଳ ପ୍ରୟାସ ହୋଇଛି । ପୂର୍ବ ତୁଳନାରେ ଅଧିକ ଦ୍ରୁତ ଗତିରେ ଏବଂ ଅଧିକ ବ୍ୟାପକତାର ସହିତ ଏ ଦିଗରେ ସଫଳତା ମିଳିଛି । ତଥାପି ଗରିବ ବ୍ୟକ୍ତି, ସମ୍ମାନ ଯଦି ତାକୁ ମିଳିଯାଏ, ତା’ର ସ୍ୱାଭିମାନ ଜାଗ୍ରତ ହୋଇଥାଏ ତ’ ସେ ଦାରିଦ୍ର୍ୟ ସହ ଲଢ଼ିବା ସରକାରଙ୍କୁ ଅପେକ୍ଷା କରିବ ନାହିଁ । ନିଜ ସାମର୍ଥ୍ୟ ବଳରେ ଦାରିଦ୍ର୍ୟକୁ ପରାସ୍ତ କରିବା ଲାଗି ଆଗେଇ ଆସିବ । ଆମ ଭିତରେ ଯଦି କାହା ନିକଟରେ ପ୍ରତିକୂଳ ପରିସ୍ଥିତି ସହ ଲଢ଼ିବାର ସବୁଠୁ ଅଧିକ ଶକ୍ତି ଥାଏ, ତେବେ ସେମାନେ ହେଉଛନ୍ତି ଆମର ଗରିବ ଭାଇ-ଭଉଣୀମାନେ । ଯେତେ ଅଧିକ ଶୀତ ହେଉଥାଉ, ସେମାନେ ହାତ ମୁଠା କରି ଜୀବନ ନିର୍ବାହ କରିପାରିବେ । ସେମାନଙ୍କ ଭିତରେ ଏହି ସାମର୍ଥ୍ୟ ଅଛି । ଆସନ୍ତୁ ସେହି ସାମର୍ଥ୍ୟର ଆମେ ପୂଜାରୀ ହେବା ଏବଂ ଏଥିପାଇଁ ସେମାନଙ୍କ ଦୈନନ୍ଦିନ ଜୀବନରେ ରହିଥିବା ସମସ୍ୟାକୁ ଆମେ ଦୂର କରିବା ।
କେଉଁ କାରଣରୁ ମୋର ଗରିବ ଦେଶବାସୀଙ୍କ ନିକଟରେ ଶୌଚାଳୟ ନଥିବ, ଘରେ ବିଦ୍ୟୁତ ସଂଯୋଗ ନଥିବ, ରହିବା ଲାଗି ପକ୍କା ଘର ନଥିବ, ପାଣି ସୁବିଧା ନଥିବ, ବ୍ୟାଙ୍କରେ ଖାତା ନଥିବ, ଋଣ ନେବା ଲାଗି ସାହୁକାରଙ୍କ ଘରକୁ ଯାଇ ଏକ ପ୍ରକାରରେ ସବୁକିଛି ବନ୍ଧା ରଖିବାକୁ ପଡ଼ୁଥିବ । ଆସନ୍ତୁ ଗରିବଙ୍କ ଆତ୍ମସମ୍ମାନ, ଆତ୍ମ ବିଶ୍ୱାସକୁ, ସେମାନଙ୍କୁ ସ୍ୱାଭିମାନକୁ ହିଁ ଆଗକୁ ବଢ଼ାଇବା ଲାଗି, ସାମର୍ଥ୍ୟ ଦେବା ଲାଗି ଆମେ ପ୍ରୟାସ କରିବା ।
ଭାଇ ଓ ଭଉଣୀମାନେ, ସ୍ୱାଧୀନତାର 70 ବର୍ଷ ବିତିସାରିଛି । ଅନେକ କାମ ସବୁ ସରକାର ନିଜ ନିଜ ଢଙ୍ଗରେ କରିଛନ୍ତି । ସରକାର ଯେକୌଣସି ଦଳର ହୋଇଥା’ନ୍ତୁ ନା କାହିଁକି, କେନ୍ଦ୍ର କିମ୍ବା ରାଜ୍ୟ ସରକାର ହୁଅନ୍ତୁ, ପ୍ରତ୍ୟେକ ନିଜ ନିଜ ଢଙ୍ଗରେ ପ୍ରୟାସ କରିଛନ୍ତି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଆଜି ହିନ୍ଦୁସ୍ତାନରେ ପାଖାପାଖି ଏପରି ଅଧା ଘର ରହିଛି, ଯେଉଁ ଘରେ ପିଇବା ପାଇଁ ପାଣି ନାହିଁ । ସେମାନଙ୍କୁ ପିଇବା ପାଣି ପାଇବା ଲାଗି କଠିନ ପରିଶ୍ରମ କରିବାକୁ ପଡ଼ୁଛି । ମା’-ଭଉଣୀମାନଙ୍କୁ ମୁଣ୍ଡରେ ବୋଝ ଉଠାଇ, ଦୁଇ ଦୁଇଟି, ତିନି ତିନୋଟି ମାଠିଆ ବୋହି ପାଞ୍ଚ ପାଞ୍ଚ କିମି ଯିବାକୁ ପଡ଼ୁଛି । ଜୀବନର ଅନେକ ସମୟ କେବଳ ପାଣି ପାଇଁ ନଷ୍ଟ ହେଉଛି ତେଣୁ ସେଥିପାଇଁ ଏ ସରକାର ଏକ ସ୍ୱତନ୍ତ୍ର କାମ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ତାହା ହେଉଛି-ଆମର ପ୍ରତ୍ୟେକ ଘର ନିକଟକୁ ପାଣି କିପରି ପହଁଚିବ? ପ୍ରତ୍ୟେକ ଘରକୁ କେମିତି ପାଣି ମିଳିବ? ପିଇବା ଲାଗି କେମିତି ବିଶୁଦ୍ଧ ପାଣି ମିଳିବ? ତେଣୁ ସେଥିାପାଇଁ ଆଜି ମୁଁ ଲାଲକିଲ୍ଲାରୁ ଘୋଷଣା କରୁଛି ଯେ ଆମେ ଆଗାମୀ ଦିନରେ ଜଳ-ଜୀବନ ମିଶନକୁ ଆଗେଇ ନେବୁ । ଏହି ଜଳ ଜୀବନ ମିଶନ, ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବୁ ଏବଂ ଆଗାମୀ ବର୍ଷଗୁଡ଼ିକରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ ଅର୍ଥ ଏହି ଜଳ-ଜୀବନ ମିଶନ ଲାଗି ଖର୍ଚ୍ଚ କରିବାର ଲାଗି ଆମେ ସଂକଳ୍ପ ନେଇଛୁ । ଜଳ ସଂଚୟ ହେଉ, ଜଳ ସିଂଚନ ହେଉ, ବର୍ଷାର ବୁନ୍ଦା ବୁନ୍ଦା ଜଳକୁ ସଂରକ୍ଷଣ କାମ ହେଉ, ସମୁଦ୍ର ପାଣିକୁ କିମ୍ବା ବର୍ଜ୍ୟ ଜଳକୁ ବିଶୁଦ୍ଧିକରଣ କରିବା ବିଷୟ ହେଉ, କୃଷକଙ୍କ ପାଇଁ “ପ୍ରତ୍ୟେକ ବୁନ୍ଦା, ଅଧିକ ଫସଲ’, କ୍ଷୁଦ୍ର ଜଳସେଚନ କାମ ହେଉ, ପାଣି ସଂଚୟ ଅଭିଯାନ ହେଉ, ପାଣି ପ୍ରତି ସାଧାରଣରୁ ସାଧାରଣ ନାଗରିକ ସଚେତନ ହୁଅନ୍ତୁ, ସମ୍ବେଦନଶୀଳ ହୁଅନ୍ତୁ, ପାଣିର ଗୁରୁତ୍ୱକୁ ବୁଝନ୍ତୁ, ଆମର ଶିକ୍ଷା ଫର୍ମରେ ମଧ୍ୟ ପିଲାମାନଙ୍କୁ ବାଲ୍ୟକାଳରୁ ହିଁ ପାଣିର ଗୁରୁତ୍ୱ ବିଷୟରେ ଶିକ୍ଷା ଦିଆଯିବା ଜରୁରି । ପାଣି ସଂଗ୍ରହ ଲାଗି, ପାଣି ଉତ୍ସଗୁଡ଼ିକର ପୁନରୁଦ୍ଧାର ଲାଗି ଆମେ ଲଗାତାର ପ୍ରୟାସ କରିବା ଏବଂ ଆମେ ଏହି ବିଶ୍ୱାସର ସହିତ ଆଗକୁ ବଢ଼ିବା ଯେ ପାଣି କ୍ଷେତ୍ରରେ ଗତ 70 ବର୍ଷରେ ଯେଉଁ କାମ ହୋଇଛି, ଆମକୁ 5 ବର୍ଷରେ ଚାରିଗୁଣାରୁ ମଧ୍ୟ ଅଧିକ ସେହି କାମ କରିବାକୁ ହେବ । ଏବେ ଆମେ ଅଧିକ ଅପେକ୍ଷା କରିପାରିବା ନାହିଁ ଏବଂ ଏ ଦେଶର ମହାନ ସନ୍ଥ, ଶହ ଶହ ବର୍ଷ ପୂର୍ବରୁ, ସନ୍ଥ ତିରଭଲ୍ଲୁଭର ଜୀ ମଧ୍ୟ ସେ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ, ଶହ ଶହ ବର୍ଷ ପୂର୍ବେ, ସେତେବେଳେ ତ’ ବୋଧହୁଏ କେହି ପାଣିର ସଂକଟ ବିଷୟରେ ଚିନ୍ତା ମଧ୍ୟ କରିନଥିବ, ପାଣିର ଗୁରୁତ୍ୱ ବିଷୟରେ ମଧ୍ୟ କେହି ବିଚାର କରିନଥିବେ, ସନ୍ଥ ତିରୁଭଲ୍ଲୁଭର କହିଥିଲେ- “ନୀର ଇଣ୍ଡ୍ରି ଅମିୟାଦୁ, ଉଲ୍ଗ : , ନୀର ଇଣ୍ଡ୍ରି ଅମିୟାଦୁ, ଉଲ୍ଗ:”, ଅର୍ଥାତ ଯେତେବେଳେ ପାଣି ଶେଷ ହୋଇଥାଏ ତ’ ପ୍ରକୃତିର କାର୍ଯ୍ୟ ଅଟକିଯାଇଥାଏ । ଏକପ୍ରକାରର ବିନାଶ ଆରମ୍ଭ ହୋଇଥାଏ ।
ମୋର ଜନ୍ମ ଗୁଜରାଟରେ ହୋଇଥିଲା, ଗୁଜରାଟରେ ଏକ ତୀର୍ଥ କ୍ଷେତ୍ର ଅଛି ମହୁଡି, ଯାହା ଉତ୍ତର ଗୁଜରାଟରେ ରହିଛି । ଜୈନ ସମୁଦାୟର ଲୋକମାନେ ସେଠାକୁ ଯିବାଆସିବା କରିଥାନ୍ତି । ଆଜକୁ ପ୍ରାୟ 100 ବର୍ଷ ତଳେ ସେଠାରେ ଜଣେ ଜୈନ ମୁନି ଥିଲେ, ସେ କୃଷକଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । କୃଷକ ଥିଲେ, ଜମିରେ କାମ କରୁଥିଲେ କିନ୍ତୁ ଜୈନ ପରମ୍ପରା ସହିତ ଯୋଡ଼ି ହୋଇ ସେ ଦିକ୍ଷିତ ହୋଇଥିଲେ ଏବଂ ଜୈନମୁନି ହୋଇଥିଲେ ।
ପାଖାପାଖି 100 ବର୍ଷ ପୂର୍ବରୁ ସେ ଲେଖିଯାଇଛନ୍ତି । ବୁଦ୍ଧି ସାଗର ଜୀ ମହରାଜ ଲେଖିଛନ୍ତି ଯେ ଏମିତି ଏକ ଦିନ ଆସିବ, ଯେତେବେଳେ ପାଣି ତେଜରାତି ଦୋକାନରେ ବିକ୍ରି ହେବ । ଆପଣମାନେ କଳ୍ପନା କରିପାରିବେ ନାହିଁ ଯେ 100 ବର୍ଷ ପୂର୍ବେ ଜଣେ ସନ୍ଥ କହିଯାଇଥିଲେ ପାଣି ତେଜରାତି ଦୋକାନରେ ମିଳିବ ଏବଂ ଆଜି ଆମେ ପିଇବା ପାଣି ତେଜରାତି ଦୋକାନରୁ କିଣୁଛୁ । ଆମେ କେଉଁଠାରୁ କେଉଁଠିକୁ ଆସି ପହଁଚିଛନ୍ତି ।
ମୋର ପ୍ରିୟ ଦେଶବାସୀ, ଆମେ ଥକିବା ନାହିଁ, ନା ଆମେ ଅଟକିଯିବା, ଆମେ ଅଟକିବା ନାହିଁ କିମ୍ବା ଆଗକୁ ବଢ଼ିବା ଲାଗି ପଛଘୁଂଚା ଦେବା । ଏହି ଅଭିଯାନ ସରକାରଙ୍କର ହେବା ଅନୁଚିତ । ଜଳ ସଂଚୟର ଏହି ଅଭିଯାନ, ଯେପରି ସ୍ୱଚ୍ଛତାର ଅଭିଯାନ ଚାଲିଥିଲା, ଜନସାଧାରଣଙ୍କ ଅଭିଯାନ ହେବା ଉଚିତ । ଜନସାଧାରଣଙ୍କ ଆଦର୍ଶକୁ ନେଇ, ଜନସାଧାରଣଙ୍କ ଆଶାଆକାଂକ୍ଷାକୁ ନେଇ ଜନସାଧାରଣଙ୍କ ସାମର୍ଥ୍ୟକୁ ନେଇ ଆମକୁ ଆଗକୁ ବଢ଼ିବାକୁ ହେବ ।
ମୋର ପ୍ରିୟ ଦେଶବାସୀ, ଏବେ ଆମ ଦେଶ ସେହି ସମୟରେ ପହଁଚିଛି ଯେଉଁ ସମୟରେ ଅନେକ କଥା ଏବେ ଆମକୁ ଲୁଚାଇ ରଖିବାର ଆବଶ୍ୟକତା ନାହିଁ । ଆହ୍ୱାନକୁ ସାମ୍ନାସାମ୍ନି ମୁକାବିଲା କରିବାର ଆବଶ୍ୟକତା ରହିଛି । କେବେ କେବେ ରାଜନୈତିକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଆମେ ନିଷ୍ପତ୍ତି ନେଇଥାଉ, କିନ୍ତୁ ଏହାଦ୍ୱାରା ଦେଶର ପରବର୍ତ୍ତୀ ପିଢ଼ି କ୍ଷତିଗ୍ରସ୍ତ ହୋଇଥାଏ ।
ସେପରି ଏକ ବିଷୟ ହେଉଛି ଯାହାକୁ ମୁଁ ଆଜି ଲାଲକିଲ୍ଲାରୁ ସ୍ପଷ୍ଟ କରିବାକୁ ଚାହୁଁଛି । ଏବଂ ସେହି ବିଷୟ ହେଉଛି, ଆମ ଏଠି ଦେଖିବାକୁ ମିଳୁଥିବା ବ୍ୟାପକ ଜନସଂଖ୍ୟା ବିସ୍ଫୋରଣ । ଏହି ଜନସଂଖ୍ୟା ବିସ୍ଫୋରଣ ଆମ ପାଇଁ, ଆମର ଆଗାମୀ ପିଢ଼ି ପାଇଁ ଅନେକ ନୂଆ ସଂକଟ ସୃଷ୍ଟି କରିବ କିନ୍ତୁ ଏ କଥା ସ୍ୱୀକାର କରିବାକୁ ହେବ ଯେ ଆମେ ଦେଶରେ ଏକ ସଚେତନ ବର୍ଗ ରହିଛି, ଯେଉଁମାନେ ଏକଥାକୁ ଭଲ ଭାବେ ଚିନ୍ତା କରିଥାନ୍ତି ଯେ ଆମେ ସେମାନଙ୍କ ପ୍ରତି ଅନ୍ୟାୟ କରିବୁ ନାହିଁ ତ? ତାର ଯେଉଁ ମାନବୀୟ ଆବଶ୍ୟକତା ରହିଛି ତାର ପୂର୍ତ୍ତି ମୁଁ ପରିପାରିବି କି ନାହିଁ, ତା’ର ଯେଉଁ ସ୍ୱପ୍ନ ରହିଛି, ସେ ସ୍ୱପ୍ନକୁ ପୂରଣ କରିବାରେ ମୁଁ ନିଜ ଭୂମିକା ନିର୍ବାହ କରିପାରିବି କି ନାହିଁ । ଏ ସମସ୍ତ ଦିଗରୁ ନିଜ ପରିବାରର ଭାଗ୍ୟଭବିଷ୍ୟତ ନେଇ ଆମ ଦେଶରେ ଆଜି ମଧ୍ୟ ନିଜସ୍ୱ ପ୍ରେରଣାରେ ଏକ ଛୋଟ ବର୍ଗ ପରିବାକୁକୁ ସୀମିତ ରଖି, ନିଜ ପରିବାରର ମଧ୍ୟ କଲ୍ୟାଣ କରୁଛି ଏବଂ ଦେଶର କଲ୍ୟାଣରେ ବହୁତ ବଡ଼ ଯୋଗଦାନ ଦେଉଛି । ଏମାନେ ସମସ୍ତେ ସମ୍ମାନର ଅଧିକାରୀ ଅଟନ୍ତି, ଏମାନେ ଆଦରର ଅଧିକାରୀ ଅଟନ୍ତି । ଛୋଟ ପରିବାର ଥାଇ ମଧ୍ୟ ସେମାନେ ଦେଶ ଭକ୍ତିକୁ ହିଁ ପ୍ରକଟ କରୁଛନ୍ତି । ସେମାନେ ଦେଶଭକ୍ତିକୁ ଅଭିବ୍ୟକ୍ତ କରୁଛନ୍ତି । ମୁଁ ଚାହିଁବି ଯେ ଆମେ ସମସ୍ତେ ସମାଜର ଲୋକ ଏମାନଙ୍କ ଜୀବନକୁ ଭଲ ଭାବେ ଦେଖିବା ଯେ ସେମାନେ ନିଜ ପରିବାରରେ ଜନସଂଖ୍ୟା ବୃଦ୍ଧିରୁ ନିଜକୁ ସୁରକ୍ଷିତ ରଖି ପରିବାରର କେତେବଡ଼ ସେବା କରିଛନ୍ତି । ଦେଖୁ ଦେଖୁ ଗୋଟିଏ ଦୁଇ ପିଢ଼ି ନୁହେଁ, ପରିବାର କିପରି ଆଗକୁ ବଢ଼ିଚାଲିଛି, ପିଲାମାନେ କିପରି ଶିକ୍ଷା ପାଇଛନ୍ତି, ସେ ପରିବାର ରୋଗରୁ ମୁକ୍ତ କିପରି ହୋଇଛି, ସେସହି ପରିବାର ନିଜ ପ୍ରାଥମିକ ଆବଶ୍ୟକତାକୁ କିପରି ଭଲ ଭାବେ ପୂରଣ କରୁଛି । ଆମେ ମଧ୍ୟ ସେମାନଙ୍କ ଠାରୁ ଶିଖିବା ଏବଂ ଆମ ଘରେ କେହି ଶିଶୁ ଆସିବା ପୂର୍ବରୁ ଆମେ ଚିନ୍ତା କରିବା ଯେ ଯେଉଁ ଶିଶୁ ଆମ ଘରକୁ ଆସିବ, ତା’ର ଆବଶ୍ୟକତା ପୂରଣ କରିବା ଲାଗି ଆମେ କ’ଣ ନିଜକୁ ପ୍ରସ୍ତୁତ କରିଛୁ? ମୁଁ କ’ଣ ତା’କୁ ସମାଜ ଭରସାରେ ଛାଡ଼ିଦେବି? ମୁଁ ତା’କୁ ତା’ର ଭାଗ୍ୟ ଉପରେ ଛାଡ଼ିଦେବି? ଏମିତି କେହି ବାପା-ମା’ ନଥିବେ ଯିଏ ନିଜର ସନ୍ତାନଙ୍କୁ ଜନ୍ମ ଦେବା ପରେ ତା’କୁ ଏପରି ଜୀବନ ଜିଇଁବା ଲାଗି ନାଚାର ଛାଡ଼ିଦେବେ । ତେଣୁ ଏକ ସାମାଜିକ ସଚେତନତାର ଆବଶ୍ୟକତା ରହିଛି ।
ଯେଉଁ ଲୋକମାନେ ଏହି ବହୁତ ବଡ଼ ଭୂମିକା ନିର୍ବାହ କରିଛନ୍ତି, ସେମାନଙ୍କ ସମ୍ମାନର ଆବଶ୍ୟକତା ରହିଛି, ତେଣୁ ସେମାନଙ୍କ ପ୍ରୟାସର ଉଦାହରଣକୁ ନେଇ ସମାଜର ବାକି ବର୍ଗ, ଯେଉଁମାନେ ଏବେ ସେଥିରୁ ବାହାରେ ଅଛନ୍ତି, ସେମାନଙ୍କୁ ଯୋଡ଼ି ଜନସଂଖ୍ୟା ବିସ୍ଫୋରଣ-ଏହାର ଆମକୁ ଚିନ୍ତା କରିବାକୁ ହେବ ।
ସରକାରଙ୍କୁ ମଧ୍ୟ ଭିନ୍ନ ଭିନ୍ନ ଯୋଜନା ଅନ୍ତର୍ଗତ ଆଗେଇ ଆସିବାକୁ ହେବ । ରାଜ୍ୟ ସରକାର ହୁଅନ୍ତୁ, କେନ୍ଦ୍ର ସରକାର ହୁଅନ୍ତୁ-ପ୍ରତ୍ୟେକଙ୍କୁ ଏହି ଦାୟିତ୍ୱକୁ ନିର୍ବାହ କରିବା ଲାଗି କାନ୍ଧରେ କାନ୍ଧ ମିଶାଇ ଚାଲିବାକୁ ହେବ । ଆମେ ଅସୁସ୍ଥ ସମାଜ ବିଷୟରେ ଚିନ୍ତା କରିପାରିବା ନାହିଁ, ଆମେ ଅଶିକ୍ଷିତ ସମାଜ ବିଷୟରେ ଚିନ୍ତା କରିପାରିବା ନାହିଁ । ଏକବିଂଶ ଶତାବ୍ଦୀର ଭାରତରେ ସ୍ୱପ୍ନ ପୂରଣ କରିବାର ସାମର୍ଥ୍ୟ ବ୍ୟକ୍ତି ଠାରୁ ଆରମ୍ଭ ହୋଇଥାଏ, ପରିବାର ଠାରୁ ଆରମ୍ଭ ହୋଇଥାଏ କିନ୍ତୁ ଯଦି ଜନସଂଖ୍ୟା ଶିକ୍ଷିତ ନୁହନ୍ତି, ସୁସ୍ଥ ନୁହନ୍ତି, ତ’ ସେ ଘର ସୁଖୀ ହୋଇପାରିନଥାଏ କି ସେ ଦେଶ ସୁଖୀ ହୋଇପାରିନଥାଏ ।
ଜନସଂଖ୍ୟା ଶିକ୍ଷିତ ହେଉ, ସାମର୍ଥ୍ୟବାନ ହେଉ, ଦକ୍ଷ ହେଉ ଏବଂ ନିଜ ଇଚ୍ଛା ଓ ଆବଶ୍ୟକତାକୁ ପୂରଣ କରିବା ଲାଗି, ଉପଯୁକ୍ତ ପରିବେଶ ହାସଲ କରିବା ଲାଗି ସମ୍ବଳ ଉପଲବ୍ଧ ହେଉ, ତ’ ମୁଁ ଭାବୁଛି ଯେ ଦେଶ ଏସବୁ କଥାକୁ ପୂରଣ କରିପାରିବ ।
ମୋର ପ୍ରିୟ ଦେଶବାସୀ, ଆପଣମାନେ ଭଲଭାବେ ଜାଣନ୍ତି ଯେ ଭ୍ରଷ୍ଟାଚାର, ପରିବାରବାଦ ଆମ ଦେଶକୁ କଳ୍ପନାତୀତ ଭାବେ କ୍ଷତିଗ୍ରସ୍ତ କରିଛି ଏବଂ ଉଇ ଭଳି ଆମ ଜୀବନରେ ପଶିଯାଇଛି । ଏହାକୁ ବାହାରକୁ ବାହାର କରିବା ଲାଗି ଆମେ ଲଗାତାର ପ୍ରୟାସ କରୁଛୁ । ସଫଳତା ମଧ୍ୟ ମିଳିଛି, କିନ୍ତୁ ରୋଗ ଏତେ ଗଭୀର, ଏତେ ଅଧିକ ବ୍ୟାପିଛି ଯେ ଆମକୁ ଆହୁରି ଅଧିକ ପ୍ରୟାସ, ଆହୁରି ତାହା କେବଳ ସରକାରୀ ସ୍ତରରେ ନୁହେଁ, ପ୍ରତ୍ୟେକ ସ୍ତରରେ ନିରନ୍ତର କରିଚାଲିବାକୁ ହେବ । ଥରକେ ସବୁ କାମ ହୁଏ ନାହିଁ, ଖରାପ ଅଭ୍ୟାସ-ପୁରୁଣା ରୋଗ ଯେମିତି ହୋଇଥାଏ, କେବେ ଠିକ ହୁଏ ନାହିଁ, କିନ୍ତୁ ସୁଯୋଗ ମିଳିଲେ ପୁଣିଥରେ ରୋଗ ଆସିଯାଏ । ସେମିତି ଏହା ଏକ ଏପରି ରୋଗ, ଯାହାକୁ ଆମେ ନିରନ୍ତର ପ୍ରଯୁକ୍ତିର ଉପଯୋଗ କରି ତା’କୁ ନିରସ୍ତ୍ର କରିବା ଦିଗରେ ଅନେକ ପଦକ୍ଷେପ ନେଇଛୁ । ପ୍ରତ୍ୟେକ ସ୍ତରରେ ସଚ୍ଚୋଟତା ଏବଂ ପାରଦର୍ଶିତାକୁ ବଳ ମିଳୁ, ସେଥିପାଇଁ ମଧ୍ୟ ଯଥାଶକ୍ତି ପ୍ରୟାସ କରାଯାଇଛି ।
ଆପଣମାନେ ଦେଖିଥିବେ ଗତ 5 ବର୍ଷରେ ମଧ୍ୟ, ଏଥର ମଧ୍ୟ ଆସିବା କ୍ଷଣି ପ୍ରଭାବଶାଳୀ ଲୋକଙ୍କୁ ପଦବୀରୁ ହଟାଇ ଦିଆଯାଇଛି । ଆମର ଏହି ଅଭିଯାନରେ ଯେଉଁମାନେ ବାଧକ ସୃଷ୍ଟି କରୁଥିଲେ, ସେମାନଙ୍କୁ କୁହାଗଲା ଯେ ଆପଣମାନେ ନିଜ କଥା ନିଜେ ବୁଝନ୍ତୁ, ଏବେ ଦେଶକୁ ଆପଣମାନଙ୍କ ସେବାର ଆବଶ୍ୟକତା ନାହିଁ ।
ମୁଁ ସ୍ପଷ୍ଟ ଭାବେ ବିଶ୍ୱାସ କରେ ଯେ, ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଆବଶ୍ୟକ, କିନ୍ତୁ ଏଥିସହିତ ସାମାଜିକ ଜୀବନରେ ମଧ୍ୟ ପରିବର୍ତ୍ତନ ହେବା ଜରୁରୀ । ସାମାଜିକ ଜୀବନରେ ପରିବର୍ତ୍ତନ ହେବା ଉଚିତ, ଏହା ସହିତ ବ୍ୟବସ୍ଥାକୁ ଚଳାଇ ରଖୁଥିବା ଲୋକମାନଙ୍କ ମନ-ମସ୍ତିଷ୍କରେ ମଧ୍ୟ ପରିବର୍ତ୍ତନ ଜରୁରି । ତା’ହେଲେ ଯାଇ ଆମେ ବାଞ୍ଝିତ ପରିଣାମ ହାସଲ କରିପାରିବା ।
ଭାଇ ଓ ଭଉଣୀମାନେ, ଦେଶ ସ୍ୱାଧୀନତାର ଏତେ ବର୍ଷ ପରେ ଏକ ପ୍ରକାର ପରିପକ୍ୱ ହୋଇଛି । ଆମେ ସ୍ୱାଧୀନତାର 75 ବର୍ଷ ପାଳନ କରିବାକୁ ଯାଉଛୁ । ସେତେବେଳେ ଏହି ସ୍ୱାଧୀନତା ସହଜ ସଂସ୍କାର, ସହଜ ସ୍ୱଭାବ, ସହଜ ଅନୁଭୂତିର ହେଉ, ଏହା ମଧ୍ୟ ଆବଶ୍ୟକ । ମୁଁ ଯେତେବେଳେ ମୋ ଅଫିସରମାନଙ୍କ ସହିତ ବସିଥାଏ, ତ ଗୋଟିଏ କଥା କହିଥାଏ, ସର୍ବସାଧାରଣରେ କହୁ ନଥିଲି କିନ୍ତୁ ଆଜି ମୋର ମନ କହୁଛି ତ ମୁଁ କହି ଦେଉଛି । ମୁଁ ମୋର ଅଫିସରମାନଙ୍କୁ ବସିଥିବା ବେଳେ ସେମାନଙ୍କୁ ବାରମ୍ବାର ଏହି କଥା କହିଥାଏ କି କ’ଣ ସ୍ୱାଧୀନତାର ଏତେ ବର୍ଷ ପରେ ଦୈନନ୍ଦିନ ଜୀବନରେ, ସରକାରଙ୍କର ଯେଉଁ ହସ୍ତକ୍ଷେପ ରହିଛି ସାଧାରଣ ନାଗରିକଙ୍କ ଜୀବନରେ, ଆମେ କ’ଣ ସେହି ହସ୍ତକ୍ଷେପକୁ କମ୍ କରି ପାରିବା ନାହିଁ? ସ୍ୱାଧୀନ ଭାରତର ଅର୍ଥ ମୋ ପାଇଁ ଏହା ହେଉଛି କି ଧୀରେ ଧୀରେ ସରକାର ସବୁ ଲୋକମାନଙ୍କ ଜୀବନ ପରିସର ମଧ୍ୟରୁ ବାହାରକୁ ଚାଲି ଆସନ୍ତୁ, ଲୋକମାନେ ନିଜ ଜୀବନର ନିଷ୍ପତ୍ତି ନେବା ପାଇଁ ଆଗକୁ ବଢ଼ିବା ପାଇଁ, ସେମାନଙ୍କ ପାଇଁ ସମସ୍ତ ରାସ୍ତା ଖୋଲା ରହିବା ଦରକାର, ମନ-ମୁତାବକ ସେହି ଦିଗରେ ଚାଲି ପାରିବେ, ଦେଶ ହିତରେ ଏବଂ ପରିବାରର ମଙ୍ଗଳ ପାଇଁ ନିଜେ ନିଜର ସ୍ୱପ୍ନ ପାଇଁ ଆଗକୁ ବଢ଼ନ୍ତୁ, ଏଭଳି ଇକୋ ସିଷ୍ଟମ ଆମମାନଙ୍କୁ ପ୍ରସ୍ତୁତ କରିବାକୁ ହିଁ ହେବ । ଆଉ ଏଥିପାଇଁ ସରକାରଙ୍କର ଚାପ ରହିବା ଦରକାର ନାହିଁ କିନ୍ତୁ ଏହା ସହିତ ଯେଉଁଠି ଅସୁବିଧା ପରିସ୍ଥିତିର କ୍ଷଣ ଆସି ଦଣ୍ଡାୟମାନ ହେବ ସେଠାରେ ସରକାରଙ୍କର ଅଭାବ ହେବା ଅନୁଚିତ । ନା ହିଁ ସରକାରଙ୍କର ଚାପ ରହୁ, ନା ହିଁ ସରକାରଙ୍କର ଅଭାବ ରହୁ, କିନ୍ତୁ ଆମେ ସ୍ୱପ୍ନକୁ ନେଇ ଆଗକୁ ବଢ଼ି ଚାଲିବା । ସରକାର ଆମର ଜଣେ ସାଥୀ ହିସାବରେ ପ୍ରତିକ୍ଷଣ ଆମ ସହିତ ଉପସ୍ଥିତ ରୁହନ୍ତୁ । ଆବଶ୍ୟକ ପଡ଼ିଲେ ଆମକୁ ଲାଗିବ କି ହଁ କେହି ଜଣେ ଅଛନ୍ତି, ଚିନ୍ତାର କାରଣ ନାହିଁ । କ’ଣ ସେହି ପ୍ରକାରର ବ୍ୟବସ୍ଥା ଆମେ ବିକଶିତ କରି ପାରିବା?
ଆମେ ବହୁତଗୁଡ଼ିଏ ଅନାବଶ୍ୟକ ଆଇନକୁ ଉଚ୍ଛେଦ କରି ଦେଇଛୁ । ବିଗତ 5 ବର୍ଷରେ ଏକ ପ୍ରକାରେ ଆମେ କେତେଗୁଡ଼ିଏ ଅନାବଶ୍ୟକ ଆଇନକୁ ଶେଷ କରି ଦେଇଛି । ଦେଶର ଲୋକମାନଙ୍କ ନିକଟକୁ ବୋଧହୁଏ ଏହିସବୁ କଥା ପହଂଚି ପାରି ନଥିବ । ପ୍ରତ୍ୟେକ ଦିନ ଗୋଟିଏ ଆଇନ ସମାପ୍ତ କରିଥିଲୁ, ପାଖାପାଖି 1450 ଆଇନ ଶେଷ ହୋଇଛି । ସାଧାରଣ ଲୋକଙ୍କ ଜୀବନରୁ ବୋଝ କମିଯାଉ । ଏବେ ସରକାର ଗଠନ ହେବାର ଦଶ ସପ୍ତାହ ହୋଇଛି, ଏବେ ତ ଏହି 10 ସପ୍ତାହରେ 60ଟି ଆଇନକୁ ଶେଷ କରି ଦିଆ ଯାଇଛି ।
ସହଜ ଜୀବନଧାରଣ, ଏହା ହେଉଛି ସ୍ୱାଧୀନ ଭାରତର ଆବଶ୍ୟକତା ଆଉ ଏଥିପାଇଁ ଆମକୁ ସହଜ ଜୀବନଧାରଣ ଉପରେ ଗୁରୁତ୍ୱ ଦେବା ଦରକାର, ତାହାକୁ ଆଗକୁ ନେଇ ଯିବାର ଅଛି । ଆଜି ବ୍ୟବସାୟ ସୁଗମତାରେ ଆମେ ବହୁତ ପ୍ରଗତି କରିଛୁ । ପ୍ରଥମ 50 ଜଣଙ୍କ ମଧ୍ୟରେ ପହଂଚିବାର ସ୍ୱପ୍ନ ରହିଛି, ସେଥିପାଇଁ କେତେକ ସୁଧାର କରିବା ଆବଶ୍ୟକତା ରହିଛି, କେତେଗୁଡ଼ିଏ ଛୋଟମୋଟ ପ୍ରତିବନ୍ଧକ ରହିଛି । କୌଣସି ବ୍ୟକ୍ତି ଛୋଟିଆ ଉଦ୍ୟୋଗ ଗୋଟିଏ କରିବାକୁ ଚାହେଁ କିମ୍ବା କୌଣସି ଛୋଟମୋଟ କାମ କରିବାକୁ ଚାହେଁ, ତ ଏଠାରେ ଫର୍ମ ପୂରଣ କର, ସେଠାରେ ଫର୍ମ ପୂରଣ କର, ଏଠାକୁ ଯାଅ, ସେହି ଅଫିସକୁ ଯାଅ, ଶହ ଶହ ଅଫିସରେ ଚକ୍କର ଲଗାଇବା ଭଳି ଅସୁବିଧା ମଧ୍ୟରେ ଛନ୍ଦି ହୋଇ ରହିଯାଏ, ତାହାର ତାଳମେଳ ହିଁ ସଠିକ ରହିନଥାଏ । ସେଗୁଡ଼ିକୁ ଶେଷ କରୁ କରୁ, ସଂସ୍କାର ଆଣୁ ଆଣୁ, କେନ୍ଦ୍ର୍ର ଆଉ ରାଜ୍ୟକୁ ସାଙ୍ଗରେ ନେଉ ନେଉ, ପୌରପାଳିକା-ମହାନଗରପାଳିକାଗୁଡ଼ିକୁ ସାଙ୍ଗରେ ନେଇ ମଧ୍ୟ, ଆମେ ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ କାମରେ ବହୁତ କିଛି କରିବାରେ ଆମେ ସଫଳ ହୋଇଛେ । ଆଉ ଦୁନିଆରେ ମଧ୍ୟ ବିଶ୍ୱାସ ସୃଷ୍ଟି ହୋଇଛି କି ଭାରତ ଭଳି ଏତେ ବଡ଼ ବିକାଶଶୀଳ ଦେଶ ଏତେ ବଡ଼ ସ୍ୱପ୍ନ ଦେଖିପାରେ ଆଉ ଏତେ ବଡ଼ ଲମ୍ଫ ପ୍ରଦାନ କରିପାରେ । ବ୍ୟବସାୟ ସୁଗମତା ତ ହେଉଛି ମୋ ପାଇଁ କେବଳ ଗୋଟିଏ ରହଣୀ ସ୍ଥାନ, ମୋର ଲକ୍ଷ୍ୟ ତ ହେଉଛି ଇଜ୍ ଅଫ୍ ଲିଭିଙ୍ଗ୍- ସାଧାରଣ ମଣିଷଙ୍କ ଜୀବନରେ ତାହାକୁ କୌଣସି ସରକାରୀ କାର୍ଯ୍ୟରେ କୌଣସି କସରତ କରିବାକୁ ନ ପଡ଼ୁ, ତାହାର ଅଧିକାର ତାକୁ ସୁବିଧାରେ ମିଳୁ ଏବଂ ଏଥିପାଇଁ ଆମକୁ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି, ଆମେ ସେହି ଦିଗରେ କାର୍ଯ୍ୟ କରିବା ପାଇଁ ଚାହୁଁଛୁ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶ ଆଗକୁ ବଢ଼ୁ, କିନ୍ତୁ ଅଭିବୃଦ୍ଧି ସମ୍ପନ୍ନ ପ୍ରଗତି ହେଉ, ସେଥିପାଇଁ ଦେଶକୁ ଏବେ ଆଉ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ଆମକୁ ଉଚ୍ଚ ଡିଆଁ ମାରିବାକୁ ପଡ଼ିବ, ଆମକୁ ଲମ୍ଫ ପ୍ରଦାନ କରିବାକୁ ପଡ଼ିବ, ଆମକୁ ଆମର ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ହେବ । ଭାରତକୁ ବିଶ୍ୱସ୍ତରୀୟ ମାନକ ସହ ସମକକ୍ଷ କରିବାକୁ ହେଲେ ଆମର ଆଧୁନିକ ଭିତ୍ତିଭୂମି, ତାହା ଆଡ଼କୁ ମଧ୍ୟ ଯିବାକୁ ପଡ଼ିବ ଆଉ କିଏ ଯାହାକିଛି ମଧ୍ୟ କହୁ କିଏ ଯାହାକିଛି ମଧ୍ୟ ଲେଖୁ, କିନ୍ତୁ ସାଧାରଣ ମଣିଷଙ୍କ ସ୍ୱପ୍ନ ରହିଥାଏ ଉତମ ବ୍ୟବସ୍ଥା ପାଇଁ ।
ମୋର ପ୍ରିୟ ଦେଶବାସୀଗଣ, ସାଧାରଣତଃ ଆମ ଦେଶରେ ସରକାରଙ୍କ ଗୋଟିଏ ପରିଚୟ ଥାଏ କି ସରକାର ଅମୁକ ଅଂଚଳର ପାଇଁ କ’ଣ କରିଛନ୍ତି, ସମୁକ ବର୍ଗ ପାଇଁ କ’ଣ କରିଛନ୍ତି, ସମୁକ ସମୁଦାୟ ପାଇଁ କ’ଣ କରିଛନ୍ତି? ସାଧାରଣତଃ କ’ଣ ଦେଇଛନ୍ତି, କେତେ ଦେଲେ, କାହାକୁ ଦେଲେ, କାହାକୁ ମିଳିଲା, ସେହି ଆଖପାଖରେ ସରକାର ଓ ଜନସାଧରଣ ଘୁରିଚାଲିଲେ ଏବଂ ତାହାକୁ ମଧ୍ୟ ଭଲ କାର୍ଯ୍ୟ ବୋଲି ବିବେଚନା କରଗଲା । ମୁ ମଧ୍ୟ, ବୋଧହୁଏ ସେହି ସମୟର ଆହ୍ୱାନ ଥିଲା, ଆବଶ୍ୟକତା ରହିଥିବ କିନ୍ତୁ ଏବେ କାହାକୁ କ’ଣ ମିଳିଲା, କିପରି ମିଳିଲା, କେବେ ମିଳିଲା, କେତେ ମିଳିଲା । ଏସବୁ ଥାଇ ମଧ୍ୟ ଆମେ ସମସ୍ତେ ମିଶି ଦେଶକୁ କେଉଁଠାକୁ ନେଇଯିବା, ଆମେ ସମସ୍ତେ ମିଶି ଦେଶକୁ କେଉଁଠାରେ ପହଂଚାଇବା, ଆମେ ସମସ୍ତେ ମିଶି ଦେଶ ପାଇଁ କି ଉପଲବ୍ଧି ହାସଲ କରିବା, ଏହି ସ୍ୱପ୍ନକୁ ନେଇ ବଂଚିବା, ସଂଘର୍ଷ କରିବା ଏହା ହେଉଛି ସମୟର ଆବଶ୍ୟକତା । ଆଉ ଏଥିପାଇଁ 5 ଟ୍ରିଲିୟନ ଡ଼ଲାର ଅର୍ଥନୀତିର ସ୍ୱପ୍ନ ବୁଣାଯାଇଛି । 130 କୋଟି ଦେଶବାସୀ ଯଦି ଛୋଟ ଛୋଟ କଥାକୁ ନେଇ ଆଗେଇ ଚାଲିବେ ତ, 5 ଟ୍ରିଲିୟନ ଡ଼ଲାର ଅର୍ଥନୀତି, ଅନେକ ଲୋକଙ୍କୁ କଷ୍ଟ ସାଧ୍ୟ ଲାଗୁଛି, ସେମାନେ କେବେ ଭୁଲ କହୁ ନାହାନ୍ତ, କିନ୍ତୁ ଯଦି କଷ୍ଟକର କାର୍ଯ୍ୟ କରିବା ନାହିଁ ତେବେ ଦେଶ କିପରି ଆଗକୁ ବଢ଼ିବ? କଷ୍ଟକର ଆହ୍ୱାନକୁ ଗ୍ରହଣ କରିବା ନାହିଁ ତ ଆଗେଇବାର ମନୋବୃତି କେଉଁଠୁ ଆସିବ? ମନୋବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ଆମକୁ ସବୁବେଳେ ଉଚ୍ଚ ଲକ୍ଷ୍ୟ ରଖିବା ଦରକାର ଆଉ ଆମେ ରଖିଛୁ । କିନ୍ତୁ ତାହା ପବନରେ ନାହିଁ । ସ୍ୱାଧୀନତାର 70 ବର୍ଷ ପରେ ଆମେ 2 ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଂଚିଥିଲେ । 70 ବର୍ଷର ବିକାଶ ଯାତ୍ରା ଆମକୁ 2 ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଂଚାଇଥିଲା । କିନ୍ତୁ 2014ରୁ 2019, ପାଞ୍ଚ ବର୍ଷ ମଧ୍ୟରେ ଆମେ 2 ଟ୍ରିଲିୟନ ଡଲାରରୁ ତିନି ଟ୍ରିଲିୟନ ଡଲାରରେ ପହଂଚି ଯାଇଛେ, ଏକ ଟ୍ରିଲିୟନ ଡଲାର ଆମେ ଯୋଡି ଦେଇଛୁ । ଯଦି ପାଞ୍ଚ ବର୍ଷରେ, 70 ବର୍ଷରେ ଯାହା ହେଲା ସେଥିରେ ଆମେ ଏତେ ବଡ଼ ଲମ୍ପ ଲଗାଇଛୁ ତ ଆଗାମୀ ପାଞ୍ଚ ବର୍ଷରେ ଆମେ 5 ଟ୍ରିଲିୟନ ଡ଼ଲାର ଅର୍ଥନୀତି ହୋଇ ପାରିବା, ଆଉ ଏହି ସ୍ୱପ୍ନ ପ୍ରତ୍ୟେକ ହିନ୍ଦୁସ୍ଥାନୀ ଦେଖିବା ଦରକାର । ଯେତେବେଳେ ଅର୍ଥନୀତି ବୃଦ୍ଧି ପାଇଥାଏ ତ, ଜୀବନ ଉନ୍ନତ ହୋଇଥାଏ । ଛୋଟରୁ ଛୋଟ ବ୍ୟକ୍ତିର ସ୍ୱପ୍ନକୁ ସାକାର କରିବା ପାଇଁ ସୁଯୋଗ ସୃଷ୍ଟି ହୋଇଥାଏ । ଆଉ ଏହା ସୁଯୋଗ ସୃଷ୍ଟି କରିବା ପାଇଁ ଦେଶର ଆର୍ଥିକ କ୍ଷେତ୍ରକୁ ଆମେ ଆଗକୁ ନେଇଯିବା ।
ଯେବେ ଆମେ ସ୍ୱପ୍ନ ଦେଖିଥାଉ ଯେ ଦେଶର କୃଷକମାନଙ୍କ ଆୟ ଦୁଇ ଗୁଣ ହେବା ଉଚିତ, ଯେବେ ଆମେ ସ୍ୱପ୍ନ ଦେଖିଥାଉ ଯେ ସ୍ୱାଧୀନତାର 75 ବର୍ଷରେ ହିନ୍ଦୁସ୍ତାନରେ କୌଣସି ପରିବାର, ଗରିବରୁ ଗରିବ ହୋଇଥାଉ ମଧ୍ୟ, ତା’ର ପକ୍କା ଘର ଥିବା ଉଚିତ । ଯେବେ ଆମେ ସ୍ୱପ୍ନ ଦେଖିଥାଉ ଯେ ସ୍ୱାଧୀନତାର 75 ବର୍ଷ ପୂରଣ ହେବ ତ’ ଦେଶର ପ୍ରତ୍ୟେକ ପରିବାର ପାଖରେ ବିଦ୍ୟୁତ ସେବା ଥିବା ଆବଶ୍ୟକ, ଯେବେ ଆମେ ସ୍ୱପ୍ନ ଦେଖିଥାଉ ଯେ ସ୍ୱାଧୀନତାର 75 ବର୍ଷ ପରେ, ହିନ୍ଦୁସ୍ତାନର ପ୍ରତ୍ୟେକ ଗ୍ରାମରେ ଅପ୍ଟିକାଲ ଫାଇବର ଥାଉ, ବ୍ରଡବ୍ୟାଣ୍ଡ ସଂଯୋଗ ଥାଉ, ଦୂର ନିରନ୍ତର ଶିକ୍ଷାର ସୁବିଧା ଥାଉ । ଏସବୁ ବ୍ୟବସ୍ଥା ନିଶ୍ଚିତ ଭାବେ ହେବା ଉଚିତ ।
ଆମର ସାମୁଦ୍ରିକ ସମ୍ପତ୍ତି, ନୀଳ ଅର୍ଥବ୍ୟବସ୍ଥା ଏ କ୍ଷେତ୍ରକୁ ଆମେ ଜୋର ଦେବା । ଆମର ମତ୍ସ୍ୟଜୀବୀ ଭାଇ-ଭଉଣୀମାନେ ଆମକୁ ଶକ୍ତି ଦିଅନ୍ତୁ । ଆମର କୃଷକ ଅନ୍ନଦାତା ହୁଅନ୍ତୁ, ଶକ୍ତିଦାତା ହୁଅନ୍ତୁ । ଆମର କୃଷକ, ସେମାନେ ମଧ୍ୟ ରପ୍ତାନିକାରୀ କାହିଁକି ହେବେ ନାହିଁ? ବିଶ୍ୱରେ ଆମ କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ପ୍ରସିଦ୍ଧ ହେଉ । ଏହି ସ୍ୱପ୍ନକୁ ନେଇ ଆମେ ଚାଲିବାକୁ ଚାହୁଁଛୁ । ଆମ ଦେଶରୁ ରପ୍ତାନି ବୃଦ୍ଧି କରିବାକୁ ହେବ, ଆମେ କେବଳ ବିଶ୍ୱ ପାଇଁ ହିନ୍ଦୁସ୍ତାନକୁ ବଜାର ହେବାରେ ଦେଖିବାକୁ ଚାହୁଁନୁ; ବରଂ ଆମେ ମଧ୍ୟ ବିଶ୍ୱ ବଜାରରେ ପହଁଚିବା ଲାଗି ଯଥାସମ୍ଭବ ପ୍ରୟାସ କରିବା ।
ଆମର ପ୍ରତ୍ୟେକ ଜିଲ୍ଲା ନିକଟରେ, ବିଶ୍ୱର ଗୋଟିଏ ଗୋଟିଏ ଦେଶର ଯେଉଁ ଶକ୍ତି ଥାଏ, ଛୋଟ-ଛୋଟ ଦେଶର, ସେହି ଶକ୍ତି ଆମର ଗୋଟିଏ ଗୋଟିଏ ଜିଲ୍ଲାରେ ମଧ୍ୟ ରହିଛି । ଆମକୁ ଏହି ସାମର୍ଥ୍ୟକୁ ବୁଝିବାକୁ ହେବ, ଏହି ସାମର୍ଥ୍ୟକୁ ଆମକୁ କାମରେ ଲଗାଇବାକୁ ହେବ ଏବଂ ଆମର ପ୍ରତ୍ୟେକ ଜିଲ୍ଲା ରପ୍ତାନି କେନ୍ଦ୍ରସ୍ଥଳ ହେବା ଦିଗରେ କାହିଁକି ଗତି ନକରିବ ସେଥିପ୍ରତି ଚିନ୍ତା କରିବାକୁ ହେବ । ପ୍ରତ୍ୟେକ ଜିଲ୍ଲାର ନିଜସ୍ୱ ହସ୍ତତନ୍ତ ରହିଛି, ପ୍ରତ୍ୟେକ ଜିଲ୍ଲାର ନିଜସ୍ୱ ବିଶେଷତ୍ୱ ରହିଛି । କେଉଁ ଜିଲ୍ଲା ଅତର ପାଇଁ ପ୍ରସିଦ୍ଧ ତ’ ଆଉ କେଉଁ ଜିଲ୍ଲା ଶାଢ଼ି ପାଇଁ । ପୁଣି କେଉଁ ଜିଲ୍ଲାର ବାସନକୁସନ ଲୋକପ୍ରିୟ ତ’ ଆଉ କେଉଁଠି ମିଠା । ପ୍ରତ୍ୟେକ କ୍ଷେତ୍ରର ବିବିଧତା ରହିଛି, ସାମର୍ଥ୍ୟ ରହିଛି, ଆମେ ବିଶ୍ୱ ବଜାର ଲାଗି, ତ୍ରୁଟିଶୂନ୍ୟ, ପାର୍ଶ୍ଵପ୍ରତିକ୍ରିୟା ବିହିନ ଉତ୍ପାଦ କିଭଳି ଉତ୍ପାଦନ କରିପାରିବା ଏବଂ ଏହି ବିବିଧତାକୁ ବିଶ୍ୱ ବଜାରରେ ପରିଚିତ କରାଇବା ଯଦି ଆମେ ଏହାର ରପ୍ତାନି ଉପରେ ଗୁରୁତ୍ୱ ଦେବା । ବିଶ୍ୱ ବଜାରକୁ କାବୁ କରିବା ଦିଗରେ ଆମେ କାମ କରିବା, ତ’ ଦେଶକୁ ନବଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଆମର କ୍ଷୁଦ୍ର ଉଦ୍ୟୋଗକୁ, ଲଘୁ ଉଦ୍ୟୋଗକୁ ଏହି କାରଣରୁ ବହୁତ ଶକ୍ତି ମିଳିଛି ଏବଂ ସେହି ଶକ୍ତିକୁ ଆହୁରି ବଢ଼ାଇବାକୁ ହେବ ।
ଆମ ଦେଶ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ଭାବେ ବିଶ୍ୱ ପାଇଁ ଆଶ୍ଚର୍ଯ୍ୟ ହୋଇପାରେ, କିନ୍ତୁ କୌଣସି ନା କୌଣସି କାରଣରୁ ଯେତେ ଅଧିକ ଦ୍ରୁତ ଗତିରେ ଏହି କାମ କରିବା ଆବଶ୍ୟକ, ତାହା ଆମେ କରିପାରିନାହୁଁ । ଆସନ୍ତୁ ଆମେ ସମସ୍ତେ ଦେଶବାସୀ ନିର୍ଦ୍ଧାରଣ କରିବା ଯେ ଆମକୁ ଦେଶର ପର୍ଯ୍ୟଟନ ଉପରେ ଗୁରୁତ୍ୱାରୋପ କରିବାକୁ ହେବ । ପର୍ଯ୍ୟଟନ ବଢ଼ିଲେ, ଖୁବ୍ କମ ପୁଞ୍ଜିନିବେଶରେ ଅଧିକ ରୋଜଗାର ମିଳିଥାଏ । ଦେଶର ଅର୍ଥବ୍ୟବସ୍ଥାକୁ ବଳ ମିଳିଥାଏ । ଆହୁରି ସାରା ବିଶ୍ୱ ଆଜି ଭାରତକୁ ନୂଆ ଦୃଷ୍ଟିରେ ଦେଖିବାକୁ ପ୍ରସ୍ତୁତ ଅଛି । ଆମେ ଚିନ୍ତା କରିବା ଯେ ବିଶ୍ୱ ଆମ ଦେଶକୁ କିପରି ଆସିବ, ଆମର ପର୍ଯ୍ୟଟନ କ୍ଷେତ୍ରକୁ କିପରି ବଳ ମିଳିବ ଏବଂ ଏଥିପାଇଁ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ବ୍ୟବସ୍ଥା ହେଉ, ସାଧାରଣ ଜନତାଙ୍କ ଆୟ ବୃଦ୍ଧି କରିବାକୁ ହେଉ, ଉନ୍ନତ ଶିକ୍ଷା, ନୂଆ ନିଯୁକ୍ତି ସୁଯୋଗ ମିଳୁ, ମଧ୍ୟମ ବର୍ଗଙ୍କ ଲୋକମାନଙ୍କ ଉନ୍ନତ ସ୍ୱପ୍ନକୁ ସାକାର କରିବା ଲାଗି ଉଚ୍ଚ ଉଡ଼ାଣ ଲାଗି ସମସ୍ତ ଉଡ଼ାଣ ସ୍ଥାନ ସେମାନଙ୍କ ପାଇଁ ଉପଲବ୍ଧ ହେବା ଉଚିତ । ଆମର ବୈଜ୍ଞାନିକମାନଙ୍କ ନିକଟରେ ଉନ୍ନତ ସମ୍ବଳର ସମ୍ପୂର୍ଣ୍ଣ ସୁବିଧା ରହୁ, ଆମ ସେନା ପାଇଁ ଉତମ ବ୍ୟବସ୍ଥା ରହୁ, ଦେଶରେ ଏହି ବ୍ୟବସ୍ଥା ରହିବ ତ’ ମୁଁ ଭାବୁଛି ଯେ ଏପରି ଅନେକ କ୍ଷେତ୍ର ରହିଛି ଯାହା 5 ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା ଲାଗି ଭାରତକୁ ଏକ ନୂଆ ଶକ୍ତି ଦେଇପାରିବେ ।
ମୋର ପ୍ରିୟ ଭାଇ-ଭଉଣୀମାନେ, ଆଜି ଦେଶରେ ଆର୍ଥିକ ସିଦ୍ଧି ହାସଲ କରିବା ଲାଗି ଅଧିକ ଅନୁକୂଳ ବାତାବରଣ ରହିଛି । ଯେତେବେଳ ସ୍ଥିର ସରକାର ଥାଏ, ନୀତି ଆକଳନଯୋଗ୍ୟ ହୋଇଥାଏ, ବ୍ୟବସ୍ଥା ସ୍ଥିର ହୋଇଥାଏ ତ’ ବିଶ୍ୱକୁ ମଧ୍ୟ ଏକ ଭରସା ମିଳିଥାଏ । ଦେଶର ଜନସାଧାରଣ ଏହି କାମ କରି ଦେଖାଇଛନ୍ତି । ବିଶ୍ୱ ମଧ୍ୟ ଭାରତର ରାଜନୈତିକ ସ୍ଥିରତାକୁ ଅତି ଗର୍ବ ଏବଂ ସମ୍ମାନର ସହିତ ଦେଖୁଛି । ଆମେ ଏହି ସୁଯୋଗ ହାତଛଡ଼ା କରିବା ଅନୁଚିତ । ଆଜି ବିଶ୍ୱ ଆମ ସହିତ ବ୍ୟବସାୟ କରିବା ଲାଗି ଉତ୍ସୁକ । ସେ ଆମ ସହିତ ଯୋଡ଼ି ହେବା ଲାଗି ଚାହୁଁଛି । ଆଜି ଆମ ପାଇଁ ଗର୍ବର ବିଷୟ ଯେ ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣ କରି ଆମେ ଅଭିବୃଦ୍ଧି ହାରକୁ ବଢ଼ାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ସମୀକରଣକୁ ନେଇ ଚାଲିଛୁ । କେବେ ଅଭିବୃଦ୍ଧି ବୃଦ୍ଧି ପାଇଥାଏ, କିନ୍ତୁ ମୂଦ୍ରାସ୍ଫିତି ନିୟନ୍ତ୍ରିତ ହୋଇନଥାଏ । କେବେ ମୂଦ୍ରାସ୍ଫିତି ବଢ଼ିଗଲେ ଅଭିବୃଦ୍ଧି ହାରର ଠିକଣା ନଥାଏ । କିନ୍ତୁ ଏ ସରକାର ମୂଦ୍ରସ୍ଫିତିକୁ ନିୟନ୍ତ୍ରଣ କରିବା ସହିତ ଅଭିବୃଦ୍ଧି ହାରକୁ ମଧ୍ୟ ଆଗକୁ ବଢ଼ାଇଛି ।
ଆମ ଅର୍ଥବ୍ୟବସ୍ଥାର ମୂଳଦୁଆ ଅତି ସୁଦୃଢ଼ । ଏହି ଦୃଢ଼ତା ଆମକୁ ଆଗେଇ ନେବାର ଭରସା ଦେଇଥାଏ । ସେହିପରି ଜିଏସଟି ଭଳି ବ୍ୟବସ୍ଥା ବିକଶିତ କରି, ଆଇବିସି ଭଳି ସଂସ୍କାର ଆଣିବା ଏକ ନୂଆ ବିଶ୍ୱାସ ସୃଷ୍ଟି କରୁଛି । ଆମ ଦେଶରେ ଉତ୍ପାଦନ ବୃଦ୍ଧି ହେଉ, ଆମର ପ୍ରାକୃତିକ ସମ୍ପଦର ପ୍ରକ୍ରିୟାକରଣ ବୃଦ୍ଧି ପାଉ, ମୂଲ୍ୟ ସମ୍ବର୍ଦ୍ଧନ ହେଉ, ମୂଲ୍ୟ ସମ୍ବର୍ଦ୍ଧନ ହେଉଥିବା ସାମଗ୍ରୀ ସାରା ବିଶ୍ୱକୁ ରପ୍ତାନି ହେଉ ଏବଂ ସାରା ବିଶ୍ୱର ଅନେକ ଦେଶକୁ ରପ୍ତାନି ହେଉ । ଆମେ କାହିଁକି ଏ ସ୍ୱପ୍ନ ଦେଖିବା ନାହିଁ ଯେ ବିଶ୍ୱର ଏମିତି କୌଣସି ଦେଶ ନଥିବ, ଯେଉଁଠାରେ ଭାରତ ଉତ୍ପାଦିତ ସାମଗ୍ରୀ ପହଁଚିନଥିବ, ହିନ୍ଦୁସ୍ତାନର ଏମିତି ଗୋଟିଏ ଜିଲ୍ଲା ନଥିବ ଯେଉଁ ସ୍ଥାନରୁ କିଛି ନା କିଛି ରପ୍ତାନି ହେଉନଥିବ । ଯଦି ଏ ଦୁଇଟି କଥାକୁ ନେଇ ଆମେ ଆଗକୁ ବଢ଼ିବା, ତ’ ଆମେ ଆୟ ମଧ୍ୟ ବଢ଼ାଇପାରିବା । ଆମର କମ୍ପାନୀ, ଆମର ଉଦ୍ୟମୀ, ସେମାନେ ମଧ୍ୟ ବିଶ୍ୱ ବଜାରକୁ ଯିବା ଲାଗି ସ୍ୱପ୍ନ ଦେଖୁଛନ୍ତି । ସେମାନେ ବିଶ୍ୱ ବଜାରକୁ ଯାଇ ଭାରତର ପ୍ରଭାବକୁ ସେଠାରେ ସ୍ୱର ଦେବା ଲାଗି ଶକ୍ତି ଦିଅନ୍ତୁ, ଆମର ନିବେଶକ ସେଠାରେ ଅଧିକ ଆୟ କରନ୍ତୁ, ଆମର ନିବେଶକ ଅଧିକ ନିବେଶ କରନ୍ତୁ, ଆମର ନିବେଶକ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତୁ- ଏହାକୁ ପ୍ରୋତ୍ସାହନ ଦେବା ଲାଗି ଆମେ ସମ୍ପୂର୍ଣ୍ଣ ଭାବେ ଆଗକୁ ଆସିବା ଲାଗି ପ୍ରସ୍ତୁତ ।
ଆମ ଦେଶରେ ଏମିତି କିଛି ଭୁଲ ମାନ୍ୟତା ଘର କରି ନେଇଛି । ସେହି ମାନ୍ୟତାରୁ ବାହାରକୁ ବାହାରିବାକୁ ହେବ । ଯେଉଁମାନେ ଦେଶର ସମ୍ପତ୍ତିକୁ ନିର୍ମାଣ କରିଥାନ୍ତି, ଯେଉଁମାନେ ଦେଶର ସମ୍ପତ୍ତି ସୃଷ୍ଟି କରିବାରେ ଯୋଗଦାନ ଦେଇଥାନ୍ତି, ସେମାନେ ଦେଶର ସେବା କରୁଛନ୍ତି । ଆମେ ସମ୍ପତ୍ତି ସୃଷ୍ଟିକାରୀଙ୍କୁ ଆଶଙ୍କା ଦୃଷ୍ଟିରେ ଦେଖିବା ଉଚିତ ନୁହେଁ, ସେମାନଙ୍କ ପ୍ରତି ହିନ ଭାବନା ରଖିବା ଉଚିତ ନୁହେଁ । ଦେଶର ସମ୍ପତ୍ତି ସୃଷ୍ଟି କରୁଥିବା ଲୋକମାନଙ୍କୁ ଯଥେଷ୍ଟ ମାନସମ୍ମାନ ଏବଂ ପ୍ରୋତ୍ସାହନ ମିଳିବା ଆବଶ୍ୟକ । ଯଦି ସମ୍ପତ୍ତି ବଂଟନ ହେବ ନାହିଁ ତ’ ଦେଶର ଗରିବ ଲୋକଙ୍କ କଲ୍ୟାଣ ହେବ ନାହିଁ । ତେଣୁ ସେଥିପାଇଁ ସମ୍ପତ୍ତି ସୃଷ୍ଟି, ଏହା ମଧ୍ୟ ଆମ ଭଳି ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ବହନ କରିଥାଏ ଏବଂ ଏହାକୁ ମଧ୍ୟ ଆମକୁ ଆଗେଇ ନେବାକୁ ହେବ । ଯେଉଁ ଲୋକମାନେ ସମ୍ପତ୍ତି ସୃଷ୍ଟି କରିବାରେ ଲାଗିଛନ୍ତି, ମୋ ପାଇଁ ସେମାନେ ମଧ୍ୟ ଆମ ଦେଶର ସମ୍ପତ୍ତି । ସେମାନଙ୍କ ସମ୍ମାନ ଏବଂ ସେମାନଙ୍କ ଗୌରବ ଏହି ପଦକ୍ଷେପକୁ ନୂଆ ଶକ୍ତି ଯୋଗାଇବ ।
ମୋର ପ୍ରିୟ ଦେଶବାସୀ, ଆଜି ଶାନ୍ତି ଏବଂ ସୁରକ୍ଷା ବିକାଶ ଲାଗି ଅନିବାର୍ଯ୍ୟ । ବିଶ୍ୱ ଆଜି ଅସୁରକ୍ଷାରେ ଘେରି ହୋଇ ରହିଛି । ବିଶ୍ୱର କୌଣସି ନା କୌଣସି ଭାଗରେ, କୌଣସି ନା କୌଣସି ରୂପରେ ମୃତ୍ୟୁର ଛାୟା ଘୂରିବୁଲୁଛି । ବିଶ୍ୱ ଶାନ୍ତିର ସମୃଦ୍ଧି ଲାଗି ଭାରତକୁ ନିଜ ଭୂମିକା ନିର୍ବାହ କରିବାକୁ ହେବ । ବୈଶ୍ୱିକ ପରିବେଶରେ ଭାରତ ମୂକ ଦର୍ଶକ ହୋଇ ରହିପାରିବ ନାହିଁ ଏବଂ ଭାରତ ଆତଙ୍କ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ ଭାବେ ଲଢ଼ୁଛି । ବିଶ୍ୱର ଯେକୌଣସି କୋଣରେ ଆତଙ୍କର ଘଟଣା ମାନବଜାତି ବିରୋଧରେ ଆରମ୍ଭ କରାଯାଇଥିବା ଏକ ଯୁଦ୍ଧ । ସେଥିପାଇଁ ଏହି ଆହ୍ୱାନ ଯେ ସାରା ବିଶ୍ୱର ମାନବତାବାଦୀ ଶକ୍ତି ଏକଜୁଟ ହୁଅନ୍ତୁ । ଆତଙ୍କବାଦକୁ ଆଶ୍ରୟ ଦେଉଥିବା, ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା, ଆତଙ୍କବାଦକୁ ରପ୍ତାନି କରୁଥିବା ଏପରି ଶକ୍ତିକୁ ବିଶ୍ୱ ସମ୍ମୁଖରେ ସେମାନଙ୍କ ସଠିକ ସ୍ୱରୂପ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରି ବିଶ୍ୱର ଶକ୍ତିୁ ଯୋଡ଼ି ଆତଙ୍କବାଦକୁ ନଷ୍ଟ କରିବାର ପ୍ରୟାସରେ ଭାରତ ନିଜ ଭୂମିକା ନିର୍ବାହ କରୁ, ଏହା ଆମେ ଚାହୁଁଛୁ ।
କିଛି ଲୋକ କେବଳ ଭାରତକୁ ହିଁ ନୁହେଁ ଆମ ପଡ଼ୋଶୀ ଦେଶକୁ ମଧ୍ୟ ଆତଙ୍କବାଦ ଦ୍ୱାରା ନଷ୍ଟଭ୍ରଷ୍ଟ କରି ରଖିଛନ୍ତି । ବାଂଲାଦେଶ ମଧ୍ୟ ଆତଙ୍କବାଦ ସହ ଲଢ଼ୁଛି, ଆଫଗାନିସ୍ତାନ ମଧ୍ୟ ଆତଙ୍କବାଦ ସହ ଲଢ଼ୁଛି । ଶ୍ରୀଲଙ୍କାରେ ଚର୍ଚ୍ଚରେ ବସିଥିବା ନିର୍ଦ୍ଦୋଷ ଲୋକମାନଙ୍କୁ ମୃତ୍ୟୁମୁଖକୁ ଠେଲି ଦିଆଯାଇଥିଲା । କେତେ କଷ୍ଟଦାୟକ କଥା ଥିଲା । ତେଣୁ ସେଥିପାଇଁ ଆତଙ୍କବାଦ ବିରୋଧରେ ଯେତେବେଳେ ଆମେ ଯୁଦ୍ଧ କରିଥାଉ ଆମେ ଏ ସମ୍ପୂର୍ଣ୍ଣ ଭୂ-ଖଣ୍ଡର ଶାନ୍ତି ଓ ସୁରକ୍ଷା ଲାଗି ଆମର ଭୂମିକା ନିର୍ବାହ କରିବା ଲାଗି ସକ୍ରିୟ ଭାବେ କାମ କରୁଛୁ ।
ଆମର ପଡ଼ୋଶୀ, ଆମର ଏକ ଭଲ ମିତ୍ର ଆଫଗାନିସ୍ତାନ ଚାରି ଦିନ ପରେ ନିଜ ସ୍ୱାଧୀନତା ପର୍ବ ପାଳନ କରିବ । ଏହା ସେମାନଙ୍କ ସ୍ୱାଧୀନତାର ଶତବାର୍ଷିକୀ । ମୁଁ ଆଜି ଲାଲ କିଲ୍ଲାରୁ ଆଫଗାନିସ୍ତାନର ମୋର ପ୍ରିୟ ବନ୍ଧୁମାନଙ୍କୁ, ଯେଉଁମାନେ ଚାରିଦିନ ପରେ 100ତମ ସ୍ୱାଧୀନତା ଉତ୍ସବ ପାଳନ କରିବାକୁ ଯାଉଛନ୍ତି, ଅନେକ ଅନେକ ଶୁଭକାମନା ଜଣାଉଛି ।
ଆତଙ୍କ ଏବଂ ହିଂସାର ପରିବେଶ ସୃଷ୍ଟିକାରୀ, ଏହାକୁ ପ୍ରସାର କରୁଥିବା ଲୋକ, ଭୟର ବାତାବରଣ ସୃଷ୍ଟି କରୁଥିବା ଲୋକମାନଙ୍କୁ ନିପାତ କରିବା ସରକାର ନୀତି, ସରକାରଙ୍କ ରଣନୀତି ଏବଂ ସେଥିରେ ଆମର ସ୍ପଷ୍ଟତା ରହିଛି । ଆମର କୌଣସି ଦ୍ୱନ୍ଦ୍ୱ ନାହିଁ । ଆମର ସୈନିକମାନେ, ଆମର ସୁରକ୍ଷାବାହିନୀ, ସୁରକ୍ଷା ଏଜେନ୍ସି ଅତି ପ୍ରଶଂସନୀୟ କାର୍ଯ୍ୟ କରିଛି । ସଂକଟ ସମୟରେ ମଧ୍ୟ ଦେଶକୁ ଶାନ୍ତି ଦେବା ଲାଗି ୟୁନିଫର୍ମରେ ଛିଡ଼ା ହୋଇଥିବା ସବୁ ଳୋକମାନେ ଆଜି ନିଜ ଜୀବନର ଆହୂତି ଦେଇ, ଆମର ଆଗାମୀ କାଲିକୁ ଆଲୋକିତ କରିବା ପାଇଁ ନିଜ ଜୀବନକୁ ସମର୍ପି ଦେଇଛନ୍ତି । ମୁଁ ସେ ସମସ୍ତଙ୍କୁ ଅଭିବାଦନ ଜଣାଉଛି । ମୁଁ ସେମାନଙ୍କୁ ପ୍ରଣାମ କରୁଛି । କିନ୍ତୁ ସମୟ ଥାଉ ଥାଉ ସଂସ୍କାରର ମଧ୍ୟ ଅତ୍ୟନ୍ତ ଆବଶ୍ୟକତା ରହିଛି ।
ଆପଣମାନେ ଦେଖିଥିବେ ଆମ ଦେଶରେ ସୈନ୍ୟ ବ୍ୟବସ୍ଥା, ସୈନ୍ୟ ଶକ୍ତି, ସୈନ୍ୟ ସମ୍ବଳ-ଏହାର ସଂସ୍କାର ଉପରେ ଦୀର୍ଘ ସମୟ ଧରି ଚର୍ଚ୍ଚା ଚାଲିଛି । ଅନେକ ସରକାର ଏହାର ଚର୍ଚ୍ଚା କରୁଛନ୍ତି । ଅନେକ କମିଶନ ବସିଛି, ଅନେକ ରିପୋର୍ଟ ଆସିଛି ଏବଂ ସବୁ ରିପୋର୍ଟ ପାଖାପାଖି ଗୋଟିଏ ସ୍ୱରକୁ ଉଜାଗର କରୁଛି । 19-20ର ଫରକ ରହିଛି, ଅଧିକ ଫରକ ନାହିଁ, କିନ୍ତୁ ଏ କଥାଗୁଡ଼ିକୁ ଲଗାତାର କୁହାଯାଉଛି । ଆମର ତିନି ସେନା-ଜଳ, ସ୍ଥଳ ଏବଂ ବାୟୁ, ମଧ୍ୟରେ ସମନ୍ୱୟ ତ’ ରହିଛି, ଆମେ ଗର୍ବ କରିପାରିବା, ଏପରି ଆମର ସୈନ୍ୟ ବ୍ୟବସ୍ଥା । ଯେକୌଣସି ହିନ୍ଦୁସ୍ତାନୀ ଗର୍ବିତ ହେବ, ଏପରି ହେବ । ସେମାନେ ନିଜ ନିଜ ଢଙ୍ଗରେ ଆଧୁନିକତା ଲାଗି ମଧ୍ୟ ପ୍ରୟାସ କରୁଛନ୍ତି । କିନ୍ତୁ ଆଜି ଯେପରି ବିଶ୍ୱ ବଦଳୁଛି, ଆଜି ଯୁଦ୍ଧର ଦିଗ ବଦଳୁଛି, ରୂପ-ରଙ୍ଗ ବଦଳୁଛି । ଆଜି ଯେପରି ପ୍ରଯୁକ୍ତି ପରିଚାଳିତ ବ୍ୟବସ୍ଥା ସୃଷ୍ଟି ହେଉଛି, ସେତେବେଳେ ଭାରତ ମଧ୍ୟ ଖଣ୍ଡିତ ଭାବେ ଚିନ୍ତା କଲେ ଚଳିବ ନାହିଁ । ଆମର ସମ୍ପୂର୍ଣ୍ଣ ସୈନ୍ୟ ଶକ୍ତିକୁ ଏକଜୁଟ ହୋଇ ଏକ ସଙ୍ଗେ ଆଗକୁ ବଢ଼ିବାର ଦିଗରେ କାମ କରିବାକୁ ହେବ । ଜଳ, ସ୍ଥଳ ଓ ବାୟୁରେ ଗୋଟିଏ ଆଗରେ ରହିଛି, ଦ୍ୱିତୀୟଟି ଦୁଇ ପାଦ ପଛକୁ ଏବଂ ତୃତୀୟ ତିନି ପାଦ ପଛକୁ ରହିବ, ଏମିତି ତ’ ଚଳିବ ନାହିଁ । ତିନି ସେନା ଏକ ସଙ୍ଗେ ଗୋଟିଏ ଉଚ୍ଚତାରେ ଆଗକୁ ବଢ଼ିବେ । ସମନ୍ୱୟ ଭଲ ରହିବ, ସାଧାରଣ ଜନତାଙ୍କ ଆଶା-ଆକାଂକ୍ଷା ଅନୁରୂପ ହେବ, ବିଶ୍ୱରେ ପରିବର୍ତ୍ତିତ ଯୁଦ୍ଧ ଏବଂ ସୁରକ୍ଷା ପରିବେଶ ଅନୁରୂପ ହୋଇଥିବ, ଏ କଥାକୁ ଧ୍ୟାନରେ ରଖି ଆଜି ମୁଁ ଲାଲ କିଲ୍ଲାରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରୁଛି । ବିଶେଷଜ୍ଞମାନେ ଦୀର୍ଘ ଦିନ ଧରି ଏହି ଦାବି କରିଆସୁଥିଲେ ।
ଆଜି ଆମେ ନିର୍ଣ୍ଣୟ ନେଇଛୁ ଯେ ଏମେ ଆମେ “ଚିଫ ଅଫ ଡିଫେନ୍ସ-ସିଡିଏ” (ପ୍ରତିରକ୍ଷା ମୁଖ୍ୟ) ବ୍ୟବସ୍ଥା କରିବୁ ଏବଂ ଏହି ପଦବୀ ଗଠନ ହେବା ପରେ ତିନି ସେନାକୁ ଶୀର୍ଷସ୍ତରରେ ପ୍ରଭାବଶାଳୀ ନେତୃତ୍ୱ ମିଳିପାରିବ । ହିନ୍ଦୁସ୍ତାନର ସାମରିକ ଦୁନିଆର ଗତିରେ ଏହି ସିଡିଏସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ସଂସ୍କାର ପାଇଁ ଆମର ଯେଉଁ ସ୍ୱପ୍ନ ରହିଛି, ସେଥିପାଇଁ ବଳ ପ୍ରଦାନ କରିବ ।
ମୋର ପ୍ରିୟ ଦେଶବାସୀ, ଆମେମାନେ ଭାଗ୍ୟବାନ ଯେ ଆମେ ଏକ ଏପରି ସମୟରେ ଜନ୍ମ ନେଇଛୁ, ଏପରି ସମୟରେ ଜୀବନ ନିର୍ବାହ କରୁଛୁ, ଏହି ସମୟରେ ଆମ ପାଖରେ କିଛି ନା କିଛି କରିବାର ସାମର୍ଥ୍ୟ ରହିଛି । କେବେ କେବେ ମନରେ ଭାବନା ଆସିଥାଏ ଯେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା, ଭଗତ ସିଂ, ସୁଖଦେବ, ରାଜଗୁରୁଙ୍କ ଭଳି ମହାପୁରୁଷମାନେ ନିଜର ବଳିଦାନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମୀମାନେ ଘରେ ଘରେ, ଗଳିକନ୍ଦିରେ ବୁଲି ସ୍ୱାଧୀନତାର ସ୍ୱପ୍ନକୁ ସାକାର କରିବା ଲାଗି ଦେଶକୁ ସଚେତନ କରୁଥିଲେ । ଆମେ ସେ ସମୟରେ ନଥିଲୁ, ଆମେ ଜନ୍ମ ନେଇନଥିଲୁ, ଦେଶ ପାଇଁ ମରିବା ଲାଗି ଆମକୁ ସୁଯୋଗ ମିଳିନଥଲା, କିନ୍ତୁ ଦେଶ ପାଇଁ ଜିଇଁବା ଲାଗି ସୁଯୋଗ ନିଶ୍ଚିତ ଭାବେ ମିଳିଛି । ଆହୁରି ଏହି ସୌଭାଗ୍ୟ ମିଳିଛି ଏପରି ଏକ ସମୟ, ଏ ବର୍ଷ ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ପୂଜ୍ୟ ବାପୁ ମହାତ୍ମା ଗାନ୍ଧୀ, ତାଙ୍କର 150ତମ ଜୟନ୍ତୀର ଏହି ପର୍ବ । ଏପରି ସୁଯୋଗ ଆମକୁ ନିଜ ସମୟରେ ମିଳିଛି ଏହା ଆମ ପାଇଁ ସୌଭାଗ୍ୟ । ଆହୁରି ଦ୍ୱିତୀୟରେ ଆମ ସ୍ୱାଧୀନତାର 75 ବର୍ଷ, ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ଲୋକମାନଙ୍କୁ ସ୍ମରଣ କରି କିଛି କରିବାର ପ୍ରେରଣା ଦେଇଥାଏ । ଏହି ଅବସରକୁ ଆମେ ହରାଇବା ଅନୁଚିତ । 130 କୋଟି ଦେଶବାସୀଙ୍କ ହୃଦୟରେ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ଅନୁରୂପ, ଦେଶର ସ୍ୱାଧୀନତା ପାଇଁ ପାଗଳ ଲୋକମାନଙ୍କ ସ୍ୱପ୍ନ ଅନୁରୂପ ସ୍ୱାଧୀନତାର 75 ବର୍ଷ ଏବଂ ଗାନ୍ଧୀଜୀଙ୍କ 150ତମ ଜୟନ୍ତୀ, ଏହି ପର୍ବକୁ ଆମ ପ୍ରେରଣାର ମହାନ ଅବସରରେ ପରିଣତ କରି ଆମକୁ ଆଗେଇ ନେବାକୁ ହେବ ।
ମୁଁ ଏହି ଲାଲ କିଲ୍ଲାରୁ 2014ରେ ସ୍ୱଚ୍ଛତାର କଥା କହିଥିଲି । 2019ର କିଛି ସପ୍ତାହ ପରେ, ମୋର ବିଶ୍ୱାସ ଯେ, ଭାରତ ନିଜକୁ ଖୋଲା ଶୌଚ ମୁକ୍ତ ଘୋଷଣା କରିପାରିବ । ରାଜ୍ୟ, ଗ୍ରାମ, ନଗରପାଳିକା, ସମସ୍ତେ ସାମିଲ ହେଲେ, ଗଣମାଧ୍ୟମ ଯେଉଁ ଜନ ଆନେ୍ଦାଳନ ଛିଡ଼ା କଲା । ସରକାର କେଉଁଠି ଦେଖା ମଧ୍ୟ ଗଲେ ନାହିଁ, ଲୋକମାନେ ନିଜ କାନ୍ଧରେ ଦାୟିତ୍ୱ ନେଲେ, ଆଜି ଫଳାଫଳ ସମସ୍ତଙ୍କ ସାମ୍ନାରେ ଅଛି ।
ମୋର ପ୍ରିୟ ଦେଶବାସୀ, ମୁଁ ଏକ ଛୋଟ ଆଶା ଆଜି ଆପଣମାନଙ୍କ ସାମ୍ନାରେ ରଖିବାକୁ ଚାହୁଁଛି । ଏହି 2 ଅକ୍ଟୋବରରେ ଆମେ ଭାରତକୁ ଥରେ ବ୍ୟବହାର କରି ହେଉଥିବା ପ୍ଲାଷ୍ଟିକ, କ’ଣ ଏଥିରୁ ଦେଶକୁ ମୁକ୍ତ କରିପାରିବା ନାହିଁ । ଆମେ ବାହାରିଯିବା, ଦଳ ଦଳ ହୋଇ ବାହାରିବା, ସ୍କୁଲ, କଲେଜରୁ ବାହାରି ଆମେ ସମସ୍ତେ ପୂଜ୍ୟ ବାପୁଙ୍କୁ ମନେ ପକାଇ ଏବଂ ଘରେ ପ୍ଲାଷ୍ଟିକ ଖୋଜିବା-ଥରେ ବ୍ୟବହାର କରି ହେଉଥିବା ପ୍ଲାଷ୍ଟିକ, ଛକରେ ପଡ଼ିଥିବା, ମଇଳା ନାଳରେ ପଡ଼ିଥିବା, ସେସବୁକୁ ଏକାଠି କରି, ନଗରପାଳିକା, ମହାନଗର-ପାଳିକା, ଗ୍ରାମ ପଞ୍ଚାୟତ ସବୁଠି ଏହାକୁ ଜମା କରିବାର ବ୍ୟବସ୍ଥା କରିବା । ଆମେ ପ୍ଲାଷ୍ଟିକକୁ ବିଦାୟ ଦେବା ଦିଗରେ 2 ଅକ୍ଟୋବରରେ ପ୍ରଥମ ଦୃଢ଼ ପଦକ୍ଷେପ ନେଇପାରିବା କି ନାହିଁ?
ଆସନ୍ତୁ ମୋର ଦେଶବାସୀ, ଆମେ ଏହାକୁ ଆଗେଇ ନେବା । ଆହୁରି ପୁଣି ମୁଁ ଷ୍ଟାର୍ଟଅପ ଲୋକମାନଙ୍କୁ, ଟେକନିସିଆନମାନଙ୍କୁ, ଉଦ୍ୟମୀମାନଙ୍କୁ ଅନୁରୋଧ କରୁଛି ଯେ ଆମେ ଏହି ପ୍ଲାଷ୍ଟିକକୁ ରିସାଇକଲ କରିବା ପାଇଁ କ’ଣ କରିହେବ? ଯେମିତି ହାଇୱେ ନିର୍ମାଣ କରିବା ଲାଗି ପ୍ଲାଷ୍ଟିକର ଉପଯୋଗ ହେଉଛି । ସେପରି ଅନେକ ବ୍ୟବସ୍ଥା ଥାଇପାରେ, କିନ୍ତୁ ଯେଉଁ କାରଣରୁ ଅନେକ ସମସ୍ୟା ସୃଷ୍ଟି ହେଉଛି, ସେଥିରୁ ମୁକ୍ତି ଲାଗି ଆମକୁ ହିଁ ଅଭିଯାନ ଆରମ୍ଭ କରିବାକୁ ହେବ । କିନ୍ତୁ ଏଥିସହିତ ଆମକୁ ବିକଳ୍ପ ବ୍ୟବସ୍ଥା ମଧ୍ୟ ଦେବାକୁ ପଡ଼ିବ । ମୁଁ ତ’ ସମସ୍ତ ଦୋକାନୀ ଭାଇମାନଙ୍କୁ ଅନୁରୋଧ କରିବି, ଆପଣ ଆପଣଙ୍କ ଦୋକାନରେ ସବୁବେଳେ ବୋର୍ଡ ଲଗାନ୍ତି, ଗୋଟିଏ ବୋର୍ଡ ଏମିତି ଲଗାନ୍ତୁ ଯେ- “ଦୟାକରି ଏଠାରୁ ପ୍ଲାଷ୍ଟିକ ଥଳି ଆଶା କରନ୍ତୁ ନାହିଁ । ଆପଣ ନିଜ ଘରୁ କପଡ଼ା ବ୍ୟାଗ ନେଇ ଆସନ୍ତୁ କିମ୍ବା ଆମେ କପଡ଼ା ଥଳିରେ ବିକ୍ରି କରିବୁ ନେଇଯାଆନ୍ତୁ ।” ଆମେ ଏକ ବାତାବରଣ ସୃଷ୍ଟି କରିବା । ଦୀପାବଳିରେ ଯେଉଁଠି ଆମ ଲୋକମାନଙ୍କୁ ଭିନ୍ନ ଭିନ୍ନ ଉପହାର ଦେଇଥାଉ, କାହିଁକି ଏଥର ଠାରୁ ସବୁବେଳେ କପଡ଼ା ବ୍ୟାଗ ଉପହାର ଦେବାନି, ଯାହାଦ୍ୱାରା କେହି କପଡ଼ା ବ୍ୟାଗ ନେଇ ମାର୍କେଟ ଯିବ, ତ’ ଆପଣଙ୍କ କମ୍ପାନୀର ବିଜ୍ଞାପନ ମଧ୍ୟ ହେବ । ଆପଣ କେବଳ ଡାଏରୀ ଦେଉଛନ୍ତି, ତ’ ବୋଧେ କିଛି ଲାଭ ହେଉନାହିଁ, କ୍ୟାଲେଣ୍ଡର ଦେଉଛନ୍ତି ତ’ କିଛି ହେଉନାହିଁ, କପଡ଼ା ବ୍ୟାଗ ଦେବେ ତ’ ଯେଉଁଠିକି ଯିବ କପଡ଼ା ବ୍ୟାଗ ଆପଣଙ୍କ ବିଜ୍ଞାପନ ମଧ୍ୟ କରିବ । ଝୋଟ ବ୍ୟାଗ ହେଉ, ମୋର କୃଷକ ଭାଇମାନଙ୍କୁ ସହାୟତା କରିବ, କପଡ଼ା ବ୍ୟାଗ ହୋଇଥିଲେ, ମୋ କୃଷକଭାଇମାନଙ୍କୁ ସହାୟତା କରିବ । ଛୋଟ ଛୋଟ କାମ । ଗରିବ-ବିଧବା ମା’ ଯେଉଁ ସିଲେଇ କରିଥାଏ ତା’କୁ ମଧ୍ୟ ସହାୟତା ମିଳିବ, ଅର୍ଥାତ ଆମର ଛୋଟ ନିଷ୍ପତ୍ତି ମଧ୍ୟ ସାଧାରଣମଣିଷର ଜୀବନରେ କେମିତି ପରିବର୍ତ୍ତନ ଆଣିପାରିବ ସେଥିପ୍ରତି ଆମେ କାମ କରିବା ।
ମୋର ପ୍ରିୟ ଦେଶବାସୀ 5 ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥାର ସ୍ୱପ୍ନ ହେଉ, ସ୍ୱାବଲମ୍ବୀ ଭାରତର ସ୍ୱପ୍ନ ହେଉ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ବଂଚାଇ ରଖିବା ଲାଗି ଆଜି ବି ଆମେ ପ୍ରସ୍ତୁତ । ମହାତ୍ମା ଗାନ୍ଧୀଙ୍କ ବିଚାର ଆଜି ମଧ୍ୟ ସ୍ତୁତି କରିବା ଭଳି । ତେଣୁ ସେଥିପାଇଁ ମେକ ଇନ ଇଣ୍ଡିଆର ଯେଉଁ ଅଭିଯାନ ଆମେ ଆରମ୍ଭ କରିଥିଲୁ, ତା’କୁ ଆମକୁ ଆଗେଇ ନେବାକୁ ହେବ । ଭାରତରେ ଉତ୍ପାଦିତ ସାମଗ୍ରୀ, ଆମର ପ୍ରାଥମିକତା କାହିଁକି ହେବା ଉଚିତ ନୁହେଁ? ଆମେ ନିର୍ଦ୍ଧାରଣ କରିବା ନିଜ ଜୀବନରେ ମୋ ଦେଶରେ ଯାହା ତିଆରି ହୋଇଥାଏ, ମିଳିଥାଏ, ତାହା ମୋର ପ୍ରାଥମିକତା ହେବ ଏବଂ ଆମକୁ ତ’ ଭାଗ୍ୟଶାଳୀ ଭବିଷ୍ୟତ ଲାଗି ସ୍ଥାନୀୟ ଉତ୍ପାଦ ଉପରେ ଗୁରୁତ୍ୱ ଦେବାକୁ ହେବ । ଲକି (ଭାଗ୍ୟଶାଳୀ) ଆଗାମୀକାଲି ପାଇଁ ଲୋକାଲ (ସ୍ଥାନୀୟ ଉତ୍ପାଦ), ସୁଖୀ ଭବିଷ୍ୟତ ପାଇଁ ଲୋକାଲ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଲୋକାଲ ଉତ୍ପାଦ, ଯାହା ଗାଁରେ ତିଆରି ହୋଇଥାଏ ପ୍ରଥମେ ସେଥିପ୍ରତି ପ୍ରାଥମିକତା ଦିଆଯିବା ଉଚିତ । ସେଠାରେ ହୋଇନଥିଲେ ତହସିଲରେ, ତହସିଲରୁ ବାହାରକୁ ଯିବାକୁ ପଡ଼ିଲେ ତ’ ଜିଲ୍ଲାରେ, ଜିଲ୍ଲା ବାହାରେ ରାଜ୍ୟରେ ଏବଂ ମୁଁ ଏହା ଗ୍ରହଣ କରିବି ନାହିଁ ଯେ ଏହାପରେ ନିଜ ଆବଶ୍ୟକ ସାମଗ୍ରୀ ଲାଗି ଆଉ କୌଣସି ସ୍ଥାନକୁ ଯିବାକୁ ପଡ଼ିବ । କେତେ ଅଧିକ ଶକ୍ତି ମିଳିବ? ଆମର ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ କେତେ ଅଧିକ ଶକ୍ତି ମିଳିବ?
ଭାଇ ଓ ଭଉଣୀମାନେ ଆମକୁ ମୋବାଇଲ ଫୋନ ଭଲ ଲାଗିଥାଏ, ଆମକୁ ୱାଟ୍ସଆପ ପଠାଇବା ଭଲ ଲାଗିଥାଏ, ଆମକୁ ଫେସବୁକ-ଟ୍ୱିଟ୍ଟରରେ ରହିବା ଭଲ ଲାଗିଥାଏ, କିନ୍ତୁ ଏହି କାରଣରୁ ହିଁ ଦେଶର ଅର୍ଥବ୍ୟବସ୍ଥାରେ ମଧ୍ୟ ଯୋଗଦାନ ଦେଇହେବ । ସୂଚନା ଲାଗି ପ୍ରଯୁକ୍ତିର ଯେତେ ଉପଯୋଗ ହେଉଛି, ଆଧୁନିକ ଭାରତର ନିର୍ମାଣ ଲାଗି ମଧ୍ୟ ପ୍ରଯୁକ୍ତିର ସେତିକି ଉପଯୋଗ ହେଉଛି । ଆହୁରି ଆମେ ସାଧାରଣ ନାଗରିକ ଡିଜିଟାଲ ପେମେଣ୍ଟ ଲାଗି କାହିଁକି ଯିବା ନାହିଁ? ଆଜି ଆମେ ଗର୍ବିତ ଯେ ଆମର ରୂପେ କାର୍ଡ ସିଙ୍ଗାପୁରରେ ଚାଲୁଛି, ଆମର ରୂପେ କାର୍ଡ ଆଗାମୀ ଦିନରେ ଆହୁରି ଅଧିକ ଦେଶରେ ମଧ୍ୟ ଚାଲିବ । ଆମର ଏକ ଡିଜିଟାଲ ପ୍ଲାଟଫର୍ମ ଦୃଢ଼ତାର ସହିତ ଉଦୀୟମାନ ହେଉଛି, କିନ୍ତୁ ଆମର ଗ୍ରାମାଂଚଳରେ, ଛୋଟ ଛୋଟ ଦୋକାନରେ ମଧ୍ୟ, ଆମ ସହରର ଛୋଟ ଛୋଟ ମଲରେ ମଧ୍ୟ ଆମେ କାହିଁକି ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେବା ନାହିଁ? ଆସନ୍ତୁ ସଚ୍ଚୋଟତା ଲାଗି, ପାରଦର୍ଶିତା ଲାଗି ଏବଂ ଦେଶର ଅର୍ଥବ୍ୟବସ୍ଥାକୁ ଶକ୍ତି ଦେବା ଲାଗି ଆମେ ଡିଜିଟାଲ ପେମେଣ୍ଟକୁ ଆପଣାଇବା । ଆହୁରି ମୁଁ ତ’ ବ୍ୟବସାୟୀମାନଙ୍କୁ କହିବି, ଆପଣମାନେ ବୋର୍ଡ ଲଗାଉଛନ୍ତି ଅଧିକାଂଶ ଗ୍ରାମକୁ ଗଲେ ବ୍ୟବସାୟୀଙ୍କ ବୋର୍ଡ ଥାଏ-ଆଜି ନଗଦ-କାଲି ବାକି । ମୁଁ ଚାହୁଁଛି ଯେ ଏବେ ଆମକୁ ବୋର୍ଡ ଲଗାଇବାକୁ ହେବ ଯେ, ଡିଜିଟାଲ ପେମେଣ୍ଟକୁ ହଁ ନଗଦକୁ ନା । ଏପରି ଏକ ପରିବେଶ ସୃଷ୍ଟି ହେବା ଉଚିତ । ମୁଁ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଅନୁରୋଧ କରୁଛି, ମୁଁ ବ୍ୟବସାୟ ଜଗତର ଲୋକମାନଙ୍କୁ ଅନୁରୋଧ କରୁଛି ଯେ ଆସନ୍ତୁ ଆମେ ଏକଥା ପ୍ରତି ଗୁରୁତ୍ୱାରୋପ କରିବା ।
ଆମ ଦେଶରେ ମଧ୍ୟବିତ, ଉଚ୍ଚ ମଧ୍ୟବିତ ବର୍ଗଙ୍କ ସଂଖ୍ୟା ବଢ଼ିଚାଲିଛି, ଭଲ କଥା । ବର୍ଷକୁ ଥରେ-ଦୁଇ ଥର ପରିବାର ସହିତ, ପିଲାମାନଙ୍କ ସହିତ ବିଶ୍ୱର ଭିନ୍ନ ଭିନ୍ନ ଦେଶକୁ ପର୍ଯ୍ୟଟକ ଭାବେ ମଧ୍ୟ ଯାଉଛନ୍ତି, ପିଲାମାନଙ୍କୁ ବାହ୍ୟ ଅଭିଜ୍ଞତା ମିଳୁଛି । ଭଲ କଥା । କିନ୍ତୁ ମୁଁ ଆଜି ଏପରି ସବୁ ପରିବାରକୁ ଅନୁରୋଧ କରିବି ଯେ, ଦେଶ ପାଇଁ, ଯେତେବେଳେ ଦେଶ ସ୍ୱାଧୀନତାର 75 ବର୍ଷ ପାଳନ କରୁଛି, ଦେଶ ପାଇଁ ଏତେ ମହାପୁରୁଷମାନେ ବଳିଦାନ ଦେଇଛନ୍ତି, ଜୀବନ ସମର୍ପି ଦେଇଛନ୍ତି, ତେଣୁ ଆପଣ କ’ଣ ଚାହୁଁନାହାନ୍ତି ଯେ ଆପଣଙ୍କ ସନ୍ତାନମାନେ ଏ ଦେଶକୁ ଭଲ ଭାବେ ବୁଝନ୍ତୁ । କେଉଁ ମା’-ବାପା ଚାହିଁବେ ନାହିଁ ଯେ ଆମର-ଆପଣଙ୍କର ଆଗାମୀ ପିଢ଼ି ଭାବନାତ୍ମକ ଭାବେ ଏହି ମାଟି ସହିତ ଯୋଡ଼ି ହୋଇ ରୁହନ୍ତୁ, ଏହାର ଇତିହାସ ସହ ଯୋଡ଼ି ହୋଇ ରୁହନ୍ତୁ, ଏହାର ପାଣିପବନ, ଏହାର ପାଣିରୁ ନୂଆ ଶକ୍ତି ପ୍ରାପ୍ତ କରନ୍ତୁ । ଏହା ଆମକୁ ଯତ୍ନର ସହ କରିବାକୁ ହେବ । ଆମେ ଯେତେ ଆଗକୁ ଗଲେ ବି ମୂଳ ଠାରୁ ବିଚ୍ୟୁତ ହେଲେ ଆମେ କେବେହେଲେ ବଂଚିପାରିବା ନାହିଁ, ଆଗକୁ ବଢ଼ିପାରିବା ନାହିଁ । ତେଣୁ ସେଥିପାଇଁ ଯେଉଁମାନେ ପର୍ଯ୍ୟଟକ ଭାବେ ସାରାବିଶ୍ୱକୁ ଯାଉଛନ୍ତି, କ’ଣ ସେମାନଙ୍କୁ ମୁଁ ଏତିକି ମାଗିପାରିବି ନାହିଁ, ଲାଲ କିଲ୍ଲାର ଏହି ପ୍ରାଚୀର ଉପରୁ, ଦେଶର ନବଯୁବକମାନଙ୍କ ନିଯୁକ୍ତି ଲାଗି, ବିଶ୍ୱରେ ଭାରତର ପରିଚୟ ସୃଷ୍ଟି ଲାଗି, ଭାରତର ସାମର୍ଥ୍ୟକୁ ସୃଷ୍ଟି କରିବା ଲାଗି ମୋର ପ୍ରିୟ ଦେଶବାସୀ, ଆଜି ମୁଁ ଆପଣମାନଙ୍କୁ ଏକ ଛୋଟ ଅନୁରୋଧ କରୁଛି-କ’ଣ ଆପଣ ଏହା ସ୍ଥିର କରିପାରିବେ ଯେ 2022 ସ୍ୱାଧୀନତାର 75 ବର୍ଷ ପୂର୍ବରୁ ଆମେ ଆମ ପରିବାର ସହିତ ଭାରତର ଅତିକମରେ 15ଟି ପର୍ଯ୍ୟଟନ ସ୍ଥଳୀକୁ ଯିବେ । ସେଠାରେ ସମସ୍ୟା ଥିଲେ ମଧ୍ୟ ଯିବେ । ସେଠାରେ ଭଲ ହୋଟେଲ ନଥିଲେ ମଧ୍ୟ ଯିବେ । ବେଳେ ବେଳେ ସମସ୍ୟାରେ ପଡ଼ିବା ଜୀବନ ଜିଇଁବା କାମରେ ଲାଗିଥାଏ । ଆମେ ପିଲାମାନଙ୍କ ଠାରେ ଏହି ଅଭ୍ୟାସ ସୃଷ୍ଟି କରିବା ଯେ ଏହା ହିଁ ଆମର ଦେଶ । ଥରେ ଯିବା ଆରମ୍ଭ କରିବା ତ’ ସେଠାକୁ ବ୍ୟବସ୍ଥା ବିକଶିତ କରୁଥିବା ଲୋକମାନେ ମଧ୍ୟ ଆସିବେ । ଆମେ ଦେଶରେ 100ଟି ଭଲ ପର୍ଯ୍ୟଟନ ସ୍ଥଳୀ ବିକଶିତ କରିବା ନାହିଁ କାହିଁକି? କାହିଁକି ପ୍ରତ୍ୟେକ ରାଜ୍ୟରେ 2ଟି କିମ୍ବା 5 କିମ୍ବା 7ଟି ଭଲ ପର୍ଯ୍ୟଟନ ସ୍ଥଳୀ ପ୍ରତିଷ୍ଠା କରିବାର ଲକ୍ଷ୍ୟ ପ୍ରସ୍ତୁତ କରାଯିବ ନାହିଁ? ଆମେ ସ୍ଥିର କରିବା – ଆମର ଉତ୍ତର-ପୂର୍ବରେ ଏତେ ପ୍ରାକୃତିକ ସମ୍ପଦ ଅଛି କିନ୍ତୁ କେତୋଟି ବିଶ୍ୱବିଦ୍ୟାଳୟ ଅଛନ୍ତି ଯେଉଁମାନେ ନିଜର ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀରେ ଉତର ପୂର୍ବାଂଚଳକୁ ସ୍ଥାନ ଦେଇଛନ୍ତି? ଅଧିକ ଯୋଗଦାନ କରିବାକୁ ପଡ଼ିବ ନାହିଁ । ଆପଣଙ୍କୁ 7 ଦିନ 10 ଦିନ ବାହାର କରିବାକୁ ହେବ, ତ’ ନିଜ ଦେଶ ଭିତରେ ହିଁ ଏହି ସମୟ ବିତାନ୍ତୁ ।
ଆପଣମାନେ ଦେଖନ୍ତୁ ଯେଉଁଠିକୁ ଯାଇ ଆସିବେ, ସେଠାରେ ନୂଆ ଦୁନିଆ ଛିଡ଼ା କରି ଆସିବେ, ବୀଜ ରୋପଣ କରି ଆସିବେ ଏବଂ ଜୀବନରେ ଆପଣଙ୍କୁ ମଧ୍ୟ ସନ୍ତୋଷ ମିଳିବ । ହିନ୍ଦୁସ୍ତାନର ଲୋକ ଯିବା ଆରମ୍ଭ କରିବେ ତ’ ବିଶ୍ୱର ଲୋକମାନେ ମଧ୍ୟ ଆସିବା ଆରମ୍ଭ କରିଦେବେ । ଆମେ ବିଶ୍ୱକୁ ଯିବା ଏବଂ କହିବା ଯେ ଆପଣ ତାହା ଦେଖିଛନ୍ତି? କେହି ପର୍ଯ୍ୟଟକ ଆମକୁ ପଚାରିବ ଯେ ଆପଣ ହିନ୍ଦୁସ୍ତାନରୁ ଆସୁଛନ୍ତି, ଆପଣ ତାମିଲନାଡ଼ୁର ସେହି ମନ୍ଦିର ଦେଖିଛନ୍ତି? ତେଣୁ ଯଦି ଆମେ କହିବା ଯେ ମୁଁ ଦେଖିନାହିଁ ବୋଲି ସେ କହିବ ଭଲ କଥା ଭାଇ ମୁଁ ତୁମ ଦେଶକୁ ତାମିଲନାଡ଼ୁର ମନ୍ଦିର ଦେଖିବାକୁ ଯାଇଥିଲି ଏବଂ ତୁମେ ଏଠାକୁ ଦେଖିବାକୁ ଆସିଥିଲ! ଆମେ ଆମ ଦେଶକୁ ଭଲ ଭାବେ ଜାଣିବା ପରେ ଯାଇ ବିଶ୍ୱକୁ ଯିବା । ଆମେ ଏତିକି କାମ କରିପାରିବା ।
ମୁଁ ମୋର ପ୍ରିୟ କୃଷକ ଭାଇମାନଙ୍କୁ ଆଜି ଅନୁରୋଧ କରିବାକୁ ଚାହୁଁଛି । ଆପଣମାନଙ୍କୁ ମୁଁ କିଛି ମାଗିବା ଲାଗି ଚାହୁଁଛି । ମୋ କୃଷକମାନଙ୍କ ପାଇଁ, ମୋର ଦେଶବାସୀଙ୍କ ଲାଗି, ଏ ଧରା, ଆମ ମା’ । ଭାରତ ମାତା କୀ ଜୟ କହିବା କ୍ଷଣି ଆମ ଭିତରେ ଉତ୍ସାହର ସଂଚାର ହୋଇଥାଏ । ବନେ୍ଦ ମାତରମ କହିବା କ୍ଷଣି ଏ ମାଟି ମା’ ଲାଗି ଜୀବନ ଦେଇଦେବାର ପ୍ରେରଣା ମିଳିଥାଏ । ଏକ ଦୀର୍ଘକାଳୀନ ଇତିହାସ ଆମ ସାମ୍ନାକୁ ଆସିଥାଏ କିନ୍ତୁ କ’ଣ କେବେ ଆମେ ଏହି ଧରିତ୍ରୀ ମା’ର ସ୍ୱାସ୍ଥ୍ୟ କଥା ଚିନ୍ତା କରିଛୁ । ଆମେ ଯେପରି ରାସାୟନିକର ଉପଯୋଗ କରୁଛୁ, ରାସାୟନିକ ସାର ଉପଯୋଗ କରୁଛୁ, କୀଟନାଶକ ଉପଯୋଗ କରୁଛୁ, ଆମେ ଆମର ଏହି ମାଟି ମା’କୁ ନଷ୍ଟ କରି ଦେଉଛୁ । ଏ ମା’ର ସନ୍ତାନ ଭାବେ, ଜଣେ କୃଷକ ଭାବେ ମୋର ମୋ ମାଟି ମା’କୁ ନଷ୍ଟ କରିବାର ଅଧିକାର ନାହିଁ । ମୋ ମାଟି ମା’କୁ ଦୁଃଖୀ କରିବାର ଅଧିକାର ନାହିଁ, ମୋର ମାଟି ମା’କୁ ରୋଗୀ କରିଦେବାର ଅଧିକାର ନାହିଁ ।
ଆସନ୍ତୁ, ସ୍ୱାଧୀନତାର 75 ବର୍ଷ ପୂରିବାକୁ ଯାଉଛି । ପୂଜ୍ୟ ବାପୁ ଆମକୁ ରାସ୍ତା ଦେଖାଇଛନ୍ତି କ’ଣ ଆମେ 10 ପ୍ରତିଶତ, 20 ପ୍ରତିଶତ, 25 ପ୍ରତିଶତ ନିଜ ଜମିରେ ଏହି ରାସାୟନିକ ସାରକୁ କମ କରିବା, ସମ୍ଭବ ହେଲେ ସମ୍ପୂର୍ଣ୍ଣ ମୁକ୍ତ କରିବାର ଅଭିଯାନ ଚଳାଇପାରିବା ନାହିଁ । ଆପଣମାନେ ଦେଖନ୍ତୁ ଦେଶର କେତେ ବଡ଼ ସେବା ହେବ । ଆମର ମାଟି ମା’କୁ ବଂଚାଇବାରେ, ଆପଣଙ୍କର କେତେବଡ଼ ଯୋଗଦାନ ରହିବ । ବନେ୍ଦ ମାତରମ କହି ଯେଉଁମାନେ କେବେ ଫାଶୀ ଖୁଂଟରେ ଚଢ଼ି ଯାଇଥିଲେ, ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ଲାଗି, ଏ ମାଟି ମା’କୁ ବଂଚାଇବାର ଆପଣଙ୍କ କାମକୁ, ତା’ର ମଧ୍ୟ ଆଶୀର୍ବାଦ ମିଳିବ, ଯିଏ ଫାଶୀ ଖୁଂଟରେ ଚଢ଼ି ମଧ୍ୟ ବନ୍ଦେ ମାତରମ କହିଥିଲା । ସେଥିପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଏବଂ ମୋର ବିଶ୍ୱାସ ଅଛି ଯେ ମୋର ଦେଶବାସୀ ଏହା କରିବେ । ମୋର କୃଷକମାନେ ମୋର ଏହି ଦାବିକୁ ପୂରଣ କରିବେ ମୋର ସମ୍ପୂର୍ଣ୍ଣ ଭାବେ ଏହି ବିଶ୍ୱାସ ରହିଛି ।
ମୋର ପ୍ରିୟ ଭାଇ-ଭଉଣୀମାନେ, ଆମ ଦେଶରେ ପେସାଦାରଙ୍କର ଆଜି ସାରା ବିଶ୍ୱରେ ନାଁ ରହିଛି । ସେମାନଙ୍କ ସାମର୍ଥ୍ୟକୁ ନେଇ ଆଲୋଚନା ହେଉଛି । ଲୋକମାନେ ସେମାନଙ୍କୁ ପ୍ରଶଂସା କରୁଛନ୍ତି । ମହାକାଶ ହେଉ, ପ୍ରଯୁକ୍ତି ହେଉ, ଆମେ ନୂଆ ସୋପାନରେ ପହଁଚିଛୁ । ଆମ ପାଇଁ ଖୁସିର କଥା ହେଉଛି ଆମର ଚନ୍ଦ୍ରଯାନ ଦ୍ରୁତଗତିରେ ଚନ୍ଦ୍ରର ସେହି ପୃଷ୍ଠ ଦିଗରେ ଆଗକୁ ବଢ଼ୁଛି, ଯେଉଁଠାକୁ କେବେ କେହି ଯାଇନାହାନ୍ତି । ଆମ ବୈଜ୍ଞାନିକମାନଙ୍କର ଏହା ହେଉଛି ସିଦ୍ଧି ।
ସେହିପରି କ୍ରୀଡ଼ା ମୈଦାନରେ ମୋ ଦେଶର 18-20 ବର୍ଷର, 22 ବର୍ଷର ପୁଅ-ଝିଅ ହିନ୍ଦୁସ୍ତାନର ତ୍ରିରଙ୍ଗା ପତାକୁ ଉଚ୍ଚରେ ଉଡ଼ାଉଛନ୍ତି । କେତେ ଗର୍ବ ହେଉଛି ମନରେ । ଦେଶର କ୍ରୀଡ଼ାବିତ ଦେଶର ନାଁ କରୁଛନ୍ତି ।
ମୋର ଦେଶବାସୀ, ଆମକୁ ଆମ ଦେଶକୁ ଆଗେଇ ନେବାକୁ ହେବ । ଆମକୁ ଆମ ଦେଶରେ ପରିବର୍ତ୍ତନ ଆଣିବାକୁ ହେବ । ଆମ ଦେଶରେ ନୂତନ ଉଚ୍ଚତାକୁ ପାର କରିବାକୁ ହେବ ଏବଂ ମିଳିମିଶି କରିବାକୁ ହେବ । ସରକାର ଏବଂ ଜନସାଧାରଣଙ୍କୁ ମିଶି କରିବାକୁ ହେବ । 130କୋଟି ଦେଶବାସୀଙ୍କୁ କରିବାକୁ ହେବ । ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଆପଣଙ୍କ ଭଳି ଏ ଦେଶମାତୃକାର ଜଣେ ପୁଅ, ଏ ଦେଶର ଜଣେ ନାଗରିକ । ଆମ ସମସ୍ତଙ୍କୁ ମିଶି କରିବାକୁ ହେବ ।
ଆଗାମୀ ଦିନରେ ହେଉ, ଗ୍ରାମାଂଚଳରେ ଦେଢ଼ ଲକ୍ଷ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିବାକୁ ହେବ, ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବାକୁ ହେବ, ପ୍ରତ୍ୟେକ ତିନୋଟି ଲୋକ ସଭା କ୍ଷେତ୍ରରେ ଗୋଟିଏ ମେଡ଼ିକାଲ କଲେଜ ନିର୍ମାଣ କରି ଆମ ଯୁବପିଢ଼ିଙ୍କ ଡାକ୍ତର ହେବାର ସ୍ୱପ୍ନ ପୂରଣ କରିବାକୁ ହେବ । ଦୁଇ କୋଟିରୁ ଅଧିକ ଗରିବ ଲୋକଙ୍କ ଘର ତିଆରି କରିବାକୁ ହେବ । ଆମକୁ 15 କୋଟି ଗ୍ରାମୀଣ ଘରେ ପିଇବା ପାଣି ପହଁଚାଇବାକୁ ହେବ । ଲକ୍ଷେ କୋଡ଼ି ହଜାର ଗାଁରେ ସଡ଼କ ନିର୍ମାଣ କରିବାକୁ ହେବ । ପ୍ରତ୍ୟେକ ଗାଁକୁ ବ୍ରଡବ୍ୟାଣ୍ଡ ସଂଯୋଗ, ଅପ୍ଟିକାଲ ଫାଇଭର ନେଟୱାର୍କ ସହ ଯୋଡ଼ିବାକୁ ହେବ । 50 ହଜାରରୁ ଅଧିକ ନୂଆ ଷ୍ଟାର୍ଟଅପ୍ ଜାଲ ବିଛାଇବାକୁ ହେବ । ଅନେକ ସ୍ୱପ୍ନକୁ ନେଇ ଆଗକୁ ବଢ଼ିବାର ଅଛି । ସେଥିପାଇଁ ଭାଇ ଓ ଭଉଣୀମାନେ, ଆମେ ଦେଶବାସୀ ମିଳିମିଶି, ସ୍ୱପ୍ନକୁ ନେଇ ଦେଶକୁ ଆଗକୁ ବଢ଼ାଇବା ଲାଗି ଚାଲିବାକୁ ହେବ ଏବଂ ସ୍ୱାଧୀନତାର 75 ବର୍ଷ ଏଥିପାଇଁ ବହୁତ ବଡ଼ ପ୍ରେରଣା ।
ମୁଁ ଜାଣିଛି ଯେ ଲାଲକିଲ୍ଲାର ପ୍ରାଚୀର ଉପରେ ସମୟର ମଧ୍ୟ ଏକ ସୀମା ରହିଛି । 130 କୋଟି ଦେଶବାସୀଙ୍କ ସ୍ୱପ୍ନ ମଧ୍ୟ ଅଛି, 130 କୋଟି ଦେଶବାସୀଙ୍କର ନିଜସ୍ୱ ଆହ୍ୱାନ ମଧ୍ୟ ରହିଛି । ପ୍ରତ୍ୟେକ ସ୍ୱପ୍ନର, ପ୍ରତ୍ୟେକ ଆହ୍ୱାନର ନିଜସ୍ୱ ମହତ୍ୱ ରହିଛି । କିଛି କମ ଗୁରୁତ୍ୱପୂର୍ଣ୍ଣ ଓ ଆଉ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ, ସେମିତି ନୁହେଁ । କିନ୍ତୁ ବର୍ଷା ଋତୁ ଚାଲିଛି, ଦୀର୍ଘ ସମୟ ହେଲା କହି ଚାଲିଲେ ଭାଷଣ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ନାହିଁ ଏବଂ ସେଥିପାଇଁ ପ୍ରତ୍ୟେକ ପ୍ରସଙ୍ଗର ନିଜସ୍ୱ ମହତ୍ୱ ଥିଲେ ସୁଦ୍ଧା ଯେତିକି କଥା ଆଜି କହିପାରିଛି ଏବଂ ଯାହା କହିପାରିନାହିଁ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେ କଥାକୁ ନେଇ ଆମେ ଆଗକୁ ବଢ଼ିବା, ଦେଶକୁ ଆମକୁ ଆଗେଇ ନେବାକୁ ନେବ ।
ସ୍ୱାଧୀନତାର 75 ବର୍ଷ, ଗାନ୍ଧୀଜୀଙ୍କ 150 ବର୍ଷ ଏବଂ ଭାରତର ସମ୍ବିଧାନର 70 ବର୍ଷ ପୂରଣ ହୋଇସାରିଛି । ବାବା ସାହେବ ଆମ୍ବେଦକରଙ୍କ ସ୍ୱପ୍ନ, ଆହୁରି ଚଳିତ ବର୍ଷ ଗୁରୁତ୍ୱପୂର୍ଣ୍ଣ, ଗୁରୁ ନାନକ ଦେବଙ୍କ 550ତମ ଜୟନ୍ତୀ ମଧ୍ୟ ଅଛି । ଆସନ୍ତୁ ବାବା ସାହେବ ଆମ୍ବେଦକର, ଗୁରୁ ନାନକ ଦେବ ଜୀଙ୍କ ଶିକ୍ଷାକୁ ନେଇ ଆମେ ଆଗକୁ ବଢ଼ିବା ଏବଂ ଏକ ଉତ୍ତମ ସମାଜର ନିର୍ମାଣ, ଉତ୍ତମ ରାଷ୍ଟ୍ର ନିର୍ମାଣ, ବିଶ୍ୱର ଆଶା-ଆକାଂକ୍ଷା ଅନୁରୂପ ଭାରତ ନିର୍ମାଣ ଆମକୁ କରିବାକୁ ହେବ ।
ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆମେ ଜାଣିଛୁ ଯେ ଆମର ଲକ୍ଷ୍ୟ ହିମାଳୟ ଭଳି ଉଚ୍ଚ, ଆମର ସ୍ୱପ୍ନ ଅଗଣିତ ଅସଂଖ୍ୟ ତାରାମାନଙ୍କ ଠାରୁ ମଧ୍ୟ ଅଧିକ, କିନ୍ତୁ ଆମେ ଏହା ମଧ୍ୟ ଜାଣିଛୁ ଯେ ଆମର ମନୋବଳର ଉଡ଼ାଣ ଆଗରେ ଆକାଶ ମଧ୍ୟ କିଛି ନୁହେଁ । ଏହା ହିଁ ସଂକଳ୍ପ, ଆମର ସାମର୍ଥ୍ୟ ଭାରତ ମହାସାଗର ଭଳି ଅଥଳ ହେଉ, ଆମର ପ୍ରୟାସ ଗଙ୍ଗାଙ୍କ ଧାରା ଭଳି ପବିତ୍ର ହେଉ, ନିରନ୍ତର ହେଉ ଏବଂ ସବୁଠୁ ବଡ଼ କଥା ଆମର ମୂଲ୍ୟବୋଧ ପଛରେ ହଜାର ହଜାର ବର୍ଷ ପୁରୁଣା ସଂସ୍କୃତି, ଋଷି ମୁନିଙ୍କ ତପସ୍ୟା, ଦେଶବାସୀଙ୍କ ତ୍ୟାଗ, କଠୋର ପରିଶ୍ରମ- ଏହା ଆମମାନଙ୍କର ପ୍ରେରଣା ।
ଆସନ୍ତୁ ଆମେ ଏହି ବିଚାର ସହିତ, ଏହି ଆଦର୍ଶ ସହିତ, ଏହି ସଂକଳ୍ପ ସହିତ ସିଦ୍ଧି ପ୍ରାପ୍ତ କରିବାର ଲକ୍ଷ୍ୟକୁ ନେଇ ଆମେ ଚାଲିବା । ନୂଆ ଭାରତ ନିର୍ମାଣ କରିବା ଲାଗି ନିଜର ଦାୟିତ୍ୱକୁ ନିର୍ବାହ କରି, ନୂଆ ଆତ୍ମବିଶ୍ୱାସ, ନୂତନ ସଂକଳ୍ପ, ନୂତନ ଭାରତ ନିର୍ମାଣର ଜଡ଼ିବୁଟି । ଆସନ୍ତୁ, ଆମେ ମିଶି ଦେଶକୁ ଆଗକୁ ନେବା । ଏହି ଆଶା ସହିତ, ମୁଁ ପୁଣିଥରେ ଦେଶ ପାଇଁ ବଂଚୁଥିବା, ଦେଶ ପାଇଁ ଲଢ଼ୁଥିବା, ଦେଶ ପାଇଁ ମରୁଥିବା, ଦେଶ ଲାଗି କିଛି କରିବାର ସାହସ ରଖୁଥିବା ପ୍ରତ୍ୟେକଙ୍କୁ ପ୍ରଣାମ କରୁଛି ମୋ ସହିତ କୁହନ୍ତୁ-
ଜୟ ହିନ୍ଦ ।
ଜୟ ହିନ୍ଦ!
ଭାରତ ମାତା କୀ ଜୟ
ଭାରତ ମାତା କୀ ଜୟ
ବନ୍ଦେ ମାତରମ୍ ।
ବନ୍ଦେ ମାତରମ୍ ।
ବହୁତ ବହୁତ ଧନ୍ୟବାଦ ।
**********
Some glimpses from the Independence Day celebrations in Delhi this morning. pic.twitter.com/nUMgn1JJHg
— Narendra Modi (@narendramodi) August 15, 2019
नई सरकार को बने हुए कुछ हफ्ते ही हुए, लेकिन फिर भी हर क्षेत्र, हर दिशा में उत्तम प्रयास किए जा रहे हैं। #स्वतंत्रतादिवस pic.twitter.com/b1GhdImyOU
— Narendra Modi (@narendramodi) August 15, 2019
हम समस्याओं को टालते भी नहीं हैं, ना ही समस्याओं को पालते हैं।
— Narendra Modi (@narendramodi) August 15, 2019
आर्टिकल 370 और 35(A) से महिलाओं, बच्चों और एससी-एसटी समुदाय के साथ अन्याय हो रहा था।
इसलिए जो काम पिछले 70 वर्षों में नहीं किया जा सका, उसे नई सरकार बनने के 70 दिनों में पूरा कर दिया गया। #स्वतंत्रतादिवस pic.twitter.com/4aSkjP15gD
आज जो लोग आर्टिकल 370 का समर्थन कर रहे हैं, उनके पास प्रचंड बहुमत रहा था, लेकिन उन्होंने इस आर्टिकल को स्थायी नहीं बनाया। क्यों? उन्हें इस बात का जवाब देना चाहिए। #स्वतंत्रतादिवस pic.twitter.com/UiygJoYpRV
— Narendra Modi (@narendramodi) August 15, 2019
आइए, धरती मां को बचाने के हरसंभव प्रयत्न करें।
— Narendra Modi (@narendramodi) August 15, 2019
भारत के परिश्रमी अन्नदाताओं से मेरी विनती है। #स्वतंत्रतादिवस pic.twitter.com/Pu7rBQPOPN
Population explosion is a subject our nation must discuss as widely as possible. We owe this to the future generations... pic.twitter.com/SWkne1uvwG
— Narendra Modi (@narendramodi) August 15, 2019
Our forces are courageous and always prepared to give a befitting answer to those who disturb tranquility in the nation.
— Narendra Modi (@narendramodi) August 15, 2019
To further improve coordination and preparedness, India will now have a Chief of Defence Staff. pic.twitter.com/IULeoV3Zv6
The Prime Minister begins his address from the ramparts of the Red Fort by conveying Independence Day greetings.
— PMO India (@PMOIndia) August 15, 2019
PM also conveys wishes on Raksha Bandhan.
Today, when we are marking Independence Day, many of our citizens are suffering due to floods in various parts of the nation.
— PMO India (@PMOIndia) August 15, 2019
We stand in complete solidarity with those affected by the floods and I assure that all possible support that is needed will be provided to them: PM
I bow to all those great women and men who devoted their lives so that India becomes free: PM @narendramodi
— PMO India (@PMOIndia) August 15, 2019
It has been under ten weeks since the new Government was formed but several pathbreaking decisions have been taken.
— PMO India (@PMOIndia) August 15, 2019
This includes decisions for Jammu, Kashmir, Ladakh, the end of Triple Talaq, steps for the welfare of farmers and traders: PM @narendramodi
India understands the important of water conservation and thus, a new ministry for Jal Shakti has been created.
— PMO India (@PMOIndia) August 15, 2019
Steps have been taken to make the medical sector even more people friendly: PM @narendramodi
This is the time to think about the India of the 21st century and how the dreams of the people will be fulfilled: PM @narendramodi
— PMO India (@PMOIndia) August 15, 2019
अगर 2014 से 2019 आवश्यकताओं की पूरी का दौर था तो 2019 के बाद का कालखंड देशवासियों की आकांक्षाओं की पूर्ति का कालखंड है, उनके सपनों को पूरा करने का कालखंड है: PM @narendramodi
— PMO India (@PMOIndia) August 15, 2019
‘सबका साथ, सबका विकास’ का मंत्र लेकर हम चले थे लेकिन 5 साल में ही देशवासियों ने ‘सबका विश्वास’ के रंग से पूरे माहौल को रंग दिया: PM @narendramodi
— PMO India (@PMOIndia) August 15, 2019
We have to think about solutions to the problems people face.
— PMO India (@PMOIndia) August 15, 2019
Yes, there will be obstacles on the way but we have to work to overcome them.
Remember how scared the Muslim women were, who suffered due to Triple Talaq but we ended the practice: PM @narendramodi
समस्यों का जब समाधान होता है तो स्वावलंबन का भाव पैदा होता है, समाधान से स्वालंबन की ओर गति बढ़ती है। जब स्वावलंबन होता है तो अपने आप स्वाभिमान उजागर होता है और स्वाभिमान का सामर्थ्य बहुत होता है: PM @narendramodi
— PMO India (@PMOIndia) August 15, 2019
We do not believe in creating problems or prolonging them.
— PMO India (@PMOIndia) August 15, 2019
In less than 70 days of the new Government, Article 370 has become history, and in both Houses of Parliament, 2/3rd of the members supported this step.
We want to serve Jammu, Kashmir, Ladakh: PM @narendramodi
The old arrangement in Jammu, Kashmir and Ladakh encouraged corruption, nepotism but there was injustice when it came to rights of women, children, Dalits, tribal communities. The dreams of sanitation workers were incomplete. How can we accept such a situation: PM @narendramodi
— PMO India (@PMOIndia) August 15, 2019
Five years ago, people always thought- ‘क्या देश बदलेगा’ or ‘क्या बदलाव हो सकता है’?
— PMO India (@PMOIndia) August 15, 2019
Now, the people say- “हां, मेरा देश बदल सकता है: PM @narendramodi
Those who supported Article 370, India is asking them:
— PMO India (@PMOIndia) August 15, 2019
If this was so important and life changing, why was this Article not made permanent. After all, those people had large mandates and could have removed the temporary status of Article 370: PM @narendramodi
One Nation, One Constitution- this spirit has become a reality and India is proud of that: PM @narendramodi
— PMO India (@PMOIndia) August 15, 2019
GST brought to life the dream of One Nation, One Tax.
— PMO India (@PMOIndia) August 15, 2019
India has also achieved One Nation, One Grid in the energy sector.
Arrangements have been made for One Nation, One Mobility Card.
Today, India is talking about One Nation, One Election: PM @narendramodi
जम्मू-कश्मीर और लद्दाख सुख समृद्धि और शांति के लिए भारत के लिए प्रेरक बन सकता है और भारत की विकास यात्रा में बहुत बड़ा प्रेरक बन सकता है: PM @narendramodi
— PMO India (@PMOIndia) August 15, 2019
जो लोग इसकी वकालत करते हैं उनसे देश पूछता है अगर ये धारा इतनी महत्वपूर्ण थी तो 70 साल तक इतना भारी बहुमत होने के बाद भी आप लोगों ने उसे permanent क्यों नहीं किया: PM @narendramodi
— PMO India (@PMOIndia) August 15, 2019
In the last 70 years, every Government at the Centre and the various States, irrespective of which party they belonged to, have worked for the welfare of the people: PM @narendramodi
— PMO India (@PMOIndia) August 15, 2019
It is unfortunate, however, that so many people lack access to water even 70 years after Independence.
— PMO India (@PMOIndia) August 15, 2019
Work on the Jal Jeevan Mission will progress with great vigour in the years to come: PM @narendramodi
देश को नई ऊंचाइयों को पार करना है, विश्व में अपना स्थान बनाना है और हमें अपने घर में ही गरीबी से मुक्ति पर बल देना है और ये किसी पर उपकार नहीं है: PM @narendramodi
— PMO India (@PMOIndia) August 15, 2019
भारत के उज्ज्वल भविष्य के लिए हमें गरीबी से मुक्त होना ही है और पिछले 5 वर्षों में गरीबी कम करने की दिशा में, गरीबीं को गरीबी से बाहर लाने की दिशा में बहुत सफल प्रयास हुए हैं: PM @narendramodi
— PMO India (@PMOIndia) August 15, 2019
The movement towards water conservation has to take place at the grassroots level. It cannot become a mere Government programme. People from all walks of life have to be integrated in this movement: PM @narendramodi
— PMO India (@PMOIndia) August 15, 2019
There is one issue I want to highlight today- population explosion.
— PMO India (@PMOIndia) August 15, 2019
We have to think- can we do justice to the aspirations of our children.
There is a need to have greater discussion and awareness on population explosion: PM @narendramodi
Every effort made to remove corruption and black money is welcome. These are menaces that have ruined India for 70 long years. Let us always reward honesty: PM @narendramodi
— PMO India (@PMOIndia) August 15, 2019
I always ask- can we not remove the excess influence of Governments on people's lives. Let our people have the freedom of pursuing their own aspirations, let the right eco-system be made in this regard: PM @narendramodi
— PMO India (@PMOIndia) August 15, 2019
India does not want incremental progress. A high jump is needed, our thought process has to be expanded. We have to keep in mind global best practices and build good systems: PM @narendramodi
— PMO India (@PMOIndia) August 15, 2019
आज देश में 21वीं सदी की आवश्यकता के मुताबिक आधुनिक इंफ्रास्ट्रक्चर का निर्माण हो रहा है। देश के इंफ्रास्ट्रक्चर पर 100 लाख करोड़ रुपए का निवेश करने का फैसला किया गया है: PM @narendramodi
— PMO India (@PMOIndia) August 15, 2019
People's thinking has changed.
— PMO India (@PMOIndia) August 15, 2019
Earlier, people were happy with merely a plan to make a railway station.
Now people ask- when will Vande Bharat Express come to my area.
People do not want only good railway stations or bus stations, they ask- when is a good airport coming: PM
Earlier the aspiration was to have a good mobile phone but now, people aspire better data speed.
— PMO India (@PMOIndia) August 15, 2019
Times are changing and we have to accept that: PM @narendramodi
Time has come to think about how we can boost exports. Each district of India has so much to offer.
— PMO India (@PMOIndia) August 15, 2019
Let us make local products attractive.
May more export hubs emerge.
Our guiding principle is Zero Defect, Zero Effect: PM @narendramodi
Today, the Government in India is stable, policy regime is predictable...the world is eager to explore trade with India.
— PMO India (@PMOIndia) August 15, 2019
We are working to keep prices under check and increase development.
The fundamentals of our economy are strong: PM @narendramodi
हमारी अर्थव्यवस्था के fundamentals बहुत मजबूत हैं और ये मजबूती हमें आगे ले जाने का भरोसा दिलाती है: PM @narendramodi
— PMO India (@PMOIndia) August 15, 2019
Wealth creation is a great national service.
— PMO India (@PMOIndia) August 15, 2019
Let us never see wealth creators with suspicion.
Only when wealth is created, wealth will be distributed.
Wealth creation is absolutely essential. Those who create wealth are India's wealth and we respect them: PM @narendramodi
From the ramparts of the Red Fort, I give my greetings to the people of Afghanistan who are marking 100 years of freedom: PM @narendramodi
— PMO India (@PMOIndia) August 15, 2019
Our forces are India's pride.
— PMO India (@PMOIndia) August 15, 2019
To further sharpen coordination between the forces, I want to announce a major decision from the Red Fort:
India will have a Chief of Defence Staff- CDS.
This is going to make the forces even more effective: PM @narendramodi
Can we free India from single use plastic? The time for implementing such an idea has come. May teams be mobilised to work in this direction. Let a significant step be made on 2nd October: PM @narendramodi
— PMO India (@PMOIndia) August 15, 2019
Our priority should be a 'Made in India' product.
— PMO India (@PMOIndia) August 15, 2019
Can we think of consuming local products, improving rural economy and the MSME sector: PM @narendramodi
“डिजिटल पेमेंट को हां, नकद को ना”...
— PMO India (@PMOIndia) August 15, 2019
Can we make this our motto.
Let us further the use of digital payments all over the nation: PM @narendramodi
India has much to offer.
— PMO India (@PMOIndia) August 15, 2019
I know people travel abroad for holidays but can we think of visiting at least 15 tourist destinations across India before 2022, when we mark 75 years of freedom: PM @narendramodi
हम जानते हैं कि हमारे लक्ष्य हिमालय जितने ऊंचे हैं,
— PMO India (@PMOIndia) August 15, 2019
हमारे सपने अनगिनत-असंख्य तारों से भी ज्यादा हैं,
हमारा सामर्थ्य हिन्द महासागर जितना अथाह है,
— PMO India (@PMOIndia) August 15, 2019
हमारी कोशिशें गंगा की धारा जितनी पवित्र हैं, निरंतर हैं।
और सबसे बड़ी बात,
हमारे मूल्यों के पीछे हजारों वर्ष पुरानी संस्कृति की प्रेरणा है: PM @narendramodi