Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜି-20 ଶିଖର ସମ୍ମିଳନୀ ଅବସରରେ ‘ରୁଷ-ଭାରତ-ଚୀନ’ ନେତୃବର୍ଗଙ୍କ ଅନୌପଚାରିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ


ପ୍ରାରମ୍ଭିକ ବକ୍ତବ୍ୟ :

ମହାମହିମ ଏବଂ ମୋର ବନ୍ଧୁ ରାଷ୍ଟ୍ରପତି ସି ଏବଂ ପୁତିନ!

ଗତବର୍ଷ ଆର୍ଜେଂଟିନାରେ ଦୀର୍ଘ ସମୟ ପରେ ଆମ ତିନି ଦେଶ ମଧ୍ୟରେ ଶିଖର ସମ୍ମିଳନୀସ୍ତରୀୟ ବୈଠକ ହୋଇଥିଲା ।

ବିଶ୍ୱ ସମ୍ମୁଖରେ ଥିବା ପ୍ରମୁଖ ପ୍ରସଙ୍ଗ ଉପରେ ବିଚାରଆଲୋଚନା ପରେ ଆମେ ଭବିଷ୍ୟତରେ ପୁଣିଥରେ ଭେଟିବା ଲାଗି ସହମତ ହୋଇଥିଲୁ ।

ଆଜି ଏହି ଆରଆଇସି ଅନୌପଚାରିକ ଶିଖର ବୈଠକରେ ଆପଣମାନଙ୍କୁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ ।

ଅଗ୍ରଣୀ ଅର୍ଥବ୍ୟବସ୍ଥା ଭାବେ ବିଶ୍ୱର ଆର୍ଥିକ, ରାଜନୈତିକ ଏବଂ ସୁରକ୍ଷା ସ୍ଥିତି ଉପରେ, ଆମ ଭିତରେ ବିଚାର ବିନିମୟ ଗୁରୁତ୍ୱପୂର୍ଣ୍ଣଆମର ଆଜିର ଏହି ତ୍ରିପାକ୍ଷିକ ସାକ୍ଷାତ ପ୍ରମୁଖ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ସମନ୍ୱୟ ପାଇଁ ଏକ ଉପଯୋଗୀ ମାଧ୍ୟମ ।

ଆମର ବୈଦେଶିକ ମନ୍ତ୍ରୀମାନେ ଚଳିତ ବର୍ଷ ଫେବୃଆରୀରେ ଚୀନରେ ଅନୁଷ୍ଠିତ ବୈଠକରେ ଅନେକ ପ୍ରସଙ୍ଗ ଉପରେ ବିଚାର ବିନିମୟ କରିଥିଲେ । ଏସବୁ ପ୍ରସଙ୍ଗ ମଧ୍ୟରେ ଆତଙ୍କବାଦର ମୁକାବିଲା, ଅନ୍ତର୍ଜାତୀୟ ଗୁରୁତ୍ୱବହନକାରୀ ପ୍ରସଙ୍ଗ, ସଂସ୍କାରିତ ବହୁପକ୍ଷବାଦ, ଜଳବାୟୁ ପରିବର୍ତ୍ତନ ଏବଂ ଆରଆଇସି ଅଧୀନରେ ସହଯୋଗକୁ ଆଗକୁ ବଢ଼ାଇବା ସାମିଲ ରହିଛି ।

ଏବେ ମୁଁ ମହାମହିମ ରାଷ୍ଟ୍ରପତି ସିଙ୍କୁ ଅନୁରୋଧ କରିବି ଯେ ସେ ନିଜ ପ୍ରାରମ୍ଭିକ ବକ୍ତବ୍ୟ ରଖିବେ । (ରାଷ୍ଟ୍ରପତି ସିଙ୍କ ପ୍ରାରମ୍ଭିକ ବକ୍ତବ୍ୟ ପରେ)

ଧନ୍ୟବାଦ ରାଷ୍ଟ୍ରପତି ସି!

ଏବେ ମୁଁ ମହାମହିମ ରାଷ୍ଟ୍ରପତି ପୁତିନଙ୍କୁ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟ ରଖିବା ଲାଗି ଅନୁରୋଧ କରିବି । (ରାଷ୍ଟ୍ରପତି ପୁତିନଙ୍କ ପ୍ରାରମ୍ଭିକ ବକ୍ତବ୍ୟ ପରେ)

ଧନ୍ୟବାଦ, ରାଷ୍ଟ୍ରପତି ପୁତିନ!

**********