Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଟ୍ରିପଲ ତଲାକକୁ ନିଷେଧ କରି ମୁସଲିମ୍ ମହିଳାଙ୍କ ଅଧିକାର ସୁରକ୍ଷା ପ୍ରୟାସ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସଏହି ନୀତି ତଥା ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ, 2019କୁ ଅନୁମୋଦନ କରିଛନ୍ତି । ଏହି ବିଲ ପୂର୍ବରୁ ଆଗତ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ଦ୍ୱିତୀୟ ଅଧ୍ୟାଦେଶ, 2019 (2019ର ଆଦେଶନାମା 4)ର ସ୍ଥାନ ନେବ ।

ପ୍ରଭାବ : 

ଏହି ବିଲ ମୁସଲିମ ମହିଳାଙ୍କ ପାଇଁ ଲିଙ୍ଗଗତ ସମାନତା ଏବଂ ଲିଙ୍ଗଗତ ନ୍ୟାୟ ସୁନିଶ୍ଚିତ କରିବ । ଏହି ବିଲ ମଧ୍ୟ ବିବାହିତ ମୁସଲିମ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବାରେ ସହାୟକ ହେବା ସହିତ ସେମାନଙ୍କ ପତିଙ୍କ ଦ୍ୱାରା “ତଲାକ ଇ ବିଦ୍ଦାତଜରିଆରେ ଦିଆଯାଉଥିବା ଛାଡ଼ପତ୍ରକୁ ନିଷିଦ୍ଧ କରିବ ।

ପରିଣାମ :

ଏହି ବିଲରେ ଟ୍ରିପଲ ତଲାକର ପ୍ରଚଳନକୁ ଅବୈଧ ଏବଂ ବେଆଇନ ଘୋଷଣା କରିବାର ବ୍ୟବସ୍ଥା ରହିଛି । ଏହାର ଉଲ୍ଲଙ୍ଘନ ହେଲେ ତିନି ବର୍ଷର ଦଣ୍ଡବିଧାନ ଏବଂ ଜରିମାନାର ବ୍ୟବସ୍ଥା ରହିଛି । ଏହାଛଡ଼ା ବିବାହିତ ମୁସଲିମ ମହିଳା ଏବଂ ତାଙ୍କ ଉପରେ ନିର୍ଭରଶୀଳ ପିଲାଙ୍କୁ ଆର୍ଥିକ ଭରଣପୋଷଣ ଦେବାର ବ୍ୟବସ୍ଥା ମଧ୍ୟ ଏହି ବିଲରେ ରହିଛି ।

ଅପରାଧ କ୍ଷେତ୍ରରେ ପୋଲିସ ହସ୍ତକ୍ଷେପର ବ୍ୟବସ୍ଥା ମଧ୍ୟ ଏହି ପ୍ରସ୍ତାବିତ ବିଲରେ ରହିଛି । ଅପରାଧ ଘଟିବା କ୍ଷେତ୍ରରେ ପୀଡ଼ିତା ମୁସଲିମ ମହିଳା କିମ୍ବା ତାଙ୍କ ସହ ରକ୍ତ ସମ୍ପର୍କ ଅଥବା ବୈବାହିକ ସମ୍ପର୍କ ଥିବା କୌଣସି ବ୍ୟକ୍ତି  ଏ ସମ୍ପର୍କରେ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କୁ ସୂଚିତ କଲେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରିପାରିବ ।

ଟ୍ରିପଲ ତଲାକରେ ପୀଡ଼ିତ ମୁସଲିମ ମହିଳା ମାଜିଷ୍ଟ୍ରେଟଙ୍କ ଅନୁମତି ନେଇ ମାମଲାକୁ ବିଚାରଯୋଗ୍ୟ ଭାବେ ଗ୍ରହଣ କରିପାରିବେ ବୋଲି ବିଲରେ ବ୍ୟବସ୍ଥା ରହିଛି ।

ଏହାଛଡ଼ା ଟ୍ରିପଲ ତଲାକ ପାଇଥିବା ବିବାହିତା ମୁସଲିମ ମହିଳାଙ୍କ ସମ୍ମୁଖରେ ଅଭିଯୁକ୍ତର ଜାମିନ ଆବେଦନ ବିଚାରପତି ଶୁଣାଣି କରିବାର ବ୍ୟବସ୍ଥା ମଧ୍ୟ ବିଲରେ ରହିଛି ।

ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ, 2019 ପୂର୍ବରୁ ଆଗତ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ଦ୍ୱିତୀୟ ଅଧ୍ୟାଦେଶ ଧାରାରେ ପ୍ରସ୍ତୁତ କରାଯାଇଛି ।

 

*****************