Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ, 2019କୁ କ୍ୟାବିନେଟ ମଞ୍ଜୁରି


 

  • ଆଧାରକୁ ଜନଉପଯୋଗୀ କରିବା ଲାଗି ପ୍ରୟାସ
  • ଆଇନରେ ବ୍ୟବସ୍ଥା ନଥିଲେ ଆଧାର ନମ୍ବର ଦେବା ଲାଗି କୌଣସି ବ୍ୟକ୍ତିକୁ ବାଧ୍ୟ କରାଯାଇପାରିବ ନାହିଁ
  • ସ୍ୱେଚ୍ଛାକୃତ ଭାବେ ପ୍ରଦତ୍ତ ଆଧାର ନମ୍ବରକୁ କେୱାଇସି ଡକ୍ୟୁମେଣ୍ଟ ଭାବେ ଗ୍ରହଣ କରାଯିବ

 

ସାଧାରଣ ଲୋକଙ୍କ ପାଇଁ ଆଧାରକୁ ଅଧିକ ଅନୁକୂଳ କରିବା ଲାଗି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି “ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ, 2019କୁ ମଞ୍ଜୁର କରିଛନ୍ତି । ଏହା ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ଅଧ୍ୟାଦେଶ, 2019ର ସ୍ଥାନ ନେବ । ସଂଶୋଧିତ ପ୍ରସ୍ତାବଗୁଡ଼ିକ 2 ମାର୍ଚ୍ଚ, 2019ରେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ଅଧ୍ୟାଦେଶ ପ୍ରସ୍ତାବ ଅନୁରୂପ । ଆଗାମୀ ସଂସଦ ଅଧିବେଶନରେ ଏହି ବିଲ ଆଗତ କରାଯିବ ।

ଆଧାରକୁ ଜନଉପଯୋଗୀ ଏବଂ ନାଗରିକ କୈନ୍ଦ୍ରିକ କରିବା ପ୍ରୟାସରେ ଏହି ନିଷ୍ପତ୍ତି ଦୀର୍ଘସ୍ଥାୟୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

ପ୍ରଭାବ :

  • ଏହି ନିଷ୍ପତ୍ତି ଦ୍ୱାରା ଜନସାଧାରଣଙ୍କ ସ୍ୱାର୍ଥ ପୂରଣ ଏବଂ ଆଧାର ଦୂରୁପଯୋଗ ରୋକିବା ଲାଗି ୟୁଆଇଡିଏଆଇକୁ ଅଧିକ ସୁଦୃଢ଼ ବ୍ୟବସ୍ଥା ମିଳିପାରିବ ।
  • ଏହି ସଂଶୋଧନ ଫଳରେ, କୌଣସି ବ୍ୟକ୍ତିକୁ ଆଧାର ନମ୍ବର ଧାରଣ କରିବାର ପ୍ରମାଣ ଦେବା କିମ୍ବା ଏହି ଉଦ୍ଦେଶ୍ୟ ଲାଗି ପ୍ରାମାଣିକତା ଦେଇ ଗତି କରିବା ଲାଗି ବାଧ୍ୟ କରାଯାଇପାରିବ ନାହିଁ । କେବଳ ସଂସଦରେ ଆସିଥିବା ଆଇନର ବ୍ୟବସ୍ଥା ଅନୁଯାୟୀ ଆଧାର ତଥ୍ୟ ଦିଆଯିବ ।
  • ଜନସାଧାରଣଙ୍କୁ ବ୍ୟାଙ୍କ ଆକାଉଂଟ ଖୋଲିବାରେ ସୁବିଧା ପ୍ରଦାନ କରିବା ଲାଗି, ସ୍ୱେଚ୍ଛାକୃତ ଭାବେ ଆଧାର ନମ୍ବର ଉପଯୋଗ କରିବା ଲାଗି ପ୍ରସ୍ତାବିତ ସଂଶୋଧନରେ ବ୍ୟବସ୍ଥା ରହିଛି । ଟେଲିଗ୍ରାଫ ଆଇନ 1885 ଏବଂ ବେଆଇନ ଅର୍ଥ କାରବାର ନିଷେଧ ଆଇନ, 2002 ଅଧୀନରେ ଏହାକୁ କେୱାଇସି ଡକ୍ୟୁମେଣ୍ଟ ଭାବେ ଗ୍ରହଣ କରାଯିବ ।

ସଂଶୋଧନରେ ରହିଥିବା ପ୍ରମୁଖ ବିଶେଷତ୍ୱ ନିମ୍ନରେ ଦିଆଗଲା-

  • ପ୍ରାମାଣୀକରଣ କିମ୍ବା ଅଫଲାଇନ ଯାଞ୍ଚ ନିମନ୍ତେ ଆଧାର ନମ୍ବର ଦେବା ଲାଗି ଆଧାରନମ୍ବରଧାରୀଙ୍କୁ ଇଚ୍ଛାଧୀନ ଅଧିକାର ପ୍ରଦାନ;
  • ଜଣେ ବ୍ୟକ୍ତିଙ୍କ ବାସ୍ତବ ଆଧାର ନମ୍ବର ଲୁଚାଇବା ପାଇଁ 12 ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ବିକଳ୍ପ ଭର୍ଚୁଆଲ ପରିଚୟ ଉପଯୋଗ କରିବାର ବ୍ୟବସ୍ଥା;
  • 18 ବର୍ଷରେ ଉପନୀତ ହେବା ପରେ ଆଧାର ନମ୍ବର ବାତିଲ କରିବା ଲାଗି ଆଧାର ନମ୍ବରଧାରୀ ଶିଶୁଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା;
  • ର୍ତ୍ତୃପକ୍ଷଙ୍କ ଦ୍ୱାରା ବିଶେଷ ଭାବେ ଦିଆଯାଇଥିବା ଗୋପନୀୟତା ଏବଂ ସୁରକ୍ଷା ମାନକକୁ ପାଳନ କରୁଥିବା କ୍ଷେତ୍ରରେ ସଂସ୍ଥାଗୁଡ଼ିକ କେବଳ ଆଧାରର ପ୍ରାମାଣୀକରଣ କରିପାରିବେ । ତେବେ ଏହି ପ୍ରମାଣୀକରଣ ସଂସଦର କୌଣସି ଆଇନ ଏବଂ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟର ସ୍ୱାର୍ଥ ପାଇଁ ଅନୁମୋଦନ ଆଧାରରେ ହେବା ଆବଶ୍ୟକ;
  • ଟେଲିଗ୍ରାଫ ଆଇନ 1885 ଏବଂ ବେଆଇନ ଅର୍ଥ କାରବାର ନିଷେଧ ଆଇନ, 2002 ଅଧୀନରେ ଏହାକୁ କେୱାଇସି ଡକ୍ୟୁମେଣ୍ଟ ଭାବେ ଉପଯୋଗ କରିବା ଲାଗି ଇଚ୍ଛାଧୀନ ଭାବେ ଆଧାରର ପ୍ରାମାଣିକରଣ କରାଯାଇପାରିବ;
  • ଘରୋଇ ସଂସ୍ଥା ଦ୍ୱାରା ଆଧାରର ଉପଯୋଗ ସଂକ୍ରାନ୍ତ ଆଧାର ଆଇନର ଧାରା 57 ଉଚ୍ଛେଦ;
  • ଭାରତୀୟ ବିଶିଷ୍ଟ ପରିଚୟ ପତ୍ର ପ୍ରାଧିକରଣ ପାଣ୍ଠି ପ୍ରତିଷ୍ଠା ଲାଗି ବ୍ୟବସ୍ଥା
  • ଆଧାର ବ୍ୟବସ୍ଥାରେ ଆଧାର ଆଇନ ଏବଂ ବ୍ୟବସ୍ଥାର ଉଲ୍ଲଙ୍ଘନ କ୍ଷେତ୍ରରେ ଦଣ୍ଡବିଧାନ, ବିଚାର ଏବଂ ଆବେଦନର ବ୍ୟବସ୍ଥା ।

 

********************