Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲାଭ ସ୍ଥାନାନ୍ତରଣ ନିରୋଧ ପାଇଁ ରାଜସ୍ୱ ଚୁକ୍ତି ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ ନେଇ ବହୁପକ୍ଷୀୟ ବୁଝାମଣା ପତ୍ରରେ ସଂଶୋଧନ


ଆଧାର କ୍ଷୟ ଓ ଲାଭ ସ୍ଥାନାନ୍ତରଣ (MLI) ନିରୋଧ ପାଇଁ ରାଜସ୍ୱ ଚୁକ୍ତି ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ ନେଇ ବହୁପକ୍ଷୀୟ ବୁଝାମଣା ପତ୍ରରେ ସଂଶୋଧନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ଅନୁମୋଦିତ କରିଛି ।

ପ୍ରଭାବ:

ଚୁକ୍ତି ଅମାନ୍ୟ, ଆଧାର କ୍ଷୟ ଏବଂ ଲାଭ ସ୍ଥାନାନ୍ତରଣ ରଣନୀତି ମାଧ୍ୟମରେ ରାଜସ୍ୱହାନୀ ରୋକିବା ନେଇ ଏହି ବୁଝାମଣା ଭାରତର ଚୁକ୍ତିକୁ ପରିବର୍ତ୍ତିତ କରିବ । ଯେଉଁଠାରେ ଲାଭ ସୃଷ୍ଟି କରୁଥିବା ଅଧିକ ଅର୍ଥନୈତିକ କାର୍ଯ୍ୟଧାରା ହେଉଥିବ ଏବଂ ମୂଲ୍ୟ ସୃଷ୍ଟି ହେଉଥିବ ସେହି କ୍ଷେତ୍ରରେ ଲାଭ ଉପରେ କର ଲାଗୁ କରାଯିବ ।

ସାରାଂଶ:

  1. i) ଭାରତ ତରଫରୁ ପ୍ୟାରିସଠାରେ ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀଙ୍କ ଦ୍ୱାରା 07/06/2017ରେ ସ୍ୱାକ୍ଷର କରାଯାଇଥିବା ଆଧାର କ୍ଷୟ ଓ ଲାଭ ସ୍ଥାନାନ୍ତରଣ ନିରୋଧ ପାଇଁ ରାଜସ୍ୱ ଚୁକ୍ତି ସମ୍ପର୍କିତ ବହୁପାକ୍ଷିକ ବୁଝାମଣା ପତ୍ରକୁ ଭାରତ ସଂଶୋଧନ କରିଛି ।
  2. ii) ଆଧାର କ୍ଷୟ ଓ ଲାଭ ସ୍ଥାନାନ୍ତରଣ ନିରୋଧକୁ (ବିଇପିଏସ ପ୍ରକଳ୍ପ) ନିୟନ୍ତ୍ରଣ କରିବା ପାଇଁ ବହୁପାକ୍ଷିକ ବୁଝାମଣା ହେଉଛି OECD/G20 ପ୍ରକଳ୍ପର ଫଳାଫଳ । ଏହା ହେଉଛି ରାଜସ୍ୱ ଯୋଜନା ରଣନୀତି ଯାହାଦ୍ୱାରା କି ସ୍ୱଳ୍ପ କିମ୍ବା ଆଦୌ ଅର୍ଥନୈତିକ କାର୍ଯ୍ୟଧାରା ହେଉନଥିବା ସ୍ୱଳ୍ପ ବା ବିନା ରାଜସ୍ୱ ସ୍ଥାନମାନଙ୍କୁ କୃତ୍ରିମ ଉପାୟରେ ଲାଭ ସ୍ଥାନାନ୍ତରଣ ପାଇଁ ରାଜସ୍ୱ ନିୟମକୁ କୋହଳ କରିବ କିମ୍ବା ଏହାର ଅସନ୍ତୁଳନତାକୁ ଦୂର କରିବ । ଆଧାର କ୍ଷୟ ଓ ଲାଭ ସ୍ଥାନାନ୍ତରଣ (BEPS)କୁ ନିରୋଧ କରିବା ଲାଗି ବିଇପିଏସ ପ୍ରକଳ୍ପ ବ୍ୟାପକ ଭାବେ 15ଟି ପ୍ରକଳ୍ପ ଚିହ୍ନଟ କରିଥିଲା ।

iii) ଭାରତ 100ରୁ ଉର୍ଦ୍ଧ୍ଵ ଅନୌପଚାରିକ ଗ୍ରୁପ ଏବଂ G 20, ଓଇସିଡି, ବିଇପିଏସର ସହାୟକ ରାଷ୍ଟ୍ର ତଥା ଅନ୍ୟାନ୍ୟ ଆଗ୍ରହୀ ଦେଶମାନଙ୍କ ପରିସରରେ ରହିଥିଲା, ଯେଉଁ ଦେଶଗୁଡ଼ିକ କି 2015 ମେ ରେ ଚୂଡାନ୍ତ ବହୁପାକ୍ଷିକ ବୁଝାମଣା ପତ୍ର ପ୍ରସ୍ତୁତ କରିଥିଲେ । ଏହି ବୁଝାମଣା ପତ୍ରର ପାଠକୁ ଅନୌପଚାରିକ ଗ୍ରୁପ ଦ୍ୱାରା ନଭେମ୍ବର 24, 2016ରେ ଗ୍ରହଣ କରାଯାଇ ଥିଲା ।

  1. iv) କାର୍ଯ୍ୟଧାରା 6 ଅନ୍ତର୍ଗତ ଚୁକ୍ତି ଅମାନ୍ୟର ସର୍ବନିମ୍ନ ଷ୍ଟାଣ୍ଡାର୍ଡ ନିରୋଧ କରିବା ପାଇଁ ଚୂଡାନ୍ତ ବିଇପିଏସ ପ୍ୟାକେଜ ଅନ୍ତର୍ଗତ ସମ୍ମତ ହୋଇଥିବା ଚୁକ୍ତି ସମ୍ପର୍କିତ ସର୍ବନିମ୍ନ ସ୍ତର ହାସଲ କରିବା ପାଇଁ ଏହି ବୁଝାମଣା ପତ୍ର ମାଧ୍ୟମରେ ସମସ୍ତ ସ୍ୱାକ୍ଷର କର୍ତ୍ତା ସମର୍ଥ ହୋଇଥା’ନ୍ତି ।
  2. v) ଦୁଇ ସ୍ୱାକ୍ଷରକାରୀ ବା ଏଥିରୁ ଅଧିକ ପକ୍ଷ ମଧ୍ୟରେ ରାଜସ୍ୱ ଚୁକ୍ତିରେ ପରିବର୍ତ୍ତନ ଆଣିବା ପାଇଁ ଏହି ବୁଝାମଣା ପତ୍ର କାର୍ଯ୍ୟ କରିଥାଏ । ସାଧାରଣ ଚୁକ୍ତି ସଂଶୋଧନ ଅନୁଯାୟୀ ଏହି ଚୁକ୍ତିରେ ଥିବା ରାଜସ୍ୱ ସମ୍ବନ୍ଧୀୟ ସର୍ତ୍ତାବଳୀକୁ ସଂଶୋଧିତ କରାଯାଇ ପାରିବ ନାହିଁ । ଏହା ପରିବର୍ତେ ଏହାକୁ ବର୍ତ୍ତମାନ ପ୍ରଚଳିତ ରାଜସ୍ୱ ଚୁକ୍ତି ଅନୁଯାୟୀ କାର୍ଯ୍ୟ କରାଯିବ । ବିପିଇଏସ ପଦକ୍ଷେପକୁ ଲାଗୁ କରିବା ପାଇଁ ଏହି ଚୁକ୍ତିର କାର୍ଯ୍ୟଧାରାରେ ସଂଶୋଧନ କରାଯିବ ।
  3. vi) ଆଧାର କ୍ଷୟ ଓ ଲାଭ ସ୍ଥାନାନ୍ତରଣ ଏବଂ ଲାଗ ସ୍ଥାନାନ୍ତରଣ ରଣନୀତି ମାଧ୍ୟମରେ ଏହି ବୁଝାମଣା ପତ୍ର ଭାରତର ଚୁକ୍ତିକୁ ଏହି ବୁଝାମଣା ପତ୍ର ସଂଶୋଧିତ କରିବ ଏବଂ ନିଶ୍ଚିତ କରିବ ଯେ ଅତ୍ୟଧିକ ଅର୍ଥନୈତିକ କାର୍ଯ୍ୟଧାରା ଚାଲିଥିବା ସ୍ଥାନମାନଙ୍କରେ ହେଉଥିବା ଲାଭ ଉପରେ କର ଲଗାଯିବ ।