Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି ।

ଏକାଧିକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରତ୍ୟେକ ରାଷ୍ଟ୍ରର ଜୟଯାତ୍ରାରେ ଏପରି କିଛି ମୁହୂର୍ତ୍ତ ଆସିଥାଏ ଯାହା ଅତ୍ୟନ୍ତ ଗର୍ବ ଆଣିଥାଏ ଏବଂ ପରବର୍ତ୍ତୀ ପିଢ଼ି ଉପରେ ଏକ ଐତିହାସିକ ପ୍ରଭାବ ପକାଇଥାଏ । ଆଜି ସେପରି ଏକ ମୁହୂର୍ତ୍ତ ଆସିଛି । ଭାରତ ସଫଳତା ପୂର୍ବକ ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର (ଆଣ୍ଟି ସାଟେଲାଇଟ -ଏସ୍ୟାଟ)ର ପରୀକ୍ଷଣ କରିଛି । ମିଶନ ଶକ୍ତିର ସଫଳତା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ।

ମିଶନ ଶକ୍ତି ଅତ୍ୟନ୍ତ କଠିନ ଥିଲା । ଏହାକୁ ଅତ୍ୟନ୍ତ ତୀବ୍ର ଗତି ଏବଂ ଉଲ୍ଲେଖନୀୟ ସଠିକତା ସହ ସମ୍ପାଦନ କରାଯାଇଥିଲା । ଏହା ଭାରତର ଚମତ୍କାରୀ ବୈଜ୍ଞାନିକମାନଙ୍କ ଉଲ୍ଲେଖନୀୟ ନିପୁଣତା ଏବଂ ଆମ ମହାକାଶ କାର୍ଯ୍ୟକ୍ରମର ସଫଳତାକୁ ପ୍ରଦର୍ଶିତ କରୁଛି ।
ଦୁଇଟି କାରଣ ପାଇଁ ମିଶନ ଶକ୍ତି ସ୍ୱତନ୍ତ୍ର :

(1) ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ଏପରି ସ୍ୱତନ୍ତ୍ର ଏବଂ ଅତ୍ୟାଧୁନିକ ସାମର୍ଥ୍ୟ ହାସଲ କରିଛି ।

(2) ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସ୍ୱଦେଶୀ ଜ୍ଞାନକୌଶଳରେ ହୋଇଛି ।

ଭାରତ ଏକ ମହାକାଶ ଶକ୍ତି ଭାବେ ସଗର୍ବେ ଛିଡ଼ା ହୋଇଛି ! ଏହା ଭାରତକୁ ଶକ୍ତିଶାଳୀ, ଆହୁରି ଅଧିକ ସୁରକ୍ଷିତ କରିବା ସହିତ ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରିବ ।

*****************