Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଣ୍ଡିଆ ଟୁଡେ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଇଣ୍ଡିଆ ଟୁଡେ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଇଣ୍ଡିଆ ଟୁଡେ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଇଣ୍ଡିଆ ଟୁଡେ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଇଣ୍ଡିଆ ଟୁଡ଼େ କନକ୍ଲେଭରେ ଉଦ୍ବୋଧନ ଦେଇଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ସଂପର୍କରେ ଜନସଚେତନତା ବୃଦ୍ଧି ଦିଗରେ ଇଣ୍ଡିଆ ଟୁଡ଼େ ଗ୍ରୁପର ପ୍ରୟାସକୁ ପ୍ରଶଂସା କରିଥିଲେ

ତାଙ୍କର ପ୍ରଧାନମନ୍ତ୍ରୀତ୍ୱ ଅବଧି ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜାତୀୟ ରାଜନୀତିରେ ତାଙ୍କର ଅପେକ୍ଷାକୃତ କମ୍ଅଭିଜ୍ଞତା ତାଙ୍କ ପାଇଁ ପରୋକ୍ଷରେ ଆଶୀର୍ବାଦ ସାବ୍ୟସ୍ତ ହୋଇଛି

ଏହାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ବିଦେଶ ନୀତିକୁ ସେ କିଭଳି ଭାବେ ପରିଚାଳନା କରୁଛନ୍ତି ସେଥିନେଇ ନାନା ଆଶଙ୍କା ପ୍ରକାଶ ପାଉଥିଲାଗତ କିଛିଦିନ ମଧ୍ୟରେ ଘଟିଯାଇଥିବା ଘଟଣାବଳୀ ଆଶଙ୍କା ପ୍ରକଟକାରୀଙ୍କ ମନର ସଂଶୟକୁ ନିଶ୍ଚିତ ଭାବେ ଦୂର କରିଥିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ଆଜିର ଭାରତ ନୂତନ ଭାରତ ବୋଲି ଦୃଢ଼ତାର ସହ ମତ ପୋଷଣ କରି ଶ୍ରୀ ମୋଦୀ କହିଲେ ଯେ ଏହା ଏକ ନୂତନ ଭାରତଦେଶର ପ୍ରତ୍ୟେକ ଯବାନଙ୍କ ଜୀବନ ମୂଲ୍ୟବାନ ଏବଂ ଏବେ କୌଣସି ରାଷ୍ଟ୍ରକୁ ଭାରତ ସହ ମନମାନୀ କରିବାକୁ ଦିଆଯିବ ନାହିଁଭାରତ ତାହା କଦାପି ବରଦାସ୍ତ କରିବନାହିଁଜାତୀୟ ସ୍ୱାର୍ଥ ରକ୍ଷା ସକାଶେ ସରକାର ଯେକୌଣସି ପ୍ରକାର ସିଦ୍ଧାନ୍ତ ଗ୍ରହଣ କରିବା ସକାଶେ ସଂକଳ୍ପବଦ୍ଧ

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶ ଭିତରେ ହେଉ କି ଦେଶ ବାହାରେ ହେଉ ଯେଉଁମାନେ ଦେଶ ବିରୋଧୀ କାର୍ଯ୍ୟ ପାଇଁ ପ୍ରୟାସରେ ଲିପ୍ତ ଅଛନ୍ତି ସେମାନେ ଭାରତର ଏଭଳି ଏକତା ଦେଖି ଭୟଭୀତ ହୋଇଛନ୍ତିଏହି ଭୟ ବାସ୍ତବିକ୍ଉତ୍ତମ ଭାରତର ଶକ୍ତି ପ୍ରଦର୍ଶନରେ ଶତ୍ରୁମାନେ ଭୟଭୀତସେହିଭଳି ଦୁର୍ନୀତିଗ୍ରସ୍ତ ଲୋକମାନେ ସରକାରଙ୍କ ଆଇନରେ ଭୟଭୀତତେଣୁ ଏଭଳି ଭୟ ଦେଶର ହିତ ପାଇଁ ଏକାନ୍ତ ଜରୁରୀନୂତନ ଭାରତ ଏବେ ଆଗକୁ ଆଗେଇ ଚାଲିଛି ଏବଂ ଏହାର ସାମର୍ଥ୍ୟ ସାଧନ ଉପରେ ଦେଶବାସୀଙ୍କର ଦୃଢ଼ ଆସ୍ଥା ରହିଛି

ସରକାରଙ୍କ ଅଭିପ୍ରାୟ ସଶସ୍ତ୍ର ସେନାବାହିନୀଙ୍କ ସାମର୍ଥ୍ୟ ଉପରେ ସନ୍ଦେହ ପ୍ରକଟ କରୁଥିବା ଲୋକମାନଙ୍କ ଏଭଳି ମନୋଭାବର କାରଣ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେସେ କହିଲେ ଯେ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରିବା ସହ ସେହି ଲୋକମାନେ ଏବେ ଭାରତକୁ ବିରୋଧ କରିବା ଆରମ୍ଭ କରିଛନ୍ତି ଏବଂ ଏହାଦ୍ୱାରା ସେମାନେ ଦେଶର କ୍ଷତି ସାଧନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେସେ କହିଲେ ଯେ ସେଭଳି ଲୋକମାନେ ଭାରତୀୟ ସଶସ୍ତ୍ର ସେନାବାହିନୀଙ୍କ ସାମର୍ଥ୍ୟକୁ ମଧ୍ୟ ସନ୍ଦେହ କରୁଛନ୍ତି ଏବଂ ସେଇସବୁ ତତ୍ତ୍ୱଙ୍କୁ ବିଶ୍ୱାସ କରୁଛନ୍ତି ଯେଉଁମାନେ ଭାରତରେ ଆତଙ୍କବାଦ ଭିଆଉଛନ୍ତିପ୍ରଧାନମନ୍ତ୍ରୀ କହିଲେ ଯେ ବିଶେଷକରି ଭାରତ ଏବେ ରାଫାଲ ଲଢ଼ୁଆ ବିମାନର ଅନୁପସ୍ଥିତି ଅନୁଭବ କରୁଛି ଯାହା ଉପରେ ନିକଟ ଅତୀତରେ ଅନେକ ରାଜନୀତିର ଖେଳ ଖେଳାଯାଇଛିଯେଉଁମାନଙ୍କ କାର୍ଯ୍ୟଦ୍ୱାରା ଜାତୀୟ ନିରାପତ୍ତା ଗଭୀର ଭାବେ ବ୍ୟାହତ ହେଉଛି ସେମାନଙ୍କୁ ପ୍ରଧାନମନ୍ତ୍ରୀ କଡ଼ା ସମାଲୋଚନା କରିଥିଲେ । 

ପ୍ରଧାନମନ୍ତ୍ରୀ କହିଲେ ଯେ ଯେଉଁମାନେ ଦେଶକୁ ଅନେକ ବର୍ଷ ଧରି ଶାସନ କରିଆସୁଥିଲେ ସେମାନଙ୍କର କେବଳ ଦୁଇଟି କଥାରେ ଆଗ୍ରହ ଥିଲାଅର୍ଥମାରଣ ଏବଂ ଡିଲ୍କରିବାଏଥିରେ ଆମର ଯବାନ ଏବଂ କୃଷକମାନେ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରତିରକ୍ଷା କ୍ଷେତ୍ର ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଛି ସେଥିପାଇଁ କିଛି ଲୋକ ଯେଉଁ ଡିଲ୍ମାନ ଅତୀତରେ କରିଛନ୍ତି ତାହା ଦାୟୀସେହିଭଳି କୃଷି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି କାରଣ କେବଳ ଅର୍ଥମାରଣ ଛଡ଼ା ଅନ୍ୟ କିଛି କାର୍ଯ୍ୟ ସେମାନଙ୍କ ହିତ ସାଧନ ଲାଗି କରାଯାଇନଥିଲାସେଇ ଅର୍ଥ ହେରଫେରକାରୀଙ୍କୁ ଏଭଳି ସୁଯୋଗ ଦିଆଯାଇଥିଲା ଯାହାଫଳରେ ଦେଶର ଗରିବ ଲୋକମାନେ ଗରିବ ହୋଇ ସବୁଦିନେ ରହିବେ ଏବଂ ରାଜନୈତିକ ବର୍ଗଙ୍କ ଦୟାରେ ଜୀବନ ବିତାଇବେ ବୋଲି ସେମାନେ ଭାବିଥିଲେଏହାର ସବୁଠାରୁ ଉତ୍ତମ ଉଦାହରଣ ହେଲା କୃଷି ଋଣଛାଡ଼ ବୋଲି ସେ କହିଥିଲେଏହାର ବ୍ୟାଖ୍ୟ କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଏବେ ତାଙ୍କ ସରକାର ପ୍ରବର୍ତ୍ତନ କରିଛନ୍ତିଏହି ଯୋଜନା ଏଭଳି ଏକ ବ୍ୟାପକ ଯୋଜନା ଯାହା ଦେଶର କୃଷକମାନଙ୍କ ସାମଗ୍ରିକ କଲ୍ୟାଣ ସାଧନ କରିପାରିବକୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଯେଉଁ ବ୍ୟାପକ କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ଏହା ତାହାର ଅଂଶବିଶେଷ ବୋଲି ସେ କହିଥିଲେଏହା ଘୋଷଣା କରାଯିବାର ମାତ୍ର 24 ଦିନ ଭିତରେ ସରକାର ଏହାକୁ ପ୍ରବର୍ତ୍ତନ କରିଛନ୍ତି ବୋଲି ସେ ସୂଚାଇଥିଲେ

ତାଙ୍କ ସରକାରଙ୍କ ପଞ୍ଚାବନ ମାସର ଶାସନ ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଅନ୍ୟମାନଙ୍କ ପଞ୍ଚାବନ ବର୍ଷର ଶାସନ କେବଳ ଦୁଇଟି ପରସ୍ପର ବିରୋଧୀ କାର୍ଯ୍ୟପନ୍ଥା ହିଁ ଦେଶକୁ ଦେଇଛି

ସେମାନେ କେବଳ ଏକ ସାଂକେତିକ କାର୍ଯ୍ୟପନ୍ଥାଗ୍ରହଣ କରିଥିବା ବେଳେ ଆମେ ସାମଗ୍ରିକ କାର୍ଯ୍ୟପନ୍ଥାଗ୍ରହଣ କରିଛୁ ବୋଲି ଦାବି କରି ପ୍ରଧାନମନ୍ତ୍ରୀ କହିଲେ ଯେ ୱାନ ରାଙ୍କ ୱାନ ପେନସନ୍ଯୋଜନା ଯାହାକି ତାଙ୍କ ସରକାର ସଶସ୍ତ୍ର ସେନା ପାଇଁ ଗ୍ରହଣ କରିଛନ୍ତି ତାହା ଅନେକ ଦିନର ଦାବିକୁ ପୂରଣ କରିପାରିଛିଗରିବ ଲୋକମାନଙ୍କ ସକାଶେ ଆର୍ଥିକ ସମାଯୋଜନା ଠାରୁ ଆରମ୍ଭ କରି ସ୍ୱଚ୍ଛ ଇନ୍ଧନ (ଉଜ୍ଜ୍ୱଳା ଯୋଜନା), ସମସ୍ତଙ୍କ ପାଇଁ ଶକ୍ତି ଉପଲବ୍ଧ କରାଇବା ଏବଂ ସମସ୍ତଙ୍କ ପାଇଁ ବାସଗୃହ ତାଙ୍କ ସରକାରଙ୍କ ସାମାଜିକ କଲ୍ୟାଣ ଯୋଜନାର ଉଦାହରଣ ବୋଲି ସେ କହିଥିଲେ

ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ କେତେଗୁଡ଼ିଏ ପ୍ରଶ୍ନ ମଧ୍ୟ ଉତ୍ଥାପନ କରିଥିଲେ ଯେ ଏବେ ସୁଦ୍ଧା ଭାରତ କାହିଁକି ଖୋଲା ଶୌଚମୁକ୍ତ ହୋଇପାରିନଥିଲା; କାହିଁକି ଦେଶରେ ସେନା ସ୍ମାରକୀ ପ୍ରତିଷ୍ଠା ହୋଇପାରିନଥିଲା କିମ୍ବା ପୁଲିସ ସ୍ମାରକୀ ସ୍ଥାପନ କରାଯାଇନଥିଲାସ୍ୱାଧୀନତାର ଏତେ ଦଶନ୍ଧି ଧରି ସେସବୁ କାର୍ଯ୍ୟ ସଂପାଦନ କରାନଯିବା ଦୁର୍ଭାଗ୍ୟଜନକ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଦେଶରୁ ଦ୍ରୁତ ଗତିରେ ଦାରିଦ୍ର୍ୟ ଦୂର ହୋଇଚାଲିଛି ଏବଂ ଦେଶ ବିଶ୍ୱର ଦ୍ରୁତତମ ଆର୍ଥିକ ପ୍ରଗତିଶୀଳ ରାଷ୍ଟ୍ରରେ ପରିଣତ ହୋଇଛିଦେଶରେ ଏବେ ବ୍ୟାପକ ଭିତ୍ତିଭୂମି ପ୍ରତିଷ୍ଠା ହୋଇଚାଲିଛିତାଙ୍କ ସରକାର ସମସ୍ତ ପ୍ରକାର ଆଇନ (ନିୟମ ପ୍ରୟାସ)କୁ କାର୍ଯ୍ୟରେ ପରିଣତ କରୁଛନ୍ତି2014 ଠାରୁ 2019 ପର୍ଯ୍ୟନ୍ତ ଦେଶବାସୀଙ୍କ ସମସ୍ତ ମୌଳିକ ଆବଶ୍ୟକତା ପୂରଣ ହୋଇପାରିଛି2019 ପରବର୍ତ୍ତୀ ସମୟ ଲୋକମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ସହ ସେମାନଙ୍କୁ ପ୍ରଗତିର ଏକ ନୂତନ ଶୀର୍ଷରେ ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

 

********