Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଫ୍ଟୱେର ଉତ୍ପାଦ ଉପରେ ରାଷ୍ଟ୍ରୀୟ ନୀତି-2019କୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସପ୍ଟୱେର ଉତ୍ପାଦ ଉପରେ ରାଷ୍ଟ୍ରୀୟ ନୀତି- 2019କୁ ମଞ୍ଜୁରି ପ୍ରଦାନ କରିଛନ୍ତି ଯାହା ଫଳରେ କି ଭାରତକୁ ଏକ ସଫ୍ଟୱେର ଉତ୍ପାଦ ରାଷ୍ଟ୍ର ଭାବେ ବିକଶିତ କରାଯାଇ ପାରିବ ।

ପ୍ରମୁଖ ପ୍ରଭାବ:

ସଫ୍ଟୱେର ଉତ୍ପାଦ ଇକୋସିଷ୍ଟମକୁ ଏହାର ନବସୃଜନ, ବୌଦ୍ଧିକ ସମ୍ପଦ (IP) ସୃଜନ ଏବଂ ଉତ୍ପାଦକତାରେ ବିଶାଳ ମୂଲ୍ୟ ସଂଯୋଗ ବୃଦ୍ଧି ଦ୍ୱାରା ପରିଭାଷିତ କରାଯାଇ ଥାଏ । ଏଥିରେ ଏହି କ୍ଷେତ୍ରର ରାଜସ୍ୱ ଏବଂ ରପ୍ତାନୀକୁ ମହତ୍ତ୍ଵପୂର୍ଣ୍ଣ ଢ଼ଙ୍ଗରେ ବୃଦ୍ଧି କରିବା, ମଜଭୁତ ରୋଜଗାର ଏବଂ ଉଦୀୟମାନ ପ୍ରଯୁକ୍ତି ଉଦ୍ୟମ ସମ୍ବନ୍ଧୀୟ ସୁଯୋଗ ସୃଷ୍ଟି କରିବା, ଏବଂ ଡିଜିଟାଲ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଉପଲବ୍ଧ ଅବସରର ଲାଭ ଉଠାଇବାର ସମ୍ଭାବନା ରହିଛି ଯାହାଫଳରେ ସମାବେଶୀ ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହନ ମିଳିବ ।

ଏଥିରେ ସାମିଲ ବ୍ୟୟ:

ଏହି ନୀତି ଅନ୍ତର୍ଗତ ଚିନ୍ତା କରାଯାଇଥିବା କାର୍ଯ୍ୟକ୍ରମର କାର୍ଯାନ୍ଵୟନ ପାଇଁ ଆଗାମୀ ସାତ ବର୍ଷ ଲାଗି 1500 କୋଟି ଟଙ୍କା ବ୍ୟୟକୁ ପ୍ରାରମ୍ଭିକ ଭାବେ ସାମିଲ କରାଯାଇଛି । ଏହି 1500 କୋଟି ଟଙ୍କାକୁ ସଫ୍ଟୱୟାର ଉତ୍ପାଦ ବିକାଶ ପାଣ୍ଠି (SPDF) ଓ ଅନୁସନ୍ଧାନ ଏବଂ ନବାଚାର ପାଣ୍ଠିରେ ବିଭାଜନ କରାଯିବ ।

କାର୍ଯାନ୍ଵୟନ ରଣନୀତି ଏବଂ ଲକ୍ଷ୍ୟ:

ଏହି ନୀତି ଅଧୀନରେ ଯେଉଁ ରୂପରେଖର ପରିକଳ୍ପନା କରାଯାଇଛି ତାହା ଫଳରେ ଦେଶରେ ସଫ୍ଟୱେର ଉତ୍ପାଦର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ, ପଦକ୍ଷେପ, ପ୍ରକଳ୍ପ ଏବଂ ପ୍ରକ୍ରିୟା ସୂତ୍ରୀକରଣର ମାର୍ଗ ଉନ୍ମୁକ୍ତ ହେବ ।

ସଫ୍ଟୱେର ଉତ୍ପାଦ ଉପରେ ରାଷ୍ଟ୍ରୀୟ ନୀତି (NPSP-2019)ର ସ୍ୱପ୍ନକୁ ହାସଲ କରିବା ପାଇଁ ଏହି ନୀତିରେ ନିମ୍ନଲିଖିତ ପାଂଚଟି ମିଶନ ରଖାଯାଇଛି :

  1. ବୌଦ୍ଧିକ ସମ୍ପଦ (IP) ଦ୍ୱାରା ସଞ୍ଚାଳିତ ହେବାକୁ ଥିବା ଏକ ସ୍ଥାୟୀ ଭାରତୀୟ ସଫ୍ଟୱେର ଉତ୍ପାଦ ଉଦ୍ୟୋଗର ନିର୍ମାଣକୁ ପ୍ରୋତ୍ସାହିତ କରିବା, ଯାହାଦ୍ୱାରା କି 2025 ପର୍ଯ୍ୟନ୍ତ ବୈଶ୍ୱିକ ସଫ୍ଟୱେର ଉତ୍ପାଦ ବଜାରରେ ଭାରତର ଭାଗିଦାରୀ ଦଶ ଗୁଣା ବୃଦ୍ଧି ହେବ ।
  2. ସଫ୍ଟୱେର ଉତ୍ପାଦ ଉଦ୍ୟୋଗରେ 10,000 ପ୍ରଯୁକ୍ତି ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ଯେଉଁଥିରେ ଟାୟାର-2 ଏବଂ ଟାୟାର-3 ନଗର ଏବଂ ସହରରେ ଏପରି 1000 ପ୍ରଯୁକ୍ତି ଷ୍ଟାର୍ଟଅପ ମଧ୍ୟ ସାମିଲ ଅଛନ୍ତି ଏବଂ 2025 ପର୍ଯ୍ୟନ୍ତ ସିଧାସଳଖ ବା ପରୋକ୍ଷ ଭାବେ 35 ଲକ୍ଷ ଜନସାଧାରଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
  3. ସଫ୍ଟୱେର ଉତ୍ପାଦ ପାଇଁ ଏକ ପ୍ରତିଭା ସମୂହର ନିର୍ମାଣ କରିବା । ଏଥିପାଇଁ ଏହା କରାଯିବ (i) 1,000,000 ସୂଚନା ପ୍ରଯୁକ୍ତି ପେସାଦାରମାନଙ୍କୁ ଅତିରିକ୍ତ କୁଶଳତା ସହିତ ସୁସଜ୍ଜିତ କରିବା (ii) 100000 ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ (iii) 10,000 ବିଶେଷଜ୍ଞ ପେସାଦାରମାନଙ୍କ ସୃଷ୍ଟି କରିବା ଯେଉଁମାନେ କି ନେତୃତ୍ୱ ପ୍ରଦାନ କରିପାରିବେ ।
  4. ସମନ୍ଵିତ ଆଇସିଟି ମୌଳିକ ଭିତ୍ତିଭୂମି, ମାର୍କେଟିଂ, ଇନକ୍ୟୁବେସନ, ଗବେଷଣା ଓ ବିକାଶ/ପରୀକ୍ଷଣ ମଞ୍ଚ ଏବଂ ପରାମର୍ଶ ସହଯୋଗ ବିଶିଷ୍ଟ 20 କ୍ଷେତ୍ରୀୟ ଓ ରଣନୈତିକ ଭାବେ ଥିବା ସଫ୍ଟୱେର ଉତ୍ପାଦ ବିକାଶ କ୍ଲଷ୍ଟର ବିକଶିତ କରିବ ଏକ କ୍ଲଷ୍ଟର ଆଧାରିତ ନବସୃଜନ ପରିଚାଳିତ ଇକୋସିଷ୍ଟମର ନିର୍ମାଣ କରିବା ।
  5. ଏହି ନୀତିର ଯୋଜନା ଏବଂ କାର୍ଯ୍ୟକ୍ରମ ଉପରେ ନଜର ରଖିବା ଏବଂ ଏହାକୁ ବିକଶିତ କରିବା ଦିଗରେ ରାଷ୍ଟ୍ରୀୟ ସଫ୍ଟୱେର ଉତ୍ପାଦ ମିଶନକୁ ସ୍ଥାପନ କରାଯିବ ଯେଉଁଥିରେ ସରକାର, ଶିକ୍ଷା ସମୁଦାୟ ଏବଂ ଉଦ୍ୟୋଗର ଭାଗିଦାରୀ ରହିବ ।

****