ଜୟ ଗଙ୍ଗା ମାତା,
ଜୟ ଯମୁନା ମାତା,
ଜୟ ସରସ୍ୱତୀ ମାତା,
ପ୍ରୟାଗରାଜଙ୍କ ଜୟ ହେଉ ।
ମୋର ପ୍ରିୟ ଭାଇ ଓ ଭଉଣୀମାନେ
ତପୋଭୂମି ପ୍ରୟାଗରାଜ ଏବଂ ସମସ୍ତ ପ୍ରୟାଗବାସୀଙ୍କୁ ମୋର ଆଦରପୂର୍ବକ ଅଭିନନ୍ଦନ । ପ୍ରୟାଗ ଭୂମିରେ ପୁଣିଥରେ ଆସି ମୁଁ ନିଜକୁ ଧନ୍ୟ ମନେ କରୁଛି । ଗତଥର ଯେତେବେଳେ ମୁଁ ଏଠାକୁ ଆସିଥିଲି ସେତେବେଳେ ମୁଁ କୁମ୍ଭ ମେଳାକୁ ଆସି ପବିତ୍ର ଗଙ୍ଗା-ଯମୁନା ଏବଂ ସରସ୍ୱତୀ ନଦୀ ତଟରେ ପୂଜା କରିବା, ପବିତ୍ର ଅକ୍ଷୟବଟର ଦର୍ଶନ କରିବାର ସୌଭାଗ୍ୟ ପାଇଲି । ଏଥର ସଂଗମରେ ପବିତ୍ର ସ୍ନାନ କରିବା ଏବଂ ପୂଜା କରିବାର ପରମ ସୌଭାଗ୍ୟ ମୋତେ ମିଳିଛି ।
ସାଥୀଗଣ, ପ୍ରୟାଗରାଜର ତପ ଏବଂ ତପ ସହିତ ଏହି ନଗରୀର ଯୁଗ ଯୁଗ ପୁରୁଣା ସମ୍ପର୍କ ରହିଆସିଛି । ଗତ କିଛି ମାସ ଧରି କୋଟି କୋଟି ଲୋକ ଏଠାରେ ତପ, ଧ୍ୟାନ ଏବଂ ସାଧନା କରୁଛନ୍ତି । ପ୍ରୟାଗରାଜର କୋଣଅନୁକୋଣରେ ତପର ଏହି ପ୍ରଭାବ ଯେ କେହି ଅନୁଭବ କରିପାରିବ । କୁମ୍ଭରେ ହଠଯୋଗୀ ମଧ୍ୟ ଅଛନ୍ତି, ତପଯୋଗୀ ମଧ୍ୟ ଅଛନ୍ତି, ମନ୍ତ୍ରଯୋଗୀ ମଧ୍ୟ ଅଛନ୍ତି ଏବଂ ଏମାନଙ୍କ ମଧ୍ୟରେ ଏହି କର୍ମଠମାନେ ମୋର କର୍ମଯୋଗୀମାନେ ମଧ୍ୟ ରହିଛନ୍ତି । ଏହି କର୍ମଯୋଗୀ ମେଳାର ବ୍ୟବସ୍ଥାରେ ନିୟୋଜିତ ସେହି ଲୋକମାନେ ଯେଉଁମାନେ ଦିନ ରାତି ପରିଶ୍ରମ କରି ଶ୍ରଦ୍ଧାଳୁମାନଙ୍କୁ ସମସ୍ତ ସୁବିଧା ଉପଲବ୍ଧ କରାଉଛନ୍ତି ।
ମୁଁ ଏନଡିଆରଏଫର ଆମ ସାଥୀଭାଇ ରାଜେନ୍ଦ୍ର ଗୌତମଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯିଏ କି ଶ୍ରଦ୍ଧାଳୁମାନଙ୍କ ଜୀବନ ବଞ୍ଚାଇବା ଲାଗି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ମୁଁ ତାଙ୍କ ପରିବାର ପ୍ରତି ନିଜର ସମବେଦନା ବ୍ୟକ୍ତ କରୁଛି । ଏହି କର୍ମଯୋଗୀମାନଙ୍କ ମଧ୍ୟରେ ସେହି ନାବିକମାନେ ଅଛନ୍ତି, ଯେଉଁମାନେ ମା’ ଗଙ୍ଗାଙ୍କ ସାଧନା କରୁଥିବା କୋଟି କୋଟି ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷିତ ସେମାନଙ୍କ ଗନ୍ତବ୍ୟ ନିକଟରେ ପହଞ୍ଚାଉଛନ୍ତି । ଏହି କର୍ମଯୋଗୀମାନଙ୍କ ମଧ୍ୟରେ ପ୍ରୟାଗରାଜର ସ୍ଥାନୀୟ ନିବାସୀ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନଙ୍କ ତପସ୍ୟା ମେଳା ଆରମ୍ଭ ହେବା ଠାରୁ ମାସ ମାସ ପୂର୍ବରୁ ଆରମ୍ଭ ହୋଇଯାଇଥିଲା ।
ସାଥୀଗଣ, କୁମ୍ଭର କର୍ମଯୋଗୀମାନଙ୍କ ମଧ୍ୟରେ ସଫେଇରେ ନିୟୋଜିତ କର୍ମଚାରୀ ଏବଂ ସ୍ୱଚ୍ଛାଗ୍ରହୀମାନେ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ ନିଜ ପ୍ରୟାସ ଦ୍ୱାରା କୁମ୍ଭର ବିଶାଳ କ୍ଷେତ୍ରରେ ହେଉଥିବା ସ୍ୱଚ୍ଛତାକୁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ କରିଦେଇଛନ୍ତି । ଯେଉଁ ସ୍ଥାନରେ ଗତ ପାଞ୍ଚ ଛଅ ସପ୍ତାହରେ 20-22 କୋଟିରୁ ଅଧିକ ଲୋକ ଏକାଠି ହୋଇଛନ୍ତି, ସେଠାକାର ଅସ୍ଥାୟୀ ବ୍ୟବସ୍ଥାରେ ସ୍ୱଚ୍ଛତା ବ୍ୟବସ୍ଥା କରିବା ବହୁତ ବଡ଼ ଦାୟିତ୍ୱ ଥିଲା । ମୋର ସାଥୀମାନେ, ଆପଣମାନେ ପ୍ରମାଣ କରିଦେଇଛନ୍ତି ଯେ ଦୁନିଆରେ କିଛି ବି ଅସମ୍ଭବ ନୁହେଁ ।
ଭାଇ ଓ ଭଉଣୀମାନେ, ଏବେ ଠାରୁ କିଛି ସମୟ ପୂର୍ବରୁ ମୁଁ ଏପରି କର୍ମଯୋଗୀମାନଙ୍କୁ ଭେଟିବାର ସୁଯୋଗ ପାଇଥିଲି । ଏମାନେ ସଫେଇ କରୁଥିବା ମୋର ସେହି ଭାଇ-ଭଉଣୀମାନେ ଥିଲେ, ଯେଉଁମାନେ ଗତ କିଛି ସପ୍ତାହ ଧରି ମେଳା କ୍ଷେତ୍ରରେ ନିଜର ଦାୟିତ୍ୱ ନିର୍ବାହ କରୁଥିଲେ । ସକାଳୁ ଖୁବଶୀଘ୍ର ଉଠିବା, ରାତିରେ ଡେରିରେ ଶୋଇବା, ଦିନ ସାରା ଅଳିଆ ଉଠାଇବା, ମଇଳା ସଫା କରିବା, ଶୌଚାଳୟ ସଫା କରିବା, ଏହି କାମରେ ସେମାନେ ଲାଗିଥିଲେ । ଏମାନେ ବିନା କୌଣସି ପ୍ରଶଂସାରେ, କାହାର ନଜରକୁ ନଆସି ମଧ୍ୟ, ଚୁପଚାପ ନିଜ କାମ କରୁଥିଲେ, କିନ୍ତୁ ଏହି କର୍ମଯୋଗୀମାନଙ୍କର, ସ୍ୱଚ୍ଛାଗ୍ରହୀମାନଙ୍କ ପରିଶ୍ରମ ବିଷୟରେ ମୋତେ ଦିଲ୍ଲୀକୁ ଲଗାତାର ଖବର ମିଳୁଥିଲା । ଯେତେ ଲୋକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା, ମିଡିଆରେ ମଧ୍ୟ ମୁଁ ଅଧିକାଂଶ ସମୟରେ ଦେଖିଛି ଯେ ଲୋକମାନେ କୁମ୍ଭରେ ଏଥର ସ୍ୱଚ୍ଛତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହି ପ୍ରଶଂସାର ପ୍ରକୃତ ହକଦାର ଆପଣମାନେ, ସଫେଇ କାମରେ ଜଡ଼ିତ ମୋର ଭାଇ-ଉଉଣୀମାନେ ଅଟନ୍ତି ।
ଭାଇ ଓ ଭଉଣୀମାନେ, ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଅନେକ ଏପରି ମୁହୂର୍ତ୍ତ ଆସିଥାଏ ଯାହା ତା’କୁ ଗଢ଼ିଥାଏ; ଏଗୁଡ଼ିକ ମଧ୍ୟରେ ଅନେକ ସ୍ମରଣୀୟ ହୋଇଥାଏ, ଅବିସ୍ମରଣୀୟ ହୋଇଥାଏ । ଆଜି ମୋ ପାଇଁ ମଧ୍ୟ ସେପରି ଏକ ମୁହୂର୍ତ୍ତ । ଆଜି ଯେଉଁ ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନଙ୍କ ପାଦ ଧୋଇ ମୁଁ ବନ୍ଦନା କରିଥିଲି, ଏହି ସମୟର ସ୍ମୃତି ମୋ ସହିତ ସାରା ଜୀବନ ରହିବ । ସେମାନଙ୍କ ଆଶୀର୍ବାଦ, ସେମାନଙ୍କ ସ୍ନେହ, ଆପଣମାନଙ୍କ ଆଶୀର୍ବାଦ, ଆପଣ ସମସ୍ତଙ୍କ ସ୍ନେହ ମୋ ଉପରେ ଏମିତି ଥାଉ, ଏମିତି ମୁଁ ଆପଣମାନଙ୍କ ସେବା କରିଚାଲିଥାଏ, ଏହା ହିଁ ମୋର କାମନା ।
ସାଥୀଗଣ, ଦିବ୍ୟ କୁମ୍ଭକୁ ଭବ୍ୟ କୁମ୍ଭରେ ପରିଣତ କରିବାରେ ଆପଣମାନେ କିଛି ବି ବାକି ରଖିନାହାନ୍ତି । ଯେଉଁ ମେଳା କ୍ଷେତ୍ରରେ 20 ହଜାରରୁ ଅଧିକ ଅଳିଆ କୁଣ୍ଡ ଥିବ, ଏକ ଲକ୍ଷରୁ ଅଧିକ ଶୌଚାଳୟ ଥିବ, ସେଠାରେ କେମିତି ମୋର ସଫେଇ କର୍ମୀ ଭାଇ-ଭଉଣୀମାନେ କାମ କରିଛନ୍ତି, ତା’ର ଅନୁମାନ ମଧ୍ୟ କେହି କରିପାରିବେ ନାହିଁ । କିନ୍ତୁ ଏହା ସେମାନଙ୍କ ପରିଶ୍ରମର ଫଳ ଯେ ଏଥର ସମସ୍ତେ କୁମ୍ଭକୁ ସ୍ୱଚ୍ଛ କୁମ୍ଭ ଭାବେ ଚିହ୍ନିପାରୁଛନ୍ତି । ଏତେ ବଡ଼ ବ୍ୟବସ୍ଥାକୁ ସମ୍ଭାଳିବା ଲାଗି ଏବଂ ଠିକ୍ ଭାବେ ଚଳାଇବା ଲାଗି ସ୍ୱଚ୍ଛତା ସହ ଜଡ଼ିତ ପ୍ରତ୍ୟେକ ସଫେଇ କର୍ମଚାରୀମାନଙ୍କ ଯୋଗଦାନ ପ୍ରଶଂସନୀୟ । ଆପଣମାନଙ୍କ ଏହି ଯୋଗଦାନ ଲାଗି ସ୍ୱଚ୍ଛ ସେବା ସମ୍ମାନ ପାଣ୍ଠିର ମଧ୍ୟ ଆଜି ଘୋଷଣା କରାଯାଇଛି । ଏହି ପାଣ୍ଠିରେ ଏହି କୁମ୍ଭ ମେଳାରେ ଯେଉଁମାନେ କାମ କରିଛନ୍ତି, ସେହି ପାଣ୍ଠିରୁ ଆପଣମାନଙ୍କୁ ଏବଂ ଆପଣମାନଙ୍କ ପରିବାରକୁ ସ୍ୱତନ୍ତ୍ର ପରିସ୍ଥିତିରେ ସହାୟତା ସୁନିଶ୍ଚିତ ହୋଇପାରିବ । ଏହା ଏକପ୍ରକାରରେ ଦେଶବାସୀଙ୍କ ପକ୍ଷରୁ ଆପଣମାନଙ୍କ ଏହି ସେବା ପ୍ରତି ଏକ ସ୍ନେହ, ଏବଂ କୃତଜ୍ଞତାର ଅର୍ପଣ ।
ସାଥୀଗଣ, ସ୍ୱଚ୍ଛ କୁମ୍ଭ ଏପରି ଏକ ସମୟରେ ହେଉଛି ଯେତେବେଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ କରାଯାଉଛି । ଗାନ୍ଧୀଜୀ ପାଖାପାଖି 100 ବର୍ଷ ପୂର୍ବରୁ ନିଜେ ସ୍ୱଚ୍ଛ କୁମ୍ଭ ପାଇଁ ଇଚ୍ଛା ବ୍ୟକ୍ତ କରିଥିଲେ, ଯେତେବେଳେ ସେ ହରିଦ୍ୱାରା କୁମ୍ଭକୁ ଯାଇଥିଲେ । ଦେଶବାସୀଙ୍କ ସହଯୋଗରୁ ସ୍ୱଚ୍ଛ ଭାରତ ଅଭିଯାନ ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଚଳିତ ବର୍ଷ ଅକ୍ଟୋବର 2 ତାରିଖ ପୂର୍ବରୁ ସାରା ଦେଶକୁ ନିଜକୁ ଖୋଲା ଶୌଚମୁକ୍ତ ଘୋଷିତ କରିବା ଦିଗରେ ଆଗକୁ ବଢ଼ୁଛି । ଏବଂ ମୁଁ ଭାବୁଛି ଯେ ପ୍ରୟାଗରାଜର ଆପଣମାନେ ସମସ୍ତେ ସ୍ୱଚ୍ଛାଗ୍ରହୀ ସାରା ଦେଶ ପାଇଁ ବଡ଼ ପ୍ରେରଣା ହୋଇ ଆଗକୁ ଆସିଛନ୍ତି ।
ଭାଇ ଓ ଭଉଣୀମାନେ, ସ୍ୱଚ୍ଛତା କଥା ଯେବେ ଆଲୋଚନା କରାଯାଏ ତ’ ଏଥର କୁମ୍ଭକୁ ଆସୁଥିବା ଲୋକମାନେ ମା’ ଗଙ୍ଗାଙ୍କ ନିର୍ମଳତାକୁ ନେଇ ମଧ୍ୟ ବେଶ ଚର୍ଚ୍ଚା କରୁଛନ୍ତି । ଗତ ଏକ ଦେଢ଼ ମାସ ଧରି ମୁଁ ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନଙ୍କ ଅଭିଜ୍ଞତା ଜାଣିବାକୁ ପାଉଥିଲି, ଆଜି ଏହାର ଅନୁଭବ ମୁଁ ନିଜେ କରିଛି । ମୁଁ ପୂର୍ବରୁ ମଧ୍ୟ ପ୍ରୟାଗରାଜ ଆସିଛି, କିନ୍ତୁ ଏତେ ନିର୍ମଳତା ଗଙ୍ଗାଜଳରେ ପୂର୍ବରୁ ଦେଖିନଥିଲି ।
ସାଥୀଗଣ, ଗଙ୍ଗାମାତାଙ୍କ ଏହି ନିର୍ମଳତା ନମାମି ଗଙ୍ଗେ ମିଶନ ଦିଗରେ ଆହୁରି ସାର୍ଥକ ପ୍ରୟାସର ମଧ୍ୟ ଉଦାହରଣ । ଏହି ଅଭିଯାନ ଅନ୍ତର୍ଗତ ପ୍ରୟାଗରାଜ ଗଙ୍ଗାରେ ପଡ଼ୁଥିବା 32ଟି ନାଳକୁ ବନ୍ଦ କରାଯାଇଛି, ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ଗଙ୍ଗା ନଦୀରେ ପ୍ରଦୂଷିତ ଜଳକୁ ସଫା କରାଯିବା ପରେ ହିଁ ପ୍ରବାହିତ କରାଯାଇଛି ।
ସାଥୀଗଣ, ଏହି ଅଭିଯାନକୁ ସଫଳ କରିବା ଲାଗି ସରକାର ପ୍ରତିବଦ୍ଧ । ନମାମି ଗଙ୍ଗେ ପାଇଁ ଅନେକ ସ୍ୱଚ୍ଛାଗ୍ରହୀମାନେ ତ’ ଯୋଗଦାନ ଦେଉଛନ୍ତି, ଆର୍ଥିକ ଭାବେ ମଧ୍ୟ ସହାୟତା କରୁଛନ୍ତି । ଦୁଇ ଦିନ ପୂର୍ବରୁ ମୁଁ ଏଥିରେ ଛୋଟ ଯୋଗଦାନ ଦେଇଛି । ସିଓଲ ପିସ ପ୍ରାଇଜରୁ ମୋତେ ଯେଉଁ ଅର୍ଥରାଶି ମିଳିଥିଲା, ଅର୍ଥ ମିଳିଥିଲା, ପାଖାପାଖି 1 କୋଟି 30 ଲକ୍ଷ ଟଙ୍କା ଯେତିକି ବି ମୋତେ ମିଳିଥିଲା, ସେ ସମସ୍ତ ଅର୍ଥରାଶିକୁ ମୁଁ ନିଜ ପାଖରେ ରଖିଲି ନାହିଁ, ମୋ ପାଇଁ ରଖିଲି ନାହିଁ, ତାହା ମୁଁ ନମାମି ଗଙ୍ଗେ ମିଶନ ପାଇଁ ସମର୍ପିତ କରି ଦେଇଛି । ଗତ ସାଢ଼େ 4 ବର୍ଷ ଧରି ପ୍ରଧାନମନ୍ତ୍ରୀ ଭାବେ ମୋତେ ଯେଉଁ ଉପହାର ମିଳିଛି, ତାର ନିଲାମି କରି ଯାହା କିଛି ମୋତେ ମିଳିଛି, ତାହା ମଧ୍ୟ ମୁଁ ମା’ ଗଙ୍ଗାଙ୍କ ସେବାରେ ସମର୍ପିତ କରି ଦେଇଛି ।
ସାଥୀଗଣ, ମା ଗଙ୍ଗାଙ୍କୁ ସମର୍ପିତ ପ୍ରହରୀ ଆମର ନାବିକମାନେ ମଧ୍ୟ ଅଛନ୍ତି । ପ୍ରୟାଗରାଜ ଏବଂ ନାବିକମାନଙ୍କର ତ ପୁରୁଣା ସମ୍ପର୍କ ରହିଛି । ବିନା ନାବିକଙ୍କ ସହାୟତାରେ ତ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଙ୍କ ରାମାୟଣ ମଧ୍ୟ ପୂରଣ ହୋଇନଥାଏ । ଯିଏ ଦୁନିଆକୁ ପାର କରିଥାନ୍ତି, ତାଙ୍କର ନୌକା ତ ଆମର ନାବିକା ସାଥୀମାନେ ପାର୍ କରିଥିଲେ । ମୋର ଏବଂ ଆପଣମାନଙ୍କର ମଧ୍ୟ ପରସ୍ପର ସହିତ ଗଭୀର ସମ୍ପର୍କ ରହିଛି । ଆପଣମାନେ ନିଜକୁ ଭଗବାନ ରାମଙ୍କ ସେବକ ବୋଲି ମାନିଥାନ୍ତି ଏବଂ ମୁଁ ନିଜକୁ ଆପଣମାନଙ୍କ ପ୍ରଧାନ ସେବକ ବୋଲି ମାନିଥାଏ । ଆପଣମାନେ ନିଜକୁ ଗଙ୍ଗା-ପୁତ୍ର ଭାବେ ମାନିଥାନ୍ତି ଏବଂ ମୁଁ ମା’ ଗଙ୍ଗାଙ୍କ ଡାକରେ ଆପଣମାନଙ୍କ ସେବାରେ ଲାଗିଛି । ଏବେ କୁହନ୍ତୁ – ମୋର ଆପଣମାନଙ୍କ ସହିତ ଗଭୀର ସମ୍ପର୍କ ଅଛି ନା ନାହିଁ । ଆପଣମାନେ ଯେଉଁ ନିଷ୍ଠାରେ କୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଯତ୍ନ ନେଉଛନ୍ତି, ସେମାନଙ୍କ ମାର୍ଗଦର୍ଶନ କରୁଛନ୍ତି; ତାହା ପ୍ରଶଂସନୀୟ । ଆପଣମାନଙ୍କ ବିନା ଏତେ ବଡ଼ ବ୍ୟବସ୍ଥାକୁ ସମ୍ଭାଳିବା ଅତି କଠିନ ଥିଲା । ମୁଁ ପୁଣିଥରେ ମୋର ନାବିକ ଭାଇମାନଙ୍କୁ ଆଦରପୂର୍ବକ ପ୍ରଣାମ କରୁଛି ।
ଭାଇ ଓ ଭଉଣୀମାନେ, ଏହି କୁମ୍ଭରେ ନିଶ୍ଚିତ ଭାବେ ଅନେକ କିଛି ପ୍ରଥମ ଥର ହୋଇଛି । ପ୍ରଥମ ଥର ଶ୍ରଦ୍ଧାଳୁମାନଙ୍କ ସଂଗମ ସ୍ଥାନ ସହିତ ଅକ୍ଷୟବଟର ଦର୍ଶନ କରିବା ଲାଗି ମଧ୍ୟ ସୁଯୋଗ ମିଳିଛି । ସ୍ୱାଧୀନତା ପରେ ଅକ୍ଷୟବଟକୁ ସବୁବେଳେ ଦୁର୍ଗରେ ବନ୍ଦ କରି ରଖି ଦିଆଯାଉଥିଲା । ଏଥର ସରକାର ଅକ୍ଷୟବଟ ଏବଂ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଦୂରତାକୁ ଶେଷ କରି ଦେଇଛନ୍ତି । ମୁଁ ଜାଣିବାକୁ ପାଇଛି ଯେ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ଅକ୍ଷୟବଟ ଏବଂ ସରସ୍ୱତୀ କୁମ୍ଭର ଦର୍ଶନ କରିପାରୁଛନ୍ତି ।
ଭାଇ ଓ ଭଉଣୀମାନେ, ଗତ ଥର ମୁଁ ଯେତେବେଳେ ଏଠାକୁ ଆସିଥିଲି ତ’ ମୁଁ କହିଥିଲି ଏଥର କୁମ୍ଭ ଆଧ୍ୟାତ୍ମ, ଆସ୍ଥା ଏବଂ ଆଧୁନିକତାର ତ୍ରିବେଣୀ ସଂଗମ ହେବ । ଆଜି ମୁଁ ଆନନ୍ଦିତ ଯେ ଆପଣମାନେ ସମସ୍ତେ ନିଜ ତପସ୍ୟା ଦ୍ୱାରା ଏହି ବିଚାରକୁ ସାକାର କରିଛନ୍ତି । ତପସ୍ୟାର କ୍ଷେତ୍ରକୁ ପ୍ରଯୁକ୍ତି ସହ ଯୋଡ଼ି ଯେଉଁ ଅଦ୍ଭୂତ ସଂଗମ କରାଯାଇଛି, ତାହା ମଧ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଏକ ପ୍ରକାରରେ ଏହା କୁମ୍ଭ ମେଳା ଡିଜିଟାଲ କୁମ୍ଭ ଭାବେ ମଧ୍ୟ ସ୍ମରଣ କରାଯାଉଛି ।
ସାଥୀଗଣ, ପ୍ରୟାଗରାଜଙ୍କ କୃପା, ସାଧୁ-ସନ୍ଥଙ୍କ ଆଶୀର୍ବାଦ, ସୁବ୍ୟବସ୍ଥା ଏବଂ ଆପଣମାନଙ୍କ ସମସ୍ତଙ୍କ ଅନୁଶାସନ କାରଣରୁ ମେଳା ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଚାଲିଛି । ମୁଁ ଦେଖି ଚାଲିଛି ଯେ କୁମ୍ଭରେ ୟୁପି ପୋଲିସ ଯେଉଁ ଭୂମିକା ନିର୍ବାହ କରିଛି, ଚାରିଆଡ଼ୁ ମଧ୍ୟ ଏଥିପାଇଁ ପ୍ରଶଂସା ମିଳୁଛି । ଆପଣମାନେ ହରାଇଥିବା-ମିଳିଥିବା ବିଭାଗ ତ ଶିଶୁ, ବୃଦ୍ଧ, ବୟସ୍କଙ୍କୁ ମଧ୍ୟ ଆପଣମାନଙ୍କ ସହ ମିଳାଇ ଦେଇଥାଏ ଏବଂ କିଛି ଘଣ୍ଟା ମଧ୍ୟରେ ମିଳାଇ ଦେଇଥାଏ, କିନ୍ତୁ ଯଦି କାହାର ଟେଲିଫୋନ ହଜି ଯାଏ, ମୋବାଇଲ ହଜିଯାଏ-ତାକୁ ଖୋଜିବା; କାହାର ସାମଗ୍ରୀ ହଜିଯିବା-ତାକୁ ଖୋଜିବା; ଏପରି କଠିନ କାର୍ଯ୍ୟ ମଧ୍ୟ ଆପଣମାନେ ଗମ୍ଭୀରତାର ସହ କରିଛନ୍ତି । ସେଥିପାଇଁ ସୁରକ୍ଷାବାହିନୀର ଯବାନମାନେ ଅନେକ ଅନେକ ଅଭିନନ୍ଦନର ଅଧିକାରୀ ଅଟନ୍ତି, ଅନେକ ଅନେକ ଶୁଭେଚ୍ଛାର ଅଧିକାରୀ ।
ମୁଁ ଜାଣିପାରୁଛି ଯେ କୁମ୍ଭ ସମୟରେ ଅନେକ ଥର ଏପରି ସୁଯୋଗ ଆସିଥିବ, ଯେତେବେଳେ ଆପଣ ବହୁତ ଥକିଯାଇଥିବେ, ଆରାମ କରିବାର ସମୟ ମିଳିନଥିବ, କିନ୍ତୁ ଆପଣମାନେ ନିଜର କଷ୍ଟକୁ ଭୁଲି କୁମ୍ଭର ସଫଳତାକୁ ଅଗ୍ରାଧିକାର ଦେଇଥିବେ । ମୁଁ ଏହା ମଧ୍ୟ ଜାଣିବାକୁ ପାଇଛି ଯେ କୁମ୍ଭ ମେଳା କ୍ଷେତ୍ରରେ 8 ହଜାରରୁ ଅଧିକ ସେବା ମିତ୍ର ମଧ୍ୟ ଦିନ-ରାତି ଏକ ହୋଇ କାମ କରିଛନ୍ତି ।
ସାଥୀଗଣ, ପ୍ରୟାଗରାଜରେ ଯେତେବେଳେ କୁମ୍ଭ ମେଳା ଆୟୋଜନ କରାଯାଏ ତ ସାରା ପ୍ରୟାଗ ହିଁ କୁମ୍ଭ ହୋଇଯାଇଥାଏ । ପ୍ରୟାଗରାଜ ନିବାସୀ ମଧ୍ୟ ଶ୍ରଦ୍ଧେୟ ହୋଇଯାନ୍ତି । ପ୍ରୟାଗରାଜକୁ ଏକ ସୁନ୍ଦର ସହର ଭାବେ ବିକଶିତ କରିବାରେ ଏବଂ କୁମ୍ଭର ସଫଳ ଆୟୋଜନରେ ପ୍ରୟାଗବାସୀଙ୍କ ଭୂମିକା ମଧ୍ୟ ସାରା ଦେଶକୁ ପ୍ରେରଣା ଦେଇଛି ।
ସାଥୀଗଣ, ଆପଣମାନଙ୍କ ସହଯୋଗରୁ ଏଥର କୁମ୍ଭ ଲାଗି ଯେଉଁ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି ତାହା ସ୍ଥାୟୀ, ପୂର୍ବରୁ କୁମ୍ଭ ଲାଗି ଅସ୍ଥାୟୀ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଥିଲା, ସେଥିମଧ୍ୟରୁ ଅଧିକାଂଶ ମେଳା ସହିତ ହିଁ ଶେଷ ହୋଇଯାଉଥିଲା । ଏଥର ଏପରି ସ୍ଥାୟୀ ସୁବିଧାର ନିର୍ମାଣ ମଧ୍ୟ ହୋଇଛି ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରୟାଗରାଜର ଭିତ୍ତିଭୂମିକୁ ସୁଦୃଢ଼ କରିବ । ଏଠାରେ ବିମାନ ବନ୍ଦରରେ କେବଳ 11 ମାସରେ ମଧ୍ୟ ଯେଉଁ ନୂଆ ଟର୍ମିନାଲ ତିଆରି ହୋଇଛି, ତା’ର ମଧ୍ୟ ଖୁବ ଚର୍ଚ୍ଚା ହେଉଛି । ସଡ଼କ ହେଉ, ସେତୁ ହେଉ, ବିଦ୍ୟୁତ ହେଉ, ପାଣି ସହିତ ଯେଉଁଠି ଏସଟିପି ତିଆରି ହୋଇଛି, ତାହା ଆଗାମୀ ଦିନରେ ଅନେକ ବର୍ଷ ପର୍ଯ୍ୟନ୍ତ ସଂଗମକୁ ଯାଉଥିବା ବର୍ଜ୍ୟ ଜଳକୁ ମଧ୍ୟ ଅଟକାଇବ ।
ଏହି କୁମ୍ଭ ଭକ୍ତି ଏବଂ ସେବା ଭାବନା ସହିତ ସ୍ୱଚ୍ଛତା ଏବଂ ସମୃଦ୍ଧିର ପ୍ରତୀକ ହେଉ, ଏହା ହିଁ ଏ ସରକାରଙ୍କ ପ୍ରୟାସ ରହିଆସିଛି । ପୁଣିଥରେ ୟୁପି ସରକାର, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅଧିକାରୀମାନଙ୍କୁ କୁମ୍ଭ ମେଳାର ସଫଳ ଆୟୋଜନ ଲାଗି ଅନେକ ଅନେକ ଅଭିନନ୍ଦନ ଜଣାଉଛି ।
ଭାଇ-ଭଉଣୀମାନେ, ଶତାବ୍ଦୀ ଶତାବ୍ଦୀ ଧରି କୁମ୍ଭ ମେଳା କୌଣସି ନା କୌଣସି ସାମାଜିକ ବାର୍ତ୍ତା ନେଇ ପୂରଣ ହେଉଥିଲା, ମଝିରେ ଏ ପରମ୍ପରା ବନ୍ଦ ହୋଇଯାଇଥିଲା, ଧାର୍ମିକ ପ୍ରକ୍ରିୟା ହିଁ ବଜାୟ ରହିଥିଲା । କିନ୍ତୁ ଏଥରର କୁମ୍ଭ ମେଳା ସାରା ଦେଶ ପାଇଁ ଦିବ୍ୟତା ଏବଂ ଭବ୍ୟତା ସହିତ ସ୍ୱଚ୍ଛତାକୁ ସୁଦୃଢ଼ ବାର୍ତ୍ତା ମଧ୍ୟ ଦେଇଛି, ଲୋକ ଶିକ୍ଷା ମଧ୍ୟ ଦେଇଛି ଏବଂ ମୋର ବିଶ୍ୱାସ ଅଛି ଯେ ଆଗାମୀ ବର୍ଷରେ କୌଣସି ସ୍ଥାନରେ ଯଦି ଧାର୍ମିକ ସମାରୋହ ହେବ, ସାମାଜିକ ସମାରୋହ ହେବ, ରାଜନୈତିକ ସମାରୋହ ହେବ, ଆୟୋଜକମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ସ୍ୱଚ୍ଛତାର ବିଷୟରେ କେବେହେଲେ କୌଣସି ସାଲିସ କରିବେ ନାହିଁ, ଏହି ବାର୍ତ୍ତା ଆପଣମାନଙ୍କ ତପସ୍ୟା କାରଣରୁ ଆଜି ପହଞ୍ଚିପାରିଛି ।
ଆଜି ମୋର ଜୀବନ ଧନ୍ୟ ହୋଇଛି । ସାଧୁ-ମହାତ୍ମାମାନଙ୍କ ଆଶୀର୍ବାଦ ତ ମିଳିଚାଲିଛି, ସେମାନଙ୍କ ସହ ଭେଟ ମଧ୍ୟ ହେଉଛି, କିନ୍ତୁ ଆଜି ମୋ ପାଇଁ ତ ତପସ୍ୱୀ ଆପଣମାନେ, ମୋ ପାଇଁ ତ ସଚ୍ଚା, ସଚ୍ଚା ସେବକ ଆପଣମାନେ । ସାଧୁ-ମହାତ୍ମାମାନଙ୍କ ଆଶୀର୍ବାଦରୁ, ସେମାନଙ୍କ ଠାରୁ ମିଳିଥିବା ଶିକ୍ଷା-ଦୀକ୍ଷାରୁ, ଏହି ଭାବନା ନେଇ ଆଜି ମୁଁ ଆପଣମାନଙ୍କ ଗହଣରେ ଛିଡ଼ା ହୋଇଛି ଓ ଆମ ଶାସ୍ତ୍ର କହିଛି –
ନା କାମେ ରାଜ୍ୟପମ ନ ମୋକ୍ଷମ ନ ପୁନର୍ଭବମ ।
କାମେ ଦୁଖ ତପ୍ତୋନା ପ୍ରାଣିଣାର୍ତଶମ । ।
ଗରିବର, ଦୁଃଖିମାନଙ୍କ ସେବା କରିବା, ଏହି ବାର୍ତ୍ତା ମାନବ ଜାତିର କଲ୍ୟାଣ ଲାଗି ଆମର ପୂର୍ବଜମାନେ ଆମକୁ ଦେଇଛନ୍ତି । ମୁଁ ନିଜକୁ ଧନ୍ୟ ମନେ କରି, ଏହି ଯେଉଁ ପାଣ୍ଠି ତିଆରି ହୋଇଛି, ତାହା ନାବିକମାନଙ୍କ ପରିବାର, ସ୍ୱଚ୍ଛତା ସହ ଜଡ଼ିତ ପରିବାର ଏବଂ ଏଠାରେ ତୃଣମୂଳ ସ୍ତରରେ ପୋଲିସର ସେବାରେ ଲାଗିଥିବା ଲୋକମାନଙ୍କ ପାଇଁ ସେମାନଙ୍କ ପରିବାରଜନଙ୍କ ପାଇଁ କାମରେ ଆସିବ । ମୋର ଅନେକ ଅନେକ ଅଭିନନ୍ଦନ, ଅନେକ ଅନେକ ଶୁଭକାମନା ।
ଧନ୍ୟବାଦ ।
****************
इस साल 2 अक्टूबर से पहले पूरा देश खुद को खुले में शौच से मुक्त घोषित करने की तरफ आगे बढ़ रहा है।
— PMO India (@PMOIndia) February 24, 2019
और मैं समझता हूं, प्रयागराज के आप सभी स्वच्छाग्रही, पूरे देश के लिए बहुत बड़ी प्रेरणा बनकर सामने आए हैं: PM
गंगाजी की ये निर्मलता नमामि-गंगे मिशन की दिशा और सरकार के सार्थक प्रयासों का भी उदाहरण है।
— PMO India (@PMOIndia) February 24, 2019
इस अभियान के तहत प्रयागराज गंगा में गिरने वाले 32 नाले बंद कराए गए हैं।
सीवर-ट्रीटमेंट प्लांट के माध्यम से गंगा नदी में प्रदूषित जल को साफ करने के बाद ही प्रवाहित किया गया: PM
नमामि-गंगे के लिए अनेक स्वच्छाग्रही तो योगदान दे ही रहे हैं, आर्थिक रूप से भी मदद कर रहे हैं।
— PMO India (@PMOIndia) February 24, 2019
मैंने भी इसमें छोटा सा योगदान किया है।
सियोल पीस प्राइज़ के तौर पर मुझे जो 1 करोड़ 30 लाख रुपए की राशि मिली थी, उसको मैंने नमामि-गंगे मिशन के लिए समर्पित कर दिया है: PM
बीते साढ़े चार वर्षों में प्रधानमंत्री के नाते मुझे जो उपहार मिले हैं,
— PMO India (@PMOIndia) February 24, 2019
उनकी नीलामी करके भी जो राशि मिली है,
वो भी मां गंगा की सेवा में लगाई जा रही है: PM
पिछली बार मैं जब यहां आया था तो मैंने कहा था कि इस बार का कुंभ
— PMO India (@PMOIndia) February 24, 2019
अध्यात्म,
आस्था और
आधुनिकता की त्रिवेणी बनेगा।
मुझे खुशी है कि आप सभी ने अपनी तपस्या से इस विचार को साकार किया है।
तपस्या के क्षेत्र को तकनीक से जोड़ कर जो अद्भुत संगम बनाया गया उसने भी सभी का ध्यान खींचा है: PM
Moments I’ll cherish for my entire life!
— Narendra Modi (@narendramodi) February 24, 2019
Honouring remarkable Safai Karamcharis, who have taken the lead when it comes to realising the dream of a Swachh Bharat!
I salute each and every person making a contribution towards a Swachh Bharat pic.twitter.com/IsjuCgjlkn
‘Swachh Kumbh, Swachh Aabhaar’ was a great platform to honour those great women and men who have worked tirelessly to keep the Kumbh at Prayagraj clean. Here are some glimpses from the programme. @PrayagrajKumbh pic.twitter.com/ERBgRM45lD
— Narendra Modi (@narendramodi) February 24, 2019
The people of Prayagraj must be congratulated for being exceptional hosts of the Kumbh in the city.
— Narendra Modi (@narendramodi) February 24, 2019
The efforts of the Naviks, local administration, police personnel have been noteworthy.
Congratulations to the UP Government for their stupendous organisation of the Kumbh!