ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଫେବୃଆରୀ 17, 2019) ବିହାର ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ବିହାର ଗସ୍ତରେ ଯାଇ ପ୍ରଥମେ ବାରାଉଣି ଠାରେ ପହଞ୍ଚିବେ ଏବଂ ସେଠାରେ ଅନେକ ଗୁଡ଼ିଏ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ।
ସେହିସବୁ ପ୍ରକଳ୍ପମାନ ପାଟଣା ସହର ଏବଂ ନିକଟବର୍ତ୍ତୀ କ୍ଷେତ୍ର ମଧ୍ୟରେ ବିଶେଷ ଭାବେ ସଂଯୋଗ ସ୍ଥାପନକୁ ବୃଦ୍ଧି କରିବାରେ ସହାୟକ ହେବ । ଏହା ଦ୍ୱାରା ସେହିସବୁ ସ୍ଥାନମାନଙ୍କୁ ଶକ୍ତି ଉପଲବ୍ଧ ବୃଦ୍ଧି ପାଇବ । ଏହିସବୁ ପ୍ରକଳ୍ପମାନ ରାସାୟନିକ ସାର ଉତ୍ପାଦନରେ ସହାୟକ ହେବ ଏବଂ ବିହାରର ଲୋକଙ୍କୁ ଚିକିତ୍ସାସେବା ପ୍ରଦାନ ସହ ପରିମଳ ବ୍ୟବସ୍ଥାର ସଂପ୍ରସାରଣ କରିବ ।
ଏହିସବୁ ପ୍ରକଳ୍ପମାନଙ୍କର ସେକ୍ଟରୱାରୀ ସୂଚନା ନିମ୍ନରେ ପ୍ରଦାନ କରାଗଲା-
ସହରାଞ୍ଚଳ ବିକାଶ ଏବଂ ପରିମଳ
ପ୍ରଧାନମନ୍ତ୍ରୀ ପାଟଣା ରେଳ ପ୍ରକଳ୍ପର ଆଧାରଶିଳା ରଖିବେ ଯାହାକି ରାଜ୍ୟରେ ପରିବହନ ସଂଯୋଗକୁ ମଜଭୁତ କରିବ ଏବଂ ପାଟଣା ତଥା ନିକଟବର୍ତ୍ତୀ କ୍ଷେତ୍ରରେ ବସବାସ କରୁଥିବା ଲୋକମାନଙ୍କ ଜୀବନଯାତ୍ରାକୁ ସହଜସାଧ୍ୟ କରିବ ।
ପ୍ରଧାନମନ୍ତ୍ରୀ ଏହାପରେ ପାଟଣାଠାରେ ନଦୀପାର୍ଶ୍ଵ ବିକାଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିବେ ।
ଏହି ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ 96.54 କିଲୋମିଟର ଦୀର୍ଘ କର୍ମାଲି ଛକ ବର୍ଜ୍ୟ ନିଷ୍କାସନ ନେଟୱାର୍କ ପ୍ରକଳ୍ପର ଶିଳାନ୍ୟାସ କରିବେ ।
ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାରହ, ସୁଲତାନଗଞ୍ଜ ଏବଂ ନୌଗାଛିଆ ଠାରେ ବର୍ଜ୍ୟ ପରିଚାଳନା ସଂପର୍କୀତ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେବାକୁ ଥିବା 22ଟି ଅମୃତ ଯୋଜନାର ଶିଳାନ୍ୟାସ କରିବେ ।
ରେଳବାଇ
ପ୍ରଧାନମନ୍ତ୍ରୀ ନିମ୍ନଲିଖିତ ସେକ୍ଟରମାନଙ୍କରେ ରେଳ ଲାଇନର ବିଦ୍ୟୁତକରଣ ପ୍ରକଳ୍ପର ଶୁଭାରମ୍ଭ କରିବେ:
ବାରାଉଣି- କୁମେଦପୁର
ମୁଜାଫରପୁର- ରକ୍ସାଉଲ୍
ଫତୁହା- ଇସଲାମପୁର
ବିହାରସରିଫ- ଦାନିଆୱାନ
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଞ୍ଚି–ପାଟନା ସାପ୍ତାହିକ ଏସି ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ କରାଯିବ ।
ତୈଳ ଓ ବାଷ୍ପ
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜଗଦୀଶପୁର- ବାରଣାସୀ ପ୍ରାକୃତିକ ବାଷ୍ପ ପାଇପଲାଇନର ଫୁଲପୁର- ପାଟଣା ଖଣ୍ଡକୁ ଉଦଘାଟନ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ପାଟଣା ସିଟି ଗ୍ୟାସ ବିତରଣ ପ୍ରକଳ୍ପକୁ ମଧ୍ୟ ଶୁଭାରମ୍ଭ କରିବେ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ସେ ବାରାଉଣି ତୈଳ ବିଶୋଧନାଗାର ସଂପ୍ରସାରଣ ପ୍ରକଳ୍ପର 9 ଏମଏମଟି ଏଭିୟୁର ଶିଳାନ୍ୟାସ କରିବେ ।
ସେହିଭଳି ଶ୍ରୀ ମୋଦୀ ପାରାଦୀପ- ହଳଦିଆ- ଦୁର୍ଗାପୁର ଏଲପିଜି ପାଇପଲାଇନ୍ର ଦୁର୍ଗାପୁର ଠାରୁ ମୁଜାଫରପୁର ଏବଂ ପାଟଣାର ସମ୍ବର୍ଦ୍ଧନ ପ୍ରକଳ୍ପର ଶିଳାନ୍ୟାସ କରିବେ ।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବାରାଉଣି ତୈଳ ବିଶୋଧନାଗାରର ଏଟିଏଫ ହାଇଡ଼୍ରୋଟି୍ରିଟିଂ ୟୁନିଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ଏହିସବୁ ପ୍ରକଳ୍ପଗୁଡ଼ିକ ପାଟଣା ସହର ଏବଂ ସେହି କ୍ଷେତ୍ରରେ ଶକ୍ତି ଯୋଗାଣକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବାରେ ସହାୟକ ହେବ ।
ସ୍ୱାସ୍ଥ୍ୟ
ପ୍ରଧାନମନ୍ତ୍ରୀ ସରନ ଠାରେ ଛାପ୍ରା ଏବଂ ପୁର୍ଣ୍ଣିଆ ମେଡ଼ିକାଲ କଲେଜର ଆଧାରଶିଳା ରଖିବେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାଗଲପୁର ଏବଂ ଗୟା ସରକାରୀ ମେଡ଼ିକାଲ କଲେଜର ଉନ୍ନତିକରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ରାସାୟନିକ ସାର
ପ୍ରଧାନମନ୍ତ୍ରୀ ବାରାଉଣି ଠାରେ ଆମୋନିଆ- ୟୁରିଆ ରାସାୟନିକ ସାର ପରିସରର ଶିଳାନ୍ୟାସ କରିବେ ।
ବାରାଉଣି ଠାରୁ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡ ଯାଇ ହଜାରୀବାଗ ଏବଂ ରାଞ୍ଚି ଆଦି ସ୍ଥାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
***********
I look forward to being in Bihar’s Barauni.
— Narendra Modi (@narendramodi) February 17, 2019
The inauguration and laying of foundation stones for projects relating to urban development, sanitation, railways, oil and gas, healthcare as well as fertilisers will take place today. https://t.co/spZzs1sw7i