Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ମାଲେସିଆ ମଧ୍ୟରେ କମ୍ପାନୀ ସଚିବ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ମାଲେସିଆ ମଧ୍ୟରେ କମ୍ପାନୀ ସଚିବ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣା (ଏମଓୟୁ)କୁ ମଞ୍ଜୁରି ଦେଇଛନ୍ତି । ଏହାର ଉଦ୍ଦେଶ୍ୟ, ଉଭୟ ଦେଶର କମ୍ପାନୀ ସଚିବଙ୍କ ଅଭ୍ୟାସ ଏବଂ ସମ୍ମାନର ସ୍ତରକୁ ପ୍ରୋତ୍ସାହନ ଏବଂ ଏସିଆ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ କମ୍ପାନୀ ସଚିବଙ୍କ ଯାତାୟାତର ଉନ୍ନତ ସୁବିଧା ପ୍ରଦାନ କରିବା ।

ବିନ୍ଦୁୱାରୀ ବିବରଣୀ :

ଇନଷ୍ଟିଟ୍ୟୁଟ ଅଫ କମ୍ପାନୀ ସେକ୍ରେଟାରିଜ ଅଫ ଇଣ୍ଡିଆ (ଆଇସିଏସଆଇ) ଏବଂ ମାଲେସିଆନ ଆସୋସିଏସନ ଅଫ କମ୍ପାନୀ ସେକ୍ରେଟାରିଜ (ଏମଏସିଏସ) ମଧ୍ୟରେ ଏମଓୟୁର ଉଦ୍ଦେଶ୍ୟ ହେଉଛି, ଉଭୟ ଦେଶର କମ୍ପାନୀ ସଚିବମାନଙ୍କ ଅଭ୍ୟାସ ଏବଂ ସମ୍ମାନର ସ୍ତରକୁ ପ୍ରୋତ୍ସାହନ ଦେବା ଏବଂ ଏସୀୟ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ କମ୍ପାନୀ ସଚିବଙ୍କ ଯାତାୟାତର ଉନ୍ନତ ସୁବିଧା ପ୍ରଦାନ କରିବା ।