ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 22 ଜାନୁଆରୀ, 2019ରେ ଉତ୍ତରପ୍ରଦେଶର ବାରାଣାସୀଠାରେ ପଞ୍ଚଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ଉଦ୍ଘାଟନ କରିବେ ।
ପ୍ରଥମ ଥର ବାରାଣାସୀରେ 21ରୁ 23 ଜାନୁଆରୀ 2019 ପର୍ଯ୍ୟନ୍ତ ଏହି ତିନି ଦିନିଆ ସମ୍ମିଳନୀର ଆୟୋଜନ କରାଯାଉଛି । ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ 2019ର ବିଷୟବସ୍ତୁ ରହିଛି- “ନୂତନ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ଭୂମିକା” ।
ଅଧିକାଂଶ ପ୍ରବାସୀ ଭାରତୀୟ କୁମ୍ଭ ମେଳା ଏବଂ ଗଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବାର ଭାବନାକୁ ସମ୍ମାନ ଦେଇ ଚଳିତ ଥର ପ୍ରବାସୀ ଭାରତୀୟ ସମ୍ମିଳନୀର ଆୟୋଜନ 9 ଜାନୁଆରୀ ବଦଳରେ 21ରୁ 23 ଜାନୁଆରୀ 2019ରେ ଆୟୋଜନ କରାଯାଉଛି । ସମ୍ମିଳନୀ ପରେ ଅଂଶଗ୍ରହଣକାରୀମାନେ 24 ଜାନୁଆରୀରେ କୁମ୍ଭମେଳାରେ ସାମିଲ ହେବା ଲାଗି ପ୍ରୟାଗରାଜ ଯାତ୍ରା କରିବେ । 25 ଜାନୁଆରୀରେ ପ୍ରବାସୀ ଲୋକମାନେ ଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କରିବେ ଏବଂ 26 ଜାନୁଆରୀ, 2019ରେ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ପ୍ୟାରେଡ ଦେଖିବେ ।
ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ ଜଗନ୍ନାଥ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ପଞ୍ଚଦଶ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ନରୱେର ସାଂସଦ ଶ୍ରୀ ହିମାଂଶୁ ଗୁଲାଠି ବିଶିଷ୍ଟ ଅତିଥି ଏବଂ ନ୍ୟୁଜିଲାଣ୍ଡର ସାଂସଦ ଶ୍ରୀ କୱଁଲଜୀତ ସିଂ ବକ୍ସି ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।
ଚଳିତ ସଂସ୍କରଣର ପ୍ରମୁଖ ଆୟୋଜନ ମଧ୍ୟରେ ରହିଛି –
21 ଜାନୁଆରୀ, 2019 – ଯୁବ ପ୍ରବାସୀ ଭାରତୀୟ ଦିବସ । ଏହି ଆୟୋଜନ ଯୁବ ପ୍ରବାସୀ ଭାରତୀୟମାନଙ୍କୁ ନୂତନ ଭାରତ ସହ ଯୋଡ଼ିହେବାର ସୁଯୋଗ ଉପଲବ୍ଧ ହେବ ।
22 ଜାନୁଆରୀ, 2019 – ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମରିସସ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ଉପସ୍ଥିତିରେ ଉଦଘାଟନ ।
23 ଜାନୁଆରୀ, 2019 – ଉଦଯାପନୀ ଅଧିବେଶନ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରବାସୀ ଭାରତୀୟ ସମ୍ମେଳନର ପୁରସ୍କାର ପ୍ରଦାନ ।
ଏହି ଆୟୋଜନ ସମୟରେ ବିଭିନ୍ନ ପୂର୍ଣ୍ଣ ଅଧିବେଶନର ଆୟୋଜନ କରାଯିବ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ପ୍ରବାସୀ ଭାରତୀୟ ଦିବସ ସମ୍ପର୍କରେ :
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରବାସୀ ଭାରତୀୟ ଦିବସ ପାଳନ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।
ପ୍ରଥମେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ 9 ଜାନୁଆରୀ, 2003ରେ ନୂଆଦିଲ୍ଲୀରେ ହୋଇଥିଲା । ପ୍ରବାସୀ ଭାରତୀୟ ଦିବସର ଆୟୋଜନ ଲାଗି 9 ଜାନୁଆରୀ ତାରିଖକୁ ଏଥିପାଇଁ ଚୟନ କରାଯାଇଥିଲା ଯେ 1915 ମସିହାରେ ଏହି ଦିନ ହିଁ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିଲେ ।
ଏବେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ପ୍ରତି ଦୁଇ ବର୍ଷରେ ଥରେ କରାଯାଉଛି । ଏହି ଆୟୋଜନ ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ସରକାରଙ୍କ ସହିତ କାମ କରିବା ଏବଂ ନିଜ ମୂଳ ସହିତ ପୁଣିଥରେ ଯୋଡ଼ିହେବା ଲାଗି ମଂଚ ଉପଲବ୍ଧ କରାଇଥାଏ । ସମ୍ମିଳନୀ କାଳରେ ଭାରତ ଏବଂ ବିଦେଶରେ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ଚୟନ ହୋଇଥିବା ପ୍ରବାସୀ ଭାରତୀୟମାନଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯାଇଥାଏ ।
ଚତୁର୍ଦ୍ଦଶ ପ୍ରବାସୀ ଭାରତୀୟ ଦିବସ 7ରୁ 9 ଜାନୁଆରୀ, 2017ରେ ବାଙ୍ଗାଲୁରୁ, କର୍ଣ୍ଣାଟକରେ ଆୟୋଜିତ ହୋଇଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିଲେ । ଚତୁର୍ଦ୍ଦଶ ପ୍ରବାସୀ ଭାରତୀୟ ଦିବସର ବିଷୟବସ୍ତୁ ଥିଲା – “ପ୍ରବାସୀ ଭାରତୀୟମାନଙ୍କ ସହିତ ସମ୍ପର୍କକୁ ପୁନଃପରିଭାଷିତ କରିବା” । ଏଥିରେ ନିଜର ସମ୍ବୋଧନରେ ଶ୍ରୀ ମୋଦୀ କହିଥିଲେ ଯେ ପ୍ରବାସୀ ଭାରତୀୟ ଭାରତର ଶ୍ରେଷ୍ଠ ସଂସ୍କୃତି, ସଦାଚାର ଏବଂ ମୂଲ୍ୟବୋଧର ପ୍ରତିନିଧିତ୍ୱ କରିଥାନ୍ତି ଏବଂ ନିଜର ଯୋଗଦାନ ପାଇଁ ସମ୍ମାନିତ ହୋଇଛନ୍ତି । ସରକାରଙ୍କ ପ୍ରାଥମିକତାର ପ୍ରମୁଖ କ୍ଷେତ୍ର ଭାବେ ପ୍ରବାସୀ ଭାରତୀୟ ସମୁଦାୟଙ୍କ ସହିତ ଲଗାତାର ସମ୍ପର୍କର ଗୁରୁତ୍ୱ ଉପରେ ସେ ଜୋର ଦେଇଥିଲେ ।
**********
Looking forward to being in beloved Kashi today for the Pravasi Bharatiya Divas. This is an excellent forum to engage with the Indian diaspora, which is distinguishing itself all over the world. #PBD2019 @PBDConvention
— Narendra Modi (@narendramodi) January 22, 2019