‘ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ’ର ନବମ ସଂସ୍କରଣର ଶୁଭାରମ୍ଭ ଆସନ୍ତାକାଲି ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିର ପ୍ରଦର୍ଶନୀ ସହ ସମ୍ମିଳନୀ କେନ୍ଦ୍ରରେ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଶିଖର ସମ୍ମିଳନୀର ଉଦଘାଟନ ଅଧିବେଶନକୁ ସମ୍ବୋଧିତ କରିବେ । ଏହି ଶିଖର ସମ୍ମିଳନୀର ଲକ୍ଷ୍ୟ ଗୁଜରାଟରେ ନିବେଶକୁ ଆକୃଷ୍ଟ କରିବାର ଗତିକୁ ଆହୁରି ଦ୍ରୁତ କରିବା ।
“ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ” 18ରୁ 20 ଜାନୁଆରୀ, 2019ରେ ଅନୁଷ୍ଠିତ ହେବ । ଏହି ଶିଖର ସମ୍ମିଳନୀର ଶୁଭାରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଠାରେ ଆୟୋଜିତ ପ୍ରମୁଖ କାର୍ଯ୍ୟକ୍ରମ ‘ଗ୍ଲୋବାଲ ଟ୍ରେଡ ଶୋ’ର ଉଦଘାଟନ ଆଜି ଗାନ୍ଧୀନଗରସ୍ଥିତ ପ୍ରଦର୍ଶନୀ କେନ୍ଦ୍ରରେ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଭିନ୍ନ ପାଭିଲିଅନ ପରିଦର୍ଶନ କରିଥିଲେ ଏବଂ ଇସ୍ରୋ, ଡିଆରଡିଓ, ଖଦି ଆଦିର ଷ୍ଟଲ ପ୍ରତି ବିଶେଷ ଆଗ୍ରହ ପ୍ରଦର୍ଶନ କରିଥିଲେ । ଏଥିସହିତ ଏହି ଅବସରରେ ଏକ ଉପଯୁକ୍ତ ଟ୍ୟାଗଲାଇନ ‘ଚରଖାରୁ ଚନ୍ଦ୍ରଯାନ ପର୍ଯ୍ୟନ୍ତ’ ସହିତ ମେକ ଇନ ଇଣ୍ଡିଆ ସଂକ୍ରାନ୍ତ ଅନେକ ଅଭିନବ ଦୃଷ୍ଟିକୋଣକୁ ଉପସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ‘ଗ୍ଲୋବାଲ ଟ୍ରେଡ ଶୋ’ର ଆୟୋଜନ 2,00,000 ବର୍ଗମିଟର କ୍ଷେତ୍ରରେ କରାଯାଇଛି । ଏହି ଅବସରରେ 25ରୁ ମଧ୍ୟ ଅଧିକ ଶିଳ୍ପ ଏବଂ ବ୍ୟବସାୟିକ କ୍ଷେତ୍ର ଗୋଟିଏ ସ୍ଥାନରେ ନିଜ ନିଜ ଅଭିନବ ବିଚାର, ଉତ୍ପାଦ ଏବଂ ଡିଜାଇନ ପ୍ରଦର୍ଶନ କରୁଛନ୍ତି ।
ଶିଖର ସମ୍ମିଳନୀ ସହିତ ଅନେକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ଆଜିର ଏକ ପ୍ରମୁଖ ଆକର୍ଷଣ ହେଉଛି ଅହମ୍ମଦାବାଦ ସପିଂ ଫେଷ୍ଟିଭାଲ 2019 । ଏହାର ଉଦଘାଟନ ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ‘ଭାଏବ୍ରାଣ୍ଟ ଗୁଜରାଟ ଅହମ୍ମଦାବାଦ ସପିଂ ଫେଷ୍ଟିଭାଲ’ର ଶୁଭାରମ୍ଭ କରିବେ । ‘ଅହମ୍ମଦାବା ସପିଂ ଫେଷ୍ଟିଭାଲ 2019’ ଭାରତରେ ଏହି ଧରଣର ପ୍ରଥମ ଆୟୋଜନ ଏବଂ ଏହା ସହରର ଉଦ୍ୟୋଗଗୁଡ଼ିକୁ ନିଜ ନିଜ ଉତ୍ପାଦକୁ ଦର୍ଶାଇବାର ଉତ୍ତମ ସୁଯୋଗ ଉପଲବ୍ଧ କରାଉଛି ।
ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀର ଅଂଶବିଶେଷ ସ୍ୱରୂପ ଅନେକ ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ ବ୍ୟତୀତ ଏହି ଶିଖର ସମ୍ମିଳନୀର ନବମ ସଂସ୍କରଣ ଅନେକ ସମ୍ପୂର୍ଣ୍ଣ ନୂଆ ମଞ୍ଚର ଶୁଭାରମ୍ଭ ମଧ୍ୟ କରାଯିବ । ଏହାର ଉଦ୍ଦେଶ୍ୟ ଶିଖର ସମ୍ମିଳନୀ ଅବସରରେ ଜ୍ଞାନର ଆଦାନପ୍ରଦାନ ପଦ୍ଧତିରେ ବିବିଧତା ଆଣିବା ଏବଂ ପ୍ରତିଯୋଗୀମାନଙ୍କ ବିରୋଧରେ ନେଟୱାର୍କିଂର ସ୍ତରକୁ ବଢ଼ାଇବା ଅଟେ ।
ପୃଷ୍ଠଭୂମି :
‘ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ’ର ପରିକଳ୍ପନା 2003ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କରିଥିଲେ, ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ଏହି ଶିଖର ସମ୍ମିଳନୀ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଗୁଜରାଟକୁ ପୁଣିଥରେ ଏକ ପସନ୍ଦଯୋଗ୍ୟ ନିବେଶ ଲକ୍ଷ୍ୟସ୍ଥଳୀ କିମ୍ବା ରାଜ୍ୟ ରୂପରେ ପ୍ରତିଷ୍ଠା କରିବା । ଏହି ଶିଖର ସମ୍ମିଳନୀ ବୈଶ୍ୱିକ ସାମାଜିକ-ଆର୍ଥିକ ବିକାଶ, ଜ୍ଞାନ ଆଦାନପ୍ରଦାନ କରିବା ଏବଂ ପ୍ରଭାବଶାଳୀ ଭାଗୀଦାରୀ କରିବାରେ ଜଡ଼ିତ ଏଜେଣ୍ଡା ଉପରେ ବିଚାରଆଲୋଚନା କରିବା ନିମନ୍ତେ ଏକ ପ୍ରମୁଖ ପ୍ଲାଟଫର୍ମ ସୁଲଭ କରାଇବ ।
ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ 2019ର ପ୍ରମୁଖ ବିଶେଷତ୍ୱ ନିମ୍ନରେ ଉଲ୍ଲେଖ କରାଗଲା:
1. ଭାରତରେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ) ସହ ଜଡ଼ିତ ଶିକ୍ଷା ଏବଂ ଗବେଷଣାରେ ଉପଲବ୍ଧ ସୁଯୋଗ ଉପରେ ଗୋଲ ଟେବୁଲ ବୈଠକ ଆୟୋଜନ କରାଯିବ । ‘ଭାରତରେ ଷ୍ଟେମ ଶିକ୍ଷା ଏବଂ ଗବେଷଣାରେ ଉପଲବ୍ଧ ସୁଯୋଗ ଲାଗି ରୋଡମ୍ୟାପ’ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ଗୋଲଟେବୁଲ ବୈଠକରେ ବିଶିଷ୍ଟ ଶିକ୍ଷାବିତ୍ତ ଏବଂ ଗୁରୁତ୍ୱପୂର୍ଣ୍ଣ ନୀତି-ନିର୍ମାତା ଯୋଗ ଦେବେ ।
2. ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ) ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯିବ ।
3. ଅତ୍ୟାଧୁନି ଅଥବା ଭବିଷ୍ୟବାଦୀ ପ୍ରଯୁକ୍ତି ଏବଂ ମହାକାଶ ଅନ୍ୱେଷଣ ଉପରେ ପ୍ରଦର୍ଶନୀ ଆୟୋଜନ କରାଯିବ ଯାହା ମହାକାଶ ଯାତ୍ରାର ଭବିଷ୍ୟତ ବିଷୟରେ ଉପଯୁକ୍ତ ଦୃଷ୍ଟିକୋଣ ଉପସ୍ଥାପନ କରିବ ।
4. ଭାରତକୁ ଏସିଆର ଟ୍ରାନ୍ସ-ଶିପମେଣ୍ଟ ହବ ରୂପରେ ପ୍ରତିଷ୍ଠିତ କରିବା ଲାଗି ବନ୍ଦର ଆଧାରିତ ବିକାଶ ଏବଂ ରଣନୀତି ଉପରେ ସେମିନାର ଆୟୋଜନ କରାଯିବ ।
5. ‘ମେକ ଇନ ଇଣ୍ଡିଆ’ ସହ ଜଡ଼ିତ କାର୍ଯ୍ୟକ୍ରମ ଏବଂ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଉପାୟ ଏବଂ ପଦକ୍ଷେପରୁ ମିଳୁଥିବା ସଫଳତାର କାହାଣୀକୁ ପ୍ରଦର୍ଶିତ କରିବା ଲାଗି ‘ମେକ ଇନ ଇଣ୍ଡିଆ’ ଉପରେ ସେମିନାର ଆୟୋଜନ କରାଯିବ ।
6. ପ୍ରତିରକ୍ଷା ଏବଂ ଏରୋସ୍ପେସ୍ରେ ଉଦ୍ୟୋଗ ଲାଗି ଉପଲବ୍ଧ ସୁଯୋଗ ଉପରେ ସେମିନାର ଆୟୋଜନ କରାଯିବ, ଯାହାଦ୍ୱାରା ଗୁଜରାଟରେ ପ୍ରତିରକ୍ଷା ଏବଂ ଏରୋସ୍ପେସରେ ଉପଲବ୍ଧ ସୁଯୋଗ ପ୍ରତି ପ୍ରତିଯୋଗୀମାନଙ୍କୁ ସମ୍ବେଦନଶୀଳ କରାଯାଇପାରିବ ଏବଂ ଏଥିସହିତ ପ୍ରତିରକ୍ଷା ଏବଂ ଏରୋସ୍ପେଶ କ୍ଷେତ୍ରରେ ଏକ ଉତ୍ପାଦନ କେନ୍ଦ୍ର ରୂପରେ ଭାରତ ଏବଂ ଗୁଜରାଟର ଉତଥାନ ସହ ଜଡ଼ିତ ପରବର୍ତ୍ତୀ ମାର୍ଗ ଉପରେ ବିଚାର-ବିମର୍ଷ କରାଯିବା ସମ୍ଭବ ହେବ ।
2003ରେ ଆରମ୍ଭ ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀରେ ଏକ ଉତପ୍ରେରକ ଭୂମିକା ତୁଲାଇଛି । ଯେଉଁ କାରଣରୁ ଅନ୍ୟ ରାଜ୍ୟ ମଧ୍ୟ ନିଜ ମାଟିରେ ବ୍ୟବସାୟ ଏବଂ ନିବେଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏପରି ଶିଖର ସମ୍ମିଳନୀର ଆୟୋଜନ ଲାଗି ପ୍ରେରଣା ଲାଭ କଲେ ।
**********