ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଛୋଟ ପିଲାଙ୍କ ବିରୁଦ୍ଧରେ ଯୌନ ଅପରାଧ ପାଇଁ ଦଣ୍ଡକୁ ଅଧିକ କଠୋର କରିବା ନିମନ୍ତେ ବାଳ ଯୌନ ଅପରାଧ ସୁରକ୍ଷା(ପୋକ୍ସୋ) ଆଇନରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।
ମୁଖ୍ୟ ପ୍ରସଙ୍ଗ
1- ପୋକ୍ସୋ ଆଇନ-2012କୁ ପିଲାଙ୍କ ସ୍ୱାର୍ଥ ଓ ଭଲର ସୁରକ୍ଷାକୁ ଦୃଷ୍ଟିରେ ରଖି ପିଲାଙ୍କୁ ଯୌନ ଅପରାଧ, ଯୌନ ଉତ୍ପୀଡ଼ନ ଓ ପର୍ଣ୍ଣୋଗ୍ରାଫିରୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଲାଗୁ କରାଯାଇଥିଲା । ଏହି ଅଧିନିୟମ ପିଲାଙ୍କୁ 18ବର୍ଷ ବୟସରୁ କମ୍ ବୟସର ବ୍ୟକ୍ତି ଭାବେ ପରିଭାଷିତ କରିଛି ଓ ପିଲାଙ୍କ ଶାରୀରିକ, ଭାବନାତ୍ମକ, ବୌଦ୍ଧିକ ଓ ସାମାଜିକ ବିକାଶ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ପର୍ଯ୍ୟାୟକୁ ଅଧିକ ମହତ୍ୱ ଦେଇ ପିଲାଙ୍କ ଶ୍ରେଷ୍ଠ ସ୍ୱାର୍ଥ ଓ କଲ୍ୟାଣକୁ ସମ୍ମାନ କରୁଛି । ଏହି ଆଇନରେ ଲିଙ୍ଗଗତ ଭେଦଭାବ ରଖାଯାଇନାହିଁ ।
2- ପୋକ୍ସୋ ଆଇନ-2012ର ଧାରା-4, ଧାରା-5, ଧାରା-6,ଧାରା-14, ଧାରା-15 ଓ ଧାରା-42ରେ ସଂଶୋଧନ ପିଲା ଯୌନ ଅପରାଧର ଦିଗକୁ ଉଚିତ୍ ଢଙ୍ଗରେ ମୁକାବିଲା କରିବା ପାଇଁ ଉଦ୍ଦିଷ୍ଟ । ଏହି ସଂଶୋଧନ ଦେଶରେ ଯୌନ ଅପରାଧର ବୃଦ୍ଧି ପାଉଥିବା ପ୍ରବୃତିକୁ ରୋକିବା ନିମନ୍ତେ କଠୋର ଉପାୟ କରିବାର ଆବଶ୍ୟକତା କାରଣରୁ କରାଯାଇଛି ।
3- ପିଲା ଯୌନ ଅପରାଧର ପ୍ରବୃତିକୁ ରୋକିବା ଉଦେ୍ଦଶ୍ୟରେ ଏକ ନିବାରକ ଭାବେ କାର୍ଯ୍ୟ କରିବା ନିମନ୍ତେ ଏହି ଆଇନର ଧାରା-4, ଧାରା-5 ଓ ଧାରା-6ର ସଂଶୋଧନ କରିବାର ପ୍ରସ୍ତାବ କରାଯାଇଛି । ଯାହାଫଳରେ ପିଲାଙ୍କୁ ଯୌନ ଅପରାଧରୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଆକ୍ରଣାତ୍ମକ ଯୌନ ଅପରାଧ ମାମଲାରେ ମୃତ୍ୟୁଦଣ୍ଡ ସମେତ କଠୋର ଦଣ୍ଡର ବିକଳ୍ପ ପ୍ରଦାନ କରାଯାଇପାରିବ ।
4- ପ୍ରାକୃତିକ ସଙ୍କଟ ଓ ବିପର୍ଯ୍ୟୟ ସମୟରେ ପିଲାଙ୍କୁ ଯୌନ ଅପରାଧରୁ ସୁରକ୍ଷା ଓ ଆକ୍ରମଣାତ୍ମକ ଯୌନ ଅପରାଧ ଉଦ୍ଦେଶ୍ୟରୁ ପିଲାଙ୍କର ଶୀଘ୍ର ଯୌନ ପରିପକ୍ୱତା ନିମନ୍ତେ ପିଲାଙ୍କୁ ଯେକୌଣସି ପ୍ରକାରେ ହର୍ମୋନ ଅବା କୌଣସି ରସାୟନିକ ପଦାର୍ଥ ଖୁଆଇବା ମାମଲାରେ ଏହି ଅଧିନିୟମ ଧାରା-9ରେ ସଂଶୋଧନ କରିବାର ମଧ୍ୟ ପ୍ରସ୍ତାବ ରଖାଯାଇଛି ।
5- ପିଲା ପର୍ଣ୍ଣୋଗ୍ରାଫିର କୁପ୍ରଭାବର ମୁକାବିଲା ପାଇଁ ପୋକସୋ ଅଧିନିୟମ-2012ର ଧାରା-14 ଓ ଧାରା-15ରେ ବି ସଂଶୋଧନ ପ୍ରସ୍ତାବ କରାଯାଇଛି । ପିଲାଙ୍କ ପର୍ଣ୍ଣୋଗ୍ରାଫି ସାମଗ୍ରୀର ନଷ୍ଟ ନକରିବା/ଉଚ୍ଛେଦ ନକରିବା/ରିପୋର୍ଟ କରିବାର ଜୋରିମାନା ରୁଜୁର ପ୍ରସ୍ତାବ କରାଯାଇଛି । ଏଭଳି ବ୍ୟକ୍ତିଙ୍କୁ ଏ ପ୍ରକାରର ସାମଗ୍ରୀର ପ୍ରସାରଣ/ପ୍ରଚାର/କୌଣସି ଅନ୍ୟ ଶୈଳୀର ପରିଚାଳନା କରିବା ମାମଲାରେ ଜେଲ ଅବା ଜୋରିମାନା ଅବା ଉଭୟ ଦଣ୍ଡାଦେଶର ପ୍ରସ୍ତାବ କରାଯାଇଛି । ନ୍ୟାୟାଳୟ ଦ୍ୱାରା ଯଥା ନିର୍ଦ୍ଧାରିତ ଆଦେଶ ଅନୁସାରେ ଏଭଳି ସାମଗ୍ରୀର କୋର୍ଟରେ ପ୍ରମାଣ ଭାବେ ଉପଯୋଗ କରିବା ପାଇଁ ରିପୋର୍ଟିଂ କରାଯାଇପାରିବ । ବ୍ୟବସାୟିକ ଉଦ୍ଦେଶ୍ୟ ନିମନ୍ତେ କୌଣସି ପିଲାଙ୍କୁ ଯେକୌଣସି ପର୍ଣ୍ଣୋଗ୍ରାଫି ସାମଗ୍ରୀର ଗଚ୍ଛିତ ରଖିବା/ ନିଜ ପାଖରେ ରଖିବା ପାଇଁ ଦଣ୍ଡର ପ୍ରାବଧାନକୁ ଅଧିକ କଠୋର କରାଯାଇଛି ।
ଲାଭ :
ଏହି ସଂଶୋଧନରେ ଏହି ଅଧିନିୟମରେ କଠୋର ଦଣ୍ଡ ଦେବାର ପ୍ରାବଧାନକୁ ସାମିଲ କରିବା ଯୋଗୁ ପିଲା ଯୌନ ଅପରାଧର ପ୍ରବୃତ୍ତିକୁ ରୋକିବାରେ ସହାୟତା ମିଳିବାର ଆଶା କରାଯାଉଛି । ଏହାଫଳରେ ସମସ୍ୟା ସମୟରେ ନିରୀହ ପିଲାଙ୍କ ସ୍ୱାର୍ଥର ସୁରକ୍ଷା ହେବ ଓ ସେମାନଙ୍କର ସୁରକ୍ଷା ଓ ମର୍ଯ୍ୟାଦା ସୁନିଶ୍ଚିତ ହେବ । ଯୌନ ଅପରାଧ ଓ ଦଣ୍ଡର ଦିଗର ସମ୍ବନ୍ଧରେ ସ୍ପଷ୍ଟତା ଆଣିବା ଏହି ସଂଶୋଧନର ଉଦ୍ଦେଶ୍ୟ ।
***