Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନ ପରାମର୍ଶଦାତା ପରିଷଦ (ପିଏଏମ-ଏସଟିଆଏସି) ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ତାଙ୍କର ବିଜ୍ଞାନ, ପ୍ରଯୁକ୍ତି ଏବଂ ନବସୃଜନ ପରାମର୍ଶଦାତା ପରିଷଦ (ପିଏମ-ଏସଟିଆଇ) ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି ଏହି ପରିଷଦ ବିଜ୍ଞାନ ପ୍ରଯୁକ୍ତି ଏବଂ ନବସୃଜନ ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥାଏ ଏବଂ ଏହି ବିଷୟଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟ ଦୃଷ୍ଟି ଅନୁଧ୍ୟାନ କରିଥାଏ ।

ପରିଷଦର ସଦସ୍ୟମାନେ ବିଜ୍ଞାନ ଏବଂ ପ୍ରଯୁକ୍ତିର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉପଯୁକ୍ତ ଗବେଷଣା ଓ ନବସୃଜନର ପୃଷ୍ଟପୋଷକତା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜ୍ଞାନ, ପ୍ରଯୁକ୍ତି ଏବଂ ନବସୃଜନର ସୁଫଳ ସାଧାରଣ ଜନତାଙ୍କ ନିକଟରେ ପହଁଚିବା ସହ ଦୈନିକ ସମସ୍ୟାର ସମାଧାନ ଏବଂ ସହଜ ଜୀବନ ଧାରଣରେ ଉପଯୋଗ ହେବା ଉଚିତ । ପରିଷଦର ସଦସ୍ୟମାନଙ୍କୁ ଶିକ୍ଷା ପ୍ରତିଷ୍ଠାନ, ଗବେଷଣା ଏବଂ ବିକାଶ ପ୍ରୟୋଗଶାଳା, ଉଦ୍ୟୋଗ ଏବଂ ବିଭିନ୍ନ ସରକାରୀ ବିଭାଗ ଲାଗି ସୁଦୃଢ଼ ସମ୍ପର୍କ ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ସେ ଦୋହରାଇଥିଲେ ଯେ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନରେ ନିଷ୍କ୍ରିୟତା ଶେଷ କରିବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ ଉଚିତ ପ୍ଲାଟଫର୍ମ ଏବଂ ବ୍ୟବସ୍ଥାକୁ ବିକଶିତ କରିବା ଲାଗି ପରାମର୍ଶ ଦେଇଥିଲେ, ଯାହା ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ପ୍ରତିଭାକୁ ଚିହ୍ନଟ କରିବ ଏବଂ ସେଗୁଡ଼ିକୁ ଜିଲ୍ଲା ଏବଂ କ୍ଷେତ୍ରୀୟ ସ୍ତରରେ ଅଟଳ ନବୋନ୍ଵେଷ ପ୍ରୟୋଗଶାଳା ସହ ଯୋଡ଼ିବ । ପ୍ରଧାନମନ୍ତ୍ରୀ ଏ ସନ୍ଦର୍ଭରେ କୃଷି ଆୟ ବୃଦ୍ଧି କରିବା, ରକ୍ତହୀନତା ଭଳି ପୁରୁଣା, ଆନୁବଂଶିକ, ବଂଶାନୁଗତ ରୋଗର ଚିକିତ୍ସା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସାଇବର ସୁରକ୍ଷା ଭଳି ପ୍ରମୁଖ କ୍ଷେତ୍ର ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ. ବିଜୟ ରାଘବନ, ପରିଷଦର ସଦସ୍ୟ  ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଗଣ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକରେ ଉପସ୍ଥିତ ଥିଲେ ।

 

**********