ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ମତ ବିନିମୟ କରିଛନ୍ତି । ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଭାରତ-ଜାପାନ ଭାଗୀଦାରୀତାର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ ।
ତାଙ୍କୁ ପ୍ରଦାନ କରାଯାଇଥିବା ଭବ୍ୟ ଆତିଥ୍ୟ ଏବଂ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଶ୍ରୀ ମୋଦୀ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । । ସେ ମଧ୍ୟ ଜାପାନରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କୁ ଦୀପାବଳିର ଶୁଭକାମନା ଜଣାଇଥିଲେ ।
ଭାରତୀୟ ସମ୍ପ୍ରଦାୟକୁ ଜାପାନରେ ଭାରତର ରାଷ୍ଟ୍ରଦୂତ ଭାବେ ଅଭିହିତ କରି, ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭାରତରେ ନିବେଶ କରିବା ଏବଂ ମାତୃଭୂମି ସହ ସାଂସ୍କୃତିକ ସମ୍ପର୍କ ରକ୍ଷା କରିବା ପାଇଁ ପ୍ରେରିତ କରିଥିଲେ ।
ଗତ 4 ବର୍ଷ ମଧ୍ୟରେ ସରକାରଙ୍କ ସଫଳତା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ନିୟମିତ ଭାବେ ଭାରତୀୟ ସମାଧାନ ପନ୍ଥା-ବୈଶ୍ୱିକ ପ୍ରୟୋଗ ବିଚାରଧାରା ଅନୁସାରେ କାର୍ଯ୍ୟ କରୁଛି । ସେ କହିଲେ ଯେ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ନେଇ ଭାରତର ମଡେଲ ବିଶେଷ କରି ଜାମ (ଜନ ଧନ ଯୋଜନା, ମୋବାଇଲ, ଆଧାର) ତ୍ରୟ ଓ ଡିଜିଟାଲ କାରବାର ମଡେଲକୁ ସମ୍ପ୍ରତି ବିଶ୍ୱବ୍ୟାପୀ ପ୍ରଶଂସା କରାଯାଉଛି ।
ପ୍ରଧାନମନ୍ତ୍ରୀ ଭାରତର ଉଚ୍ଚ ସଫଳତା ଯୁକ୍ତ ମହାକାଶ କାର୍ଯ୍ୟକ୍ରମ ଏବଂ ଭାରତରେ ନିର୍ମାଣ କରାଯାଉଥିବା ଶକ୍ତିଶାଳୀ ଡିଜିଟାଲ ଭିତ୍ତିଭୂମି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ ଯେ ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ଭାରତକୁ ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ ନିର୍ମାଣ କ୍ଷେତ୍ରରେ ଏକ ଗ୍ଲୋବାଲ ହବରେ ପରିଣତ କରୁଛି ।
ଏକ ‘ନୂତନ ଭାରତ’ର ନିର୍ମାଣ ପାଇଁ ସ୍ମାର୍ଟ ଭିତ୍ତିଭୂମି ପ୍ରତିଷ୍ଠା ଲାଗି ଜାପାନର ଯୋଗଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଭାରତ ଏବଂ ଜାପାନ ମଧ୍ୟରେ ନିୟମିତ ଭାବେ ସମ୍ପର୍କରେ ଉନ୍ନତି ଆଣିବା ପାଇଁ କଠିନ ପ୍ରଚେଷ୍ଟା କରିବାକୁ ସେ ଭାରତୀୟ ସମ୍ପ୍ରଦାୟକୁ ପ୍ରେରିତ କରିଥିଲେ । ପ୍ରଧାନମନ୍ତ୍ରୀ ଏବେ ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି ।
***************
Had a delightful interaction with the Indian community in Japan.
— Narendra Modi (@narendramodi) October 29, 2018
The accomplishments of our diaspora make us very proud.
Talked at length about the rich history, robust present and strong future of India-Japan relations. https://t.co/9jdURuB6Il pic.twitter.com/BLiYLMepPq