Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ମଦନ ଲାଲ ଖୁରାନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ମଦନ ଲାଲ ଖୁରାନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ମଦନ ଲାଲ ଖୁରାନା ଜୀଙ୍କ ବିୟୋଗରେ ମୁଁ ଦୁଃଖିତ । ସେ ଦିଲ୍ଲୀର ପ୍ରଗତି ନିମନ୍ତେ ବିଶେଷ କରି ଉନ୍ନତ ଭିତ୍ତିଭୂମି ନିଶ୍ଚିତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ସେ ଉଭୟ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ପାଇଁ ନିଜକୁ ଜଣେ କଠିନ ପରିଶ୍ରମୀ ଏବଂ ଲୋକପ୍ରିୟ ପ୍ରଶାସକ ଭାବେ ପ୍ରତିପାଦିତ କରିଥିଲେ ।

ଦିଲ୍ଲୀରେ ବିଜେପିକୁ  ସେ ଯେପରି ଭାବେ ଶକ୍ତିଶାଳୀ କରି ଗଢ଼ିଥିଲେ ସେଥିପାଇଁ ଶ୍ରୀ ମଦନ ଲାଲ ଖୁରାନା ସବୁବେଳେ ମନେରହିବେ । ଦେଶ ବିଭାଜନ ପରେ ଦିଲ୍ଲୀରେ ଶରଣାର୍ଥୀମାନଙ୍କ ସେବା ଦିଗରେ ସେ ଦୃଢ଼ ପ୍ରୟାସ କରିଥିଲେ । ତାଙ୍କ ପରିବାର ଏବଂ ସମର୍ଥକମାନଙ୍କୁ ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି ।”

 

**********