Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ସିଙ୍ଗାପୁର ମଧ୍ୟରେ ଫିନଟେକ ଉପରେ ଏକ ମିଳିତ କାର୍ଯ୍ୟଗୋଷ୍ଠୀ ଗଠନ କରିବା ବୁଝାମଣା(ଏମଓୟୁ)କୁ କ୍ୟାବିନେଟର ଅନୁମୋଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଫିନଟେକ ଉପରେ ମିଳିତ କାର୍ଯ୍ୟ ଗୋଷ୍ଠୀ (ଜେଡବ୍ଲ୍ୟୁଜି) ଗଠନ କରିବା ଲାଗି ଜୁନ, 2018ରେ ସ୍ୱାକ୍ଷରିତ ବୁଝାମଣା(ଏମଓୟୁ)କୁ ପିଛିଲା ଭାବେ ମଞ୍ଜୁର କରିଛନ୍ତି ।

ଲାଭ :

ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଫିନଟେକ ଉପରେ ମିଳିତ କାର୍ଯ୍ୟ ଗୋଷ୍ଠୀର ଗଠନ ଉଭୟ ଦେଶ ମଧ୍ୟରେ ଫିନଟେକ କ୍ଷେତ୍ରରେ ସହଯୋଗ ଲାଗି କରାଯାଇଛି । ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ସହଯୋଗ ଦ୍ୱାରା ଉଭୟ ଦେଶଗୁଡ଼ିକୁ ଆପ୍ଲିକେସନ ପ୍ରୋଗ୍ରାମିଂ ଇଂଟରଫେସ (ଏପିଆଇ), ରେଗୁଲେଟରୀ ସ୍ୟାଣ୍ଡବକ୍ସ, ପରିଶୋଧରେ ସୁରକ୍ଷା ଏବଂ ଡିଜିଟାଲ ନଗଦ ପ୍ରବାହ, ଇଲେକଟ୍ରୋନିକ ହସ୍ତାନ୍ତର ପାଇଁ ରୁପେ ନେଟୱାର୍କ (ଏନଇଟିଏସ)ର ଏକୀକରଣ, ୟୁପିଆଇ ଫାଷ୍ଟ ପେମେଣ୍ଟ ଲିଙ୍କ, ଆସିଆନ କ୍ଷେତ୍ରରେ ଆଧାର ଷ୍ଟ୍ୟାକ ଏବଂ ଇ-କେୱାଇସି ଏବଂ ନିୟମରେ ସହଯୋଗ, ଆର୍ଥିକ ବଜାର ଏବଂ ବୀମା କ୍ଷେତ୍ର ଏବଂ ସ୍ୟାଣ୍ଡବକ୍ସ ମଡେଲ ଲାଗି ସମାଧାନର ବିକାଶ କ୍ଷେତ୍ରରେ ଉତ୍କୃଷ୍ଟତା ହାସଲ କରିବାରେ ଲାଭ ମିଳିବ ।

ଜେଡବ୍ଲ୍ୟୁଜିର କ୍ଷେତ୍ର ଏବଂ କାର୍ଯ୍ୟ ସୀମା :

1. ସର୍ବଶ୍ରେଷ୍ଠ ପ୍ରଚଳନର ବିନିମୟ

ସର୍ବଶ୍ରେଷ୍ଠ ପ୍ରଚଳନର ଆଦାନପ୍ରଦାନ ସହିତ ନିୟାମକ ସମ୍ପର୍କରେ ସୁଧାର ଲାଗି

କ) ଫିନଟେକ ସହ ଜଡ଼ିତ ନୀତି ଏବଂ ନିୟାମକ ଉପରେ ଅଭିଜ୍ଞତାର ବିନିମୟକୁ ବଢ଼ାଇବା;

ଖ) ଫିନଟେକ ଫାର୍ମ ଏବଂ ସମ୍ପତି ଦ୍ୱାରା ବିନା କୌଣସି ଭେଦଭାବରେ ତଥ୍ୟର ବ୍ୟବହାର ସହ ଜଡ଼ିତ ମାନକକୁ ପ୍ରସ୍ତୁତ କରିବାକୁ ପ୍ରୋତ୍ସାହନ ।

ଗ) ସାଇବର ସୁରକ୍ଷା, ଆର୍ଥିକ ଜାଲିଆତିର ଆଖପାଖରେ ବିଶ୍ୱରେ ଉତ୍ପନ୍ନ ହେଉଥିବା ନୂତନ ବିପଦ ସହିତ ନିୟାମକ ସଂସ୍ଥାନଗୁଡ଼ିକରେ ଉପଯୁକ୍ତ ଅଧିକାରୀମାନଙ୍କ ମଧ୍ୟରେ କ୍ଷମତା ନିର୍ମାଣର ପ୍ରାରମ୍ଭ ।

2. ସହଯୋଗକୁ ପ୍ରୋତ୍ସାହନ

ଭାରତ ଏବଂ ସିଙ୍ଗାପୁରରେ ଆର୍ଥିକ ପ୍ରଯୁକ୍ତି ଉଦ୍ୟୋଗ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି

କ) ଫିନଟେକ କ୍ଷେତ୍ରରେ ଫାର୍ମଗୁଡ଼ିକ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ;

ଖ) ବ୍ୟବସାୟିକ/ଆର୍ଥିକ କ୍ଷେତ୍ର ଲାଗି ଫିନଟେକ ସମାଧାନର ବିକାଶକୁ ପ୍ରୋତ୍ସାହନ;

ଗ) ଉଭୟ ପକ୍ଷର ଉପଯୁକ୍ତ ନୀତି ଅନୁରୂପ, ଫିନଟେକରେ ସିଙ୍ଗାପୁର ଏବଂ ଭାରତ ମଧ୍ୟରେ ଉଦ୍ୟମୀତା/ଷ୍ଟାର୍ଟଅପ ପ୍ରତିଭାର ସହଯୋଗକୁ ପ୍ରୋତ୍ସାହନ ।

3. ଅନ୍ତର୍ଜାତୀୟ ମାନକର ବିକାଶ

(କ) ଆପ୍ଲିକେସନ ପ୍ରୋଗ୍ରାମିଂ ଇଂଟରଫେସେସ (ଏପିଆଇ) ଆଣ୍ଡ ଷ୍ଟାଣ୍ଡାର୍ଡର ଅନ୍ତର୍ଜାତୀୟ ସଂସ୍କରଣର ଗଠନକୁ ପ୍ରୋତ୍ସାହନ, ଯାହା ଭାରତ ଏବଂ ସିଙ୍ଗାପୁରରେ ସର୍ବସାଧାରଣ ପ୍ରଣାଳୀରେ ପ୍ରସ୍ତୁତ ଏପିଆଇ ସହିତ ଆନ୍ତଃ-ସଂଚାଳିତ ଅଟେ ।

(i). ଡିଜିଟାଲ ପରିଚୟର ବ୍ୟବହାର କରୁଥିବା ନିବାସୀମାନଙ୍କ ସୀମା-ପାର ପ୍ରମାଣ ଏବଂ ଇଲେକଟ୍ରୋନିକ ନୋ – ୟୋର- କଷ୍ଟମର (କେୱାଇସି) ସକ୍ଷମ କରିବା;

(ii) ସମନ୍ୱିତ ପରିଶୋଧ ଇଣ୍ଟରଫେସ (ଡିପିଆଇ) ଏବଂ ଦ୍ରୁତ ତଥା ସୁରକ୍ଷିତ ହସ୍ତାନ୍ତରଣ (ଫାଷ୍ଟ) ଡିଜିଟାଲ ଫଣ୍ଡ ହସ୍ତାନ୍ତର ମଞ୍ଚ ମଧ୍ୟରେ ପରିଶୋଧ ସମ୍ପର୍କ ସହଯୋଗକୁ  ସକ୍ଷମ କରିବା;

(iii) ଭାରତୀୟ ଜାତୀୟ ପରିଶୋଧ ନିଗମ (ଏନପିସିଆଇ) ଏବଂ ଇଲେକଟ୍ରୋନିକ ହସ୍ତାନ୍ତର ନେଟୱାର୍କ (ଏନଇଟିଏସ) ପରିଶୋଧ ନେଟୱାର୍କ ମଧ୍ୟରେ ଯୋଗାଯୋଗ ଜରିଆରେ ରୁପେ କ୍ରେଡିଟ/ଡେବିଟ କାର୍ଡରେ କ୍ରସ ଲର୍ଣ୍ଣିଂକୁ ସକ୍ଷମ କରିବା;

(iv) ଡିପିଆଇ ଏବଂ ତ୍ୱରିତ ପ୍ରତିକ୍ରିୟା (କ୍ୟୁଆର) କୋଡ ଆଧାରିତ ପରିଶୋଧ ସ୍ୱିକୃତିକୁ ସକ୍ଷମ କରିବା; ଏବଂ

(v) ଇ-ସ୍ୱାକ୍ଷର, ଆକ୍ରସ ବର୍ଡର୍ସ ଜରିଆରେ ଡିଜିଟାଲ ସ୍ୱାକ୍ଷର ପ୍ରୟୋଗକୁ ସକ୍ଷମ କରିବା ।

(ଖ) ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ନିମ୍ନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ :

(i) ଡିଜିଟାଲ ପ୍ରଶାସନ;

(ii) ଆର୍ଥିକ ଅନ୍ତର୍ଭୂକ୍ତିକରଣ; ଏବଂ

(iii) ଆସିଆନ ଫାଇନାନସିଆଲ ଇନୋଭେସନ ନେଟୱାର୍କ (ଏଏଫଆଇଏନ) ଏଜେଣ୍ଡାରେ ସହଭାଗୀତା ।

 

**********