ଓଡ଼ିଶାର ବ୍ରହ୍ମପୁର ଏବଂ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଆଇଜର)ର ଦୁଇଟି ନୂତନ ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯିବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଇଜର କ୍ୟାମ୍ପସ ପ୍ରତିଷ୍ଠା ଏବଂ ପରିଚାଳନା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏଥିପାଇଁ 3074.12 କୋଟି ଟଙ୍କା (ଅଣ-ପୁନଃପୌନିକ : 2366.48 କୋଟି ଟଙ୍କା ଏବଂ ପୁନଃପୌନିକ: 707.64 କୋଟି ଟଙ୍କା) ଖର୍ଚ୍ଚ ହେବ ।
ପ୍ରତ୍ୟେକ ଆଇଜରରେ ସପ୍ତମ ସିପିସିର 14ତମ ସ୍ତରରେ ଦୁଇଟି ରେଜିଷ୍ଟ୍ରାର ପଦବୀ ସୃଷ୍ଟି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି ।
ବିବରଣୀ : ମୋଟ 3074 କୋଟି ଟଙ୍କାର ଆନୁମାନିକ ବ୍ୟୟ ମଧ୍ୟରୁ ନିମ୍ନଲିଖିତ ବିବରଣୀ ଅନୁଯାୟୀ ଏହି ସଂସ୍ଥାନର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଲାଗି 2366.48 କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଆଇଜର ତିରୁପତି |
୧୧୩୭.୧୬ |
୩୫୪.୧୮ |
୧୪୯୧.୩୪ |
ଆଇଜର ବ୍ରହ୍ମପୁର |
୧୨୨୯.୩୨ |
୩୫୩.୪୬ |
୧୫୮୨.୭୮ |
ମୋଟ |
୨୩୬୬.୪୮ |
୭୦୭.୬୪ |
୩୦୭୪.୧୨ |
ସଂସ୍ଥାନ | ପୁଞ୍ଜି (କୋଟି) | ପୁନଃପୌନିକ | ମୋଟ |
---|
ଉଭୟ ଆଇଜର 1,17,000 ବର୍ଗମିଟର କ୍ଷେତ୍ରରେ ନିର୍ମିତ ହେବ ଏବଂ ପ୍ରତ୍ୟେକ ଆଇଜରରେ 1855 ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଭିତ୍ତିଭୂମି ସୁବିଧା ରହିବ ।
ଡିସେମ୍ବର 2021 ସୁଦ୍ଧା ଏହି ସଂସ୍ଥାନଗୁଡ଼ିକର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଶେଷ ହେବ ।
ଲାଭ :
ଏହି ଦୁଇଟି ଆଇଜରରେ ସ୍ନାତକ ଏବଂ ସ୍ନାତକୋତର, ପିଏଚଡି ଏବଂ ସମନ୍ୱିତ ପିଏଚଡି ସ୍ତରରେ ଉଚ୍ଚ ମାନର ବିଜ୍ଞାନ ଶିକ୍ଷା ପ୍ରଦାନ କରାଯିବ । ଉଭୟ ସଂସ୍ଥାନ ବିଜ୍ଞାନର ଅଗ୍ରଣୀ କ୍ଷେତ୍ରରେ ଗବେଷଣା କାର୍ଯ୍ୟ କରିବେ । ଆଇଜର ଶ୍ରେଷ୍ଠ ବୈଜ୍ଞାନିକ ପ୍ରତିଭା ଫାକଲ୍ଟି ଭାବେ ଭାରତକୁ ଜ୍ଞାନ ଅର୍ଥବ୍ୟବସ୍ଥା ଦିଗରେ ନେଇଯିବାରେ ସହାୟକ ହେବ ଏବଂ ଭାରତରେ ବୈଜ୍ଞାନିକ ମାନବ ଶକ୍ତିର ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିବ ।
ସୂଚନାଯୋଗ୍ୟ ଯେ 2015ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ, 2014 ଅନୁଯାୟୀ ଆଇଜର ତିରୁପତି ପ୍ରତିଷ୍ଠା କରାଯାଇଥିଲା । ଅନ୍ୟପକ୍ଷରେ ଆଇଜର ବ୍ରହ୍ମପୁରର ପ୍ରତିଷ୍ଠା 2016ରେ ହୋଇଥିଲା । 2015ରେ ନିଜ ବଜେଟ ଅଭିଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହାର ପ୍ରତିଷ୍ଠା ଲାଗି ଘୋଷଣା କରିଥିଲେ । ଉଭୟ ସଂସ୍ଥାନ ଏବେ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି ।
**********