Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲକ୍ଷ୍ୟସ୍ଥଳୀ ଉତ୍ତରାଖଣ୍ଡ : ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡେରାଡୁନରେ ଲକ୍ଷ୍ୟସ୍ଥଳୀ ଉତ୍ତରାଖଣ୍ଡ : ନିବେଶକ ସମ୍ମିଳନୀ 2018ରେ ଉଦବୋଧନ ଦେଇଥିଲେ ।

ସେ କହିଥିଲେ ଯେ ଭାରତ ଦ୍ରୁତ ପରିବର୍ତ୍ତନର ସମୟ ଦେଇ ଗତି କରୁଛି । ସେ କହିଥିଲେ ଯେ ଏହା ବ୍ୟାପକ ଭାବେ ସ୍ୱୀକାର୍ଯ୍ୟ ହୋଇପାରିଛି ଯେ ଭାରତ ଆଗାମୀ ଦଶନ୍ଧୀରେ ବିଶ୍ୱ ବିକାଶର ଏକ ପ୍ରମୁଖ ବାହକ ହେବ । ସେ କହିଥିଲେ ଯେ ଭାରତରେ ଆର୍ଥିକ ସଂସ୍କାରର ଗତି ଏବଂ ପରିମାଣ ଅଭୂତପୂର୍ବ । ଏହି ସନ୍ଦର୍ଭରେ ସେ ଉଲ୍ଲେଖ କରିଥିଲେ ଯେ ଭାରତ ବ୍ୟବସାୟ କରିବାର ସୁଗମତା ମାନ୍ୟତାରେ 42ଟି ଅଙ୍କରେ ସୁଧାର ଆସିପାରିଛି । ପ୍ରଧାନମନ୍ତ୍ରୀ କରାଧାନରେ ଆରମ୍ଭ କରାଯାଇଥିବା ସଂସ୍କାର ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଦେବାଳିଆ ଏବଂ ଦେବାଳିଆପଣ କୋଡ ଦ୍ୱାରା ବ୍ୟବସାୟ କାରବାର ଆହୁରି ସହଜ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଏସଟିର କାର୍ଯ୍ୟାନ୍ୱୟନ ସ୍ୱାଧୀନତା ପରେ ବର୍ତ୍ତମାନସୁଦ୍ଧା ସବୁଠୁ ବଡ଼ ଟିକସ ସଂସ୍କାର ଅଟେ । ସେ କହିଥିଲେ ଯେ ଏହାଦ୍ୱାରା ଦେଶକୁ ଗୋଟିଏ ବଜାରରେ ରୂପାନ୍ତରିତ କରାଯାଇଛି ଏବଂ ଟିକସ ଆଧାର ବଢ଼ାଇବାରେ ସହାୟତା ମିଳିପାରିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୌଳିକ ଭିତ୍ତିଭୂମି କ୍ଷେତ୍ର ଦ୍ରୁତ ଗତିରେ ବିକାଶ ଲାଭ କରୁଛି । ସେ ସଡ଼କ ନିର୍ମାଣ, ରେଳ ଲାଇନ ନିର୍ମାଣ, ନୂଆ ମେଟ୍ରୋ ଲାଇନ, ଦ୍ରୁତ ଗତିରେ ରେଳ ପ୍ରକଳ୍ପ ଏବଂ ସମର୍ପିତ ମାଲବାହୀ କରିଡର ପ୍ରଗତି ବିଷୟରେ କହିଥିଲେ । ପ୍ରଧାନମନ୍ତ୍ରୀ ବିମାନ ଚଳାଚଳ କ୍ଷେତ୍ର ଏବଂ ଆବାସ, ବିଦ୍ୟୁତ, ସ୍ୱଚ୍ଛ ଶକ୍ତି, ସ୍ୱାସ୍ଥ୍ୟ ଏବଂ ଲୋକମାନଙ୍କ ପାଇଁ ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ନିକଟରେ ଆରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ ଯୋଜନା ଟାୟର-2 ଏବଂ ଟାୟର-3 ଶ୍ରେଣୀର ନଗରରେ ଚିକିତ୍ସା ଭିତ୍ତିଭୂମିର ବିକାଶକୁ ପ୍ରୋତ୍ସାହନ ଦେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତ ନିବେଶ ଲାଗି ଏକ ମହାନ ଲକ୍ଷ୍ୟସ୍ଥଳୀ ଅଟେ ଏବଂ ଏବଂ “ଲକ୍ଷ୍ୟସ୍ଥଳୀ ଉତ୍ତରାଖଣ୍ଡ” ଏହି ଭାବନାକୁ ପ୍ରତିଫଳିତ କରୁଛି । ସେ ରାଜ୍ୟରେ ନିବେଶକମାନଙ୍କୁ ସୁବିଧା ଦେବା ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ । ସେ ସବୁଦିନିଆ ଚାରି ଧାମ ସଡ଼କ ପ୍ରକଳ୍ପ ଏବଂ ହୃଷିକେଶ-କର୍ଣ୍ଣ ପ୍ରୟାଗ ରେଳ ଲାଇନ ପ୍ରକଳ୍ପ ସହିତ ରାଜ୍ୟରେ ଯୋଗାଯୋଗରେ ସୁଧାର ଆଣିବା ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ । ପ୍ରଧାନମନ୍ତ୍ରୀ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟରେ ପ୍ରଚୁର କ୍ଷମତା ରହିଥିବା ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସେ “ମେକ୍ ଇନ୍ ଇଣ୍ଡିଆ”ର ଉପଲବ୍ଧୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

**********