Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆୟୁଷ୍ମାନ ଭାରତ-ପିଏମଜେଏୱାଇ ଯୋଜନାକୁ ରାଞ୍ଚିଠାରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଆୟୁଷ୍ମାନ ଭାରତ-ପିଏମଜେଏୱାଇ ଯୋଜନାକୁ ରାଞ୍ଚିଠାରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଆୟୁଷ୍ମାନ ଭାରତ-ପିଏମଜେଏୱାଇ ଯୋଜନାକୁ ରାଞ୍ଚିଠାରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଆୟୁଷ୍ମାନ ଭାରତ-ପିଏମଜେଏୱାଇ ଯୋଜନାକୁ ରାଞ୍ଚିଠାରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଞ୍ଚିରୁ ଦେଶବ୍ୟାପୀ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି

ବିଶାଳ ଜନସମାଗମ ମଧ୍ୟରେ ପିଏମଜେୱାଇର ଶୁଭାରମ୍ଭ କରିବା ଲାଗି ମଂଚକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ଯୋଜନା ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ ପୂର୍ବକ ଚାଇବାସା ଏବଂ କୋଦେର୍ମାଠାରେ ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେ ମଧ୍ୟ 10ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜର ଦରିଦ୍ରରୁ ଦରିଦ୍ରତମ ଏବଂ ବଞ୍ଚିତବର୍ଗର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ସେ କହିଥିଲେ, ଏହି ଯୋଜନାରେ ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ ଯାଦ୍ୱାରା 50 କୋଟି ଲୋକ ଉପକୃତ ହେବେ ଏବଂ ଏହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ହେବ । ସେ କହିଥିଲେ ଯେ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଆନୁମାନିକ ୟୁରୋପୀୟ ସଂଘ ରାଷ୍ଟ୍ର କିମ୍ବା ଆମେରିକା, କାନାଡା ଏବଂ ମେକ୍ସିକୋର ସମୁଦାୟ ଜନସଂଖ୍ୟା ସହିତ ସମାନ ହେବ ।

ସେ କହିଥିଲେ ଯେ ଆୟୁଷ୍ମାନ ଭାରତର ପ୍ରଥମ ଭାଗ-ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର, ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶୁଭାରମ୍ଭ କରାଯାଇଥିଲା ଏବଂ ଦ୍ୱିତୀୟ ଭାଗ-ସ୍ୱାସ୍ଥ୍ୟ ବୀମା ଯୋଜନା, ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀର ଦୁଇ ଦିନ ପୂର୍ବରୁ ଆରମ୍ଭ କରାଯାଉଛି ।

ପିଏମଜେଏୱାଇର ବ୍ୟାପକତା ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ 1300 ପ୍ରକାର ରୋଗକୁ ଅର୍ନ୍ତଭୁକ୍ତ କରାଯାଇଛି । ଏଥିରେ କ୍ୟାନସର ଏବଂ ହୃଦରୋଗ ଭଳି ଗୁରୁତର ରୋଗ ମଧ୍ୟ ରହିଛି । ସେ କହିଥିଲେ ଘରୋଇ ଡାକ୍ତରଖାନାଗୁଡ଼ିକ ମଧ୍ୟ ଏହି ଯୋଜନାର ଅଂଶବିଶେଷ ହେବେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ 5 ଲକ୍ଷ ଟଙ୍କାରେ ସମସ୍ତ ଯାଂଚ, ମେଡ଼ିସିନ, ହସପିଟାଲ ପୂର୍ବବର୍ତ୍ତି ଖର୍ଚ୍ଚ ଆଦି ସାମିଲ । ସେ କହିଥିଲେ ଯେ ଆଗରୁ ଥିବା ରୋଗକୁ ମଧ୍ୟ ଏହା କଭର କରିବ । ସେ କହିଥିଲେ ଯେ ଲୋକମାନେ 14555 ନିଶୁଳ୍କ ନମ୍ବରକୁ କଲ କରି କିମ୍ବା ସେମାନଙ୍କ ଜନ ସେବା କେନ୍ଦ୍ରଗୁଡ଼ିକ ଜରିଆରେ ଯୋଜନା ବିଷୟରେ ଜାଣିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମଜେଏୱାଇର ଅଂଶବିଶେଷ ହୋଇଥିବା ରାଜ୍ୟଗୁଡ଼ିକ ପାଇଁ ସେଠାକାର ଲୋକମାନେ ଯେଉଁ ରାଜ୍ୟକୁ ଯାଆନ୍ତୁ ନା କାହିଁକି ବୀମା ସୁବିଧା ପାଇପାରିବେ । ସେ କହିଥିଲେ  ବର୍ତ୍ତମାନସୁଦ୍ଧା ଦେଶର 13,000 ଡାକ୍ତରଖାନା  ଏହି ଯୋଜନାର ଅଂଶବିଶେଷ ହୋଇସାରିଲେଣି ।

ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ଉଦଘାଟିତ ହୋଇଥିବା 10ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ବିଷୟରେ କହିଥିଲେ । ସେ କହିଥିଲେ ଦେଶରେ ଏପରି କେନ୍ଦ୍ରଗୁଡ଼ିକର ସଂଖ୍ୟା 2300ରେ ପହଁଚିଛି । ସେ କହିଥିଲେ 4 ବର୍ଷ ମଧ୍ୟରେ ଭାରତରେ ଏପରି 1.5 ଲକ୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରର ଉନ୍ନତି ଲାଗି ସାମୂହିକ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛନ୍ତି । ସେ କହିଥିଲେ ଉଭୟ ସୁଲଭ ସ୍ୱାସ୍ଥ୍ୟସେବାଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟସେବାଉପରେ ଗୁରୁତ୍ୱ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ ପିଏମଜେଏୱାଇ ସହିତ ସମ୍ପୃକ୍ତ ସମସ୍ତଙ୍କ ପ୍ରୟାସ ଏବଂ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା, ଆଶା, ଏଏନଏମ ଆଦିଙ୍କ ସମର୍ପଣ ଭାବ ଦ୍ୱାରା ଏହି ଯୋଜନା ସଫଳ ହୋଇପାରିବ ।

 

**********