Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାମ୍ମୁ-କାଶ୍ମୀରର ଦୁର୍ବଳ ଗ୍ରାମୀଣ ପରିବାର ପାଇଁ ଆର୍ଥିକ ପ୍ରୋତ୍ସାହନ;


ଡିଏୱାଇ-ଏନଆରଏଲଏମ-ଉମ୍ମିଦ ଯୋଜନାର

 କାର୍ଯ୍ୟାନ୍ୱୟନ ଲାଗି ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ପ୍ୟାକେଜର ସମ୍ପ୍ରସାରଣ;

ଦାରିଦ୍ର୍ୟ ଅନୁପାତ ସହିତ ସଂଯୁକ୍ତ ନକରି  ଡିଏୱାଇ-ଏନଆରଏଲଏମ ଅଧୀନରେ ଜାମ୍ମୁ କାଶ୍ମୀରକୁ ପାଣ୍ଠି ଯୋଗାଣକୁ କ୍ୟାବିନେଟ ଅନୁମୋଦନ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାମ୍ମୁ କାଶ୍ମୀର ଲାଗି ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିୱାଇ-ଏନଆରଏଲଏମ) ଅଧୀନରେ ସ୍ୱତନ୍ତ୍ର ପ୍ୟାକେଜ ଲାଗୁ କରିବା ଲାଗି 2018-19 ଗୋଟିଏ ବର୍ଷର ଅବଧି ଲାଗି ସମୟ ସୀମା ସମ୍ପ୍ରସାରଣକୁ ଅନୁମୋଦନ କରିଛନ୍ତି ।

ଏହି ସ୍ୱତନ୍ତ୍ର ପ୍ୟାକେଜକୁ ଲାଗୁ କରିବା ପାଇଁ ଡିଏୱାଇ-ଏନଆରଏଲଏମ ଅଧୀନରେ ରାଜ୍ୟକୁ ଆବଶ୍ୟକତା ଆଧାରରେ ଦାରିଦ୍ର୍ୟ ଅନୁପାତ ସହିତ ସଂଯୁକ୍ତ ନକରି ପାଣ୍ଠି ଆବଂଟନ ଲାଗି ମଧ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଏହା ଉପରେ କୌଣସି ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ନାହିଁ କାରଣ ମୂଳ ରୂପରେ ଅନୁମୋଦିତ 755.32 କୋଟି ଟଙ୍କାର ଆର୍ଥିକ ଆବଂଟନ ଅଧୀନରେ ରାଜ୍ୟରେ ଦୁଇ ତୃତୀୟାଂଶ ଦୁର୍ବଳ ପରିବାରଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଲାଗି ସମୟସୀମା ବଢ଼ାଇବାକୁ ଅନୁମୋଦନ କରାଯାଇଛି । 2018-19 ସମୟରେ ଗୋଟିଏ ବର୍ଷ ଲାଗି 143.604 କୋଟି ଟଙ୍କାର ଅର୍ଥରାଶିର ଆବଶ୍ୟକତା ପଡ଼ିବ ।

ପ୍ରଭାବ :

1. ଏହାଦ୍ୱାରା ରାଜ୍ୟରେ ସମସ୍ତ ଦୁର୍ବଳ ଗ୍ରାମୀଣ ପରିବାର (ପରିବାରଗୁଡ଼ିକର ମୋଟ ସଂଖ୍ୟାର ଆନୁମାନିକ ଦୁଇ ତୃତୀୟାଂଶ)ଗୁଡ଼ିକୁ ନିଶ୍ଚିତ ସମୟସୀମା ମଧ୍ୟରେ ସାମିଲ କରିବାରେ ସହାୟତା ମିଳିବ ।

2. ଏହାଦ୍ୱାରା ସ୍ୱତଃ ସମାବିଷ୍ଟ ଶ୍ରେଣୀ ଅଧୀନରେ ଆସୁଥିବା ପରିବାରଗୁଡ଼ିକୁ ଏବଂ ସାମାଜିକ-ଆର୍ଥିକ ଜାତିଭିତ୍ତିକ ଜନଗଣନା-2011ରେ ତାଲିକାଭୁକ୍ତ ସର୍ବନିମ୍ନ ଗୋଟିଏ ବଂଚିତ ଶ୍ରେଣୀରେ ଆସୁଥିବା ପରିବାରଗୁଡ଼ିକର ଏକତ୍ରୀକରଣ ସୁନିଶ୍ଚିତ ହେବ ।

3. ଏହାଦ୍ୱାରା ଡିଏୱାଇ-ଏନଆରଏଲଏମ ଅଧୀନରେ ଜାମ୍ମୁ-କାଶ୍ମୀରର ସମସ୍ତ ବ୍ଲକକୁ ସାମିଲ କରିବା ଏବଂ ରାଜ୍ୟରେ ସାମାଜିକ ଅନ୍ତର୍ଭୂକ୍ତିକରଣ, ସାମାଜିକ ବିକାଶ ଏବଂ ଦାରିଦ୍ର୍ୟ ଦୂରୀକରଣରେ ଜୀବିକା ପ୍ରୋତ୍ସାହନ ସୁନିଶ୍ଚିତ ହେବ ।

 

**********