Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶବ୍ୟାପୀ ଆଶା, ଏଏନଏମ ଓ ଅଙ୍ଗନୱାଡି କର୍ମୀଙ୍କ ସହ ଭିଡିଓ ବ୍ରିଜ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ


 

ପ୍ରଧାନମନ୍ତ୍ରୀ ଆଜି ଭିଡିଓ ବ୍ରିଜ ଜରିଆରେ ଦେଶବ୍ୟାପୀ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ତଥା ଏଏନଏମ (ଅକ୍ଜିଲାରୀ ନର୍ସ ମିଡ ୱାଇଫ) ମାନଙ୍କ ସହ ମତ ବିନିମୟ କରିଥିଲେ  । ପୋଷଣ ସମ୍ବନ୍ଧୀତ ସେବା କ୍ଷେତ୍ରରେ ସଂସ୍କାର ଆଣିବା ତଥା ପୋଷଣ ଅଭିଯାନ- ଦେଶରେ କୁପୋଷଣ ହ୍ରାସ କରିବା ଲକ୍ଷ୍ୟ ହାସଲ କରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସେମାନଙ୍କ ପଦକ୍ଷେପ, ଅଭିନବ ଉପାୟ ଏବଂ ଜ୍ଞାନ କୌଶଳର ଉପଯୋଗ କରିଥିବାରୁ ସଂପୃକ୍ତ ତିନି ଶ୍ରେଣୀର କର୍ମଚାରୀମାନଙ୍କୁ ସେ ପ୍ରଶଂସା କରିଥିଲେ  ।

ପ୍ରଧାନମନ୍ତ୍ରୀ ପ୍ରାଥମିକ ସ୍ତରର ସ୍ୱାସ୍ଥ୍ୟ କର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ସ୍ୱୀକାର କରି ସେମାନଙ୍କୁ ମଜବୁତ ଏବଂ ସୁସ୍ଥ ଦେଶ ଗଠନ କରିବା ପାଇଁ ଧନ୍ୟବାଦ ଦେଇଥିଲେ  । ଚଳିତ ମାସକୁ ପୋଷଣ ମାସ ଭାବେ ପାଳନ କରାଯାଉଛି ଏବଂ ପୋଷଣ ମାସର ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀଙ୍କ ଏହି ମତ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା  । ସାରା ଦେଶରେ ପୋଷଣ ବା ପୁଷ୍ଟିସାଧନ ସମ୍ବନ୍ଧିତ ସୂଚନା ଘରେ ଘରେ ପହଂଚାଯିବ  ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ପୋଷଣ ମିଶନ ବିଷୟରେ ଆଲୋଚନା କରି କହିଥିଲେ ଯେ ରାଜସ୍ଥାନର ଝୁନଝୁନୁଠାରେ ଆରମ୍ଭ କରାଯାଇଥିବା ପୋଷଣ ଅଭିଯାନର ଲକ୍ଷ୍ୟ ବାଙ୍ଗରା, ରକ୍ତହୀନତା, କୁପୋଷଣ ଏବଂ ଜନ୍ମ ସମୟରେ କମ ଓଜନ ଆଦି ସ୍ୱାସ୍ଥ୍ୟ ସମ୍ବନ୍ଧୀତ ସମସ୍ୟାଗୁଡିକ ହ୍ରାସ କରିବା  । ସେ କହିଥିଲେ ଯେ ଏହି ଅଭିଯାନରେ ଅଧିକରୁ ଅଧିକ ସଂଖ୍ୟାରେ ମହିଳା ଏବଂ ପିଲାମାନଙ୍କୁ ସାମିଲ କରିବାର ଆବଶ୍ୟକତା ରହିଛି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୁପୋଷଣ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀତ ପଦକ୍ଷେପଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି  । ଟୀକାକରଣ କାର୍ଯ୍ୟକ୍ରମ ଦୃତ ଗତିରେ ଚାଲିଛି ଏବଂ ମହିଳା ଏବଂ ପିଲାମାନଙ୍କ ପାଇଁ ଏହା ସହାୟକ ହୋଇଛି  ।

ଏହି ଅବସରରେ ଦେଶର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଏବଂ ଲାଭାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ନିଜର ଅନୁଭୂତି ବାଣ୍ଟିଥିଲେ  । ପ୍ରଧାନମନ୍ତ୍ରୀ ମିଶନ ଇନ୍ଦ୍ରଧନୂଷକୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବା ତଥା ତିନି ଲକ୍ଷ ଗର୍ଭବତୀ ମହିଳା ତଥା 85 କୋଟିରୁ ଅଧିକ ପିଲାଙ୍କୁ ଟୀକାକରଣ କରିବାରେ ଟିଥ୍ରୀ ଏ’- ଆଶା, ଏଏନଏମ, ଅଙ୍ଗନୱାଡି କର୍ମଚାରୀମାନଙ୍କ ପ୍ରଚେଷ୍ଟା ଏବଂ ସମର୍ପଣ ଭାବକୁ  ବେଶ ପ୍ରଶଂସା କରିଥିଲେ  ।

ପ୍ରଧାନମନ୍ତ୍ରୀ ମତ ବିନିମୟ ସମୟରେ ସୁରକ୍ଷିତ ମାତୃତ୍ୱ ଅଭିଯାନ ବିଷୟରେ ଆହୁରୀ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ନିବେଦନ କରିଥିଲେ  ।

ପ୍ରଧାନମନ୍ତ୍ରୀ ନବଜାତ ଯତ୍ନ କାର୍ଯ୍ୟକ୍ରମର ସଫଳତାକୁ ପ୍ରଶଂସା କରିଥିଲେ  । ଏହା ଦ୍ୱାରା ପ୍ରତିବର୍ଷ ଦେଶର 1.25 ନିୟୁତ ପିଲା ଉପକୃତ ହୋଇ ପାରୁଛନ୍ତି  । ଏବେ ଏହାର ନାମ “ଗୃହ ଆଭିମୁଖୀ ଶିଶୁ ଯତ୍ନ” କରାଯାଇଛି ଏବଂ ଏହା ଅନ୍ତର୍ଗତ ପୂର୍ବରୁ ଆଶା କର୍ମୀ ଶିଶୁ ଜନ୍ମର ପ୍ରଥମ 42 ଦିନରେ 6 ଥର ଗସ୍ତ କରୁଥିବା ସ୍ଥଳେ ଏବେ ଆଶା କର୍ମୀମାନେ ପ୍ରଥମ 15 ମାସରେ 11 ଥର ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଏବଂ ଦେଶର ବିକାଶ ବିଷୟରେ ଆଲୋଚନା କରି କହିଥିଲେ  ଯେ ଯଦି ଦେଶର ପିଲାମାନେ ଦୁର୍ବଳ ହେବେ ତେବେ ଦେଶର ବିକାଶ ଧିମେଇ ଯିବ  । କୌଣସି ନବଜାତ ଶିଶୁ ପାଇଁ ଜୀବନର ପ୍ରଥମ ଏକ ହଜାର ଦିନ ଅତ୍ୟନ୍ତ ଗଂଭୀର ହୋଇଥାଏ  । ଏହି ସମୟରେ ପୁଷ୍ଟିକର ଖାଦ୍ୟପେୟ ଏବଂ ଖାଦ୍ୟ ସମ୍ବନ୍ଧୀତ ଅଭ୍ୟାସରୁ ହିଁ ପିଲାମାନଙ୍କ ଶରୀର କିଭଳି ହେବ, କିଭଳି ପଢାପଢି କରିବ ଏବଂ ମାନସିକ ଭାବେ କିଭଳି ମଜବୁତ ହେବ ତାହା ସୁନିଶ୍ଚିତ କରାଇବ  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ନାଗରିକ ସୁସ୍ଥ ରହିବେ ତେବେ ଦେଶର ବିକାଶକୁ କେହି ମଧ୍ୟ ରୋକିପାରିବେ  । ଏଥିପାଇଁ ପ୍ରଥମ ଏକ ହଜାର ଦିନରେ ଦେଶର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକ ମଜବୁତ ବ୍ୟବସ୍ଥା ବିକଶିତ କରିବା କ୍ଷେତ୍ରରେ ପ୍ରଚେଷ୍ଟା କରାଯାଉଛି  ।

ଏହା ଗୁରୁତ୍ୱପୂର୍ଣ୍ଣ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟ ବ୍ୟବହାର 3 ଲକ୍ଷ ନିରୀହଙ୍କ ଜୀବନ ବଂଚାଇ ପାରିଛି  । ସ୍ୱଚ୍ଛତା ପ୍ରତି ସମର୍ପଣ ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ପୁନର୍ବାର ଶୁଭେଚ୍ଛା ଜଣାଇଥିଲେ  । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ ଭାରତର ପ୍ରଥମ ଲାଭାର୍ଥୀ ବେବୀ କରିସ୍ମା ବିଷୟରେ ଚର୍ଚ୍ଚା କରି କହିଥିଲେ ଯେ ବେବୀ କରିସ୍ମା ଆୟୁଷ୍ମାନ ବେବୀ ଭାବେ ପ୍ରସିଦ୍ଧ  । ସେ କହିଥିଲେ ଯେ ବେବୀ କରିସ୍ମା 10 କୋଟିରୁ ଅଧିକ ଲୋକଙ୍କ ଆଶାର ପ୍ରତୀକ ହୋଇପାରିଛି ଯିଏ ଚଳିତ ମାସ 23 ତାରିଖରେ ରାଞ୍ଚିରେ ଶୁଭାରମ୍ଭ କରାଯିବାକୁ ଥିବା ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଦ୍ୱାରା ଲାଭାନ୍ୱିତ ହେବେ  ।

ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଶା କର୍ମୀମାନଙ୍କୁ ପ୍ରଦାନ କରାଯାଉଥିବା ନିୟମିତ ପ୍ରୋତ୍ସାହନ ଅର୍ଥ ଦୁଇଗୁଣ କରିବା ପାଇଁ ଘୋଷଣା କରିଛନ୍ତି  । ଏହା ବ୍ୟତୀତ ସମସ୍ତ ଆଶା କର୍ମୀ ଏବଂ ସେମାନଙ୍କ ସହକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ତଥା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ନିଃଶୁଳ୍କ ବୀମା ପ୍ରଦାନ କରାଯିବ  ।

ପ୍ରଧାନମନ୍ତ୍ରୀ ଅଙ୍ଗନୱାଡି କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକ ଅର୍ଥରେ ମଧ୍ୟ ବୃଦ୍ଧି ଘୋଷଣା କରିଛନ୍ତି  । ଏବେ ଯେଉଁମାନଙ୍କୁ 3000 ଟଙ୍କା ମିଳୁଥିଲା ସେମାନଙ୍କୁ 4,500ଟଙ୍କା ମିଳିବ  । ସେହିଭଳି 2,200 ଟଙ୍କା ପାଉଥିବା କର୍ମଚାରୀମାନଙ୍କୁ 3,500 ଟଙ୍କା ମିଳିବ  । ଅଙ୍ଗନୱାଡି ସହାୟକମାନଙ୍କ ପାରିଶ୍ରମିକ ଅର୍ଥ 1,500 ଟଙ୍କାରୁ 2,250 ଟଙ୍କାକୁ ବୃଦ୍ଧି କରାଯାଇଛି  ।

 

**********