ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (ଗୁରୁବାର) ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ହିନ୍ଦୀ କମିଟିର 31ତମ ବୈଠକ ଅନୁଷ୍ଠିତ ହୋଇଛି ।
ସମ୍ବୋଧନ କାଳରେ ପ୍ରଧାନମନ୍ତ୍ରୀ କମିଟିର ସଦସ୍ୟମାନେ ରଚନାତ୍ମକ ଏବଂ ବ୍ୟବହାରିକ ମତାମତ ପ୍ରଦାନ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ସେ ହିନ୍ଦୀ ଭାଷାର ପ୍ରସାର ପ୍ରତିଦିନ କଥୋପକଥନର ଭାଷା ଜରିଆରେ ହେବାର ଆବଶ୍ୟକତା ରହିଛି ଏବଂ ସରକାରୀ କାର୍ଯ୍ୟରେ କ୍ଲିଷ୍ଟ ଶବ୍ଦର ପ୍ରୟୋଗ କମରୁ ଅତି କମ କରିବା ଅଥବା ନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସରକାରୀ ଏବଂ ସାମାଜିକ ସ୍ତରରେ ହିନ୍ଦୀ ମଧ୍ୟରେ ବ୍ୟବଧାନ କମ କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷାନୁଷ୍ଠାନଗୁଡିକ ଏହି ଅଭିଯାନର ନେତୃତ୍ୱ ନେବାରେ ସହାୟତା କରିପାରିବେ ।
ବିଶ୍ୱ ଉପରେ ନିଜର ଅନୁଭୂତିଗୁଡିକ ଆଲୋଚନା କରି ପ୍ରଧାନମନ୍ତ୍ରୀ ସମସ୍ତ ସଦସ୍ୟମାନଙ୍କୁ ଆଶ୍ୱସ୍ତ କରାଇଥିଲେ ଯେ ଆମେ ହିନ୍ଦୀ ସହିତ ସମସ୍ତ ଭାରତୀୟ ଭାଷା ଜରିଆରେ ସଂପୂର୍ଣ୍ଣ ଦୁନିଆ ସହିତ ଯୋଗସୂତ୍ର ରକ୍ଷା କରିପାରିବା ।
ସେହିଭଳି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ତାମିଲ ଭଳି, ବିଶ୍ୱର ପ୍ରାଚୀନତମ ଭାରତୀୟ ଭାଷାଗୁଡିକୁ ନେଇ ଗର୍ବିତ । ସେ ଏହା ମଧ୍ୟ କହିଥିଲେ ଯେ ଦେଶର ସମସ୍ତ ଭାଷା ହିନ୍ଦୀ ଭାଷାକୁ ସମୃଦ୍ଧ କରିପାରିବେ । ଏହି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ସରକାରଙ୍କର ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ପଦକ୍ଷେପ ବିଷୟରେ ଉଲ୍ଲେଖ ମଧ୍ୟ କରିଥିଲେ ।
ସ୍ଵରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ସ୍ୱାଗତ ସମ୍ବୋଧନ ପରେ ପରେ, ସଚିବ (ରାଜଭାଷା) କାର୍ଯ୍ୟସୂଚୀ ଅନୁରୂପ ବିଭିନ୍ନ ବିଷୟଗୁଡିକରେ ଏ ପର୍ଯ୍ୟନ୍ତ ହୋଇଥିବା ବିକାଶ ଉପରେ ସୂଚନା ପ୍ରଦାନ କରିଥିଲେ । ସଦସ୍ୟମାନେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ନିଜର ମତାମତ ବ୍ୟକ୍ତ କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରୀୟ ହିନ୍ଦୀ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରକାଶିତ ଗୁଜରାଟୀ-ହିନ୍ଦୀ କୋଷର ଉନ୍ମୋଚନ ମଧ୍ୟ କରିଥିଲେ ।
ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀବୃନ୍ଦ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଗୁଜରାଟର ମୁଖ୍ୟମନ୍ତ୍ରୀ, ତଥା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
**********
31st meeting of Central Hindi Committee held under the chairmanship of the Prime Minister. https://t.co/lwzufuSfNg
— PMO India (@PMOIndia) September 6, 2018
via NaMo App pic.twitter.com/D1wFHSZOCU