ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ 637 କୋଟି ଟଙ୍କା ବ୍ୟୟ ଅଟକଳରେ ଚାରୋଟି (4) ଅତିରିକ୍ତ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବାଟାଲିୟନ (ଏନଡିଆରଏଫ) ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ବିବରଣୀ :
ପୃଷ୍ଠଭୂମି:
ଏନଡିଆରଏଫ ହେଉଛି ଏକ ସ୍ୱତନ୍ତ୍ର ବାହିନୀ, ଯାହା 2006ରେ ପ୍ରତିଷ୍ଠା କରାଯାଇଥିଲା, ପ୍ରାକୃତିକ ଏବଂ ମାନବକୃତ ବିପର୍ଯ୍ୟୟ ଏବଂ ଆପଦକାଳୀନ ସ୍ଥିତିର ମୁକାବିଲା ଉଦ୍ଦେଶ୍ୟରେ ଏହି ସ୍ୱତନ୍ତ୍ର ବାହିନୀ ପ୍ରତିଷ୍ଠା କରାଯାଇଥିଲା । ବର୍ତ୍ତମାନ ଦେଶରେ 12ଟି ଏନଡିଆରଏଫ ବାଟାଲିୟନ ରହିଛି, ଯେଉଁମାନଙ୍କୁ ତୁରନ୍ତ ବିପର୍ଯ୍ୟୟ ମୁକାବିଲା ପାଇଁ ସାରା ଦେଶରେ ରଣନୀତିକ ଆଧାରରେ ମୁତୟନ କରାଯାଇଛି ।
**********