ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନ କରମା, ଝାଡ଼ଖଣ୍ଡର କେନ୍ଦ୍ରୀୟ ହସପିଟାଲକୁ ତାହାର ଜମି ଏବଂ କୋଠା ସହିତ ନିଃଶୁଳ୍କ ଝାଡ଼ଖଣ୍ଡ ସରକାରଙ୍କୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ମେଡ଼ିକାଲ କଲେଜର ପ୍ରତିଷ୍ଠା ସମ୍ବନ୍ଧୀୟ କେନ୍ଦ୍ର ଦ୍ୱାରା ପ୍ରାୟୋଜିତ ଯୋଜନା (ସିଏସଏସ) ଅନ୍ତର୍ଗତ ଏକ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ଏହାର ଉଦ୍ଦେଶ୍ୟ । ଏହା ବର୍ତ୍ତମାନର ଜିଲ୍ଲା/ରେଫେରାଲ ହସପିଟାଲ ସହ ଜଡ଼ିତ ହେବ ଏବଂ ଏହି ଅଂଚଳର ଲୋକମାନଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରିବ ।
କେନ୍ଦ୍ରୀୟ ଡାକ୍ତରଖାନାକୁ ଏହାର ଜମି ଏବଂ କୋଠା ସହିତ ତିନି ମାସ ମଧ୍ୟରେ ଝାଡ଼ଖଣ୍ଡ ସରକାରଙ୍କୁ ସ୍ଥାନାନ୍ତର କରାଯିବ । କର୍ମଚାରୀମାନଙ୍କ ସ୍ଥାନାନ୍ତରଣ/ସମାଯୋଜନା ଆଦି ସହିତ ଅନ୍ୟ ପ୍ରସଙ୍ଗକୁ ଧ୍ୟାନରେ ରଖି ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ।
ପ୍ରମୁଖ ପ୍ରଭାବ : ଏହି ପ୍ରସ୍ତାବ ଦ୍ୱାରା ଦେଶରେ ପ୍ରତିବର୍ଷ ଶିକ୍ଷା ଲାଭ କରୁଥିବା ଡାକ୍ତରଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ । ଯଦ୍ଦ୍ୱାରା ଏହି କ୍ଷେତ୍ରରେ ସାଧାରଣ ଲୋକମାନଙ୍କୁ ଉପଲବ୍ଧ ହେଉଥିବା ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିରେ ସୁଧାର ଆସିବାରେ ସହାୟତା ମିଳିପାରିବ ।
ହିତାଧିକାରୀ
ଏହାଦ୍ୱାରା କରମା, ଝାଡ଼ଖଣ୍ଡରେ ବସବାସ କରୁଥିବା ଏବଂ ଆଖପାଖର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ମିଳିପାରିବ ।
**********