Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

“କେ.କରୁଣାନିଧିଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ । ଭାରତର ସେ ଜଣେ ବରିଷ୍ଠ ନେତା ଥିଲେ । ଆମେ ଏଭଳି ଜଣେ ତୃଣମୂଳ ସ୍ତରର ଜନନେତା, ମହାନ ଚିନ୍ତାନାୟକ, ସୁପ୍ରସିଦ୍ଧ ଲେଖକ ଏବଂ ଟାଣୁଆ ନେତାଙ୍କୁ ହରାଇଲୁ ଯାହାଙ୍କ ଜୀବନ ଗରିବ ଓ ନିଷ୍ପେସିତଙ୍କ କଲ୍ୟାଣ ଲାଗି ସମର୍ପିତ ଥିଲା ।

କେ.କରୁଣାନିଧି କ୍ଷେତ୍ରୀୟ ଆକାଂକ୍ଷା ଏବଂ ରାଷ୍ଟ୍ରୀୟ ପ୍ରଗତି ପାଇଁ ସଦାସର୍ବଦା ଛିଡା ହେଉଥିଲେ । ତାମିଲ ଲୋକମାନଙ୍କ କଲ୍ୟାଣ ପାଇଁ ସେ ନିରବଛିନ୍ନ ଭାବେ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଥିଲେ ଏବଂ ତାମିଲନାଡୁ ରାଜ୍ୟର ସ୍ଵରକୁ ସେ ଫଳପ୍ରଦ ଢଙ୍ଗରେ ଉପସ୍ଥାପିତ ହେବା ସୁନିଶ୍ଚିତ କରାଇଥିଲେ ।

ବହୁବାର କେ.କରୁଣାନିଧିଙ୍କ ସହ ମତ ବିନିମୟ କରିବାର ସୁଯୋଗ ମୋତେ ମିଳିଥିଲା । ନୀତି ନିର୍ଦ୍ଧାରଣ ଉପରେ ତାଙ୍କର ପ୍ରଗାଢ ଜ୍ଞାନ ଓ ସାମାଜିକ କଲ୍ୟାଣ ଉପରେ ଗୁରୁତ୍ଵ କରୁଣାନିଧୀଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଥିଲା । ସେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଦୃଢ ଭାବେ ସମର୍ପିତ ଥିଲେ । ଜରୁରୀକାଳିନ ପରିସ୍ଥିତିର ଦୃଢ ବିରୋଧି ଭାବେ ସେ ଜଣାଶୁଣା ।

ଏହି ଦୁଃଖଦ ମୁହୂର୍ତ୍ତରେ କରୁଣାନିଧିଙ୍କ ପରିବାର ଏବଂ ତାଙ୍କର ଅଗଣିତ ସମର୍ଥକଙ୍କ ପ୍ରତି ମୋର ସମବେଦନା । ଭାରତ ବିଶେଷକରି ତାମିଲନାଡୁ ରାଜ୍ୟ ଏହି ମହାନ ନେତାଙ୍କ ଅନୁପସ୍ଥିତିକୁ ସବୁବେଳେ ଉପଲବ୍ଧି କରିବ । ତାଙ୍କ ଆତ୍ମାର ଶାନ୍ତି ଓ ସଦଗତି କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***