Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉଗାଣ୍ଡାରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବଙ୍କୁ ଆଜି ଉଗାଣ୍ଡାରେ ସମ୍ବୋଧିତ କରିଥିଲେ । ରାଜଧାନୀ କାମ୍ପାଲାରେ ଆୟୋଜିତ ଏହି ସମାରୋହରେ ଗାଣ୍ଡାର ରାଷ୍ଟ୍ରପତି ଶ୍ରୀ ମୁସେଭେନୀ ମଧ୍ୟ ଉପସ୍ଥିତ ଥିଲେ  ।

ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଗାଣ୍ଡାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବମାନଙ୍କ ସହିତ ଏକ ଭିନ୍ନ ଭାବନାତ୍ମକ ସମ୍ପର୍କର ଅନୁଭୂତି ମୋତେ ମିଳିଲା । ସେ କହିଥିଲେ ଯେ ଆଜି ଏହି ସମାରୋହରେ ରାଷ୍ଟ୍ରପତି ଶ୍ରୀ ମୁସେଭେନୀଙ୍କ ଉପସ୍ଥିତି ଉଗାଣ୍ଡାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ଏବଂ ଭାରତ ଜନସାଧାରଣ ତାଙ୍କର ଶ୍ରଦ୍ଧାକୁ ପ୍ରତିପାଦିତ କରୁଛି । ସନ୍ତା କାଲି(ବୁଧବାର ଦିନ) ଉଗାଣ୍ଡାର ସଂସଦକୁ ସମ୍ବୋଧିତ କରିବାର ସମ୍ମାନ ଦେଇଥିବାରୁ ସେ ରାଷ୍ଟ୍ରପତି ଶ୍ରୀ ମୁସେଭେନୀ ଏବଂ ଉଗାଣ୍ଡାର ଜନସାଧାରଣଙ୍କୁ ହୃଦୟର ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏବଂ ଉଗାଣ୍ଡା ମଧ୍ୟରେ ସଂପର୍କ ଅତି ପୁରାତନ । ସେ ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସଂପର୍କରେ ସ୍ମରଣ କରବା ସହିତ ଉପନିବେଶବାଦ ବିରୁଦ୍ଧରେ ସଂଗ୍ରାମ ଏବଂ ଉଗାଣ୍ଡାରେ ରେଳ ନିର୍ମାଣ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ । ସେ କହିଥିଲେ ଯେ ଅନେକ ଭାରତୀୟ ମଧ୍ୟ ଉଗାଣ୍ଡାର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ସେ ଏହି ଅବସରରେ ସାଂସ୍କୃତିକ ପ୍ରଦର୍ଶନରେ ପରିଲକ୍ଷିତ ଭାରତୀୟତାର ଭାବନାକୁ ଜୀବନ୍ତ ରଖିଥିବାରୁ ଭାରତୀୟ ସମୁଦାୟର ବେଶ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରି କରିଥିଲେ ଯେ ଉଗାଣ୍ଡା ସହିତ ସମଗ୍ର ଆଫ୍ରିକା ଦେଶ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ଉପନିବେଶବାଦ ବିରୋଧି ସଂଗ୍ରାମର ଇତିହାସ, ଏକ ବଡ ସଂଖ୍ୟାରେ ଭାରତୀୟ ପ୍ରବାସ ଏବଂ ସାଧାରଣ ବିକାଶର ଆହ୍ୱାନଗୁଡିକ, ଏହାର କାରଣ

ସେ କହିଥିଲେ ଯେ ଭାରତ ଆଜି ବିଶ୍ୱରେ ଦୃତ ଗତିରେ ଅଗ୍ରସର ହେଉଥିବା ଅର୍ଥବ୍ୟବସ୍ଥାଗୁଡିକ ମଧ୍ୟରୁ ଅନ୍ୟତମ । ସେ କହିଥିଲେ ଯେ ଭାରତ ବର୍ତ୍ତମାନ କାର ଏବଂ ସ୍ମାର୍ଟ ଫୋନର ରପ୍ତାନୀ କରୁଛି । ସେ କହିଥିଲେ ଯେ ଡିଜିଟାଲ ପ୍ରଦ୍ୟୋଗିକୀ ଭାରତର ଜନସାଧାରଣଙ୍କ ପାଇଁ ସଶକ୍ତିକରଣର ସାଧନ ହୋଇପାରିଛି ଏବଂ ଦେଶ ଷ୍ଟାର୍ଟ-ଅପ ର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଦୃତ ଗତିରେ ଅଗ୍ରସର ହେଉଛି  ।

ପ୍ରଧାନମନ୍ତ୍ରୀ ଭାରତର ବିଦେଶ ନୀତିରେ ଆଫ୍ରିକାର ଗୁରୁତ୍ୱ ବିଷୟରେ କହିଥିଲେ । ଏ ବିଷୟରେ ସେ ନୂଆଦିଲ୍ଲୀଠାରେ 2015ରେ ଆୟୋଜିତ ଭାରତ-ଆଫ୍ରିକା ଫୋରମ ସମ୍ମିଳନୀ ବିଷୟରେ ଉଲ୍ଲେଖ କରିଥିଲେ । ସେ ଭାରତ ଏବଂ ଅନ୍ୟ ଆଫ୍ରିକୀୟ ଦେଶଗୁଡିକ ମଧ୍ୟରେ ଅନ୍ୟ ଉଚ୍ଚସ୍ତରୀୟ ଦ୍ୱିପାକ୍ଷୀକ ଭାଗିଦାରୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ  ।

ବିଭିନ୍ନ ପଦକ୍ଷେପଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ 3 ଆରବ ଡଲାରରୁ ଅଧିକ ସହାୟତାର ପ୍ରକଳ୍ପ କାର୍ଯ୍ୟ କରାଯାଇଛି । ଏଥିସହିତ ଛାତ୍ରବୃତ୍ତି ଏବଂ ଇ-ଭିସା ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଅନ୍ତର୍ରାଷ୍ଟ୍ରୀୟ ସୌମେଣ୍ଟର ସମସ୍ତ ସଦସ୍ୟ ଦେଶଗୁଡିକମଧ୍ୟରୁ ଅଧା ଆଫ୍ରିକୀୟ ରାଷ୍ଟ୍ର ରହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସି ଏବଂ ଆଫ୍ରିକାର ରାଷ୍ଟ୍ରସମୂହ ନୂତନ ବିଶ୍ୱ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି  ।

 

**********