ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗ, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର କପି ରାଇଟ ସନ୍ଧି ଏବଂ ୱିପୋ ପ୍ରଦର୍ଶନ ଏବଂ ଫୋନୋଗ୍ରାମ ସନ୍ଧିର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛି । ଏହି ସନ୍ଧୀ ଅନ୍ତର୍ଗତ ଇଂଟରନେଟ ଏବଂ ଡିଜିଟାଲ କପି ରାଇଟ ମଧ୍ୟ ସାମିଲ ରହିଛି । 12 ମେ, 2016ରେ ସରକାରଙ୍କ ଦ୍ୱାରା ଲାଗୁ ଜାତୀୟ ବୌଦ୍ଧିକ ସମ୍ପତ୍ତି ଆଇନ (ଆଇପିଆର)ରେ ଉଲ୍ଲିଖିତ ଉଦ୍ଦେଶ୍ୟର ଦିଗରେ ଏହି ମଞ୍ଜୁରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଏହାର ଉଦ୍ଦେଶ୍ୟ ବାଣିଜ୍ୟିକ ଉପଯୋଗ ଜରିଆରେ ଆଇପିଆରର ମୂଲ୍ୟ ପ୍ରାପ୍ତ କରିବା । ଏଥିପାଇଁ ଇପିଆରର ମାଲିକମାନଙ୍କୁ ଇଂଟରନେଟ ଏବଂ ମୋବାଇଲ ପ୍ଲାଟଫର୍ମରେ ଉପଲବ୍ଧ ସୁଯୋଗ ସମ୍ପର୍କରେ ଦିଶା-ନିର୍ଦ୍ଦେଶ ଏବଂ ସହାୟତା ପ୍ରଦାନ କରାଯାଉଛି ।
ଲାଭ :
ଏହି ସନ୍ଧିଗୁଡ଼ିକ ନିମ୍ନ ପ୍ରକାରରେ ଭାରତର ସହାୟତା କରିବ :
ଅନ୍ତର୍ଜାତୀୟ କପି ରାଇଟ ପ୍ରଣାଳୀ ଜରିଆରେ ସୃଜନାତ୍ମକ ଅଧିକାରଧାରୀଙ୍କୁ ସେମାନଙ୍କ ଶ୍ରମର ମୂଲ୍ୟ ପ୍ରାପ୍ତ ହେବ । ସୃଜନାତ୍ମକ କାର୍ଯ୍ୟର ଉତ୍ପାଦନ ଏବଂ ସେଗୁଡ଼ିକର ବିତରଣରେ କରାଯାଇଥିବା ନିବେଶ ଉପରେ ଲାଭ ହାସଲ ହେବ ।
ଘରୋଇ କପି ରାଇଟ ଧାରୀଙ୍କୁ ଅନ୍ତର୍ଜାତୀୟ କପି ରାଇଟର ସୁରକ୍ଷା ସୁବିଧା ମିଳିବ । ଅନ୍ୟ ଦେଶରେ ପ୍ରତିଦ୍ୱନ୍ଦ୍ୱିତାରେ ସମାନ ସୁଯୋଗ ପ୍ରାପ୍ତ ହେବ, କାରଣ ଭାରତ ବିଦେଶୀ କପି ରାଇଟକୁ ମାନ୍ୟତା ଦେଇଥାଏ ।
ଡିଜିଟାଲ ପ୍ଲାଟଫର୍ମରେ ସୃଜନାତ୍ମକ ଉତ୍ପାଦର ନିର୍ମାଣ ଏବଂ ବିତରଣରେ କରାଯାଇଥିବା ନିବେଶ ଉପରେ ଲାଭ ହାସଲ ହେବ ଏବଂ ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।
ବ୍ୟବସାୟରେ ବୃଦ୍ଧି ହେବ ଏବଂ ଏକ ରଚନା ଆଧାରିତ ଅର୍ଥବ୍ୟବସ୍ଥା ଏବଂ ଏକ ସାଂସ୍କୃତିକ ପରିଦୃଶ୍ୟର ବିକାଶ ହେବ ।
**********