ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ତୱାଙ୍ଗରେ ସଶସ୍ତ୍ର ସୀମା ବାହିନୀ (ଏସଏସବି)ର 5.99 ଏକର ଜମି ମୋଗ-ଫେଷ୍ଟିଭାଲ-କମ-ମଲ୍ଟିପର୍ପଜ ଗ୍ରାଉଣ୍ଡର ନିର୍ମାଣ ଲାଗି ଅରୁଣାଚଳ ପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରିବାକୁ ଅନୁମୋଦନ କରିଛନ୍ତି ।
ଅରୁଣାଚଳ ପ୍ରଦେଶ ସରକାର ପାର୍କିଂ ସୁବିଧା (4.73ଏକର) ଏବଂ ରିଙ୍ଗ ରୋଡ ନିର୍ମାଣ (1.26ଏକର) ସହିତ ମେଗା-ଫେଷ୍ଟିଭାଲ-କମ-ମଲ୍ଟିପର୍ପଜ ଗ୍ରାଉଣ୍ଡର ନିର୍ମାଣ ଲାଗି ଅରୁଣାଚଳ ପ୍ରଦେଶ ସରକାରଙ୍କୁ ହସ୍ତାନ୍ତରିତ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।
ଅରୁଣାଚଳ ପ୍ରଦେଶ ସରକାର ପାର୍କିଂ ସୁବିଧା (4.73ଏକର) ଏବଂ ରିଙ୍ଗ ରୋଡ ନିର୍ମାଣ (1.26ଏକର) ସହିତ ମେଗା ଫେଷ୍ଟିଭାଲ-କମ-ମଲ୍ଟିପର୍ପଜ ଗ୍ରାଉଣ୍ଡ ନିର୍ମାଣ ଲାଗି ତୱାଙ୍ଗରେ ଏସଏସବି ପରିସର ମଧ୍ୟରେ 5.99 ଏକର ଉପଯୁକ୍ତ ଜମି ଚିହ୍ନଟ କରିଥିଲେ । ତଦନୁସାରେ, ରାଜ୍ୟ ସରକାର ଏହି 5.99 ଏକର ଜମିକୁ ହସ୍ତାନ୍ତର କରିବା ଲାଗି ଅନୁରୋଧ କରିଥିଲେ ।
ଭାରତ ସରକାର (ଉତ୍ତରପୂର୍ବାଂଚଳ କ୍ଷେତ୍ର ବିକାଶ ମନ୍ତ୍ରଣାଳୟ) ମାର୍ଚ୍ଚ, 2016ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ପାର୍କିଂ ସୁବିଧା ଏବଂ ଯୋଗାଯୋଗ ସଡ଼କ ସହିତ ମେଗା-ଫେଷ୍ଟିଭାଲ-କମ-ମଲ୍ଟିପର୍ପସ ଗ୍ରାଉଣ୍ଡ ନିର୍ମାଣ ଲାଗି ପ୍ରକଳ୍ପ ପୂର୍ବରୁ ଆବଂଟନ କରିଦେଇଥିଲେ । ଏହି ମେଗା-ଫେଷ୍ଟିଭାଲ-କମ-ମଲ୍ଟିପର୍ପସ ଗ୍ରାଉଣ୍ଡର ବ୍ୟବହାର ବିଭିନ୍ନ ପର୍ଯ୍ୟଟନ ଉତ୍ସବ/ପର୍ବପର୍ବାଣୀ ଆଦିର ଆୟୋଜନ ଲାଗି କରାଯିବ ।
**********