ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ 2014ରେ ସ୍ୱାକ୍ଷରିତ ହୋଇଥିବା ଏକ ବୁଝାମଣା (ଏମଓୟୁ) ନବୀକରଣକୁ ମଞ୍ଜୁରି ଦେଇଛନ୍ତି । ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆ (ଆଇସିଏଆଇ) ଏବଂ ସାଉଦୀ ଆରବର ସାଉଦୀ ଅର୍ଗାନାଇଜେସନ ଏବଂ ସାର୍ଟିଫାଏଡ ପବ୍ଲିକ ଆକାଉଣ୍ଟାଣ୍ଟ୍ସ (ଏସଓସିପିଏ) ମଧ୍ୟରେ କର୍ପୋରେଟ ପ୍ରଶାସନ, ବୈଷୟିକ ଗବେଷଣା ଏବଂ ପରାମର୍ଶ, ଫରେନସିକ ଆକାଉଣ୍ଟିଂ, କ୍ଷୁଦ୍ର ଏବଂ ଲଘୁ ଅଭ୍ୟାସ ବ୍ୟାପାରରେ (ଏସଏମପି), ଇସଲାମିକ ଫାଇନାନ୍ସ, ନିରନ୍ତର ପେସାଦାର ବିକାଶ (ସିପିଡି) ଏବଂ ଅନ୍ୟ ପ୍ରସଙ୍ଗରେ ଆପୋସ ସହଯୋଗ ବୃଦ୍ଧି କରିବା ଲାଗି ଏହି ବୁଝାମଣା କାର୍ଯ୍ୟ କରିଥାଏ ।
ପ୍ରମୁଖ ପ୍ରଭାବ :
ଆଇସିଏଆଇର ସଦସ୍ୟ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ସଂଗଠନର ଲାଭରେ ଆପୋସ ସମ୍ପର୍କକୁ ବିକଶିତ କରିବା ଲାଗି ସାଥୀ ହୋଇ କାର୍ଯ୍ୟ କରିବାର ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି ।
ଏମଓୟୁ, ଆଇସିଏଆଇର ସଦସ୍ୟମାନଙ୍କୁ ନିଜ ପେସାଦାର ପରିଧିର ବିସ୍ତାର କରିବା ଲାଗି ସୁଯୋଗ ପ୍ରଦାନ କରିବ । ଏହା ସ୍ଥାନୀୟ ନାଗରିକମାନଙ୍କ ଦକ୍ଷତା ବିକାଶକୁ ସୁଦୃଢ଼ କରିବାର ଲାଗି ଏକ ସଂସ୍ଥା ରୂପରେ କାର୍ଯ୍ୟ କରିବ ।
ଅଡିଟ ଏବଂ ଅଡିଟ ପରୀକ୍ଷଣକୁ ପ୍ରୋତ୍ସାହନ ଦେବାରେ ଏହି ଏମଓୟୁ ଆଇସିଏଆଇକୁ ସହାୟତା ପ୍ରଦାନ କରିବ । ଏହାଦ୍ୱାରା ଏହି ପେସାର ବିକାଶ ହୋଇପାରିବ ।
ହିତାଧିକାରୀ :
ଆଇସିଏଆଇର ପ୍ରାଚ୍ୟ ରାଷ୍ଟ୍ରର ତିନୋଟି କ୍ଷେତ୍ରରେ ସୁଦୃଢ଼ ସ୍ଥିତି ରହିଛି । ଏଥିରେ ଜେଦା, ରିୟାଦ ଏବଂ ସାଉଦୀ ଆରବ ଅଛନ୍ତି । ଏଠାରେ ଆଇସିଏଆଇର 200ରୁ ଅଧିକ ସଦସ୍ୟ ବିଭିନ୍ନ ପେସାଦାର ସ୍ତରରେ କାର୍ଯ୍ୟରତ ଅଛନ୍ତି । ଏହି ଏମଓୟୁ ଦ୍ୱାରା ଆଇସିଏଆଇ ଏବଂ ଏସଓସିପିଏ ମଧ୍ୟରେ ସୁଦୃଢ଼ ସମ୍ପର୍କ ବିକଶିତ ହେବ । ଏଥିରେ ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ସକୁ ଭାରତ ଏବଂ ପ୍ରାଚ୍ୟ ରାଷ୍ଟ୍ରରେ ନିଯୁକ୍ତି ପ୍ରଦାନକାରୀମାନଙ୍କୁ ଅଧିକ ଆତ୍ମବିଶ୍ୱାସ ପ୍ରାପ୍ତ ହେବ । ଏହାଦ୍ୱାରା ଭାରତୀୟ ଅଡିଟରମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
**********