Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହଯୋଗ ଲାଗି ଭାରତ-ଡେନମାର୍କ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


 

 

ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଡେନମାର୍କ ମଧ୍ୟରେ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଏହି ବୁଝାମଣା 16 ଏପ୍ରିଲ, 2018ରେ ସ୍ୱାକ୍ଷର ହୋଇଥିଲା ।

ଏହି ବୁଝାମଣାର ଉଦ୍ଦେଶ୍ୟ, ଦୁଗ୍ଧ ଉତ୍ପାଦନ ବିକାଶ ଏବଂ ସମ୍ବଳ ସୁଦୃଢ଼ୀକରଣ ଆଧାରରେ ବର୍ତ୍ତମାନର ଜ୍ଞାନକୁ ବ୍ୟାପକ କରିବା ଲାଗି ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ  କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ।

ଏହାର ଅନ୍ତର୍ଗତ ମିଳିତ କାର୍ଯ୍ୟକ୍ର ପ୍ରସ୍ତୁତ କରିବା, ସହଯୋଗ ଏବଂ ପରାମର୍ଶ ଉପଲବ୍ଧ କରିବା ଏବଂ ସମ୍ପୃକ୍ତ ମୂଲ୍ୟାଙ୍କନ ଲାଗି ପ୍ରତ୍ୟେକ ପକ୍ଷର ପ୍ରତିନିଧିତ୍ୱ ସହିତ ଏକ ମିଳିତ କାର୍ଯ୍ୟ ଗୋଷ୍ଠୀ ଗଠନ କରାଯିବ ।

ଏହି ଭାଗିଦାରୀ ଅନ୍ତର୍ଗତ ଡେନମାର୍କ ପଶୁ ପ୍ରଜନନ, ପଶୁ ସ୍ୱାସ୍ଥ୍ୟ ଏବଂ ଡାଏରୀ, ଗୋଖାଦ୍ୟ ବ୍ୟବସ୍ଥା ଆଦି କ୍ଷେତ୍ରରେ ଜ୍ଞାନ ଏବଂ ବିଶେଷଜ୍ଞତା ଉପଲବ୍ଧ କରାଇବ । ଯାହାଦ୍ୱାରା ପାରସ୍ପରିକ ସ୍ୱାର୍ଥ ଆଧାରିତ ପଶୁପାଳନ ସହିତ ଭାରତୀୟ ପଶୁପାଳକମାନଙ୍କ ଉତ୍ପାଦନକତା ଏବଂ ଉତ୍ପାଦନରେ ଉନ୍ନତି ଅଣାଯାଇପାରିବ ।

 

**********