Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ଭାରତ – ଓମାନ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଓମାନ ମଧ୍ୟରେ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଏହି ଏମଓୟୁରେ ଭାରତ ପକ୍ଷରୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଓମାନର ପରିବହନ ଏବଂ ସଂଚାର ମନ୍ତ୍ରଣାଳୟ ଫେବୃଆରୀ 2018ରେ ମସ୍କଟ ଠାରେ ସ୍ୱାକ୍ଷର କରିଥିଲେ ।

ବିବରଣୀ

-ଏହି ଏମଓୟୁ ଦ୍ୱାରା – ମହାକାଶ ବିଜ୍ଞାନ, ପ୍ରଯୁକ୍ତି ଏବଂ ଅନୁପ୍ରୟୋଗ ଭଳି ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ଆଧାରିତ ନେଭିଗେସନ, ମହାକାଶ ବିଜ୍ଞାନ ଏବଂ ସୌରମଣ୍ଡଳ ସମ୍ବନ୍ଧୀୟ ଅନୁସନ୍ଧାନ, ମହାକାଶ ଯାନ, ମହାକାଶ ପ୍ରଣାଳୀ ଏବଂ ଗ୍ରାଉଣ୍ଡ ସିଷ୍ଟମ ବ୍ୟବହାର ଏବଂ ମହାକାଶ ପ୍ରଯୁକ୍ତିର ଅନୁପ୍ରୟୋଗ ଆଦି କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ ।

-ଏହି ଏମଓୟୁ ଅନ୍ତର୍ଗତ ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ଯେଉଁଥିରେ ଡିଓଏସ/ଇସ୍ରୋ ଏବଂ ଓମାନର ପରିବହନ ଏବଂ ସଂଚାର ମନ୍ତ୍ରଣାଳୟର ସଦସ୍ୟ ପ୍ରତିନିଧିତ୍ୱ କରିବେ । କାର୍ଯ୍ୟକାରୀ ଦଳ ବୁଝାମଣା ଲାଗୁ କରିବାକୁ ସମ୍ବଳ ସହିତ କାର୍ଯ୍ୟ ଯୋଜନାର ରୂପରେଖ ପ୍ରସ୍ତୁତ କରିବେ ।

-ଏହାଦ୍ୱାରା ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ନେଭିଗେସନ, ମହାକାଶ ବିଜ୍ଞାନ ଏବଂ ବାହ୍ୟ ମହାକାଶର ଅନ୍ୱେଷଣ ଭଳି କ୍ଷେତ୍ରରେ ନୂଆ ଗବେଷଣା ଗତିବିଧିର ସମ୍ଭାବନା ଖୋଜିବା ଏବଂ ସାମ୍ଭାବ୍ୟ ପ୍ରୟୋଗକୁ ପ୍ରୋତ୍ସାହନ ମିଳିବ ।

କାର୍ଯ୍ୟକାରୀ ରଣନୀତି ଏବଂ ଲକ୍ଷ୍ୟ :

ଏହି ସ୍ୱାକ୍ଷରିତ ବୁଝାମଣା ଫଳରେ ଏକ ମିଳିତ କାର୍ଯ୍ୟଗୋଷ୍ଠୀ ଗଠନ କରାଯିବ । ଏହି କାର୍ଯ୍ୟଗୋଷ୍ଠୀ ଏମଓୟୁର ବ୍ୟବସ୍ଥାକୁ ଲାଗୁ କରିବାର ସମ୍ବଳ ସହିତ ଏକ କାର୍ଯ୍ୟ ଯୋଜନାର ରୂପରେଖ ପ୍ରସ୍ତୁତ କରିବ ।

ଲାଭ :

ମାନବ କଲ୍ୟାଣ ଲାଗି ମହାକାଶ ପ୍ରଯୁକ୍ତିର ପ୍ରୟୋଗ କ୍ଷେତ୍ରରେ ମିଳିତ ଗତିବିଧିକୁ ଏହି ଏମଓୟୁ ପ୍ରୋତ୍ସାହିତ କରିବ । ଏହାଦ୍ୱାରା ଦେଶର ସମସ୍ତ କ୍ଷେତ୍ର ଏବଂ ଅଂଚଳକୁ ଲାଭ ମିଳିବ ।

ପ୍ରଭାବ :

ଏହି ଏମଓୟୁ ଜରିଆରେ ଓମାନ ରାଜ୍ୟ ସହିତ ସହଯୋଗ ବୃଦ୍ଧି ପାଇବ ଏବଂ ମାନବ କଲ୍ୟାଣ ଲାଗି ମହାକାଶ ପ୍ରଯୁକ୍ତିର ପ୍ରୟୋଗ କ୍ଷେତ୍ରରେ ମିଳିତ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ମିଳିବ ।

 

**********