Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାମ୍ମୁରେ ପ୍ରଧାନମନ୍ତ୍ରୀ: ଶେର-ଇ-କାଶ୍ମୀର କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦାନ; ଭିତ୍ତିଭୂମି ପ୍ରକଳ୍ପସମୂହର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ

ଜାମ୍ମୁରେ ପ୍ରଧାନମନ୍ତ୍ରୀ:
ଶେର-ଇ-କାଶ୍ମୀର କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦାନ;
ଭିତ୍ତିଭୂମି ପ୍ରକଳ୍ପସମୂହର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁଠାରେ ଶେର-ଇ-କାଶ୍ମୀର କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି । ଆଉ ଏକ ସମାରୋହରେ ସେ ପାକଲଦୁଲ ଶକ୍ତି ପ୍ରକଳ୍ପ, ଜାମ୍ମୁ ରିଙ୍ଗ ରୋଡର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗସ୍ତ କାଳରେ ସେ ତାରାକୋଟ ମାର୍ଗ ଓ ଶ୍ରୀ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ରୋପୱେ ମଧ୍ୟ ଉଦ୍ଘାଟନ କରିଥିଲେ ।

ଶେର-ଇ-କାଶ୍ମୀର ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ପ୍ରଯୁକ୍ତି ଜୀବନର ବିଭିନ୍ନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣୁଛି ଏବଂ ଯୁବକମାନେ ଏହି ପରିବର୍ତ୍ତନ ସହ ତାଳ ଦେଇ ଚାଲିଛନ୍ତି ।

ସେ କହିଥିଲେ ଯେ, ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ମାଧ୍ୟମରେ କୃଷି କ୍ଷେତ୍ରରେ ମଧ୍ୟ ଏଭଳି ଏକ ନୂଆ ସଂସ୍କୃତିକୁ ବିକଶିତ କରିବାକୁ ପଡିବ, ଯାହା ଚାଷୀଙ୍କୁ ଲାଭ ପହଞ୍ଚାଇବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ନୀତି ଓ ନିଷ୍ପତ୍ତିଗୁଡିକ କୃଷକଙ୍କର ଆୟ ବଢାଇବା ପାଇଁ ଉଦ୍ଦିଷ୍ଟ ।

ସେ ଦୃଢ ଆଶାପୋଷଣ କରିଥିଲେ ଯେ, ବିଜ୍ଞାନସମ୍ମତ ଆଭିମୁଖ୍ୟ, ପ୍ରଯୁକ୍ତିଗତ ନବସୃଜନ, ଗବେଷଣା ଓ ବିକାଶ କାର୍ଯ୍ୟପଦ୍ଧତି ମାଧ୍ୟମରେ ସ୍ନାତକ ଛାତ୍ରମାନେ କୃଷିକୁ ଏକ ଲାଭଦାୟକ ବେଉସାରେ ପରିଣତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ।

ପାକୁଲଦୁଲ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର ଦିନଟି ଏକ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଦିବସ ଯେତେବେଳେ କି ଗୋଟିଏ ଜଳବିଦ୍ୟୁତ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ ହେଉଛି ଏବଂ ଆଉ ଗୋଟିକର ଆଧାରଶିଳା ରଖାଯାଇଛି । ସେ କହିଥିଲେ ଯେ, ଦେଶର ଅନଗ୍ରସର ଅଞ୍ଚଳଗୁଡିକର ସମତୁଲ ବିକାଶ ପାଇଁ ଭାରତ ସରକାର “ଏକୁଟିଆ ଭାବରୁ ସମନ୍ଵୟ” ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛନ୍ତି ।

ସେ ଆହୁରି କହିଥିଲେ ଯେ, ତାରାକୋଟ ମାର୍ଗ ମାତା ବୈଷ୍ଣୋ ଦେବୀଙ୍କ ପୀଠରେ ପହଞ୍ଚିବା ଲାଗି ବିକଳ୍ପ ରାସ୍ତା ପ୍ରଦାନ ସହ ତୀର୍ଥ ଯାତ୍ରୀଙ୍କ ପାଇଁ ସୁବିଧା ଆଣିଦେବ । ପ୍ରଧାନମନ୍ତ୍ରୀ କହିଥିଲେ ପର୍ଯ୍ୟଟନ କ୍ଷେତ୍ର ବିଶେଷକରି ଆଧ୍ୟାତ୍ମିକ ପର୍ଯ୍ୟଟନ ଜାମୁ-କାଶ୍ମୀର ରାଜ୍ୟର ରାଜସ୍ୱ ବୃଦ୍ଧି କରିବା ଦିଗରେ ଏକ ବଡ ଉତ୍ସ ହୋଇପାଇବ ।

****