Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସମ୍ବିଧାନର ପଞ୍ଚମ ଅନୁସୂଚୀ ଅନ୍ତର୍ଗତ ରାଜସ୍ଥାନ ସମ୍ପର୍କରେ ଅନୁସୂଚୀତ କ୍ଷେତ୍ରର ଘୋଷଣାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସମ୍ବିଧାନ ଆଦେଶ (ସିଓ) 114 ତାରିଖ 12 ଫେବୃଆରୀ 1981କୁ ରଦ୍ଦ କରିବା ସହିତ ନୂଆ ସମ୍ବିଧାନ ଆଦେଶ ଲାଗୁ କରିବା ଜରିଆରେ ଭାରତୀୟ ସମ୍ବିଧାନର ପଞ୍ଚମ ଅନୁସୂଚୀ ଅନ୍ତର୍ଗତ ରାଜସ୍ଥାନ ସମ୍ପର୍କରେ ଅନୁସୂଚୀତ କ୍ଷେତ୍ରର ଘୋଷଣାକୁ ମଞ୍ଜୁର କରିଛନ୍ତି ।

ନୂତନ ସମ୍ବିଧାନ ଆଦେଶ ଲାଗୁ ହେବା ଫଳରେ ରାଜସ୍ଥାନର ଅନୁସୂଚୀତ ଜନଜାତିର ଲୋକମାନଙ୍କୁ ଭାରତୀୟ ସମ୍ବିଧାନର ପଞ୍ଚମ ଅନୁସୂଚୀ ଅନ୍ତର୍ଗତ ଉପଲବ୍ଧ ସୁରକ୍ଷାତ୍ମକ ଉପାୟର ଲାଭ ମିଳିବା ସୁନିଶ୍ଚିତ ହୋଇପାରିବ ।

ରାଜସ୍ଥାନ ସରକାର ଭାରତୀୟ ସମ୍ବିଧାନର ପଞ୍ଚମ ଅନୁସୂଚୀ ଅନ୍ତର୍ଗତ ରାଜସ୍ଥାନ ରାଜ୍ୟରେ ଅନୁସୂଚୀତ କ୍ଷେତ୍ରର ବିସ୍ତାର ଲାଗି ଅନୁରୋଧ କରିଛନ୍ତି ।

ହିତାଧିକାରୀ :

ରାଜସ୍ଥାନର ବାଁସାୱାଡ଼ା, ଡୁଙ୍ଗରପୁର, ପ୍ରତାପଗଡ଼ ଏବଂ ଉଦୟମର ଆଂଶିକ ଅଂଚଳ, ରାଜସମନ୍ଦ, ଚିତୌରଗଡ଼, ପାଲି ତଥା ସିରୋହୀ ଜିଲ୍ଲାରେ ରହୁଥିବା ଅନୁସୂଚୀତ ଜନଜାତିର ଲୋକମାନେ ଭାରତୀୟ ସମ୍ବିଧାନର ପଞ୍ଚମ ଅନୁସୂଚୀ ଅନ୍ତର୍ଗତ ଉପଲବ୍ଧ ସୁରକ୍ଷାତ୍ମକ ଉପାୟର ଲାଭ ପାଇପାରିବେ ।

ରାଜସ୍ଥାନ ରାଜ୍ୟରେ ଅନୁସୂଚୀତ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ବାଁସୱାଡ଼ା, ଡୁଙ୍ଗରପୁର ଏବଂ ପ୍ରତାପଗଡ଼ ଜିଲ୍ଲା, 9ଟି ସମ୍ପୂର୍ଣ୍ଣ ତହସିଲ, ଗୋଟିଏ ସମ୍ପୂର୍ଣ୍ଣ ବ୍ଲକ ଏବଂ ଉଦୟପୁର, ରାଜସମନ୍ଦ, ଚିତୌରଗଡ଼, ପାଲୀ ଏବଂ ସିରୋହୀ ଜିଲ୍ଲାର 727ଟି ଗ୍ରାମକୁ ବିସ୍ତାର କରୁଥିବା 46ଟି ଗ୍ରାମପଞ୍ଚାୟତ ସାମିଲ କରାଯିବ ।

ଅନୁସୂଚୀତ କ୍ଷେତ୍ରର ଘୋଷଣା ପାଇଁ କୌଣସି ଅତିରିକ୍ତ ଅର୍ଥ ବ୍ୟୟ କରିବାର ଆବଶ୍ୟକତା ପଡ଼ିବ ନାହିଁ । ଏହି ପଦକ୍ଷେପ ଦ୍ରୁତ ବିକାଶ ଲାଗି ଅନୁସୂଚୀତ କ୍ଷେତ୍ରଗୁଡ଼ିକରେ ଅଧିକ ପ୍ରାଧାନ୍ୟ ପ୍ରଦାନ ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବର୍ତ୍ତମାନର ଯୋଜନା ଅନ୍ତର୍ଗତ ଜନଜାତୀୟ ଉପଯୋଜନା (ନୂଆ ନାମକରଣ ଜନଜାତି ଉପଯୋଜନା)ର ଅଂଶବିଶେଷ ହେବ ।

 

**********