ଭାରତ ଓ ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ମଧ୍ୟରେ ମୁଖ୍ୟାଳୟ (ଆୟୋଜକ ଦେଶ)ରେ ପ୍ରବେଶ ଲାଗି ହୋଇଥିବା ଚୁକ୍ତି ଏବଂ ମୁଖ୍ୟାଳୟ ବୁଝାମଣାରେ ସ୍ୱାକ୍ଷର ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଅଧିକୃତ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ଚୁକ୍ତି 26 ମାର୍ଚ୍ଚ, 2018ରେ ସ୍ୱାକ୍ଷରିତ ହୋଇଥିଲା ।
ମୁଖ୍ୟାଳୟ ଚୁକ୍ତି ଦ୍ୱାରା ଭାରତ ଏବଂ ଆଇଏସଏ ମଧ୍ୟରେ କାମ-କାର୍ଯ୍ୟ ବ୍ୟବସ୍ଥାକୁ ସଂସ୍ଥାଗତ ସ୍ୱରୂପ ମିଳିପାରିବ । ଏହାଦ୍ୱାରା ଆଇଏସଏ ଅନ୍ତର୍ଜାତୀୟ ଆନ୍ତଃସରକାରୀ ସଂଗଠନରେ ପରିଣତ ହେବାରେ ସହାୟତା ମିଳିପାରିବ । ଆଇଏସଏ ଗଠନ ଦ୍ୱାରା ଦ୍ରୁତ ଗତିରେ ସୌର ପ୍ରଯୁକ୍ତି ବିକଶିତ ଏବଂ ବିନିଯୋଗ ହୋଇପାରିବ ।
***