Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ସାମୁଦ୍ରିକ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା; ଜଳ ଶକ୍ତି ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ଆମ୍ବେଦକରଙ୍କ ପ୍ରେରଣାକୁ ସ୍ମରଣ କଲେ


ଜାତୀୟ ସାମୁଦ୍ରିକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି,“ସମୃଦ୍ଧ ଇତିହାସ ରହିଥିବା ଭାରତର ସାମୁଦ୍ରିକ କ୍ଷେତ୍ର ପାଖରେ ଆମ ଦେଶକୁ ରୂପାନ୍ତରିତ କରିବାର ଶକ୍ତି ରହିଛି । ଜାତୀୟ ସାମୁଦ୍ରିକ ଦିବସ ଅବସରରେ ଦେଶର ସମୃଦ୍ଧି ପାଇଁ ଆମ ସାମୁଦ୍ରିକ ସାମର୍ଥ୍ୟକୁ ଉପଯୋଗ କରିବା ନେଇ ଆମେ ଆମର ସଂକଳ୍ପକୁ ଦୃଢ଼ୀଭୁତ କରୁଛୁ ।

ଏକ ଆକର୍ଷଣୀୟ ସାମୁଦ୍ରିକ କ୍ଷେତ୍ର ଗଠନ କରିବା କ୍ଷେତ୍ରରେ ଆମ ପ୍ରୟାସ ଡଃ ବାବାସାହେବ ଆମ୍ବେଦକରଙ୍କ ଠାରୁ ଅନୁପ୍ରାଣିତ ହୋଇଛି । ବାବାସାହେବ ଆମ୍ବେଦକର ଜଳ ଶକ୍ତି, ଜଳମାର୍ଗ, ଜଳସେଚନ, କେନାଲ ନେଟୱର୍କ ଏବଂ ବନ୍ଦର ଆଦିକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିଲେ । ଏହି କ୍ଷେତ୍ରରେ ତାଙ୍କ କାର୍ଯ୍ୟ ଓ ଦିଗଦର୍ଶନ ଭାରତର ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ସହାୟକ ହୋଇଥିଲା ।”

***