Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆମେରିକାରେ ଟେଲିକମ୍ୟୁନିକେସନ୍ସ କନସଲଟାଣ୍ଟସ ଇଣ୍ଡିଆ ଲିମିଟେଡ (ଟିସିଆଇଏଲ)ର ଶତ ପ୍ରତିଶତ ମାଲିକାନା ଅଧିକାର ଥିବା ସି-କର୍ପୋରେସନ ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆମେରିକାରେ ଟେଲିକମ୍ୟୁନିକେସନ କନସଲଟାଣ୍ଟସ ଇଣ୍ଡିଆ ଲିମିଟେଡ(ଟିଆଇସିଏଲର) ଶତ ପ୍ରତିଶତ ମାଲିକାନା ଅଧିକାର ଥିବା ସି-କର୍ପୋରେସନ ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହାର ବିବରଣୀ ନିମ୍ନ ପ୍ରକାରେ ପ୍ରଦତ୍ତ ହେଲା :

ଆମେରିକାର ଟେକ୍ସାସ ରାଜ୍ୟରେ ଟେଲିକମ୍ୟୁନିକେସନ କନସଲଟାଣ୍ଟସ ଇଣ୍ଡିଆ ଲିମିଟେଡ(ଟିଆଇସିଏଲର)ର ସି-କର୍ପୋରେସନ ଗଠନ କରାଯିବ, ଯାହାଦ୍ୱାରା ଆମେରିକାର ଅନ୍ୟ ରାଜ୍ୟରେ ବ୍ୟବସାୟ କରିବା ଲାଗି ପଞ୍ଜିକରଣ କରିବାର ଅଧିକାର ମିଳିବ । ସି-କର୍ପୋରେସନରେ ଟିସିଆଇଏଲର 100 ପ୍ରତିଶତ ପ୍ରତିଭୂତି ନିବେଶ 5 ନିୟୁତ ଆମେରିକୀୟ ଡଲାର ସମାନ ହେବ । ଏହି ଅର୍ଥରାଶି ଭାରତୀୟ ମୁଦ୍ରାରେ ବିଦେଶୀ ମୁଦ୍ରା ବିନିମୟ ଦର 67.68 ଟଙ୍କାର ଆଧାରରେ ମୋଟ 33.84 କୋଟି ଟଙ୍କା ହେବ । ଏହାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ ।

ଟିସିଆଇଏଲର କାଉଂଟର ଗ୍ୟାରେଂଟି 5 ନିୟୁତ ଆମେରିକୀୟ ଡଲାର ସମାନ ହେବ ଯାହା ଋଣ/ସୁବିଧା/ବିକ୍ରେତା ସହିତ ନିଲାମ ସମ୍ବନ୍ଧୀୟ ବଣ୍ଡ/ଅଗ୍ରୀମ/ରୋଜଗାର ଗ୍ୟାରେଂଟୀ ଇତ୍ୟାଦି ସହ ଜଡ଼ିତ । ଆମେରିକାରେ ପ୍ରକଳ୍ପର ପରିଚାଳନା ଲାଗି ଏହି ପ୍ରକ୍ରିୟା ଆବଶ୍ୟକ ହୋଇଥାଏ ।

ସି-କର୍ପୋରେସନ ଦେଶ ପାଇଁ ବହୁମୂଲ୍ୟ ବିଦେଶୀ ମୁଦ୍ରା ଅର୍ଜନ କରିବ ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉପକ୍ରମ ଟିସିଆଇଏଲର ଲାଭରେ ବୃଦ୍ଧି କରିବ ।

ଆମେରିକାରେ ପ୍ରକଳ୍ପ ପରିଚାଳନା ସମ୍ପର୍କରେ ସି-କର୍ପୋରେସନର ଗଠନ ଆମେରିକାର ଟେକ୍ସାସ ରାଜ୍ୟରେ କରାଯାଇଛି ।

ନୂଆ କରି ପ୍ରତିଷ୍ଠିତ ସି-କର୍ପୋରେସନ ଏକ ଆକଳନ ଅନୁସାରେ ପ୍ରାରମ୍ଭିକ ବର୍ଷରେ ପାଖାପାଖି 10 ପ୍ରତିଶତ ଲାଭ ହାସଲ କରିବ ଏବଂ ଏହାର କାରବାର 10 ନିୟୁତ ଆମେରିକୀୟ ଡଲାର ହେବ । କାର୍ଯ୍ୟର ପରିମାଣ ଅନୁଯାୟୀ ଏହାର କାରବାର ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଆମେରିକାରେ ସି-କର୍ପୋରେସନ ଗଠନ ଦ୍ୱାରା ଟିସିଆଇଏଲକୁ ନିଜସ୍ୱ ବ୍ୟବସାୟ/କାରବାର/ଲାଭର ସମ୍ପ୍ରସାରଣ କରିବାରେ ସହାୟତା ମିଳିବ ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଉପକ୍ରମ ହୋଇଥିବା କାରଣରୁ ସରକାରଙ୍କୁ ଅଧିକ ଲାଭାଂଶ ପ୍ରାପ୍ତ ହେବ ।

ଟିସିଆଇଏଲ ନିଜସ୍ୱ ଆଭ୍ୟନ୍ତରୀଣ ସମ୍ବଳରୁ ପ୍ରତିଭୂତି ରୂପରେ ମୋଟ 5 ନିୟୁତ ଆମେରିକୀୟ ଡଲାର ନିବେଶ କରିବ । ଏହା ବ୍ୟତୀତ ଆମେରିକାରେ ବ୍ୟବସାୟର ସମ୍ପ୍ରସାରଣ ଲାଗି ଏବଂ ନିଲାମ ବଣ୍ଡ/ଅଗ୍ରୀମ ପରିଶୋଧ ପ୍ରାଧିକାରକୁ କାରବାର ବ୍ୟାଙ୍କ ଗ୍ୟାରେଂଟୀ ସୁନିଶ୍ଚିତ କରିବା ଲାଗି ପାଖାପାଖି 5 ନିୟୁତ ଆମେରିକୀୟ ଡଲାରର କାଉଂଟର ଗ୍ୟାରେଂଟୀ ସି-କର୍ପୋରେସନ ପକ୍ଷରୁ ଦେବାକୁ ହେବ । ବର୍ତ୍ତମାନ ସରକାରଙ୍କ ଉପରେ କୌଣସି ବିତ୍ତୀୟ ଉତ୍ତରଦାୟିତ୍ୱ ନାହିଁ ।