କର୍ଣ୍ଣାଟକର ଅନୁସୂଚୀତ ଜନଜାତି ତାଲିକାର କ୍ରମିକ ସଂଖ୍ୟା 38ରେ “ନାୟକ” ମାନ୍ୟତା ସହିତ ‘ପରିବାର ଏବଂ ତଲୱାର’ ସମ୍ପ୍ରଦାୟକୁ ସାମିଲ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।
ବୃହତ ପ୍ରଭାବ :
ଏହାଦ୍ୱାରା କର୍ଣ୍ଣାଟକରେ ଦୀର୍ଘଦିନ ଧରି ଅନୁସୂଚୀତ ଜନଜାତି ମାନ୍ୟତା ଦେବା ଲାଗି ଦାବି କରି ଆସୁଥିବା ‘ପରିବାର ଏବଂ ତଲୱାର’ ଜନଜାତିଙ୍କ ଦାବି ପୂରଣ ହୋଇପାରିବ । ‘ପରିବାର ଏବଂ ତଲୱାର’ ସମ୍ପ୍ରଦାୟର ଲୋକମାନେ କର୍ଣ୍ଣାଟକ ସରକାରଙ୍କ ଠାରୁ ଅନୁସୂଚୀତ ଜନଜାତି ପ୍ରମାଣପତ୍ର ହାସଲ କରିପାରିବେ ଏବଂ ରାଜ୍ୟରେ ଅନୁସୂଚୀତ ଜନଜାତିଙ୍କ ପାଇଁ ରହିଥିବା ସବୁ ପ୍ରକାର ସୁବିଧାର ଲାଭ ନେଇପାରିବେ ।
************