ନିକଟରେ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା-ଆୟୁଷ୍ମାନ ଭାରତର ଶୁଭାରମ୍ଭ ପାଇଁ ପ୍ରସ୍ତୁତିର ଅଗ୍ରଗତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ସମୀକ୍ଷା କରିଛନ୍ତି ।
ଯୋଜନାର ସଠିକ କାର୍ଯ୍ୟାନ୍ୱୟନ ପାଇଁ ଦୁଇ ଘଣ୍ଟା ଧରି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗର ଉଚ୍ଚପଦସ୍ଥ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ବିସ୍ତୃତ ଭାବେ ସୂଚନା ଦେଇଥିଲେ ।
ଏହି ଯୋଜନା ମାଧ୍ୟମରେ ପରିବାର ପିଛା 5 ଲକ୍ଷ ଟଙ୍କା ହାରରେ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । 10 କୋଟି ଗରିବ ପରିବାରକୁ ଏହି ବୀମା ପ୍ରଦାନ କରିବା ପାଇଁ ଆୟୁଷ୍ମାନ ଯୋଜନା ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଦେଶବ୍ୟାପୀ ହିତାଧିକାରୀମାନେ Cashless କାରବାରର ସୁବିଧା ଉଠାଇ ପାରିବେ ।
ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ବ୍ୟାପକ ଭାବେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଲାଗି ପ୍ରସ୍ତୁତି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।
ସଠିକ ଢ଼ଙ୍ଗରେ ତଥା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଅନୁଯାୟୀ ଧାର୍ଯ୍ୟ ଯୋଜନା ସକାଶେ କାର୍ଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ପଦାଧିକାରୀମାନଙ୍କୁ ପ୍ରେରିତ କରିଥିଲେ, ଯାହାଫଳରେ କି ସମାଜର ଗରିବ ଏବଂ ଅବହେଳିତ ବର୍ଗର ବ୍ୟକ୍ତିମାନେ ଏଥିରୁ ଲାଭ ପାଇପାରିବେ ।
***********
At a high level meeting, we had extensive deliberations on aspects relating to Ayushman Bharat. It is our commitment to provide top quality healthcare to the people of India. https://t.co/KgjKTGkD5T
— Narendra Modi (@narendramodi) March 6, 2018